କରୋନା ଅପଡେଟ୍: ଦେଶରେ ନୂତନ ମାମଲାରେ ୧୯.୫ ପ୍ରତିଶତ ହ୍ରାସ

Published: Aug 29, 2022, 10:06 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୫୯୧ ଟି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ମାମଲା ୪ କୋଟି ୪୪ ଲକ୍ଷ ୧୫ ହଜାର ୭୨୩ କୁ ବୃଦ୍ଧି ହୋଇଛି। ସେହିଭଳି ସକ୍ରିୟ ମାମଲା ସଂଖ୍ୟା ହେଉଛି ୮୪ ହଜାର ୯୩୧ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୨୦୬ ଲୋକ କରୋନାରୁ ଆରୋଗ୍ୟ ହୋଇଛନ୍ତି, ଯାହାଫଳରେ ଏପର୍ଯ୍ୟନ୍ତ ସମୁଦାୟ ୪ କୋଟି ୩୮ ଲକ୍ଷ ୨ ହଜାର ୯୯୩ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ୪୫ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୫ ଲକ୍ଷ ୨୭ ହଜାର ୭୯୯ ଜଣଙ୍କର ମୃତ୍ୟୁ ହୋଇଛି।

Related posts