Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋସିଆଲ ମିଡ଼ିଆ ମାଧ୍ୟମରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ
ଆଜିର ଖବର

ସୋସିଆଲ ମିଡ଼ିଆ ମାଧ୍ୟମରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

August 25, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଅଗଷ୍ଟ ୧୬ ତାରିଖରୁ କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମ ଉଚ୍ଛେଦ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଦଶମ ଦିନରେ ପହଁଚିଛି,ଏଥିରେ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ, ଯୋଜନାଓ ସମବାୟ, ଖାଉଟି ଯୋଗାଣ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଶିଶୁ ଏବଂ ମହିଳା ସଂସକ୍ତିକରଣ, ଶକ୍ତି, ଦକ୍ଷତା ,ଜଙ୍ଗଲ ଏବଂ ପରିବେଶ, ଶ୍ରମ, ପୋଲିସ ଏବଂ ଅଗ୍ନିଶମରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଚୁକ୍ତିଭିତ୍ତିକ ନିଯୁକ୍ତି/ପ୍ରାରମ୍ଭିକ ନିଯୁକ୍ତିକୁ ବିରୋଧ କରି ବିଭିନ୍ନ ବ୍ଲକ, ତହସିଲ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଦପ୍ତର ଠାରୁ ନେଇ ରାଜ୍ୟ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ବିଭାଗର ଚୁକ୍ତିଭିତ୍ତିକ କର୍ମଚାରୀ କଳାବ୍ୟାଚ ପରିଧାନ ସହ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଏବଂ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସ୍ୱାସ୍ଥ୍ୟ ଏବଂ ପୋଲିସ ଭଳି ଜରୁରୀ କାଳୀନ ବିଭାଗରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଉକ୍ତ ଶାନ୍ତିପୂର୍ଣ ଆନ୍ଦୋଳନ ରେ ସାମିଲ ହୋଇ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ନିୟମିତ ଚାକିରୀରେ ଯୋଗ କରିବା ସହ ସବୁ କ୍ଷେତ୍ରରେ ଗଣନା କରିବା ପାଇଁ ମୁଖ୍ୟ ଦୁଇ ଦାବି ବିଭିନ୍ନ ଜିଲ୍ଲା ମୁଖ୍ୟ ଏବଂ ପୋଲିସ କର୍ମଚାରୀ ମାନେ ଏସପିଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ ଆଦି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

୨୦୧୭ ମସିହା ରେ ରାଜ୍ୟସରକାର ସପ୍ତମ ବେତନ କମିଶନ ଲାଗୁକରିଥିଲେ ମଧ୍ୟ ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କୁ ସେମାନଙ୍କ ମୂଳଦରମା ମଧ୍ୟ ଦେଲେନାହିଁ. ରାଜ୍ୟସରକାର ଙ୍କ ତଥ୍ୟ ମୁତାବକ ସାମ୍ପ୍ରତି ଓଡିଶା ଏକ ଆର୍ଥିକ ବଳକା ବିକାଶଶୀଳ ରାଜ୍ୟ ହେଇଥିବା ବେଳେ ଚୁକ୍ତିଭିତ୍ତିକ ନିଯୁକ୍ତି କେତେଦୂର ନ୍ୟାୟଯୁକ୍ତ। ଦୀର୍ଘ ବର୍ଷ ଧରି ବିଭିନ୍ନ ପର୍ଯ୍ୟାୟରେ ଆନ୍ଦୋଳନ ଚଳାଇଥିବା ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘର ଦାବିକୁ ସମ୍ମାନ ଜଣାଇ ସଂଘର ପ୍ରତିନିଧି ମାନଙ୍କ ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକ୍ରମେ ରାଜ୍ୟ ସରକାରଙ୍କ ଦ୍ୱାରା ବିଷଦ ଆଲୋଚନା କରାଯାଇଥିଲା। ଚୁକ୍ତିଭିତିକ ଉଚ୍ଛେଦ,କର୍ମଚାରୀ ମାନଙ୍କୁ ୦୧.୦୧.୨୦୧୬ ରିଖରୁ ନିଯୁକ୍ତି ନିୟମରେ ସଂଶୋଧନ,ବେତନ ବୃଦ୍ଧି, ନିଯୁକ୍ତି ସମୟକୁ ଚାକିରୀ ସମୟ ଭାବେ ଗଣତି ସହ ଏହି ବ୍ୟବସ୍ଥାକୁ ସଂପୂର୍ଣ୍ଣ ଉଚ୍ଛେଦ ପାଇଁ ମହାସଙ୍ଘର ସବୁ ଦାବି ମାନି ନେଇ ଏବେ ୫୦% ଦରମା ବୃଦ୍ଧି କରିବା ସହ ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ ଦାବି ପୂରଣ କରିବା ନିମନ୍ତେ ପ୍ରତିଶୃତି ମଧ୍ୟ ଦେଇଥିଲେ।

