
ଲାଲ୍ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସମୟରେ ତାଙ୍କ ମୁଣ୍ଡରେ ସିନ୍ଦୂର ଦେଇ ପୂଜା କରାଯାଇଥାଏ। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ପୂଜା କରା ଯାଇଥାଏ।
ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ ୩୨ ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ ୧୫ ଗଣପତି ହେଉଛନ୍ତି – ବାଲ ଗଣପତି, ତରୁଣ ଗଣପତି, ବୀର ଗଣପତି, କ୍ଷିପ୍ର ଗଣପତି, ମହା ଗଣପତି, ବିଜୟ ଗଣପତି, ଏକାକ୍ଷର ଗଣପତି, ବର ଗଣପତି, କ୍ଷିପ୍ରପ୍ରସାଦ ଗଣପତି, ସୃଷ୍ଟି ଗଣପତି, ଉଦ୍ଦଣ୍ଡ ଗଣପତି, ଢୁଣ୍ଡି ଗଣପତି, ତ୍ରିମୁଖ ଗଣପତି, ଯୋଗ ଗଣପତି ଓ ସଂକଟ ହର ଗଣପତି ଲାଲ୍ ରଙ୍ଗର।
ତେବେ ଯେଉଁମାନେ ଧନ ପ୍ରାପ୍ତ ପାଇଁ ସର୍ବଦା ସବୁଜ ରଙ୍ଗର ଗଣେଶ ମୂର୍ତ୍ତିଙ୍କର ପୂଜା କରିବା ଆବଶ୍ୟକ। ଦକ୍ଷିଣ ଭାରତ ମନ୍ଦିରରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ଥିବା ଦେଖାଯାଇଥାଏ। ଯେଉଁଠି ହରିଦ୍ରା ବର୍ଣ୍ଣର ଗଣପତି ବିରାଜମାନ କରିଥାନ୍ତି। ଯଦି ଆପଣ ମୋକ୍ଷ ପାଇବାକୁ ଚାହୁଁଥାନ୍ତି ବା ସଂସାରରୁ ମୁକ୍ତି ପାଇବାକୁ ଇଚ୍ଛା ରଖୁଥାନ୍ତି ତେବେ ଶ୍ବେତ ବର୍ଣ୍ଣ ଅର୍ଥାତ୍ ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି ଅବା ଫଟୋର ପୂଜା କରନ୍ତୁ। ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋକୁ ତିନି ପର୍ଯ୍ୟାୟରେ ଆରଧନା କରିବା ଦ୍ବାରା ମୋକ୍ଷ ମିଳିଥାଏ।
ତେବେ କିଛି କିଛି ଜାଗାରେ ଗଣେଶଜୀଙ୍କ କଳା, ହଳଦିଆ, ସୁନେଲୀ ଆଦି ରଙ୍ଗର ମୂର୍ତ୍ତି ମିଳିଥାଏ। ଏହି ସମସ୍ତ ରଙ୍ଗର ଗଣପତିଙ୍କୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ପୂଜା କରାଯାଇଥାଏ।