Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ‘ଆଜାଦି କ୍ୱେଷ୍ଟ’ ନାମରେ ଏକ ଅନଲାଇନ୍ ଶୈକ୍ଷିକ ଖେଳ ସିରିଜର ଶୁଭାରମ୍ଭ
ଆଜିର ଖବର

ସ୍ୱାଧୀନତା ସଂଗ୍ରାମ ଉପରେ ଆଧାରିତ ‘ଆଜାଦି କ୍ୱେଷ୍ଟ’ ନାମରେ ଏକ ଅନଲାଇନ୍ ଶୈକ୍ଷିକ ଖେଳ ସିରିଜର ଶୁଭାରମ୍ଭ

August 24, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଆଜାଦି କା ଅମୃତ ମହୋତ୍ସବ ଉତ୍ସବର ତଥା ଭାରତୀୟ ସ୍ୱାଧୀନତା ସଂଗ୍ରାମର କାହାଣୀ ସମସ୍ତଙ୍କ ସାମନାକୁ ଆଣିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ଜିଙ୍ଗା ଇଣ୍ଡିଆ ସହଯୋଗରେ ବିକଶିତ ଅନଲାଇନ୍ ଶିକ୍ଷା ମୋବାଇଲ ଖେଳ ଶୃଙ୍ଖଳା ‘ଆଜାଦି କ୍ୱେଷ୍ଟ’ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଚିବ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଅପୂର୍ବ ଚନ୍ଦ୍ର ଏବଂ ଜିଙ୍ଗା ଇଣ୍ଡିଆର ଦେଶ ମୁଖ୍ୟ କିଶୋର କିଚଲି ମଧ ଉପସ୍ଥିତ ଥିଲେ।

ଏହି ଅବସରରେ ଯୋଗ ଦେଇ ଅନୁରାଗ ଠାକୁର କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ଆମର ସ୍ୱାଧୀନତା ସଂଗ୍ରାମୀ ତଥା ଅଣସ୍ୱୀକୃତ ନାୟକ ମାନଙ୍କ ଅବଦାନକୁ ସ୍ମରଣ କରିବା ପାଇଁ ସରକାରଙ୍କ ଉଦ୍ୟମର ଏହା ଏକ ଅଂଶ ବିଶେଷ।

“ଏହି ଖେଳ ଗୁଡିକ ଅନଲାଇନ୍ ଖେଳାଳୀ ମାନଙ୍କର ବିଶାଳ ବଜାରକୁ ଧରି ରଖିବା ଏବଂ ଖେଳ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଏକ ପ୍ରୟାସ ଅଟେ। ଭାରତ ସରକାରଙ୍କ ବିଭିନ୍ନ ବିଭାଗ ଦେଶର କୋଣ ଅନୁକୋଣରୁ ଅଣସ୍ୱୀକୃତ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ଶିକ୍ଷାକୁ ଆକର୍ଷଣୀୟ କରିବା ପାଇଁ ଆଜାଦି କ୍ୱେଷ୍ଟ ହେଉଛି ଏକ ପ୍ରୟାସ’ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଶ୍ରୀ ଠାକୁର ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ସମସ୍ତ ବୟସ ବର୍ଗର ଲୋକମାନେ ଏହି ଖେଳ ଗୁଡିକ ସହିତ ଜଡିତ ହେବେ ଏବଂ ସେଗୁଡ଼ିକ ଖୁବ୍ ଶୀଘ୍ର ଘରେ ଘରେ ପ୍ରିୟପାତ୍ର ହେବ।

