Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଗଣେଷ ପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଗଣେଷ ପୂଜା। ସାରା ଓଡିଶାର ପୁରପଲ୍ଲୀରେ ଚାଲିଛି ଗଣନାଥଙ୍କ ଆରାଧନା। ଆଜି ସକାଳୁ ଏହି ପୂଜା ଆରମ୍ଭ ହୋଇଛି ଯାହା ଦଶଦିନ ଧରି ଚାଲିବ। ଏହାପରେ ଗଣନାଥଙ୍କ ବିସର୍ଜନ ଉତ୍ସବ ଆୟୋଜିତ ହେବ।

ଏହି ଗଣେଷ ପୂଜା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜାଣାଇଛନ୍ତି। ସେ ଟୁଇଟ ଯୋଗେ କହିଛନ୍ତି ଯେ, ” ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ବିଘ୍ନରାଜ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ପ୍ରତ୍ୟକଟି ଜୀବନ ସୁଖମୟ ଓ କଲ୍ୟାଣମୟ ହେଉ।’

Categories
ଆଜିର ଖବର ଜାତୀୟ ଖବର ଧର୍ମ

ପ୍ରଭୃ ଶ୍ରୀଗଣେଷଙ୍କୁ କେଉଁ ଭୋଗ ଅର୍ପଣ କଲେ ସେ ହୋଇଥାଆନ୍ତି ପ୍ରସନ୍ନ, କରନ୍ତି ଆଶୀର୍ବାଦ

ଭୁବନେଶ୍ବର: ଗଣେଶ ଚତୁର୍ଥୀଠାରୁ ଭଗବାନ ଶ୍ରୀଗଣେଶଙ୍କୁ ୧୦ଦିନ ଧରି ପୂଜା କରାଯାଇଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିସର୍ଜନ କରାଯାଇଥାଏ। ୧୦ ଦିନ ଧରି ଚାଲିଥିବା ଏହି ପର୍ବରେ ଅର୍ଥାତ୍ ଅନନ୍ତ ଚତୁର୍ଦଶୀ ବା ଅନନ୍ତ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।

ତେବେ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା।

୧- ମୋଦକ ଲଡୁ: ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ। ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ। ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ।

୨- ବୁନ୍ଦି ଲଡୁ: ମୋଦକ ପରେ ଗଣେଶ ମଧ୍ୟ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ସେ ଶୁଦ୍ଧ ଘିଅରୁ ପ୍ରସ୍ତୁତ ଏହି ମଇଦା ଲଡୁକୁ ପସନ୍ଦ କରନ୍ତି।

୩- ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି ହୁଏ। ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।

୪- ଖୁଆ ପେଡା: ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ। ଏହାର ଆକାର ଗୋଲାକାର।

୫- ପଞ୍ଚାମୃତ: ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।

୬- ରସାବଳି: ରସାବଳି ମଧ୍ୟ ଶ୍ରୀଗଣେଷଙ୍କ ଅତି ପ୍ରିୟ ଭୋଗ। ଏହା ମଧ୍ୟ ସମସ୍ତେ ଘରେଘରେ ପ୍ରସ୍ତୁତ କରିଥାନ୍ତି। କଦଳୀ ଖିର ଏବଂ ମିଠା ମିଶାଇ ତାହାକୁ ଚକଡି ଏହାକୁ ପ୍ରସ୍ତୁତ କରାଯାଇଥାଏ।

୭- ପାଏସ ବା ଖିରୀ: ଏହି ଭୋଗ ମଧ୍ୟ ଗଣେଷଙ୍କର ପ୍ରିୟ। ଏହାକୁ ମଧ୍ୟ ସମସ୍ତେ ଘରେ ପ୍ରସ୍ତୁତ କରିଥାନ୍ତି। ହେଲେ ଏହା ଭୋଜି ଖିରୀ ପରି କରାଯିବ ନାହିଁ। ଏହାକୁ ମୁଗ ଖିରୀ ବୋଲି କୁହାଯାଏ। ଅର୍ଥାତ ଏହାକୁ ମୁଗ, ଖିରୀ ଚାଉଳ, ଖିର ଏବଂ ମିଠା ଦ୍ବାରା ପ୍ରସ୍ତୁତ ହୋଇଥାଏ।

୮- ନଡିଆ: ଭଗବାନ ଗଣେଷଙ୍କ ପ୍ରିୟ ହେଉଛି ନଡିଆ। ସେଥିପାଇଁ ସ୍କୁଲରେ ଗଣେଷ ପୂଜା ବେଳେ ନଡିଆ ବାଡାଇବା ପରଂପରା ରହିଛି। ସେଥିପାଇଁ ଗଣେଷ ପୂଜାରେ ନଡିଆ ଭୋଗ ନିଶ୍ଚିତ କରାଯାଇଥାଏ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଶ୍ରୀଗଣେଷଙ୍କ ଏହି ୧୪ଟି ନାମ ମନେମନେ ଧ୍ୟାନ କରନ୍ତୁ, ମିଳିବ ଶୁଭ ଖବର

ଭୁବନେଶ୍ବର: ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି । ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି ୧୪ ନାମ ମଧ୍ୟ ଜପ କରିବା-

ଭଗବାନ ଗଣେଶଙ୍କର ୧୪ ନାମ:–

୧- ବିନୟକ, ୨- ଗଜାନନ, ୩- ଗଣେଶ, ୪- ଲମ୍ବୋଦର, ୫- ଏକଦନ୍ତ, ୬- ବକ୍ରତୁଣ୍ଡ, ୭- ବିଘ୍ନରାଜ,  ୮- ବିଶ୍ବରାଜ, ୯- ବୁଦ୍ଧିନାଥ, ୧୦- ବିକଟ, ୧୧- ହେରମ୍ବ, ୧୨- କୃଷ୍ଣପିଙ୍ଗାକ୍ଷ, ୧୩- ଅଖୁରଥ, ୧୪- ଭୂପତି।

Categories
ଆଜିର ଖବର ଧର୍ମ ବ୍ୟବସାୟ ରାଜ୍ୟ ଖବର

ଜାଣନ୍ତୁ ଘରେ କେଉଁ ରଂଗର ଗଣେଷ ମୂର୍ତ୍ତି ପୂଜା କଲେ ମିଳିବ ସଫଳତା

ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସମୟରେ ତାଙ୍କ ମୁଣ୍ଡରେ ସିନ୍ଦୂର ଦେଇ ପୂଜା କରାଯାଇଥାଏ। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ପୂଜା କରା ଯାଇଥାଏ।

ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ ୩୨ ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ ୧୫ ଗଣପତି ହେଉଛନ୍ତି – ବାଲ ଗଣପତି, ତରୁଣ ଗଣପତି, ବୀର ଗଣପତି, କ୍ଷିପ୍ର ଗଣପତି, ମହା ଗଣପତି, ବିଜୟ ଗଣପତି, ଏକାକ୍ଷର ଗଣପତି, ବର ଗଣପତି, କ୍ଷିପ୍ରପ୍ରସାଦ ଗଣପତି, ସୃଷ୍ଟି ଗଣପତି, ଉଦ୍ଦଣ୍ଡ ଗଣପତି, ଢୁଣ୍ଡି ଗଣପତି, ତ୍ରିମୁଖ ଗଣପତି, ଯୋଗ ଗଣପତି ଓ ସଂକଟ ହର ଗଣପତି ଲାଲ୍‌ ରଙ୍ଗର।

ତେବେ ଯେଉଁମାନେ ଧନ ପ୍ରାପ୍ତ ପାଇଁ ସର୍ବଦା ସବୁଜ ରଙ୍ଗର ଗଣେଶ ମୂର୍ତ୍ତିଙ୍କର ପୂଜା କରିବା ଆବଶ୍ୟକ। ଦକ୍ଷିଣ ଭାରତ ମନ୍ଦିରରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ଥିବା ଦେଖାଯାଇଥାଏ। ଯେଉଁଠି ହରିଦ୍ରା ବର୍ଣ୍ଣର ଗଣପତି ବିରାଜମାନ କରିଥାନ୍ତି। ଯଦି ଆପଣ ମୋକ୍ଷ ପାଇବାକୁ ଚାହୁଁଥାନ୍ତି ବା ସଂସାରରୁ ମୁକ୍ତି ପାଇବାକୁ ଇଚ୍ଛା ରଖୁଥାନ୍ତି ତେବେ ଶ୍ବେତ ବର୍ଣ୍ଣ ଅର୍ଥାତ୍‌ ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି ଅବା ଫଟୋର ପୂଜା କରନ୍ତୁ। ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋକୁ ତିନି ପର୍ଯ୍ୟାୟରେ ଆରଧନା କରିବା ଦ୍ବାରା ମୋକ୍ଷ ମିଳିଥାଏ।

ତେବେ କିଛି କିଛି ଜାଗାରେ ଗଣେଶଜୀଙ୍କ କଳା, ହଳଦିଆ, ସୁନେଲୀ ଆଦି ରଙ୍ଗର ମୂର୍ତ୍ତି ମିଳିଥାଏ। ଏହି ସମସ୍ତ ରଙ୍ଗର ଗଣପତିଙ୍କୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ପୂଜା କରାଯାଇଥାଏ।

Categories
ଆଞ୍ଚଳିକ ସଂସ୍କୃତି

ଗଣେଶ ପୂଜା ପାଇଁ ଏକାମ୍ର ରାଜା ଗଣେଶ ପୂଜା କମିଟି ତରଫରୁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଶ୍ରୀ ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଆଶୀର୍ବାଦକ୍ରମେ “ଏକାମ୍ର ରାଜା ଗଣେଶ ପୂଜା କମିଟି” ଆନୂକୁଲ୍ୟରେ ବହୁ ପୁରାତନ ଶ୍ରୀ ଗଣେଶ ପୂଜା ବଢ଼େଇବାଙ୍କ ଛକ ସ୍ଥିତ ଦେବୀ ମଣ୍ଡପରେ ଅନୁଷ୍ଠିତ ହୋଇ ଆସୁଛି। ପୂଜା କମିଟିର ଏକ ପ୍ରସ୍ତୁତି ବୈଠକ ଓ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଟାଉନ୍ କ୍ଲବ ପରିସରରେ ଅନୁଷ୍ଠିତ ହୋଇଥିଲା।

ଏକାମ୍ର କ୍ଷେତ୍ରର ସର୍ବପୁରାତନ ପୂଜାର ମାନ୍ୟତା ପାଇଥିବାରୁ ଏକାମ୍ର ରାଜାଙ୍କ ନାମରେ ପରିଚିତ ଓ ଏହା ପୁରୁଣା ଭୁବନେଶ୍ୱରର ସର୍ବୋଚ୍ଚ ଗଣେଶ ବିଗ୍ରହ। ଶ୍ରୀଲିଙ୍ଗରାଜଙ୍କ ଅଙ୍ଗଲାଗି ସେବକ ‘ବଡ଼ୁ ସେବକ’ମାନେ ମହାପ୍ରଭୁଙ୍କ ଆଜ୍ଞାମାଳ ଆଣି ବିଧି ମୁତାବକ କାର୍ଯ୍ୟ ସମ୍ପାଦନ କରିବା ସହ ପ୍ରସାଦ ବଂଟନ କରାଯାଏ।

ଚଳିତ ବର୍ଷ ଏକାମ୍ର ରାଜା ମହୋତ୍ସବରେ ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମଂଟୁ ଛୁରିଆ, ସତ୍ୟଜିତ୍ ପ୍ରଧାନ ସମେତ ବହୁ ନାମି କଳାକାରଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯିବ। ସେହିପରି ଚଳିତ ବର୍ଷ ଗଣେଶ ଭଷାଣରେ ପାରମ୍ପାରିକ ବାଦ୍ୟ ଯଥା ବଲାଙ୍ଗିରର କଲାରା ପାର୍ଟି, ଜୁନାଗଡ଼ର ମେଲୋଡ଼ି, ସମ୍ବଲପୁରର ଘଂଟବାଦ୍ୟ, କୋଲକତାର ଛଉ ନୃତ୍ୟ, ପୁରୀର ନାଗା, କେରଳର କଥକଲି, କଳାହାଣ୍ଡିର ବାହୁବଳୀ ନୃତ୍ୟ, ବ୍ରହ୍ମପୁରର ବ୍ରାସବ୍ୟାଣ୍ଡ ପାର୍ଟି, ବାଳକାଟିର ଘୋଡ଼ାନାଚ ସମେତ ବିଭିନ୍ନ ପ୍ରକାର ବାଦ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି ବୋଲି କମିଟିର ସଭାପତି ଅମୀୟ ଦାଶ ଓ ସମ୍ପାଦକ ତଥା କର୍ପୋରେଟର ଶିବ ପ୍ରସାଦ ବେହେରା ସୂଚନା ପ୍ରଦାନ କରିଥିଲେ।

