Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୁନ୍ଦରଗଡ଼ ଜିଲ୍ଲାରେ ମୋବାଇଲ ମେଡିକାଲ ଭ୍ୟାନ: ଲୋକଙ୍କୁ ଦୁଆର ମୁହଁରେ ମିଳୁଛି ମାଗଣାରେ ସ୍ୱାସ୍ଥ୍ୟ ସେବା
ଆଜିର ଖବର

ସୁନ୍ଦରଗଡ଼ ଜିଲ୍ଲାରେ ମୋବାଇଲ ମେଡିକାଲ ଭ୍ୟାନ: ଲୋକଙ୍କୁ ଦୁଆର ମୁହଁରେ ମିଳୁଛି ମାଗଣାରେ ସ୍ୱାସ୍ଥ୍ୟ ସେବା

August 19, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ସୁନ୍ଦରଗଡ଼: ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ଲୋକଙ୍କ ଦୁଆର ମୁହଁରେ ମାଗଣାରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ ରହିଛି “ମୋବାଇଲ ମେଡିକାଲ ଭ୍ୟାନ ବା ଏମଏମଭି”। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ ଯୋଗୁଁ ୨୦୧୭ ଏପ୍ରିଲରୁ ୨୦୨୨ ଜୁଲାଇ ସୁଦ୍ଧା ଜିଲ୍ଲାର ୧୯ ଲକ୍ଷରୁ ଅଧିକ ଲୋକ ବିଶେଷ ଭାବେ ଉପକୃତ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଏହି ସେବା ଯୋଗାଇଦେବା ପାଇଁ ୨୫ଟି ଏମଏମଭିକୁ ନିୟୋଜିତ କରାଯାଇଛି। ପ୍ରତି ଏମଏମଭି ନିୟମିତ ଭାବେ ବିଭିନ୍ନ ଗାଁକୁ ଯାଇ ସ୍ଥାନୀୟ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି। ତା’ଛଡ଼ା ବିଭିନ୍ନ ସ୍କୁଲ, ବାଳାଶ୍ରମ ଓ ବୃଦ୍ଧାଶ୍ରମ ଆଦି ସ୍ଥାନରେ କ୍ୟାମ୍ପ କରି ଏମଏମଭି ହିତାଧିକାରୀମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦେଉଛି।

ପ୍ରତିଦିନ ଏହି ସେବାରୁ ୮୦୦ରୁ ୯୦୦ ଲୋକ ଉପକୃତ ହେଉଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

“ସୁନ୍ଦରଗଡ଼ର ଏକ ବୃଦ୍ଧାଶ୍ରମରେ ଆମେ ରହୁଛୁ। ବୟସ ଅଧିକ ହୋଇଯାଇଥିବାରୁ ଦେହ ପା’ ଖରାପ ହେଲେ ଡାକ୍ତରଖାନା ଯିବା ସମ୍ଭବ ହେଉନି। ତେବେ ମୋବାଇଲ ମେଡିକାଲ ଭ୍ୟାନ ଆମ ବୃଦ୍ଧାଶ୍ରମ ପାଖକୁ ଆସୁଥିବାରୁ ଆମେ ସେଠାରେ ମାଗଣାରେ ଏବଂ ସୁବିଧାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଔଷଧ ଆଣୁଛୁ”, କହନ୍ତି ସୁଶିଳା ମହାନନ୍ଦିଆ।