ଭାରତରେ ବୃଦ୍ଧି ପାଉଥିବା ଏଭିଜିସି କ୍ଷେତ୍ର ବିଷୟରେ ଶ୍ରୀ ଠାକୁର କହିଛନ୍ତି ଯେ ଭାରତରେ ଖେଳ କ୍ଷେତ୍ରର ପ୍ରତିପୋଷଣ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିରନ୍ତର ଉଦ୍ୟମ ରହି ଆସିଛି। ବିଗତ କିଛି ବର୍ଷ ମଧ୍ୟରେ ଭାରତ ଖେଳ କ୍ଷେତ୍ରର ଶ୍ରେଷ୍ଠ ଦେଶ ମଧ୍ୟରେ ଛିଡା ହେବାରେ ସକ୍ଷମ ହୋଇଛି। କେବଳ ୨୦୨୧ ରେ ଖେଳ କ୍ଷେତ୍ର ୨୮% ବୃଦ୍ଧି ପାଇଛି। ୨୦୨୦ ରୁ ୨୦୨୧ ପର୍ଯ୍ୟନ୍ତ ଅନଲାଇନ୍ ଖେଳାଳୀଙ୍କ ସଂଖ୍ୟା ୮ ପ୍ରତିଶତ ବୃଦ୍ଧି ପାଇଛି ଏବଂ ୨୦୨୩ ସୁଦ୍ଧା ଏଭଳି ଖେଳାଳୀଙ୍କ ସଂଖ୍ୟା ୪୫ କୋଟିରେ ପହଂଚିବ ବୋଲି ମନ୍ତ୍ରୀ ଯୋଗ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଆପ୍ ଗୁଡିକ ଆମର ଏଭିଜିସି କ୍ଷେତ୍ରର ସାମର୍ଥ୍ୟକୁ ବୃଦ୍ଧି କରାଇବ ଏବଂ ସଙ୍ଗେ ସଙ୍ଗେ ଆମର ଗୌରବମୟ ଇତିହାସକୁ ବିଶ୍ୱର କୋଣ ଅନୁକୋଣକୁ ନେଇଯିବ। ଏହି ଆପ୍ ଗୁଡ଼ିକରେ ଥିବା ତଥ୍ୟ ସବୁକୁ ପ୍ରକାଶନ ବିଭାଗ ଏବଂ ଭାରତୀୟ ଐତିହାସିକ ଗବେଷଣା ପରିଷଦ ଦ୍ୱାରା ସୃଷ୍ଟି କରାଯାଇଛି ଏବଂ ଏହା ଆମର ସ୍ୱାଧୀନତା ସଂଗ୍ରାମ ଉପରେ ପ୍ରାମାଣିକ ତଥ୍ୟର ସହଜରେ ଉପଲବ୍ଧ ଭଣ୍ଡାରରେ ପରିଣତ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରୀ ଏହି ଆପ୍ ଗୁଡ଼ିକର ସୃଷ୍ଟି ପାଇଁ ଜିଙ୍ଗା ଇଣ୍ଡିଆ ଯେଉଁ କଷ୍ଟକର ଉଦ୍ୟମ ସବୁ କରିଛି, ତାକୁ ସ୍ୱୀକାର କରିଥିଲେ। ମନ୍ତ୍ରୀ ସବୁ ବୟସ ବର୍ଗର ଲୋକ ମାନଙ୍କୁ ଏହି ସବୁ ଆପ୍କୁ ଡାଉନଲୋଡ୍ କରିବାକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଆମର ସ୍ୱାଧୀନତା ସଂଗ୍ରାମ ବିଷୟରେ ଜାଣିବା ପାଇଁ ଏହି ଆପ୍ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷଣୀୟ ସାଧନ ହୋଇ ପାରିବ। ଏହି ଆପ୍ ବ୍ୟବହାରକାରୀଙ୍କୁ ଏକା ସାଙ୍ଗରେ ମନୋରଞ୍ଜନ ପ୍ରଦାନ କରିବ, କର୍ମରେ ବ୍ୟାପୃତ ରଖିବା ଶିକ୍ଷିତ କରିବ।

ଏହି ଅବସରରେ ଉଦ୍ବୋଧନ ଦେଇ ଜିଙ୍ଗା ଇଣ୍ଡିଆର ଦେଶ ମୁଖ୍ୟ ଶ୍ରୀ କିଶୋର କିଚଲି କହିଛନ୍ତି ଯେ ସ୍ୱାଧୀନତାର ପଥ ଭାରତ ଇତିହାସରେ ଏକ ରୂପାନ୍ତରଣକାରୀ ମାଇଲଖୁଂଟକୁ ସ୍ମରଣ କରାଇ ଥାଏ ଏବଂ ଭାରତର ଅତୀତକୁ ସମ୍ମାନ ଦେବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରୟାସର ଏକ ଅଂଶ ହୋଇଥିବାରୁ ଆମେ ଗର୍ବିତ। ଜିଙ୍ଗାରେ ଆମର ଲକ୍ଷ୍ୟ ହେଉଛି ଖେଳ ମାଧ୍ୟମରେ ଲୋକଙ୍କୁ ଯୋଡିବା। ଏହି ପଦକ୍ଷେପ ହେଉଛି ସବୁ ବୟସର ଖେଳାଳୀ ମାନଙ୍କୁ ଖେଳରେ ସମ୍ପୃକ୍ତ ରଖିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ଯୁଗ ସମ୍ବନ୍ଧରେ ପାରସ୍ପରିକ ଭାବ ବିନିମୟକାରୀ ମନୋରଞ୍ଜନର ଶକ୍ତିକୁ ଶିକ୍ଷା ଗ୍ରହଣ ଅନୁଭୂତିରେ ପରିଣତ କରିବା।

