ବୁର୍ଲା ଭିସୁଟ ପରିଦର୍ଶନ କଲେ ମୁଖ୍ୟ ଶାସନ ସଚିବଙ୍କ ସହ 5ଟି ସଚିବ, ଘୋଷଣା କଲେ ପ୍ୟାକେଜ

Published: Aug 25, 2022, 3:58 pm IST

ସମ୍ବଲପୁର: ଆଜି ବୁର୍ଲା ଭିସୁଟକୁ ପରିଦର୍ଶନ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ 5ଟି ସଚିବ ଭିକେ ପାଣ୍ଡିୟାନ। ଆଜି ଉଭୟ ଏହି କଲେଜ ପରିଦର୍ଶନ କରିବା ସହିତ ପ୍ୟାକେଜ ମଧ୍ୟ ଘୋଷଣା କରିଛନ୍ତି। ତାହା ହେଲା ଭିସୁଟର ବିକାଶ ପାଇଁ ସରକାର ଏକ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିସହିତ ଏହାର ଶିକ୍ଷାର୍ଥୀଙ୍କ ସଂଖ୍ୟା 5 ହଜାରରୁ 10 ହଜାରକୁ ବୃଦ୍ଧି କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏଥିସହିତ ଏହା ପରିସୀମା ମଧ୍ୟ ବୃଦ୍ଧି କରାଯିବ ବୋଲି ସାମ୍ବାଦିକଙ୍କୁ ମୁଖ୍ୟ ଶାସନ ସଚିବ କହିଛନ୍ତି। ସେ କହିଛନ୍ତି ଯେ, ଏହାର ପରିସୀମା ବୃଦ୍ଧି ପାଇଁ 10 ଏକ ଜମି ଚିହ୍ନଟ ହୋଇଛି। ଖୁବ ଶିଘ୍ର ଏହାକୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି। ସେହିପରି ଏହାକୁ ସେଣ୍ଟର ଫର ଏକ୍ସଲାନସି କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।

ଏହି ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ଏବଂ 5ଟି ସଚିବଙ୍କ ସହିତ ଶିଳ୍ପ ଏବଂ ଦକ୍ଷତା ବିକାଶ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା ଏବଂ ସମ୍ବଲପୁର ଜିଲ୍ଲାପାଳ ଅନ୍ୟନ୍ୟା ଦାସ ମଧ୍ୟ ଉପସ୍ଥିତ ଥିଲେ। ଏମାନେ ମା ସମଲେଶ୍ବରୀ ମନ୍ଦିର ଯାଇ ସେଠାକାର ପ୍ରକଳ୍ପ ଉପରେ ମଧ୍ୟ ଅନୁଧ୍ୟାନ କରିଥିଲେ।

Related posts