ଆଜି ରାଜ୍ୟରେ ବୃଦ୍ଧି ହେଲା ସଂକ୍ରମଣ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ ଚିହ୍ନଟ

Published: Aug 24, 2022, 10:34 am IST

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୯୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୪ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୭୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୨୨ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୧

ବାଲେଶ୍ଵର ଜିଲ୍ଲାରୁ- ୪

ବରଗଡ ଜିଲ୍ଲାରୁ- ୮

ବଲାଙ୍ଗୀରି ଜିଲ୍ଲାରୁ- ୨୧

ବୌଦ୍ଧ ଜିଲ୍ଲାରୁ- ୨

କଟକ ଜିଲ୍ଲାରୁ- ୨୦

ଦେବଗଡ ଜିଲ୍ଲାରୁ- ୨

ଢେଙ୍କାନାଳ ଜିଲ୍ଲାରୁ- ୨

ଗଜପତି ଜିଲ୍ଲାରୁ- ୬

ଜଗତସିଂହପୁର ଜିଲ୍ଲାରୁ- ୩

ଯାଜପୁର ଜିଲ୍ଲାରୁ- ୬

ଝାରସୁଗୁଡା ଜିଲ୍ଲାରୁ- ୬

କଳାହାଣ୍ଡି ଜିଲ୍ଲାରୁ- ୨୩

କନ୍ଧମାଳ ଜିଲ୍ଲାରୁ- ୪

କେନ୍ଦ୍ରାପଡା ଜିଲ୍ଲାରୁ- ୫

ଖୋର୍ଦ୍ଧା ଜିଲ୍ଲାରୁ- ୬୩

କୋରାପୁଟ ଜିଲ୍ଲାରୁ- ୨

ମାଲକାନଗିରି ଜିଲ୍ଲାରୁ- ୧୭

ମୟୂରଭଞ୍ଜ ଜିଲ୍ଲାରୁ- ୧୭

ନବରଙ୍ଗପୁର ଜିଲ୍ଲାରୁ- ୭

ନୟାଗଡ ଜିଲ୍ଲାରୁ- ୭

ନୂଆପଡା ଜିଲ୍ଲାରୁ- ୬

ପୁରୀ ଜିଲ୍ଲାରୁ- ୩

ରାୟଗଡା ଜିଲ୍ଲାରୁ- ୩

ସମ୍ବଲପୁର ଜିଲ୍ଲାରୁ- ୧୩

ସୋନପୁର ଜିଲ୍ଲାରୁ- ୨

ସୁନ୍ଦରଗଡ ଜିଲ୍ଲାରୁ- ୪୪

ଷ୍ଟେଟ ପୁଲରୁ- ୧୫

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୫ ହଜାର ୭୬୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୪ ହଜାର ୩୪୯ ଏବଂ ବର୍ତ୍ତମାନ ୨୧୯୭ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts