
କନ୍ଦର୍ପ ବେହେରା
ରେଢ଼ାଖୋଲ: ଜଙ୍ଗଲି ବାରହା ଆକ୍ରମଣରେ ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଅନ୍ତର୍ଗତ ଲେଙ୍ଗଟିଦାଦର ଗ୍ରାମର ଜନୈକ ଚାଷୀ ମୃତ୍ୟୁବରଣ କରିଥିବା ଖବର ବନ ବିଭାଗ ସୂତ୍ରରୁ ଜଣା ପଡ଼ିଛି। ଚାଷୀ ଜଣଙ୍କ ହେଲେ ଗେଥଲ ମାଝୀ (୫୦) ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢ଼ାଖୋଲ ବନଖଣ୍ଡ ବଡ଼ମାଳ ରେଞ୍ଜ ଲେଙ୍ଗଟିଦାଦର ଗ୍ରାମ ନିକଟ ଜଙ୍ଗଲ ପାଖ ଚାଷ ଜମିକୁ ଗ୍ରାମର ଗେଠଲ ମାଝୀ (୫୦) ଯାଇଥିବା ବେଳେ ଏକ ବାରାହା ଆକ୍ରମଣ କରିଥିଲା।
ଗତକାଲି ଠାରୁ ଚାଷୀ ଜଣକ ନିଖୋଜ ରହିଥିଲା। ପରିବାର ଲୋକେ ଥାନାରେ ନିଖୋଜ ଥିବା ଅଭିଯୋଗ କରିଥିଲେ। ଆଜି ସକାଳୁ ପରିବାର ଲୋକେ ଜଙ୍ଗଲରୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ। ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ମୃତ ଘୋଷିତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।
ଏପଟେ ବନବିଭାଗ ଚାଷୀ ଜଣଙ୍କ ଚାଷ ଜମି ପାଖରେ ମ୍ରୁତ୍ୟୁ ବରଣ କରିଥିବା ପ୍ରକାଶ କରିଛି। ମୃତ ଚାଷୀ ଗରିବ ଶ୍ରେଣୀର ଥିବାରୁ ତାର ପରିବାରକୁ ସରକାରଙ୍କ ତରଫରୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ପରିବାର ଲୋକେ ଦାବୀ କରିଛନ୍ତି।