ଖେଳ ଏବଂ ଖେଳନା ଶିଳ୍ପ ଗୁଡିକର ଏହି ଧରଣର ପ୍ରଥମ ପଦକ୍ଷେପ ହିତାଧିକାରୀ ମାନଙ୍କୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନରୁ ଏହା ଏକ ପ୍ରେରଣା, ଯାହାକି ଭାରତର ସ୍ୱାଧୀନତା ସଂଗ୍ରାମର କାହାଣୀ ଏବଂ ମାଇଲଖୁଂଟକୁ ପ୍ରଦର୍ଶନ କରୁଥିବା ତଥା ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱକୁ ପ୍ରଦର୍ଶନ କରୁଥିବା ଖେଳ ଏବଂ ଖେଳନା ବିକାଶ ପାଇଁ ଅନୁପ୍ରେରିତ ହୋଇଛି। ଲୋକ ମାନଙ୍କୁ ମନୋରଞ୍ଜନ ପ୍ରଦାନ କରିବା ଏବଂ ଶିକ୍ଷିତ କରିବା ନିମନ୍ତେ ଏହା ପ୍ରସ୍ତୁତ କରାଯାଇଛି। ଧାରାବାହିକର ପ୍ରଥମ ଦୁଇଟି ଗେମ୍ ‘ଆଜାଦି କ୍ୱେଷ୍ଟ\’ ଭାରତର ସ୍ୱାଧୀନତା ସଂଗ୍ରାମର କାହାଣୀ ବର୍ଣ୍ଣନା କରେ, ମଜାଳିଆ ଖେଳ ଖେଳ ସହିତ ଜଡିତ କରି ପ୍ରମୁଖ ମାଇଲଖୁଂଟ ଏବଂ ବୀର ମାନଙ୍କ ଉପରେ ଆଲୋକପାତ କରିଥାଏ। ଖେଳ ଗୁଡିକର ବିଷୟବସ୍ତୁ ସରଳ କିନ୍ତୁ ବିସ୍ତୃତ। ଏସବୁ ପ୍ରକାଶନ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଭାବରେ ସୃଷ୍ଟି କରାଯିବା ସହିତ ଭାରତୀୟ ଐତିହାସିକ ଗବେଷଣା ପରିଷଦର ବିଶେଷଜ୍ଞମାନଙ୍କ ଦ୍ୱାରା ସନ୍ନିବେଶିତ କରା ଯାଇଛି।

ଆଜାଦି କ୍ୱେଷ୍ଟ ସମ୍ପର୍କରେ:

ଜାରି ରହିଥିବା ଆଜାଦି କା ଅମୃତ ମହୋତ୍ସବ ଅଧୀନରେ ଏକ ଖେଳ ସିରିଜର ବିକାଶ ପାଇଁ ଜିଙ୍ଗା ଇଣ୍ଡିଆ ସହିତ ପ୍ରକାଶନ ବିଭାଗ ଆଜି ଏକ ଏମଓୟୁ ସ୍ୱାକ୍ଷର କରିଛି। ଆଜାଦି କ୍ୱେଷ୍ଟ ଖେଳ ଗୁଡିକ ଆଣ୍ଡ୍ରଏଡ୍ ଏବଂ ଆଇଓଏସ ଡିଭାଇସ୍ ପାଇଁ ଇଂରାଜୀ ଏବଂ ହିନ୍ଦୀରେ ଭାରତର ଲୋକଙ୍କ ପାଇଁ ଉପଲବ୍ଧ ଏବଂ ସେପ୍ଟେମ୍ବର ୨୦୨୨ ରୁ ଏହା ସାରା ବିଶ୍ୱରେ ଉପଲବ୍ଧ ହେବ। ଅନଲାଇନ୍ ଗେମିଂ କମ୍ପାନୀ ଜିଙ୍ଗା ଇଣ୍ଡିଆ ୨୦୧୦ ରେ ବେଙ୍ଗାଲୁରୁରେ ସ୍ଥାପିତ ହୋଇଥିଲା ଏବଂ ମୋବାଇଲ୍ ଏବଂ ୱେବ୍ ମାଧ୍ୟମରେ ଫ୍ରାଂଚାଇଜରେ କେତେକ ଲୋକପ୍ରିୟ ଖେଳର ବିକାଶ କରିଛି।

‘ଶିକ୍ଷାର କ୍ରୀଡ଼ା କରଣ’ ସଂକଳ୍ପ ଉପରେ ଆଧାରିତ ଏହି ସ୍ୱତନ୍ତ୍ର ଖେଳ ଶୃଙ୍ଖଳା ଦେଶରେ ଶିକ୍ଷା କ୍ଷେତ୍ରରେ ପରିବର୍ତନ ଆଣିବ। ଖେଳ ଭିତିକ ଶିକ୍ଷଣ ଶ୍ରେଣୀଗୃହ ଏବଂ ବୟସ ବାହାରେ ଶିକ୍ଷଣ ପ୍ରକ୍ରିୟାକୁ ବିସ୍ତାର କରି ଏକ ସମାନ ଏବଂ ଆଜୀବନ ନିଷ୍ପକ୍ଷ ଶିକ୍ଷା ପ୍ରଦାନ କରିଥାଏ। ଆଜାଦି କ୍ୱେଷ୍ଟ ସିରିଜ୍ ଭାରତର ସ୍ୱାଧୀନତା ସଂଗ୍ରାମ ଏବଂ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ କିମ୍ବଦନ୍ତୀ ବିଷୟରେ ଜ୍ଞାନ ପ୍ରଦାନ କରିବ, ଯାହା ଦ୍ୱାରା ଖେଳାଳି ମାନେ ଗର୍ବ ଅନୁଭବ କରିବେ ଏବଂ କର୍ତବ୍ୟର ଭାବନା ଅନୁଭବ କରିବେ ଏବଂ ଉପନିବେଶବାଦୀ ମାନସିକତାର ଭାବନାକୁ ହଟାଇବାରେ ମଧ୍ୟ ଏହା ସହାୟକ ହେବ ଯାହା ମାନନୀୟ ପ୍ରଧାନମନ୍ତ୍ରୀଙ୍କର ୭୬ ତମ ସ୍ୱାଧୀନତା ଦିବସ ଭାଷଣରେ ‘ଅମୃତ କାଳର ପଂଚ ପ୍ରାଣ’ ଉପରେ ଗୁରୁତ୍ୱାରୋପ କରା ଯାଇଥିଲା।