ଏହି ଅବସରରେ ଏକାମ୍ର ରାଜା ଗଣେଶ ପୂଜା ପୁସ୍ତିକା ଲୋକାର୍ପଣ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ମକଦ୍ଦମ, ରଞ୍ଜିତ ମକଦ୍ଦମ, ରାକେଶ ବଟୁ, କାର୍ତିକ ବଟୁ, ରାକେଶ ମକଦ୍ଦମ, ଅନିକେତ ବଟୁ, ଲିଙ୍ଗରାଜ ମହାପାତ୍ର, ସୁମନ୍ତ ବଟୁ, ସାଗର ବଟୁ, ସନ୍ତୋଷ ମହାପାତ୍ର ସମେତ ଶତାଧିକ ସଭ୍ୟ ସାମିଲ ହୋଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରେ ଶ୍ରୀଗଣେଶଙ୍କୁ ଆରତୀ କଲେ ପ୍ରଧାନମନ୍ତ୍ରୀ, ପତିଆରା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଗତକାଲି ଥିଲା ଗଣେଶ ଚତୁର୍ଥୀ। ଏହି ଉପଲକ୍ଷେ ଚାରିଆଡେ ବେଶ ଉତ୍ସବ ମୁଖର ହୋଇ ଉଠିଥିଲା। କିଏ ପେଣ୍ଡାଲରେ କିଏ ଘରେ ପ୍ରଭୃ ଗଣେଶଙ୍କୁ ଆବହନ କରିଥିଲେ। ହେଲେ ଏହି ଗଣେଶ ପୂଜାଟି ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ପାଇଁ ଥିଲା ସଂପୂର୍ଣ୍ଣ ସ୍ବତନ୍ତ୍ର। କାରଣ ତାଙ୍କ ଘର ଗଣେଶ ପୂଜାର ବିଶେଷ ଅତିଥୀ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଗତକାଲି ଗଣେଷ ପୂଜା ଦିନ ମନ୍ତ୍ରୀ ପୀୟୁଶ ଗୋଏଲଙ୍କ ଘରକୁ ପ୍ରଧାନମନ୍ତ୍ରୀ ଯାଇ ଶ୍ରୀଗଣେଷଙ୍କୁ ଆରତୀ ପ୍ରଦାନ କରିଥିଲେ। ସେ ହିନ୍ଦୁ ଧର୍ମର ପାରଂପାରିକ ପୋଷାକ ପରିଧାନ କରିଥିଲେ। ଏକ ଧଳା ଧୋତି ସହ ହାଲକା କମଳା ରଂଗର ପଂଜାବୀ ପିନ୍ଧିଥିଲେ। ଏଥସହିତ ସେ କାନ୍ଧରେ ଏକ ଗାଢ କମଳା ରଂଗର ଉତ୍ତରୀୟ ପକାଇଥିଲେ।

ମୋଦୀ, ଗୋଏଲଙ୍କ ଘରକୁ ପ୍ରବେଶ ପୂର୍ବରୁ ତାଙ୍କ ଘର ଆଗରେ ଛିଡା ହୋଇଥିବା ଲୋକମାନଙ୍କୁ ସେ ଗଣେଶ ପୂଜା ଅଭିନନ୍ଦନ ଜଣାଇଥିଲେ। ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ଥାନ ଟାଇମସର ରିପୋର୍ଟ ଅନୁସାରେ ସେଦିନ ପୀୟୁଶ ଗୋଏଲଙ୍କ ଘରେ ଅନ୍ୟତମ ଅତିଥୀ ଭାବେ ଯୋଗଦେଇଥିଲେ କଂଗ୍ରେସ ନେତା ଅଭିଶେକ ମନୁ ସିଙ୍ଗଭି, ଶିଳ୍ପପତି ସୁନୀଲ ଭାରତୀ ମିତ୍ତଲ।

ତେବେ ଏହାକୁ ନେଇ ଜାତୀୟ ରାଜନୀତିରେ ଚାଲିଛି ବେଶ୍ ଚର୍ଚ୍ଚା। କାରଣ ବର୍ତ୍ତମାନ ମୋଦୀ ସରକାରରେ ଅମିତ ସାହା ହେଉଛନ୍ତି ସବୁଠୁ ପାୱାରଫୁଲ। ସେହି ସ୍ତରରେ ରାଜନାଥ ସିଂ ଏବଂ ନୀତିନ ଗଡକରୀ ଯିବେ। ଏହା ପରେ ଯୁବମନ୍ତ୍ରୀଙ୍କ ଭିତରେ କିଏ ସେ ଅଧିକ ପାୱାର ଫୁଲ ସେ ନେଇ ଚାଲିଛି କସରତ।

ଏପରି ପରିସ୍ଥିତିରେ ପୀୟୁଶ ଗୋଏଲଙ୍କ ଘରେ ତାଙ୍କର ପାରିବାରିକ କାର୍ଯ୍ୟରେ ପ୍ରଧାନମନ୍ତ୍ରୀ  ଯୋଗ ଦେବା ତାଙ୍କର ପତିଆରାକୁ ପ୍ରତିପାଦନ କରିଛି। ଫଳରେ ବର୍ତ୍ତମାନ ଯୁବମନ୍ତ୍ରୀଙ୍କ ମଧ୍ୟରେ ପୀୟୁଶ ଗୋଏଲଙ୍କ ପତିଆରା ଅଧିକ ବୋଲି ସ୍ପଷ୍ଟ ହୋଇଛି। ଏହାକୁ ନେଇ ଗତକାଲି ଦିନତମାମ ଦିଲ୍ଲୀ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ “ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।”

ଜ୍ଞାନ, ସମୃଦ୍ଧି ଓ ସୌଭାଗ୍ୟର ପ୍ରତୀକ ପ୍ରଭୁ ଗଣେଶଙ୍କ ଜନ୍ମଦିନକୁ ଗଣେଶ ଚତୁର୍ଥୀ ଭାବେ ପାଳନ କରାଯାଇଥାଏ। ପ୍ରଭୁ ଗଣେଶଙ୍କୁ ବିଘ୍ନ ବିନାଶନ ଓ ମଙ୍ଗଳ ମୂର୍ତ୍ତି ଭାବେ ବିବେଚନା କରାଯାଏ। ଏହି ଅବସରରେର ଶାନ୍ତି ଓ ସୌହାର୍ଦ୍ଦ୍ୟ ନିମନ୍ତେ ଆସନ୍ତୁ ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରିବା। ବିଶ୍ୱ ଶାନ୍ତି ଓ ଖୁସି ପାଇଁ ଆମେ ପ୍ରାର୍ଥନା କରିବା।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଗଣପତି ବାବାଙ୍କ ଦର୍ଶନ ପାଇଁ ମୁମ୍ବାଇରେ ଜାରୀ ହେଲା ଡ୍ରେସ କୋଡ, ଓଡିଶାରେ ମଧ୍ୟ ଲାଗୁ ହେଉ

ମୁମ୍ବାଇ: ପ୍ରତି ବର୍ଷ ଏହି ସମୟରେ ମୁମ୍ବାଇ ସହର ଅତ୍ୟନ୍ତ ଚଳଚଞ୍ଚଳ ହୋଇପଡିଛି। କାରଣ ସାରା ଭାରତରେ ଯେତେ ଗଣେଷ ପୂଜା ହୁଏ ମୁମ୍ବାଇରେ ତାହା ଭିନ୍ନ। ବହୁ ପ୍ରାଚୀନ ସମୟରୁ ମୁମ୍ବାଇ ନଗରୀ, ଗଣେଷ ପୂଜା ପାଇଁ ପ୍ରସିଦ୍ଧ ଅର୍ଜନ କରିଛି। ସେଥିପାଇଁ ଚଳିତ ବର୍ଷ ମୁମ୍ବାଇ ନଗରୀ ବେଶ ଧୂମଧାମରେ ଗଣେଷ ପୂଜାର ଆୟୋଜନ କରିଛି।

ଗତ ଦୁଇବର୍ଷ ଧରି କରୋନା ପାଇଁ ଗଣେଷ ପୂଜା ଠିକରେ ହୋଇପାରି ନ ଥିଲା। ସେଥିପାଇଁ ଚଳିତ ବର୍ଷ ଫୁଲ ଦମରେ ଏବଂ ଭକ୍ତିପୂତ ଭାବରେ ଏହି ପୂଜା କରିବା ପାଇଁ ମୁମ୍ବାଇର ସମସ୍ତ ପୂଜା ପେଣ୍ଡାଲ ତତ୍ପର ହୋଇ ଉଠିଛନ୍ତି। ଭଳିକ ଭଳିକି ତୋରଣ ଓ ମେଢର ଆକର୍ଷଣରେ ମୁମ୍ବାଇର ଚେହେରା ପୁରା ବଦଳି ଯାଇଛି।

ତେବେ ଏହି ଭିତରେ ଏକ ନୂଆ ଖବର ଆସିଛି। ତାହା ହେଲା ମୁମ୍ବାଇର ଅନ୍ଧେରୀଚା ରାଜା ଗଣେଷ ପେଣ୍ଡାଲ ଭକ୍ତମାନଙ୍କ ପାଇଁ ଡ୍ରେସ କୋଡ ଜାରୀ କରିଛି। ଜାରୀ ହୋଇଥିବା ନିଷ୍ପତି ଅନୁସାରେ ଏହି ପୂଜା ମଣ୍ଡପକୁ କୌଣସି ଭକ୍ତ ହାପ ପ୍ୟାଣ୍ଟ ବା ସର୍ଟସ ପିନ୍ଧି ପ୍ରବେଶ କରିପାରିବେ ନାହିଁ। ସେଥିପାଇଁ ପୂଜା ମଣ୍ଡପ ତରଫରୁ ପୂଜା ପୂର୍ବରୁ ଘୋଷଣା କରି ଭକ୍ତମାନଙ୍କୁ ଜଣାଇ ଦିଆଯାଇଛି।

କେବଳ ପାରଂପାରିକ ପୋଷାକ ପିନ୍ଧି ଦର୍ଶନ କରିବାକୁ କୁହାଯାଇଛି। ଭକ୍ତଙ୍କ ଅବଗତି ପାଇଁ ପୂଜା ସମିତି ବାହାରେ ଏକ ବୋର୍ଡ ମାରିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, କେଉଁ ଡ୍ରେସ ପିନ୍ଧି ଦର୍ଶନ କରିବେ କେଉଁ ଡ୍ରେସକୁ ଅନୁମତି ନାହିଁ। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ତେବେ ଯେଉଁମାନେ ହ୍ୟାପ ଡ୍ରେସ ପିନ୍ଧି ଆସିବେ ସେମାନଙ୍କୁ ଦର୍ଶନରୁ ବଞ୍ଚିତ ନ କରିବା ପାଇଁ ମଣ୍ଡପ କର୍ତ୍ତୁପକ୍ଷ ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ମଣ୍ଡପ ନିକଟରେ ନୂଆ ଇଲାଷ୍ଟିକ ଟ୍ରାକ ପ୍ୟାଣ୍ଟ ରଖାଯାଇଛି। ସେଥିପାଇଁ ଏକ ଡ୍ରେସ ରୁମ ମଧ୍ୟ କରାଯାଇଛି। ଭକ୍ତମାନେ ସେଠାକୁ ଯାଇ ତାଙ୍କ ପ୍ୟାଣ୍ଟ ଉପରେ ତାହାକୁ ପିନ୍ଧି ପାରିବେ।

ତେବେ ଏହି ପୂଜା ମଣ୍ଡପ ନୁହେଁ ପୂର୍ବରୁ ମୁମ୍ବାଇର ଅନେକ ପୂଜା ମଣ୍ଡପ ଭକ୍ତଙ୍କୁ ପାରଂପାରିକ ପୋଷାକରେ ଦର୍ଶନ କରିବା ପାଇଁ ନିବେଦନ କରାଯାଇଛି। କେତେକ ମଣ୍ଡପରେ ପୁରୁଷମାନେ ଧୋତି ଏବଂ ମହିଳାମାନେ ଶାଢୀ ପିନ୍ଧି ଆସିବାକୁ କୁହାଯାଇଛି। ସେ ସବୁ ସଫଳ ହେବା ପରେ ବର୍ତ୍ତମାନ ମୁମ୍ବାଇର ବିଭିନ୍ନ ପୂଜା ମଣ୍ଡପ ଡ୍ରେସ କୋଡ ବ୍ୟବସ୍ଥା କରୁଛନ୍ତି।

ଓଡିଶାର ବିଭିନ୍ନ ପୂଜା ମଣ୍ଡପ ଏହା ଉପରେ ବିଚାର କରି ପଦକ୍ଷେପ ମଧ୍ୟ ଗ୍ରହଣ କରିବା ଆବଶ୍ୟକ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର ସଂସ୍କୃତି

ନିଜ ବାଲୁକା କଳାରେ ଶ୍ରୀଗଣେଷଙ୍କୁ ଆବାହନ କଲେ ଶିଳ୍ପୀ ମାନସ ସାହୁ

ପୁରୀ: ବିଘ୍ନ ହରତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଆନ୍ତି। ତାଙ୍କୁ ନିଜ ବାଲୁକା କଳା ରେ ସ୍ଥାପନା କରି ସାରା ପୃଥିବୀ ରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା ହେବା ଲକ୍ଷ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି। ଏବେ ବିଶ୍ୱ ରେ ଯୁଦ୍ଧର ବାତାବରଣ ସୃଷ୍ଟି ହୋଇଛି ସମସ୍ତ ଦେଶ ମଧ୍ୟ ରେ ବନ୍ଧୁତ୍ୱ ର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱ ରେ ଶାନ୍ତିର ପ୍ରତିଷ୍ଠା ହେଉ ଏହା ପ୍ରଭୁ ଗଣେଶ ଙ୍କ ପାଖରେ କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବା କୁ ମାନସ ସାହୁ ଙ୍କୁ ୭ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ “World Peace” ର ବାର୍ତ୍ତା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ଧର୍ମ

