Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳିତ
ଆଜିର ଖବର

ସୋଆରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳିତ

August 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଗାଜର ଘାସ (ପାର୍ଥେନିୟମ୍‌) ନିରାକରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି।

ଆଇଏଏସ୍‌, ସୋଆ ଏନ୍‌ଏସ୍‌ଏସ୍ ଏବଂ ଭାରତୀୟ ତୃଣକ ବିଜ୍ଞାନ ସମାଜ (ଇଣ୍ଡିଆନ୍ ସୋସାଇଟି ଅଫ୍ ୱିଡ୍ ସାଇନ୍ସ)ର ମିଳିତ ସହଯୋଗରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆପିକଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରଭାତ କୁମାର ରାଉଳ, ଆଇଏଏସ୍ ଡିନ୍ ପ୍ରଫେସର ବିଜୟ କୁମାର ସାହୁ, ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଆଇଏଏସ୍‌ର ପ୍ରଫେସର ସରୋଜ କୁମାର ମହାନ୍ତି ପ୍ରମୁଖ ପତାକା ଦେଖାଇ ଗାଜର ଘାସ ନିରାକରଣ ସଚେତନତା ଅଭିଯାନର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଏକ ସଚେତନତା ର‌୍ୟାଲି ଆଇଏଏସ୍ ପରିସରରୁ ଆରମ୍ଭ ହୋଇ ଏ.ପି.ଜେ.କାଲାମ୍ ପାର୍କ ଏବଂ କଳିଙ୍ଗ ନଗର (କେ ୮) ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ରେସିଡେନ୍ସ ୱେଲ୍‌ଫେୟାର ଆସୋସିଏସନ୍ ଏବଂ ସିନିୟର୍ ସିଟିଜେନ୍‌ସ ଫୋରମ୍‌ର କର୍ମକର୍ତାମାନେ ଏକତ୍ରିତ ହୋଇ ରାସ୍ତା କଡ଼ ଏବଂ ପାର୍କ ମଧ୍ୟରେ ଥିବା ପାର୍ଥେନିୟମ୍ ଗଛଗୁଡ଼ିକୁ ନଷ୍ଟ କରିଥିଲେ। ସରସ୍ୱତୀ ବିଦ୍ୟା ମନ୍ଦିର ନିକଟରେ ର‌୍ୟାଲି ଶେଷ ହୋଇଥିଲା।
ଏହି ଅବସରରେ ଆଇଏଏସ୍‌ର ଡକ୍ଟର ଶୁଭପ୍ରଦ ଦାସ ଗାଜର ଘାସର ଭୟଭୟତା ଓ ନିରାକରଣର ଉପାୟ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବୁଝାଇଥିଲେ। ପ୍ରଫେସର ବିଜୟ କୁମାର ସାହୁ ଏବଂ ପ୍ରଫେସର ସରୋଜ କୁମାର ମହାନ୍ତି ଏହି ଅନିଷ୍ଟକାରୀ ଘାସର ହାନିକାରକ ପ୍ରଭାବ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଡକ୍ଟର ଅଂଶୁମାନ ଜେନା, ଡକ୍ଟର କୌଶିକ ସର, ଡକ୍ଟର ଜଗଦୀଶ ଜେନା, କୁମାର ସମ୍ଭବ ଗିରି, ଶ୍ୱେତା ରଥ, ଶୁଭମ ଆଚାର୍ଯ୍ୟ, ରାକେଶ ରୋଶନ ଶତପଥୀ, ସନ୍ଦିପ ସିଂ, ରାଜୀବ ବେହେରା, ଦିପ୍ତନୁ ଦତ, ସିଦ୍ଧାର୍ଥ ପଣ୍ଡା ଏବଂ ଚନ୍ମୟୀ ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଛତାବରରେ ମଧ୍ୟ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ଚାଷୀମାନଙ୍କ ଗହଣରେ ପାଳନ କରାଯାଇଛି। ଏହି ଘାସ କିପରି ଫସଲର କ୍ଷତି କରିବା ସହିତ ମଣିଷ ଶରୀରରେ ମାରାତ୍ମକ ରୋଗ ସୃଷ୍ଟି କରିଥାଏ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ପ୍ରଫେସର ସରୋଜ ମହାନ୍ତି ସଂଯୋଜକ ଏବଂ ଡକ୍ଟର ଶୁଭପ୍ରଦ ଦାସ ସହ-ସଂଯୋଜକ ଭାବେ ପରିଚାଳନା କରିଥିଲେ।

ଆସନ୍ତା ୨୨ ତାରିଖ ଦିନ ସୋଆ କୃଷି ମହାବିଦ୍ୟାଳୟ ପରିସରରେ ଗାଜର ଘାସ ନିରାକରଣ ସଚେତନତା ସପ୍ତାହ ପାଳନ ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରଶ୍ନୋତର ଏବଂ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ଶିକ୍ଷା ଓ ଅନୁସନ୍ଧାନ ସଚେତନତା ସପ୍ତାହ ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026
Latest News

ଗୁଣିଆ ଠାରୁ ଚେରମୂଳୀ ଖାଇ ନିଃସନ୍ତାନ ଦମ୍ପତି ମୃତ

August 26, 2026

କୋରାପୁଟରେ ‘ସମରସ ସଙ୍କଳ୍ପ ଅଭିଯାନ’ ଓ ‘ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା’

August 26, 2026

ଫ୍ରାନ୍ସରେ ଶକ୍ତିଶାଳୀ ଟର୍ଣ୍ଣାଡୋ: ୩୦୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଲା, ୪୧ଜଣ ଆହତ

August 26, 2026

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.