Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ମେଡିକାଲ ବୈଠକକୁ ନେଇ ବିବାଦ: ଚିଲିକା ବିଧାୟକଙ୍କୁ ବିରୋଧ କଲେ ବ୍ଲକ ଅଧ୍ୟକ୍ଷା
ଆଜିର ଖବର

ବାଲୁଗାଁ ମେଡିକାଲ ବୈଠକକୁ ନେଇ ବିବାଦ: ଚିଲିକା ବିଧାୟକଙ୍କୁ ବିରୋଧ କଲେ ବ୍ଲକ ଅଧ୍ୟକ୍ଷା

August 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନିଷ୍ପତ୍ତିକୁ ଚିଲିକା ବ୍ଲକ ଅଧ୍ୟକ୍ଷା ବିରୋଧ କରିଛନ୍ତି। ବାଲୁଗାଁ ମେଡିକାଲ ରୋଗୀ କଲ୍ୟାଣ ସମିତି ବୈଠକକୁ ନେଇ ବିରୋଧ କରାଯାଇଛି। ସୂଚନା ମୁତାବକ ଆସନ୍ତାକାଲି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ହେବାକୁ ସ୍ଥିର ହୋଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଚିଲିକା ବ୍ଲକ ଅଧ୍ୟକ୍ଷା।

ଅଧ୍ୟକ୍ଷାଙ୍କ କହିବା ମୁତାବକ ବାଲୁଗାଁ ମେଡିକାଲ ପକ୍ଷରୁ ଆଜି ତାଙ୍କ ନିକଟକୁ ଏକ ନିମନ୍ତ୍ରଣ ପତ୍ର ଆସିଥିଲା, ଯେଉଁଥିରେ ଲେଖାଯାଇଥିଲା ରୋଗୀ କଲ୍ୟାଣ ସମିତି ବୈଠକ ଆସନ୍ତାକାଲି ଚିଲିକା ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ହେବ। ତେବେ ସେ ଏହା ଜାଣିଲା ପରେ ଚିଠିକୁ ଫେରାଇଦେଇଥିବା ବେଳେ ଏହାକୁ ବିରୋଧ କରିଛନ୍ତି।

ରୋଗୀ କଲ୍ୟାଣ ସମିତି ବୈଠକ ନିୟମ ଅନୁଯାୟୀ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ହେବା କଥା, କିନ୍ତୁ କେଉଁ ଆଇନ ଅନୁଯାୟୀ ବାଲୁଗାଁ ମେଡିକାଲ ଅଧିକାରୀ ଏହାକୁ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ କରିବେ ବୋଲି ଗଣମାଧ୍ୟମ ଜରିଆରେ ସେ ପ୍ରଶ୍ନ କରିଛନ୍ତି।

ତେବେ ଏ ନେଇ ବାଲୁଗାଁ ମେଡିକାଲ ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକଙ୍କୁ ଯୋଗାଯୋଗ କରାଯାଇଥିଲା। ବିଧାୟକ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷ ହୋଇଥିବାରୁ ତାଙ୍କ ନିର୍ଦ୍ଦେଶକ୍ରମେ ବୈଠକ ଉକ୍ତ ସ୍ଥାନରେ ସ୍ଥିର ହୋଇଥିବାର ସେ କହିଛନ୍ତି।

ତେବେ ଏ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ। ସେ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ଟ୍ୱିଟ କରି ପ୍ରଶ୍ନ କରିଛନ୍ତି ଯେ, କିପରି ବିଧାୟକଙ୍କ ବାସଭବନରେ ଆରକେଏସ ବୈଠକ କରାଯାଉଛି ଏବଂ କିଏ ଏହାପାଇଁ ଅନୁମତି ଦେଇଛନ୍ତି। ଓଡ଼ିଶାର ସମସ୍ତ ବିଧାୟକଙ୍କୁ ଏ ପ୍ରକାର ସୁବିଧା ଦିଆଯାଇଛି ନା କେବଳ ଚିଲିକା ବିଧାୟକଙ୍କୁ ଦିଆଯାଇଛି?