“ମୋ ସ୍ତ୍ରୀର ଆଣ୍ଠୁ, ଗଣ୍ଠି, ଅଣ୍ଟା ଆଦି ବିନ୍ଧା ହେଉଛି। ଶଯ୍ୟାଶାୟୀ ଥିବାରୁ ତାଙ୍କୁ ଡାକ୍ତରଖାନା ନେବା ସୁବିଧା ହେଉନି। ମୋବାଇଲ ମେଡିକାଲ ଭ୍ୟାନରେ ଥିବା ଡାକ୍ତରୀ ଟିମ୍ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ଦେଇଛନ୍ତି। ଏଭଳି ସୁବିଧା ମିଳୁଥିବାରୁ ଆମେ ବହୁତ ଖୁସି”, କହନ୍ତି ଟଙ୍କଧର ସାହୁ। ଲେଫ୍ରିପଡ଼ା ବ୍ଲକର ଟଙ୍କଧର ଏବଂ ତାଙ୍କ ସ୍ତ୍ରୀ ସୁନ୍ଦରଗଡ଼ର ଏକ ବୃଦ୍ଧାଶ୍ରମରେ ରହୁଛନ୍ତି। ସେମାନଙ୍କ ଭଳି ସୁନ୍ଦରଗଡ଼ ଜିଲ୍ଲାର ଅନେକ ହିତାଧିକାରୀ ଦୁଆର ମୁହଁରେ ମାଗଣାରେ ଚିକିତ୍ସା ସୁବିଧା ଏବଂ ଔଷଧ ପାଇପାରୁଛନ୍ତି।

ପ୍ରତି ଏମଏମଭିରେ ନିର୍ଦ୍ଧାରିତ ସେବା ଯୋଗାଇଦେବା ପାଇଁ ଜଣେ ଲେଖାଏଁ ଡାକ୍ତର, ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଫାର୍ମାସିଷ୍ଟଙ୍କୁ ନିୟୋଜିତ କରାଯାଇଛି। ଏହି ଡାକ୍ତରୀ ଟିମ୍ ପ୍ରତିଦିନ ବିଭିନ୍ନ ଜାଗାରେ ପହଞ୍ଚି ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଉଛନ୍ତି। ଚିକିତ୍ସା ପରାମର୍ଶ ସହ ରୋଗୀଙ୍କୁ ମାଗଣାରେ ଔଷଧ ପ୍ରଦାନ କରାଯାଉଛି। ସେହିପରି ଆବଶ୍ୟକସ୍ଥଳେ ରୋଗୀଙ୍କର ବିଭିନ୍ନ ନମୁନା ପରୀକ୍ଷା ମଧ୍ୟ କରାଯାଉଛି।

“ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗାଁରେ ନିୟମିତ ବ୍ୟବଧାନରେ ଏମଏମଭି ଗାଡି ପହଞ୍ଚିଥାଏ। ସେଠାରେ ରୋଗୀଙ୍କୁ ଦେଖି ଆମେ ଆବଶ୍ୟକ ପରାମର୍ଶ ଏବଂ ଔଷଧ ଦେଉ। ଏମଏମଭିରେ ମ୍ୟାଲେରିଆ ଓ ଡାଇବେଟିସ୍ ଆଦି ରୋଗ ପାଇଁ ରକ୍ତ ନମୁନା ପରୀକ୍ଷା କରିବାର ସୁବିଧା ରହିଛି। ସେହିପରି ଏହି ଗସ୍ତ ସମୟରେ ଆମେ ସ୍ଥାନୀୟ ଗର୍ଭବତୀ ଏବଂ ପ୍ରସୂତି ମା’ମାନଙ୍କୁ ଆବଶ୍ୟକ ଚିକିତ୍ସା ପରାମର୍ଶ ଦେଉଛୁ”, କହିଛନ୍ତି ଏମଏମଭିରେ ନିୟୋଜିତ ଜଣେ ଡାକ୍ତର ସଞ୍ଜୀବ କୁମାର ମିଞ୍ଜ।

ଏମଏମଭିକୁ ଦେଖାଇବାକୁ ଆସିଥିବା ଯେଉଁ ରୋଗୀମାନଙ୍କର ବିଶେଷ ପରୀକ୍ଷା ବା ଅଧିକ ଚିକିତ୍ସା ଆବଶ୍ୟକ ସେମାନଙ୍କୁ ଉପଖଣ୍ଡ ବା ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେଫର କରାଯାଉଛି। ଏପରିକି ଜରୁରୀକାଳୀନ କ୍ଷେତ୍ରରେ ଗୁରୁତର ରୋଗୀଙ୍କୁ ଆମ୍ବୁଲାନ୍ସ ଭଳି ଏମଏମଭିରେ ଉଚ୍ଚ ଡାକ୍ତରଖାନାକୁ ନିଆଯିବାର ବ୍ୟବସ୍ଥା ରହିଛି।

