
ଫିଲ୍ମ ଫ୍ରାଇଡେ’ରେ ପରଦାକୁ ଆସିଛି ବଲିଉଡ୍ର ସିଂହମ୍ ଅଜୟ ଦେବ୍ଗନ୍, ତବୁ ଏବଂ ରକୁଲ୍ ପ୍ରୀତ୍ ସିଂଙ୍କ ଅଭିନୀତ ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’। ଏହା ଏକ ପାରିବାରିକ ରୋମାଣ୍ଟିକ୍ କମେଡ଼ି ଫିଲ୍ମ। ଅକିବ୍ ଅଲ୍ଲୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ଜଣେ ବ୍ୟକ୍ତି ନିଜଠୁ ଅଧା ବୟସର ଝିଅକୁ ଭଲ ପାଉଛନ୍ତି। ଏହି ଫିଲ୍ମର ଟ୍ରେଲର୍କୁ ଭଲ ରେସ୍ପଣ୍ଡ ମିଳିଛି। ଅଜୟ ଏଥିରେ ୫୦ ବର୍ଷୀୟ ଜଣେ ଚରିତ୍ର ଭାବେ ଅଭିନୟ କରୁଛନ୍ତି। ସେହିପରି ରକୁଲ୍୨୬ ବର୍ଷିୟ ଜଣେ ଝିଅ ଭୂମିକାରେ ଅଭିନୟ କରୁଛନ୍ତି। କମେଡ଼ି ମସଲାରେ ଭରପୂର ଏହି ଫିଲ୍ମଟି ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ଆଶା କରାଯାଉଛି।