ପବିତ୍ର ଗଣେଷ ଚତୁର୍ଥୀରେ ପ୍ରଧାନମନ୍ତ୍ରୀ ଦେଲେ ଶୁଭ କାମନା

ନୂଆଦିଲ୍ଲୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ। ଆଜି ପ୍ରଭୃ ବିଘ୍ନ ବିନାସନ ଗଣପତି ବାବାଙ୍କ ପୂଜା ଅନୁଷ୍ଠିତ ହେଉଛି। ସୁଉଚ୍ଚ ତୋରଣମାନ ନିର୍ମାଣ କରାଯାଇ ପ୍ରଭୃଙ୍କ ପୂଜା ଅର୍ଚ୍ଚନା କରାଯାଉଛି। ସେହିପରି ସମସ୍ତେ ଘରେଘରେ ମଧ୍ୟ ପ୍ରଭୃଙ୍କ ପୂଜା କରିଥାନ୍ତି।

ଏହି ପବିତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭ କାମନା ପ୍ରଦାନ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ଆଜି ଗଣେଷ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ଶୁଭ କାମନା, ଗଣପତିବାବା ମୋରିଆ ବୋଲି ଉଲ୍ଲେଖ କରିଛନ୍ତି। ସେ ସଂସ୍କୃତର ଏକ ଗଣେଷ ବନ୍ଦନାକୁ ମଧ୍ୟ ଉପସ୍ଥାପିତ କରିଛନ୍ତି।

Categories
ଆଜିର ଖବର ଧର୍ମ

ଆଜି ଗଣେଷ ପୂଜାରେ ପ୍ରଭୃଙ୍କ ଏହି ୧୪ଟି ନାମ ଜପ କରନ୍ତୁ, ମିଳିବ ସଫଳତା

ନୂଆଦିଲ୍ଲୀ: ଯେ କୈଣସି ବ୍ୟକ୍ତି ଯିଏ କି କୈଣସି ବିଶେଷ ଉତ୍ସବରେ କିମ୍ବା ବୁଧବାର କିମ୍ବା ଚତୁର୍ଥୀ ତିଥିରେ ଭଗବାନ ଶ୍ରୀ ଗଣେଶଙ୍କ ଚଉଦ ନାମ ଜପ କରନ୍ତି, ନିଶ୍ଚିତ ଭାବରେ ଆଶାତିତ ଫଳାଫଳ ପାଆନ୍ତି । ଯେଉଁମାନେ ଧନ ଚାହୁଁଛନ୍ତି ସେମାନେ ଧନ, ସୁଖ ଏବଂ ସମୃଦ୍ଧତା ପାଆନ୍ତି। ଆସନ୍ତୁ ଭଗବାନ ଗଣେଶଙ୍କ ଏହି ୧୪ ନାମ ମଧ୍ୟ ଜପ କରିବା-

ଭଗବାନ ଗଣେଶଙ୍କର ୧୪ ନାମ:–

୧- ବିନୟକ, ୨- ଗଜାନନ, ୩- ଗଣେଶ, ୪- ଲମ୍ବୋଦର, ୫- ଏକଦନ୍ତ, ୬- ବକ୍ରତୁଣ୍ଡ, ୭- ବିଘ୍ନରାଜ,  ୮- ବିଶ୍ବରାଜ, ୯- ବୁଦ୍ଧିନାଥ, ୧୦- ବିକଟ, ୧୧- ହେରମ୍ବ, ୧୨- କୃଷ୍ଣପିଙ୍ଗାକ୍ଷ, ୧୩- ଅଖୁରଥ, ୧୪- ଭୂପତି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଆସନ୍ତାକାଲି ଗଣେଷ ପୂଜା, ଜାଣନ୍ତୁ ଘରେ କେଉଁ ରଂଗର ମୂର୍ତ୍ତି ପୂଜା କରିବା ଉଚିତ

ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସମୟରେ ତାଙ୍କ ମୁଣ୍ଡରେ ସିନ୍ଦୂର ଦେଇ ପୂଜା କରାଯାଇଥାଏ। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ପୂଜା କରା ଯାଇଥାଏ।

ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ ୩୨ ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ ୧୫ ଗଣପତି ହେଉଛନ୍ତି – ବାଲ ଗଣପତି, ତରୁଣ ଗଣପତି, ବୀର ଗଣପତି, କ୍ଷିପ୍ର ଗଣପତି, ମହା ଗଣପତି, ବିଜୟ ଗଣପତି, ଏକାକ୍ଷର ଗଣପତି, ବର ଗଣପତି, କ୍ଷିପ୍ରପ୍ରସାଦ ଗଣପତି, ସୃଷ୍ଟି ଗଣପତି, ଉଦ୍ଦଣ୍ଡ ଗଣପତି, ଢୁଣ୍ଡି ଗଣପତି, ତ୍ରିମୁଖ ଗଣପତି, ଯୋଗ ଗଣପତି ଓ ସଂକଟ ହର ଗଣପତି ଲାଲ୍‌ ରଙ୍ଗର।

ତେବେ ଯେଉଁମାନେ ଧନ ପ୍ରାପ୍ତ ପାଇଁ ସର୍ବଦା ସବୁଜ ରଙ୍ଗର ଗଣେଶ ମୂର୍ତ୍ତିଙ୍କର ପୂଜା କରିବା ଆବଶ୍ୟକ। ଦକ୍ଷିଣ ଭାରତ ମନ୍ଦିରରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ଥିବା ଦେଖାଯାଇଥାଏ। ଯେଉଁଠି ହରିଦ୍ରା ବର୍ଣ୍ଣର ଗଣପତି ବିରାଜମାନ କରିଥାନ୍ତି। ଯଦି ଆପଣ ମୋକ୍ଷ ପାଇବାକୁ ଚାହୁଁଥାନ୍ତି ବା ସଂସାରରୁ ମୁକ୍ତି ପାଇବାକୁ ଇଚ୍ଛା ରଖୁଥାନ୍ତି ତେବେ ଶ୍ବେତ ବର୍ଣ୍ଣ ଅର୍ଥାତ୍‌ ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି ଅବା ଫଟୋର ପୂଜା କରନ୍ତୁ। ଧଳା ରଙ୍ଗର ଗଣେଶଙ୍କ ମୂର୍ତ୍ତି କିମ୍ବା ଫଟୋକୁ ତିନି ପର୍ଯ୍ୟାୟରେ ଆରଧନା କରିବା ଦ୍ବାରା ମୋକ୍ଷ ମିଳିଥାଏ।