ସିରିଜର୍ ପ୍ରଥମ ଖେଳ ହେଉଛି ଆଜାଦି କ୍ୱେଷ୍ଟ: ମ୍ୟାଚ୍ ୩ ପଜଲ୍, ୧୮୫୭ ରୁ ୧୯୪୭ ପର୍ଯ୍ୟନ୍ତ ଭାରତର ସମଗ୍ର ସ୍ୱାଧୀନତାର ରଙ୍ଗୀନ ଯାତ୍ରା ସହିତ ଖେଳାଳୀ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିବା ଏକ ସରଳ ଏବଂ ସହଜ ଖେଳ। ଖେଳାଳି ମାନେ ଖେଳ ମାଧ୍ୟମରେ ଅଗ୍ରଗତି କରୁଥିବାବେଳେ ୪୯୫ ସ୍ତରରେ ବିସ୍ତାର କରି ପାରିବେ। ୭୫ ଟି ଟ୍ରାଇଭିଆ କାର୍ଡ, ପ୍ରତ୍ୟେକ ଇତିହାସର ପ୍ରମୁଖ ମୂହୁର୍ତ ଗୁଡିକ ପ୍ରଦର୍ଶନ କରନ୍ତି, ଲିଡବୋର୍ଡରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ଏବଂ ସୋସିଆଲ୍ ମିଡିଆରେ ଗେମ ପୁରସ୍କାର ଏବଂ ଅଗ୍ରଗତିର ଅଂଶୀଦାର କରାନ୍ତି। ଅନ୍ୟ ପଟେ, ଆଜାଦି କ୍ୱେଷ୍ଟରେ ଭାରତର ବୀରମାନେ ୭୫ ସ୍ତରରେ ବିସ୍ତୃତ ହୋଇଥିବା ୭୫୦ ପ୍ରଶ୍ନ ମାଧ୍ୟମରେ ଭାରତର ସ୍ୱାଧୀନତାର ବୀରମାନଙ୍କ ବିଷୟରେ ଖେଳାଳିଙ୍କ ଜ୍ଞାନ ପରୀକ୍ଷା କରିବା ପାଇଁ ଏକ କୁଇଜ୍ ଖେଳ ଭାବରେ ଡିଜାଇନ୍ କରା ଯାଇଛି ଏବଂ ୭୫ ‘ଆଜାଦି ବୀର’ କାର୍ଡ ମାଧ୍ୟମରେ ଅଳ୍ପ ଜଣାଶୁଣା ବୀରମାନଙ୍କ ବିଷୟରେ ମଧ୍ୟ କୁହନ୍ତି। ଏହି ‘ଆଜାଦୀ ବୀର’ କାର୍ଡ ଗୁଡ଼ିକ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଆବଂଟନ କରାଯାଇ ପାରିବ।

ପ୍ରକାଶନ ବିଭାଗ ଏବଂ ଜିଙ୍ଗା ଇଣ୍ଡିଆ ମଧ୍ୟରେ ବର୍ଷକର ସହଭାଗିତା ଏହିପରି ଅଧିକ ଖେଳ ପ୍ରଦାନ କରିବ ଏବଂ ବିଷୟବସ୍ତୁ ତଥା ବୈଶିଷ୍ଟ୍ୟ ଓ ବିଷୟବସ୍ତୁ ଦୃଷ୍ଟିରୁ ବିଦ୍ୟମାନ ଖେଳକୁ ବିସ୍ତାର କରିବ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମର ବିଭିନ୍ନ ଦିଗ ବିଷୟରେ ଶିକ୍ଷା ଦେବ ଏବଂ ଲୋକମାନେ ବିଶେଷକରି ଛାତ୍ର ଏବଂ ଯୁବକମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ସୃଷ୍ଟି କରିବ। ଖେଳଗୁଡିକ ଖେଳାଳୀ ମାନଙ୍କୁ ପ୍ରତି ମାସରେ ମଧ୍ୟ ରୋମାଂଚକର ପୁରସ୍କାର ପ୍ରଦାନ କରିବ। ଯେଉଁମାନେ ଆଜାଦି କ୍ୱେଷ୍ଟ୍ ସଂପୂର୍ଣ୍ଣ କରିବେ, ସେମାନଙ୍କୁ ଏକ ସାର୍ଟିଫିକେଟ୍ ମଧ୍ୟ ପ୍ରଦାନ କରିବ। ଆଜାଦି କ୍ୱେଷ୍ଟ ସମ୍ପର୍କିତ ପୁସ୍ତିକା ନିମନ୍ତେ ଏଠାରେ କ୍ଲିକ୍ କରନ୍ତୁ। http://davp.nic.in/ebook/goi_print/index.html

ଅନଲାଇନ୍ ଶୈକ୍ଷିକ ଖେଳ ସିରିଜ ଆଜାଦି କା ଅମୃତ ମହୋତ୍ସବ ଆଜାଦି କ୍ୱେଷ୍ଟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଶୁଭାରମ୍ଭ ସ୍ୱାଧୀନତା ସଂଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ

July 21, 2025
Latest News

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025

ଗୋଆରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନର ଜରୁରୀକାଳୀନ ଅବତରଣ, ବିମାନରେ ଥିଲେ ୧୪୦ ଯାତ୍ରୀ

July 21, 2025

ପୁଣି ଭାରତ ବିରୁଦ୍ଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: କହିଲେ, ଆମ ସେନା ସହିତ ଯୁଦ୍ଧ କର, ଦେଖିବା ତୁମେ କେତେ ଶକ୍ତିଶାଳୀ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.