Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ଦେଶବ୍ୟାପୀ ସୁଗମ କରିବାକୁ ବିଜ୍ଞପ୍ତି ଜାରି
ଆଜିର ଖବର

ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ଦେଶବ୍ୟାପୀ ସୁଗମ କରିବାକୁ ବିଜ୍ଞପ୍ତି ଜାରି

August 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ସମଗ୍ର ଦେଶରେ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବା ଆଇଡିପି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୨୬ତାରିଖ (୨୦୨୨ ଅଗଷ୍ଟ ୨୬)ରେ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଭାରତ ଆନ୍ତର୍ଜାତିକ ସଡକ ପରିବହନ ଚୁକ୍ତି ୧୯୪୯ (ଜେନେଭା ଚୁକ୍ତି)ରେ ସ୍ୱାକ୍ଷର କରିଥିବାରୁ ଆଇଡିପି ବା ଆର୍ନ୍ତଜାତିକ ଡ୍ରାଇଭିଂ ପରିମିଟ୍ ଯୋଗାଇ ଦେବାକୁ ବାଧ୍ୟ। ଭାରତ ଏହି ଚୁକ୍ତି ଅନୁସାରେ ଅନ୍ୟାନ୍ୟ ଦେଶର ନାଗରିକମାନଙ୍କ ସହିତ ନିଜ ଦେଶର ନାଗରିକଙ୍କୁ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ଯୋଗାଇ ଦେବା ସହ ସମ୍ପୃକ୍ତ ସଦସ୍ୟ ରାଷ୍ଟ୍ରରେ ଭାରତୀୟଙ୍କ ପାଇଁ ଅନୁରୂପ ପରମିଟ୍ ପାଇବାକୁ ହକ୍‌ଦାର।

ଏବେ ବିଭିନ୍ନ ରାଜ୍ୟରେ ପ୍ରଦାନ କରାଯାଉଥିବା ଏହି ଆଇଡିପିର ଫର୍ମାଟ, ଆକାର, ପାଟର୍ଣ୍ଣ ଓ ରଙ୍ଗ ଆଦି ଭିନ୍ନ ଭିନ୍ନ। ଏହି କାରଣରୁ ଭାରତର ବିଭିନ୍ନ ରାଜ୍ୟର ଆଇଡିପିଧାରୀ ବିଦେଶରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏବେ ଏହି ସଂଶୋଧନ ଫଳରେ ଭାରତରେ ପ୍ରଦାନ କରାଯାଉଥିବା ସମସ୍ତ ଆଇଡିପିର ଫର୍ମାଟ, ସାଇଜ ଓ ରଙ୍ଗ ଏକପ୍ରକାର ହେବ। ଜେନେଭା ଚୁକ୍ତିର ସର୍ତ୍ତକୁ ଅନୁପାଳନ କରି ଏହି ସଂଶୋଧନ କରାଯାଇଛି। ଆହୁରି ମଧ୍ୟ ଆଇଡିପିକୁ ଡ୍ରାଇଭିଂ ଲାଇସେନ୍ସ ସହିତ ସଂଯୁକ୍ତ କରିବା ପାଇଁ କ୍ୟୁଆର କୋଡ୍‌ର ବ୍ୟବସ୍ଥା ରହିଛି। ଆଇଡିପି ବ୍ୟବସ୍ଥାକୁ ସୁସଂହତ କରିବା ପାଇଁ ୧୯୮୯ ଭାରତୀୟ ମୋଟର ଯାନ ଆଇନକୁ ଅଧିକ ବିସ୍ତାରିତ କରାଯାଇଛି। ଏଥିପାଇଁ ହେଲପ୍ ଲାଇନ ନମ୍ବର ଓ ଇମେଲ ଆଡ୍ରେସ ଯୋଗାଣର ବ୍ୟବସ୍ଥା କରାଯାଇଛି। (ପିଆଇବି)

ବିଜ୍ଞପ୍ତି ଜାରି
Share. Facebook Twitter LinkedIn Email WhatsApp Copy Link

Related Posts

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026
Latest News

ଲଜିଷ୍ଟିକ୍ସ କ୍ଷେତ୍ରରେ ବଡ଼ ସଂସ୍କାର; ଖର୍ଚ୍ଚ କମାଇବା ଓ ଯୋଗାଣ ଶୃଙ୍ଖଳା ସୁଦୃଢ଼ ପାଇଁ ନୂଆ ନୀତି

July 14, 2026

“ମୁଁ ଏକ ଉଡ଼ନ୍ତା ବସ୍ ଆଣିବି”: ଜାଣନ୍ତୁ ନୀତିନ ଗଡକରୀଙ୍କ ଯୋଜନା

July 14, 2026

ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀରେ ବଡ଼ ପରିବର୍ତ୍ତନ!: ଆରମ୍ଭ ହେବ ବାଂଲାଦେଶ ଗସ୍ତ

July 14, 2026

ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

July 14, 2026

ବାଣପୁର: ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

July 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.