ତେବେ କିଛି କିଛି ଜାଗାରେ ଗଣେଶଜୀଙ୍କ କଳା, ହଳଦିଆ, ସୁନେଲୀ ଆଦି ରଙ୍ଗର ମୂର୍ତ୍ତି ମିଳିଥାଏ। ଏହି ସମସ୍ତ ରଙ୍ଗର ଗଣପତିଙ୍କୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ପୂଜା କରାଯାଇଥାଏ।

Categories
ଆଜିର ଖବର ଧର୍ମ

ପ୍ରଭୃ ଶ୍ରୀଗଣେଷଙ୍କୁ କେଉଁ ଭୋଗ ଅର୍ପଣ କଲେ ସେ ହୋଇଥାଆନ୍ତି ଖୁସି, କରନ୍ତି ଆର୍ଶିବାଦ

ଭୁବନେଶ୍ବର, ଗଣେଶ ଚତୁର୍ଥୀଠାରୁ ଭଗବାନ ଶ୍ରୀଗଣେଶଙ୍କୁ ୧୦ଦିନ ଧରି ପୂଜା କରାଯାଇଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିସର୍ଜନ କରାଯାଇଥାଏ । ୧୦ ଦିନ ଧରି ଚାଲିଥିବା ଏହି ପର୍ବରେ ଅର୍ଥାତ୍ ଅନନ୍ତ ଚତୁର୍ଦଶୀ ବା ଅନନ୍ତ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।

ତେବେ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା।

1-ମୋଦକ ଲଡୁ : ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ । ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ ।

2-ବୁନ୍ଦି ଲଡୁ : ମୋଦକ ପରେ ଗଣେଶ ମଧ୍ୟ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ସେ ଶୁଦ୍ଧ ଘିଅରୁ ପ୍ରସ୍ତୁତ ଏହି ମଇଦା ଲଡୁକୁ ପସନ୍ଦ କରନ୍ତି ।

3-ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି ହୁଏ । ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।

4-ଖୁଆ ପେଡା : ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ । ଏହାର ଆକାର ଗୋଲାକାର ।

5-ପଞ୍ଚାମୃତ : ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।

6-ରସାବଳି: ରସାବଳି ମଧ୍ୟ ଶ୍ରୀଗଣେଷଙ୍କ ଅତି ପ୍ରିୟ ଭୋଗ। ଏହା ମଧ୍ୟ ସମସ୍ତେ ଘରେଘରେ ପ୍ରସ୍ତୁତ କରିଥାନ୍ତି। କଦଳୀ ଖିର ଏବଂ ମିଠା ମିଶାଇ ତାହାକୁ ଚକଡି ଏହାକୁ ପ୍ରସ୍ତୁତ କରାଯାଇଥାଏ।

7-ପାଏସ ବା ଖିରୀ: ଏହି ଭୋଗ ମଧ୍ୟ ଗଣେଷଙ୍କର ପ୍ରିୟ। ଏହାକୁ ମଧ୍ୟ ସମସ୍ତେ ଘରେ ପ୍ରସ୍ତୁତ କରିଥାନ୍ତି। ହେଲେ ଏହା ଭୋଜି ଖିରୀ ପରି କରାଯିବ ନାହିଁ। ଏହାକୁ ମୁଗ ଖିରୀ ବୋଲି କୁହାଯାଏ। ଅର୍ଥାତ ଏହାକୁ ମୁଗ, ଖିରୀ ଚାଉଳ, ଖିର ଏବଂ ମିଠା ଦ୍ବାରା ପ୍ରସ୍ତୁତ ହୋଇଥାଏ।

8- ନଡିଆ : ଭଗବାନ ଗଣେଷଙ୍କ ପ୍ରିୟ ହେଉଛି ନଡିଆ। ସେଥିପାଇଁ ସ୍କୁଲରେ ଗଣେଷ ପୂଜା ବେଳେ ନଡିଆ ବାଡାଇବା ପରଂପରା ରହିଛି। ସେଥିପାଇଁ ଗଣେଷ ପୂଜାରେ ନଡିଆ ଭୋଗ ନିଶ୍ଚିତ କରାଯାଇଥାଏ।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଗଣେଶ ତଥା ଅନ୍ୟାନ୍ୟ ମୂର୍ତ୍ତିରେ ପ୍ରାକୃତିକ ରଙ୍ଗ ଦେବା ପାଇଁ ପ୍ରେରଣା ପକ୍ଷରୁ ଦାବି

ଭୁବନେଶ୍ୱର : ଦେବଭୂମି ଭାରତବର୍ଷ ଓ ଉତ୍କୃଷ୍ଟ ସଂସ୍କୃତି ଓ କଳାର ରାଜ୍ୟ ଓଡ଼ିଶାରେ ବାରମାସରେ ତେରପର୍ବ ପାଳନ କରାଯାଏ । ବୈଦିକ ଯୁଗରୁ ଏହା ପ୍ରକୃତି ଯଥା ବାୟୁ, ଜଳ, ଅଗ୍ନି, ବୃକ୍ଷ ଆଦିକୁ ପୂଜା କରିବାର ପରମ୍ପରା ରହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ପଥର ମୂର୍ତ୍ତି ଓ କାଠ ନିର୍ମିତ ମୂର୍ତ୍ତିମାନଙ୍କର ପୂଜା କରିବାର ପରମ୍ପରା ସୃଷ୍ଟି ହେଲା ।

କିନ୍ତୁ ସମୟକ୍ରମେ ମାଟିର ମୂର୍ତ୍ତିମାନଙ୍କୁ ପ୍ରାକୃତିକ ଓ ଜୈବିକ ରଙ୍ଗ ରଙ୍ଗ ଦେଇ ଏହା ନିର୍ମାଣ କରାଯାଉଥିଲା । କିନ୍ତୁ ସମୟକ୍ରମେ ମୂର୍ତ୍ତିଗୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ପରିବେଶକୁ ପ୍ରଦୂଷିତ କଲାଭଳି ରାସାୟନିକ ରଙ୍ଗ ଦେଇ ମାଟିର ମୂର୍ତ୍ତିମାନଙ୍କୁ ତିଆରି କରାଯାଇ ପୂଜା କରିବାର ପରମ୍ପରା ଆରମ୍ଭ ହେଲା ।

