Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ଚାରିଜଣଙ୍କୁ ସମ୍ମାନିତ କଲେ ଭୁବନେଶ୍ବର ମେୟର
ଆଜିର ଖବର

ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ଚାରିଜଣଙ୍କୁ ସମ୍ମାନିତ କଲେ ଭୁବନେଶ୍ବର ମେୟର

August 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ ଚାରିଜଣଙ୍କୁ ସମ୍ମାନିତ କଲେ ଭୁବନେଶ୍ବର ମେୟର

ଭୁବନେଶ୍ୱର : ନବିନ ସୂତ୍ରଧର ଟ୍ରଷ୍ଟ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ଅବସରରେ ଓଡିଶାର ଐତିହ୍ୟ, ସଂସ୍କୃତି ଓ ପରମ୍ପରା ଆଧାରିତ ଦୁଇଦିନ ବ୍ୟାପି ଆୟୋଜିତ ଫଟୋପ୍ରଦର୍ଶନୀ ଆଜି ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ଭୁବନେଶ୍ୱର ମହାନଗର ନିଗମ ର ମେୟର ସୁଲୋଚନା ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀରେ ଭାଗନେଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ 4ଜଣଙ୍କୁ ସେମାନଙ୍କ ଶ୍ରେଷ୍ଠ କୃତି ପାଇଁ ସମ୍ମାନିତ କରିଥିଲେ।

ଏହି ପ୍ରଦର୍ଶନୀ ରେ ପ୍ରଥମ ପୁରସ୍କାର ଲାଭ କରିଛନ୍ତି ଶ୍ରୀମାନ ସାଇଶାଶ୍ୱତ ମିଶ୍ର, ଦ୍ଵିତୀୟ ପୁରସ୍କାର ଶ୍ରୀମାନ ବିଶ୍ଵନାଥ ସ୍ୱାଇଁ, ତୃତୀୟ ପୁରସ୍କାର ଯୁଗ୍ମ ଭାବେ ଡ଼ଃ ପିୟୁଷ ରଞ୍ଜନ ରାଉତ ଓ ଶ୍ରୀମାନ ରାକେଶ ରାଉଳ। ଏଥି ସହିତ ଟ୍ରଷ୍ଟ ପକ୍ଷରୁ 5ଜଣ ବ୍ୟକ୍ତି ବିଶେଷ ଯଥାକ୍ରମେ ବାଦଲ କୁମାର ମଲ୍ଲିକ, ଜ୍ୟୋତ୍ସ୍ନାମୟୀ ପରିଡା,ଅମରେଶ ଜେନା, ରୁଦ୍ର ନାରାୟଣ ସାମନ୍ତରାୟ ଓ ନାରାୟଣ ଚନ୍ଦ୍ର ଓଝା ଙ୍କୁ ସେମାନଙ୍କର ଫଟୋ ପ୍ରତି ଭଲ ପାଇବା ଓ ଫଟୋଗ୍ରାଫର ମାନଙ୍କୁ ପ୍ରେରଣା ଓ ସହଯୋଗ ପାଇଁ ଫଟୋ ବନ୍ଧୁ ସମ୍ମାନ ରେ ସମ୍ମାନିତ କରାଯାଇଛି।

ଆଜିର ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ବିଶିଷ୍ଟ ସମାଜସେବୀ ସୁଚିସ୍ମିତା ପୃଷ୍ଟି, ବିଶିଷ୍ଟ ଗାୟିକା ଜୟଶ୍ରୀ ଧଳ, ଟ୍ରଷ୍ଟ ର ସମ୍ପାଦକ ନିହାର ରଞ୍ଜନ ଦାସ ଏବଂ ଅନ୍ୟତମ ସଦସ୍ୟ ଭାନୁପ୍ରିୟା ଦାସ ପ୍ରମୁଖ ଉପସ୍ଥିତ ରହି ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ. ଏହି କାର୍ଯ୍ୟକ୍ରମ ର ଆୟୋଜକ ଟ୍ରଷ୍ଟ ର ପ୍ରତିଷ୍ଠାତା ଓ ଅଧକ୍ଷ ଲକ୍ଷ୍ମୀକାନ୍ତ ଦାସ ଆଗାମୀ ଦିନରେ ଆହୁରି ଏହିଭଳି ପ୍ରଦର୍ଶନୀ ଆୟୋଜନ କରିବା ସହ ଓଡିଶାର ପରମ୍ପରା କୁ ବହୁଳ ଭାବେ ପ୍ରଚାର ପ୍ରାସର ପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି.

ସୁଲୋଚନା ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026
Latest News

ରାସାୟନିକ ପଦାର୍ଥରେ ତିଆରି ଆଇସକ୍ରିମ ଏବଂ ଲସି କାରଖାନା ଠାବ: ମାଲିକ ଗିରଫ

April 1, 2026

ରାଧାକୃଷ୍ଣ ମଠ ପରିସରରେ ବ୍ରହ୍ମଚାରୀଙ୍କ ଆତ୍ମହତ୍ୟା

April 1, 2026

ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ଦୁଇ ଯୁବକଙ୍କ ପ୍ରାଣହାନୀ

April 1, 2026

କଟକରେ ୯୧ତମ ରାଜ୍ୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

April 1, 2026

ପଶ୍ଚିମବଙ୍ଗରେ କିଏ ଗଢିବ ସରକାର?: ଆଶ୍ଚର୍ଯ୍ୟ କରିବ ପ୍ରାକ-ନିର୍ବାଚନ ସର୍ଭେ ଆକଳନ

April 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.