ଭୁବନେଶ୍ବର: ଗତକାଲି ରାଜ୍ୟରେ ୩୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୮୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୬୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୬୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୧୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୫
ବରଗଡ ଜିଲ୍ଲାରୁ- ୧୦
ଭଦ୍ରକ ଜିଲ୍ଲାରୁ- ୨
ବଲାଙ୍ଗୀରି ଜିଲ୍ଲାରୁ- ୧୧
ବୌଦ୍ଧ ଜିଲ୍ଲାରୁ- ୩
କଟକ ଜିଲ୍ଲାରୁ- ୧୩
ଦେବଗଡ ଜିଲ୍ଲାରୁ- ୩
ଢେଙ୍କାନାଳ ଜିଲ୍ଲାରୁ- ୨
ଗଜପତି ଜିଲ୍ଲାରୁ- ୬
ଗଞ୍ଜାମ ଜିଲ୍ଲାରୁ- ୧
ଯାଜପୁର ଜିଲ୍ଲାରୁ- ୪
ଝାରସୁଗୁଡା ଜିଲ୍ଲାରୁ- ୭
କଳାହାଣ୍ଡି ଜିଲ୍ଲାରୁ- ୧୯
କନ୍ଧମାଳ ଜିଲ୍ଲାରୁ- ୫
କେନ୍ଦୁଝର ଜିଲ୍ଲାରୁ- ୨
ଖୋର୍ଦ୍ଧା ଜିଲ୍ଲାରୁ- ୫୫
କୋରାପୁଟ ଜିଲ୍ଲାରୁ- ୨
ମୟୂରଭଞ୍ଜ ଜିଲ୍ଲାରୁ- ୧୩
ନବରଙ୍ଗପୁର ଜିଲ୍ଲାରୁ- ୧୪
ନୟାଗଡ ଜିଲ୍ଲାରୁ- ୬
ନୂଆପଡା ଜିଲ୍ଲାରୁ- ୭
ପୁରୀ ଜିଲ୍ଲାରୁ- ୩
ରାୟଗଡା ଜିଲ୍ଲାରୁ- ୨
ସମ୍ବଲପୁର ଜିଲ୍ଲାରୁ- ୧୬
ସୋନପୁର ଜିଲ୍ଲାରୁ- ୬
ସୁନ୍ଦରଗଡ ଜିଲ୍ଲାରୁ- ୫୭
ଷ୍ଟେଟ ପୁଲରୁ- ୧୨
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୬୧ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୩ ହଜାର ୩୬୦ ଏବଂ ବର୍ତ୍ତମାନ ୨୪୮୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।