Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଅର ଶବ ମୁକୁଳେଇବା ପାଇଁ ଦିନ ମଜୁରିଆ ବାପାକୁ ସାହା ହେଲା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା
ଆଜିର ଖବର

ପୁଅର ଶବ ମୁକୁଳେଇବା ପାଇଁ ଦିନ ମଜୁରିଆ ବାପାକୁ ସାହା ହେଲା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା

August 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପୁଅର ଶବ ମୁକୁଳେଇବା ପାଇଁ ଦିନ ମଜୁରିଆ ବାପାକୁ ସାହା ହେଲା ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା

ଭୁବନେଶ୍ବର: ଚିକିତ୍ସାଧୀନ ଅବସ୍ଥାରେ ପୁଅର ମୃତ୍ୟୁ ହେଲା ପରେ ମୃତଦେହ ହସ୍ପିଟାଲରୁ ନେବା ଦିନ ମଜୁରିଆ ବାପ ସାମର୍ଥ୍ୟର ବାହାରେ ଥିଲା। ଚିକିତ୍ସା ବାବଦରେ ହସ୍ପିଟାଲରେ ମୋଟା ଅଙ୍କ ଅର୍ଥରାଶିର ବିଲ୍ ପୈଠ କରିବା ତାଙ୍କ ପାଇଁ କାଠିକର ପାଠ ଥିଲା । ତେବେ ଏଭଳି ସ୍ଥିତିରେ ଓଡ଼ିଶା ମୋ ପରିବାର ସଂଯୋଜନାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ତାଙ୍କୁ ସହାୟତା ଯୋଗାଇ ଦିଆଯାଇଛି।

ସୂଚନାନୁଯାୟୀ, ମୟୂରଭଞ୍ଜ ଜିଲ୍ଲା କାଠଶିର୍ଶି ଗ୍ରାମର ବାସିନ୍ଦା ବୀରକିଶୋର ପାତ୍ର ଦିନ ମଜୁରିଆ ଭାବେ କାମ କରି ପରିବାର ଚଳେଇ ଥା’ନ୍ତି। ଭାଗ୍ୟର ବିଡମ୍ବନା, ତାଙ୍କର ଏକମାତ୍ର ପୁଅ ବିଷ୍ଣୁର ମୁଣ୍ଡରେ ପାଣି ଜମି ଅବସ୍ଥା ଗୁରୁତର ହେବାରୁ ସେ ଚିକିତ୍ସା ନିମନ୍ତେ କଟକସ୍ଥିତ ଶିଶୁଭବନକୁ ନେଇଆସିଥିଲେ। ସେଠାରେ ତାଙ୍କୁ କେହି ଜଣେ ବ୍ୟକ୍ତି ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ପ୍ରବର୍ତ୍ତାଇ ଥିଲେ। ବୀରକିଶୋର ବିଳମ୍ବ ନକରି ତାଙ୍କ ପୁଅକୁ ଶିଶୁଭବନରୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ କିଛିଦିନ ଚିକିତ୍ସା ହେବା ପରେ ହସ୍ପିଟାଲର କର୍ତ୍ତୃପକ୍ଷ ତାଙ୍କୁ ମୋଟା ଅଙ୍କର ବିଲ୍ ଦେଇଥିଲେ ଯାହାକୁ ସେ ଭରିବାକୁ ଅସମର୍ଥ ଥିଲେ।

ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଅଧୀନରେ ଚିକିତ୍ସାର ପଇସା କାଟିବାକୁ ଅନୁରୋଧ କରିଥିଲେ କିନ୍ତୁ ହସ୍ପିଟାଲର କର୍ତ୍ତୃପକ୍ଷ ରାଜି ହୋଇନଥିଲେ। ଦୁର୍ଭାଗ୍ୟବଶତଃ, ଗତ ଅଗଷ୍ଟ ୨୮ ତାରିଖରେ ତାଙ୍କ ପୁଅ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ହସ୍ପିଟାଲର ମ୍ୟାନେଜର ତାଙ୍କୁ କିଛି ଅର୍ଥ ଜମା କରି ପୁଅର ମୃତଦେହ ନେବାକୁ କହିଥିଲେ। ପୁଅକୁ ହରାଇବାର ଦୁଃଖ ଏବଂ ହାତରେ ପଇସା ନଥିବାରୁ ବୀରକିଶୋର ଅସହାୟ ହୋଇପଡ଼ିଥିଲେ ଓ ସଙ୍ଗେସଙ୍ଗେ ବାଙ୍ଗିରିପୋଷି ବିଧାୟକ ଶ୍ରୀ ସୁଦାମ ମାରାଣ୍ଡିଙ୍କର ସହଯୋଗ ଲୋଡିଥିଲେ। ଶ୍ରୀ ମାରାଣ୍ଡି ଘଟଣା ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

ଓଡ଼ିଶା ମୋ ପରିବାର କଟକ ସହର ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳ ଏବଂ ବିଜୁ ଜନତା ଦଳର କଟକ ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସମସ୍ତ ବିଲ୍ କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଆଣିଥିଲେ ଓ ବୀରକିଶୋର ପୂର୍ବରୁ ଦେଇଥିବା ଅର୍ଥରାଶି ମଧ୍ୟ ହସ୍ପିଟାଲ ପକ୍ଷରୁ ଫେରସ୍ତ ହୋଇଥିଲା। ଏ ସମସ୍ତ ପ୍ରକ୍ରିୟାକୁ କଟକ ବଡ଼ ମେଡ଼ିକାଲ ର ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ଦୀପ୍ ରଥ ସଂଯୋଜନା କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ

October 23, 2026

ଘରୁ ଡାକି ନେଇ ଯୁବକକୁ ହତ୍ୟା, ବାଲୁଗାଁରୁ ଅଭିଯୁକ୍ତ ଗିରଫ

October 23, 2026

ଅରୁଣାଚଳ ସୀମାରେ ଚୀନ୍‌କୁ ଜବାବ : ଡ୍ରୋନ୍ ବଳରେ ମଜବୁତ ହେଉଛି ଆଇଟିବିପି

October 23, 2026

ଡିଜେ ଗାଡ଼ି ଓଲଟି ଜଣଙ୍କ ମୃତ୍ୟୁ, ୯ ଗୁରୁତର

October 23, 2026
Latest News

ଅନ୍ନାମାଲାଇଙ୍କ ସ୍ପଷ୍ଟୀକରଣ: ସିଜେପି ଏଜେଣ୍ଡା ଅଲଗା, କେବେ ବି ସମର୍ଥନ କରିବେ ନାହିଁ

October 23, 2026

ଘରୁ ଡାକି ନେଇ ଯୁବକକୁ ହତ୍ୟା, ବାଲୁଗାଁରୁ ଅଭିଯୁକ୍ତ ଗିରଫ

October 23, 2026

ଅରୁଣାଚଳ ସୀମାରେ ଚୀନ୍‌କୁ ଜବାବ : ଡ୍ରୋନ୍ ବଳରେ ମଜବୁତ ହେଉଛି ଆଇଟିବିପି

October 23, 2026

ଡିଜେ ଗାଡ଼ି ଓଲଟି ଜଣଙ୍କ ମୃତ୍ୟୁ, ୯ ଗୁରୁତର

October 23, 2026

ପରିବାର ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ, ହାଇକୋର୍ଟରେ ଛାଡ଼ପତ୍ର ମାମଲାର ନୂଆ ମୋଡ଼

October 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.