ବିଶେଷତଃ ବର୍ଷାଋତୁର ପ୍ରାରମ୍ଭରେ ଶ୍ରୀଗଣେଶଙ୍କ ପୂଜା ଠାରୁ ଏହି ପରମ୍ପରା ଆରମ୍ଭ ହୋଇ ମା’ ଦୁର୍ଗାଙ୍କ ପୂଜା ପର୍ଯ୍ୟନ୍ତ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ମାଟିରେ ତିଆରି କରାଯାଇ ଆକର୍ଷଣୀୟ କରିବା ପାଇଁ ରାସାୟନିକ ରଙ୍ଗ ବ୍ୟବହାର ଅତିମାତ୍ରାରେ କରାଯାଉଛି । ଏହି ରାସାୟନିକ ରଙ୍ଗଗୁଡ଼ିକ ମଧ୍ୟରେ ଆର୍ସେନିକ, ପାରଦ, କ୍ରୋମିୟମ, କାଡ଼ମିୟମ ଓ ସୀସା ଆଦି ଅନେକ ପ୍ରକାର ବିଷାକ୍ତ ଭାରିଧାତୁ ରହିଥାଏ । ଏହା ବ୍ୟତୀତ ମୂର୍ତ୍ତିଗୁଡ଼ିକୁ ଚିକ୍କଣ କରିବା ପାଇଁ ପ୍ଲାଷ୍ଟର ପ୍ୟାରିସ ଆଦି ପରିବେଶ ପ୍ରଦୂଷଣ ଜନିତ ଦ୍ରବ୍ୟ ବ୍ୟହାର ହୁଏ ।

ଏଗୁଡ଼ିକ ସାମୟିକ ଭାବେ ମୂର୍ତ୍ତି ଗୁଡ଼ିକୁ ଆକର୍ଷଣୀୟ କରୁଥିଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ମନୁଷ୍ୟ ଓ ପଶୁପକ୍ଷୀମାନଙ୍କୁ ବିଭିନ୍ନ ରୋଗର ଶିକାର କରିବା ସହିତ ମୃତ୍ୟୁମୁଖକୁ ଟାଣିନିଏ । କାରଣ ପୂଜା ପରେ ଏହି ମୂର୍ତ୍ତିଗୁଡ଼ିକ ବିସର୍ଜନ ହେଲାବେଳେ ନଦୀର ପାଣି ଏହି ପ୍ରାକୃତିକ ରଙ୍ଗ ଦ୍ୱାରା ଏତେମାତ୍ରାରେ ବିଷାକ୍ତ ହୋଇଥାଏ ତାହା ପାନ କଲେ କିମ୍ବା ସେ ପାଣିରେ ଗାଧୋଇଲେ ନାନାଦି ପେଟ ଓ ଚର୍ମରୋଗ ସୃଷ୍ଟି ହୋଇଥାଏ ଯାହା ଜୀବଜଗତକୁ ବିପଦ ମୁହଁକୁ ଠେଲିନେବାରେ ଅନେକ ସହାୟକ ହୋଇଥାଏ ।

ସେହିପରି ଅପସଂସ୍କୃତିର ବଶବର୍ତ୍ତୀ ହୋଇ ପୂର୍ବଭଳି ସଂକୀର୍ତ୍ତନ ଆଦି ବାଦ୍ୟ ନ ବଜାଇ ବହୁ ଉଚ୍ଚଶବ୍ଦର ଡ଼ିଜେ ବଜାଇବା ସହ ବହୁ ଶବ୍ଦଯୁକ୍ତ ବାଣ ଫୁଟାଇ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରିବାକୁ ନେଲାବେଳେ ଉଭୟ ବାୟୁ ଓ ଶବ୍ଦ ପ୍ରଦୂଷିତ ହୋଇଥାଏ । ଯାହାର ପ୍ରଭାବ ହଦୃରୋଗୀ, କର୍ଣ୍ଣରୋଗୀ, ଯକ୍ଷ୍ମା ଆଦି ରୋଗୀ ଏପରିକି ମା’ପେଟରେ ବଢୁଥିବା ଶିଶୁ ଉପରେ ମଧ୍ୟ ପଡ଼ିଥାଏ । ଅନୁରୂପ ଭାବେ ଆମ ଓଡ଼ିଶାର ବର୍ତ୍ତମାନ ନଦୀଗୁଡ଼ିକ ଏତେମାତ୍ରାରେ ପ୍ରଦୂଷିତ ଯେ ସେଥିରେ ତେଲ ଓ ଗ୍ରୀଜ୍ ଭଳି ବିଷାକ୍ତ ପଦାର୍ଥ ହାରାହାରି ୫.୧ ରହିବା ସ୍ଥଳେ ବର୍ତ୍ତମାନ ୧୫ ପ୍ରତିଶତରେ ପହଞ୍ଚିଛି । ଭାସନ୍ତା କଠିନ ପଦାର୍ଥର ମାତ୍ରା ଚଳଣୀୟ ବିଶୁଦ୍ଧ ଜଳରେ ମାତ୍ର ୧୦୦ ରହିବା କଥା କିନ୍ତୁ ଏବେ ଏହା ହାରାହାରି ୫ ହଜାରରେ ପହଞ୍ôଚ ନଦୀ ଜଳକୁ ଅତ୍ୟନ୍ତ ବିଷାକ୍ତ କରିଛି ।

ସେହିପରି ନଦୀଜଳରେ ବିଷାକ୍ତ ପାରଦ, ସଲଫର, ହାଇଡ୍ରୋଜେନ, ପେରୋକ୍ଲାଇଡ ଓ ସୀସା ଭଳି ପଦାର୍ଥ ମଧ୍ୟ ଅତି ମାତ୍ରାରେ ବଢି ରହିଛି । ତେଣୁ ରାସାୟନିକ ରଙ୍ଗରେ ପ୍ରସ୍ତୁତ ମୂର୍ତ୍ତି ଗୁଡ଼ିକ ନଦୀରେ ବା ପୁଷ୍କରିଣୀରେ ବିସର୍ଜନ କରାଗଲେ ସେ ଜଳ ଅତ୍ୟନ୍ତ ପ୍ରଦୂଷିତ ହେବ ଏବଂ ତାହା ଅନେକ ପେଟରୋଗ ତଥା ଝାଡ଼ାବାନ୍ତି ଆଦି ମହାମାରୀ ରୋଗ ସୃଷ୍ଟି କରିବ । ତେଣୁ ମୂର୍ତ୍ତିଗୁଡ଼ିକ ନଦୀ କିମ୍ବା ପୁଷ୍କରିଣୀରେ ବିସର୍ଜନ ନକରି ଏଥିପାଇଁ ବିଏମ୍‌ସି ତରଫରୁ ନଦୀକୂଳ ଓ ପୋଖରୀକୂଳରେ ଅସ୍ଥାୟୀ ପୁଷ୍କରିଣୀ ଯଥାଶୀଘ୍ର ନିର୍ମାଣ କରିବା ପାଇଁ ସାମାଜିକ ଅନୁଷ୍ଠାନ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ବିଏମ୍‌ସି କର୍ତ୍ତୃପକ୍ଷ ତଥା ଏହା ଉପଯୁକ୍ତ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