ତେବେ ଏ ନେଇ ଖୋର୍ଦ୍ଧା ସିଡ଼ିଏମଓଙ୍କୁ ଯୋଗାଯୋଗ କରିବାରୁ ସେ ଉକ୍ତ ବୈଠକ ବିଷୟରେ ଅବଗତ ନଥିବା କହିଛନ୍ତି। ସେହିଭଳି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆମ ପ୍ରତିନିଧି ଏ ବିଷୟ ନେଇ ଯୋଗାଯୋଗ କରିବା ପରେ ତାଙ୍କ ପ୍ରତିକ୍ରିୟା ମିଳିପାରିଛି।

ବିଧାୟକ କହିଛନ୍ତି ଯେ, ଯେହେତୁ ନିର୍ବାଚନମଣ୍ଡଳୀ ଯିବା ପାଇଁ ତାଙ୍କୁ ସୁପ୍ରିମକୋର୍ଟ ମନା କରିଛନ୍ତି, ତେଣୁ ସେ ତାଙ୍କ ସରକାରୀ ବାସଭବନରେ ବୈଠକ ଡକାଇଛନ୍ତି। ଆରକେଏସ ଅଧ୍ୟକ୍ଷ ହିସାବରେ ସେ ଯେଉଁଠାରେ ଚାହିଁବେ ସେଠାରେ ବୈଠକ କରିପାରିବେ। ପୂର୍ବରୁ ମଧ୍ୟ ଏକାଧିକ ଥର ସରକାରୀ ବୈଠକ ସରକାରୀ ଡାକବଙ୍ଗଳାରେ ହୋଇଥିବାର ବିଧାୟକ କହିଛନ୍ତି। ତଥାପି ଯଦି ଉକ୍ତ ସ୍ଥାନକୁ ନେଇ ବିବାଦ ଉପୁଜୁଛି, ତେବେ ଅନ୍ୟ ସ୍ଥାନରେ ବୈଠକ କରାଯାଇପାରେ ବୋଲି ବିଧାୟକ କହିଛନ୍ତି।

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରୋଗୀ କଲ୍ୟାଣ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026

କେରଳର SAI ହଷ୍ଟେଲରେ ଦୁଇ ନାବାଳିକା ଖେଳାଳିଙ୍କ ସନ୍ଦେହଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

January 15, 2026
Latest News

ବିଜେଡିର ବଡ କାର୍ଯ୍ୟାନୁଷ୍ଠାନ, ଦୁଇ ବିଧାୟକଙ୍କୁ ଦଳରୁ କଲା ନିଲମ୍ବିତ

January 15, 2026

ଭାରତରେ ଷ୍ଟାର୍ଟଅପ୍ ଇକୋସିଷ୍ଟମର ପୁନଃନିର୍ମାଣ

January 15, 2026

ଆମେରିକା ଭିସା ସ୍ଥଗିତ କରିବା ପରେ ପାକିସ୍ତାନର ପ୍ରଥମ ପ୍ରତିକ୍ରିୟା: ଏବେ ଟ୍ରମ୍ପଙ୍କ ପାଦ ଧରିବେ ଶାହବାଜ

January 15, 2026

ଆଥର 450 ଆପେକ୍ସ ନା ସୁଜୁକି ଇ-ଆକ୍ସେସ୍, କେଉଁ ଇଲେକ୍ଟ୍ରିକ୍ ସ୍କୁଟର ଅଧିକ ଶକ୍ତିଶାଳୀ?: ଜାଣନ୍ତୁ ପାର୍ଥକ୍ୟ

January 15, 2026

ପୁଣି JEE ମେନ୍ ପରୀକ୍ଷା ତାରିଖ ପରିବର୍ତ୍ତନ କଲା NTA: ଏବେ ଜାନୁଆରୀ 23 ରେ ହେବ ନାହିଁ ପରୀକ୍ଷା

January 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.