ଏହି ସମୟ ମଧ୍ୟରେ ରାଜ୍ୟ ସରକାର ଯଦି ସରକାରୀ ଚୁକ୍ତିଭିତ୍ତିକ ମହାସଂଘକୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ସେମାନଙ୍କ ଦାବି ଗୁଡିକୁ ପୂରଣ ନକରନ୍ତି ତେବେ ଚୁକ୍ତିଭିତ୍ତିକ ମହାସଂଘର ପୂର୍ଵ ନିର୍ଧାରିତ ଯୋଜନା ଅନୁଯାୟୀ ରାଜ୍ୟରେ କାର୍ଯ୍ୟରତ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଆସନ୍ତା ସେପ୍ଟେମ୍ବର ମାସ ୧୧ ତାରିଖରେ ଭୁବନେଶ୍ୱର ସ୍ଥିତ ଗାନ୍ଧୀମାର୍ଗ ଠାରେ ଏକ ବୃହତ ଆନ୍ଦୋଳନରେ ସାମିଲ ହେବେ ବୋଲି ଏକ ପ୍ରେସ୍ ରିଲଜ୍ ଦ୍ୱାରା ରାଜ୍ୟ ସରକାନଙ୍କ ଅବଗତି ନିମନ୍ତେ ଚୁକ୍ତିଭିତ୍ତିକ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ, ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଭାତ ମହାନ୍ତି, ସାଧାରଣ ସଂପାଦକ କ୍ଷିତିଶ୍ ପଣ୍ଡା,ସଙ୍ଘଠନ-ସମ୍ପାଦକ ପ୍ରଶାନ୍ତ ରାଉତରାୟ, ନର୍ସିଂ ସଂଘ ନେତା ଅଶ୍ୱିନୀ ଦାସ,ଶିକ୍ଷକ ନେତା ପୂର୍ଣ୍ଣ ଚନ୍ଦ୍ର ଆଇଚ,ସୁଭ୍ରଜିତ ପ୍ରତିହାରୀ, ବିଶ୍ଵଜିତ ବିଶ୍ଵାଳ,ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ,ଜନ୍ମୋଜୟ ମାଝୀ, ସ୍ମାରକ ରଞ୍ଜନ ସାହୁ,ମାନସ ପରିଡା, ଆଦିତ୍ୟ ସ୍ଵାଇଁ, ଅକ୍ଷୟ ପାଢି, ଉପ-ସଭାପତି ,ପ୍ରଭାସ ଭୋଇ, ପ୍ରିତୀରଞ୍ଜନ ପ୍ରଧାନ, ଯୁଗ୍ମ ସମ୍ପାଦକ – ଅଶୋକ ଗଉଡ଼, ବାବୁଲ ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିତି ପଣ୍ଡା, ଶିବ ଶଙ୍କର ସାହୁ ପ୍ରେସ ରିଲଜ ଦ୍ୱାରା ଜଣାଇଛନ୍ତି।

ଓଡିଶା ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ସୋସିଆଲ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

March 22, 2026
Latest News

ଆଇଆଇଟି ବମ୍ବେରେ ‘ଭାରତ ଇନୋଭେଟ୍ସ ଡିପ୍-ଟେକ୍ ପ୍ରି-ସମିଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

March 22, 2026

ଭାରତୀୟ ରେଳବାଇ ଲୋକୋ ଓ ଟ୍ରାଫିକ୍ କର୍ମଚାରୀଙ୍କ ବର୍ଦ୍ଧିତ ଭତ୍ତାରେ ହେଲା ସଂଶୋଧନ

March 22, 2026

ଅହମ୍ମଦାବାଦରେ ଓଡ଼ିଆ ପ୍ରବାସୀ ସମ୍ମିଳନୀ ‘ଓଡ଼ିଶା ପର୍ବ’ର ଦ୍ବିତୀୟ ଦିନ,ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

March 22, 2026

ଦେଶରେ ତୈଳ, ଗ୍ୟାସ ବିଦ୍ୟୁତ ଶକ୍ତିର ସ୍ଥିତି ସଂପର୍କରେ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦି

March 22, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ରେକର୍ଡ, ଶାସନ କ୍ଷମତା ଶୀର୍ଷରେ ରହିବାର ହେଲା ୮,୯୩୧ ଦିନ

March 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.