ଆଜି ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ପାଳନ ହେଉଛି ଜନ୍ମାଷ୍ଠମୀ

Published: Aug 19, 2022, 12:35 pm IST

ନୂଆଦିଲ୍ଲୀ: ଆଜି ଦେଶର କେତେକ ପ୍ରାନ୍ତରେ ଜନ୍ମାଷ୍ଠମୀ ପାଳନ କରାଯାଉଛି। ଏଥର ଜନ୍ମାଷ୍ଠମୀ ଦୁଇଦିନିଆ ତିଥୀରେ ରହିଥିବାରୁ ଏପରି ପରିଲକ୍ଷିତ ହୋଇଛି। ଗତକାଲି ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଜନ୍ମାଷ୍ଠମୀ ଧୂମଧାମରେ ପାଳନ କରାଯାଇଥିଲା। ଆଜି ସେହି ସବୁ ସ୍ଥାନରେ ନନ୍ଦ ଉତ୍ସବ ପାଳନ କରାଯାଉଛି।

ଏହି ଉତ୍ସବର ଏକ ବଡ ପରଂପରା ହେଲା ଦହି ହାଣ୍ଡି ଭାଙ୍ଗିବା। ସେଥିପାଇଁ ଆଜି ବିଭିନ୍ନ ସହରରେ ଲୋକମାନେ ଏକାଠି ହୋଇ ଦହି ହାଣ୍ଡୀ ଭାଙ୍ଗିବା ଉତ୍ସବ ପାଳନ କରିଛନ୍ତି। ସେହିପରି କେତେକ ସ୍ଥାନରେ ଲଉଡି ଖେଳ ମଧ୍ୟ ପରିଲକ୍ଷିତ ହୋଇଛି।

Related posts