“ସୁନ୍ଦରଗଡ଼ ଜିଲ୍ଲାର ଗାଁ ଗାଁରେ ମୋବାଇଲ ମେଡିକାଲ ଭ୍ୟାନ ଏକ ଭ୍ରାମ୍ୟମାଣ ଡାକ୍ତରଖାନା ଭଳି କାମ କରୁଛି। ଏମଏମଭି ଗାଡ଼ି କେଉଁ ଦିନ କେଉଁ ସ୍ଥାନକୁ ଯିବ ତା’ର ରୁଟ୍ ଚାଟ୍ ପ୍ରତି ସପ୍ତାହରେ ନିର୍ଦ୍ଧାରଣ କରାଯାଉଛି। ଏହା ଫଳରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ପ୍ରାଥମିକ ଓ ପ୍ରତିଷେଧମୂଳକ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରୁଛି”, କହନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ବିଭିନ୍ନ ରୋଗ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା କ୍ଷେତ୍ରରେ ଏମଏମଭି କାମ କରୁଛି। କୋଭିଡ୍ ମହାମାରୀ ଭଳି ଜଟିଳ ସମୟରେ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ଏହା ବଡ଼ ଭୂମିକା ଗ୍ରହଣ କରିଥିଲା। ଏହି ମୋବାଇଲ୍ ମେଡିକାଲ୍ ଭ୍ୟାନ ମାଧ୍ୟମରେ ଲୋକଙ୍କ ସ୍ୱାବ୍ ସଂଗ୍ରହ ଏବଂ ପରବର୍ତ୍ତୀ ସମୟରେ କୋଭିଡ୍ ଟିକାକରଣ ଭଳି କାର୍ଯ୍ୟ ମଧ୍ୟ କରାଯାଉଥିଲା।

ସୁନ୍ଦରଗଡ଼ ଜିଲ୍ଲାରେ ସବୁ ଲୋକଙ୍କ ପାଖରେ ପ୍ରାଥମିକ ଚିକିତ୍ସା ସେବା ପହଞ୍ଚାଇବାରେ ମୋବାଇଲ ମେଡିକାଲ ଭ୍ୟାନ ଆଜି ପ୍ରମୁଖ ଭୂମିକା ଗ୍ରହଣ କରିଛି।

ସୁନ୍ଦରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026

ଆଜି ICSE ରେଜଲ୍ଟ ପ୍ରକାଶ ପାଇବ

April 30, 2026

ସମ୍ପ୍ରସାରିତ ଶ୍ରୀନଗର-ଜମ୍ମୁ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

April 30, 2026
Latest News

ବାଲୁଗାଁ: ରାଉତରାପଲ୍ଲୀ ଗ୍ରାମରେ ୪ ଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ, ଆସନ୍ତାକାଲି ପୂର୍ଣ୍ଣାହୁତି

April 30, 2026

ଦଶମ-ଦ୍ୱାଦଶ ଶ୍ରେଣୀ ଫଳାଫଳ ପ୍ରକାଶ କଲା CISCE: ଏହି ଲିଙ୍କ୍ ବ୍ୟବହାର କରି ତୁରନ୍ତ ଯାଞ୍ଚ କରନ୍ତୁ

April 30, 2026

ଏକଜିଟ୍ ପୋଲ ଫଳାଫଳରେ କ’ଣ ପାଇଲା କଂଗ୍ରେସ?: ଜାଣନ୍ତୁ କେଉଁଠି ଲାଭ ଆଉ କେଉଁଠି କ୍ଷତି?

April 30, 2026

ପୁଟିନଙ୍କ ସହ ଦେଢ଼ ଘଣ୍ଟା ଧରି କଥା ହେଲେ ଟ୍ରମ୍ପ

April 30, 2026

ପୋଲିସକୁ ଛୁରା ମାଡ : ୩ ଆହତ

April 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.