Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବୀନ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଯୋଗ୍ୟ : ସୂର୍ଯ୍ୟ ପାତ୍ର
ଆଜିର ଖବର

ନବୀନ ପ୍ରଧାନମନ୍ତ୍ରୀ ପଦବୀ ପାଇଁ ଯୋଗ୍ୟ : ସୂର୍ଯ୍ୟ ପାତ୍ର

May 17, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଲୋକସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଖୁବ୍‌ ନିକଟତର । ଆସନ୍ତା ମେ ୨୩ ତାରିଖରେ ଆସିବ ଫଳାଫଳ । ଏବେଠୁ ସରକାର ଗଢିବା ନେଇ କଳ୍ପନା ଜଳ୍ପନା ଲାଗି ଗଲାଣି । କେନ୍ଦ୍ରରେ ଝୁଲା ସରକାର ଆସୁଥିବାର ଅନୁମାନ କରାଯାଉଛି । ତେବେ ବିଜେପି ପୁଣି ଥରେ ବହୁ ସଂଖ୍ୟାରେ ବାଜିମାତ କରିବ ବୋଲି ପ୍ରଚାର କରୁଥିବାବେଳେ ବିଜେପି ବିରୋଧୀ ମେଣ୍ଟଗୁଡ଼ିକ ଏବେ ବେଶ୍‌ ଶକ୍ତ ହେବାରେ ଲାଗିଛନ୍ତି । ମେ ୨୩ ତାରିଖରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଏନ୍‌ଡିଏ ବିରୋଧୀ ତଥା ୟୁପିଏ ସମର୍ଥିତ ଦଳଗୁଡ଼ିକ ସହ ବୈଠକ କରିବେ ବୋଲି ଆମନ୍ତ୍ରଣ ଜଣାଇଛନ୍ତି । ଚଳିତ ନିର୍ବାଚନରେ ବିଜେପି ପାଇଁ ଓଡ଼ିଶା ଓ ପଶ୍ଚିମବଙ୍ଗ ବେଶ ନିର୍ଣ୍ଣାୟକ ଭୂମିକା ନିଭାଇବ ବୋଲି ଜଣାପଡିଛି । ତେବେ କେନ୍ଦ୍ରରେ ସରକାର ଗଠନ ନେଇ ସପା-ବିଏସ୍‌ପି, ବିଜେପି ଓ କଂଗ୍ରେସ ଉଭୟ ଆଶାବାଦୀ ରହିଥିବାବେଳେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀକୁ ନେଇ ଏବେ ମଧ୍ୟ ଚର୍ଚ୍ଚା ଚାଲିଛି । ମମତା ବାନାର୍ଜୀ, ଚନ୍ଦ୍ର ବାବୁ  ନାଇଡୁ, ମାୟାବତୀ, ରାହୁଲ୍‌ ଗାନ୍ଧି ପ୍ରମୁଖ ପ୍ରଧାନମନ୍ତ୍ରୀ ରେସ୍‌ରେ ଥିବାବେଳେ ଏବେ ବିଜେଡ଼ି ପ୍ରମୁଖ ନବୀନ ମଧ୍ୟ ଏହି ରେସ୍‌ରେ ରହିଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳିଛି ।  ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ବୋଲି ସୂର୍ଯ୍ୟ ନାରାୟଣ ପାତ୍ର ମତ ଦେଇଛନ୍ତି । ବିଜେଡି ଉପ ସଭାପତି ତଥା ମନ୍ତ୍ରୀ ରହିଥିବା ଶ୍ରୀ ପାତ୍ର କହିଛନ୍ତି, ଚଳିତ ବର୍ଷ ବିଜେଡି ସମଦୂରତ୍ବ ପନ୍ଥା ଅବଲମ୍ବନ କରିବ ନାହିଁ । ଯେଉଁ ଦଳ ଓଡିଶାର ସ୍ବାର୍ଥ ପାଇଁ କାର୍ଯ୍ୟ କରିବ ଦଳ ତାକୁ ସମର୍ଥନ ଜଣାଇବ ବୋଲି ଶ୍ରୀ ପାତ୍ର କହିଛନ୍ତି । ପୂର୍ବରୁ ବିଜୁବାବୁ ପ୍ରଧାନମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ବର୍ତ୍ତମାନ ଦେଶ ତଥା ରାଜ୍ୟବାସୀ ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଆଶା କରୁଛନ୍ତି । ଏହା ସହିତ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀତ୍ବର ସମ୍ଭାବନାକୁ ଖଣ୍ଡନ କରିଛନ୍ତି ସୂର୍ଯ୍ୟ ପାତ୍ର । ବହୁ ସମୟରେ କଂଗ୍ରେସ ପ୍ରଧାନମନ୍ତ୍ରୀ ପଦବୀରେ ବସାଇ ପଛରୁ ଗୋଡ ଟାଣିଥାଏ ତେଣୁ ନବୀନ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ଆଶାୟୀ ତାଲିକାରେ ନ ରହିବା ଉଚିତ୍‌ । ଏହି ମନ୍ତବ୍ୟ ସହିତ ପ୍ରକାଶ୍ୟରେ ତୃତୀୟ ସାମ୍ମୁଖ୍ୟ ପ୍ରତି ନିଜର ସମର୍ଥନ ବିଷୟ ଘୋଷଣା କରିଛି ବିଜେଡି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟର ଲୋକାର୍ପିତ: ପ୍ରସାରଣ ସେବାକୁ ମିଳିବ ନୂଆ ଗତି

June 12, 2026

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026
Latest News

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍‌ଏମ୍ ଟ୍ରାନ୍ସମିଟର ଲୋକାର୍ପିତ: ପ୍ରସାରଣ ସେବାକୁ ମିଳିବ ନୂଆ ଗତି

June 12, 2026

ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ: ପ୍ରଧାନମନ୍ତ୍ରୀ

June 12, 2026

ଏମ୍‌ଟି ସେଟ୍ଟେବେଲୋ ଘଟଣା: ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା

June 12, 2026

ଆଜି ଜୁନ ୧୨ ତାରିଖ ଶୁକ୍ରବାରରେ ଆଠଟି ରାଶି ପ୍ରତି ଶ୍ରୀଗଣେଷ କରୁଛନ୍ତି ଆର୍ଶିବାଦ

June 12, 2026

ଇରାନ ଉପରେ ଯୋଜନାବଦ୍ଧ ଆକ୍ରମଣ ବାତିଲ କଲେ ଟ୍ରମ୍ପ

June 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.