Categories
ଆଜିର ଖବର ଧର୍ମ

ଆଜିଠାରୁ ଅଗଷ୍ଟ, ଏହି ମାସଟି ଶିବପୂଜାରୁ ଆରମ୍ଭ ହୋଇ ଗଶେଷ ପୂଜାରେ ଶେଷ ହେବ

ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହେଲା ଅଗଷ୍ଟ ମାସ। ହେଲେ ଓଡିଆ ମାସ ହିସାବରେ ଅଗଷ୍ଟ ହେଉଛି ଉଭୟ ଶ୍ରାବଣ ଏବଂ ଭାଦ୍ରବ ମାସ। ତେବେ ଏହି ମାସଟି ହିନ୍ଦୁ ଧର୍ମରେ ଯେମିତି ଗୁରୁତ୍ବ ପୂର୍ଣ୍ଣ ସେହିପରି ଦେଶତ୍ମକବୋଧରେ ମଧ୍ୟ ସେତିକି ଗୁରୁତ୍ବ ରହିଛି।

ତେବେ ଏକ ସଂଯୋଗବସତଃ ଏହି ମାସଟି ଶ୍ରାବଣ ସୋମବାର ବା ଶିବପୂଜାରୁ ଆରମ୍ଭ ହେଉଛି। ସେହିପରି ଏହି ମାସଟି ଗଣେଷ ପୂଜାରେ ଶେଷ ହେଉଛି। ତେବେ ଆସନ୍ତୁ ଜାଣିବା ଏହି ମାସରେ କଣ ରହିଛି ଗୁରୁତ୍ବପୂର୍ଣ୍ଣ ପର୍ବ ପର୍ବାଣୀ।

ଅଗଷ୍ଟ ୧ ସୋମବାର- ଏହି ଦିନଟି ହେଉଛି ଶ୍ରାବଣ ସୋମବାର, ଏହା ହେଉଛି ତୃତୀୟ ସୋମବାର

ଅଗଷ୍ଟ ୦୨ ମଙ୍ଗଳବାର- ନାଗ ପଞ୍ଚାମୀ, ଶ୍ରାବଣ ମାସର ତୃତୀୟ ମଙ୍ଗଳ ଗୌରୀ ଉପବାସ

ଅଗଷ୍ଟ ୦୮ ସୋମବାର- ଶ୍ରାବଣ ମାସର ଚତୁର୍ଥ ସୋମବାର ବା ଶେଷ ସୋମବାର , ଏହି ପୁତ୍ରଦା ଏକାଦଶୀ ପାଳନ କରାଯିବ

ଅଗଷ୍ଟ ୦୯ ମଙ୍ଗଳବାର:  ଶ୍ରାବଣ ମାସରେ ଚତୁର୍ଥ ମଙ୍ଗଳ ବ୍ରତ ଉପବାସ,  ବିଷ୍ଣୁପବିତ୍ରାରୋପଣ

ଅଗଷ୍ଟ ୧୧ ଗୁରୁବାର- ରାକ୍ଷୀ ବନ୍ଧନ

ଅଗଷ୍ଟ ୧୨ ଶୁକ୍ରବାର- ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା

ଅଗଷ୍ଟ ୧୫ ସୋମବାର- ସ୍ବାଧୀନତା ଦିବସ

ଅଗଷ୍ଟ ୧୭ ବୁଧବାର-ସିଂହ ସଂକ୍ରାନ୍ତୀ

ଅଗଷ୍ଟ ୧୮/ ୧୯ ଶୁକ୍ରବାର/ଶନିବାର- ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଅଗଷ୍ଟ ୨୩ ମଙ୍ଗଳବାର- କାଳୀୟଦଳନ ଏକାଦଶୀ

ଅଗଷ୍ଟ ୨୫ ଗୁରୁବାର- ଶିବ ଚତୁର୍ଦ୍ଦଶୀ ଉପବାସ

ଅଗଷ୍ଟ ୨୭ ଶନିବାର- ଭାଦ୍ରବ ଅମବାସ୍ୟା ଶ୍ରୀମନ୍ଦିରରେ ସପ୍ତପୁରୀ ଭୋଗ

ଅଗଷ୍ଟ ୩୧ ବୁଧବାର: ଗଣେଶ ଚତୁର୍ଥୀ

Categories
ଧର୍ମ ବିଶେଷ ଖବର

ଆଜି ହେଉଛି ଗଣେଷ ପୂଜା, ଜାଣନ୍ତୁ ଭଗବାନ ଶ୍ରୀଗଣେଷଙ୍କୁ କଣ ଭୋଗ କଲେ ସେ ହୁଅନ୍ତି ଖୁସି

ଭୁବନେଶ୍ବର, ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କୁ 10 ଦିନ ଧରି ପୂଜା କରାଯାଇଥାଏ। କେତେକ ରାଜ୍ୟରେ ଏହି ଗଣେଶ ପର୍ବ କେବଳ ତିନି ଦିନ ଧରି ଚାଲିଥାଏ ଏବଂ ଏହା ପରେ ବିଷର୍ଜନ କରାଯାଇଥାଏ । ୧୦ ଦିନ ଧରି ଚାଲିଥିବା ଏହି ପର୍ବରେ ଅର୍ଥାତ୍ ଅନନ୍ତ ଚତୁର୍ଦଶୀ ବା ଅନନ୍ତ ବ୍ରତ ପର୍ଯ୍ୟନ୍ତ ପାଳନ କରାଯାଇଥାଏ।

ତେବେ ଭଗବାନ ଗଣେଷ ବେଶ୍ ଖାଦ୍ୟ ପ୍ରିୟ। ତାଙ୍କର ଭୋଗ ମଧ୍ୟରେ ରହିଛି ସ୍ବତନ୍ତ୍ରତା। ବିଶେଷ ଭାବେ ସେ ମିଠା ଜାତୀୟ ଭୋଗକୁ ବେଶ ପସନ୍ଦ କରିଥାନ୍ତି। ସେଥିପାଇଁ ସେ ସବୁବେଳେ ହାତରେ ଏକ ଲଡୁ ଧରିଥାନ୍ତି। ଏଥିସହିତ ଗଣେଷଙ୍କ ଆଉ କିଛି ପ୍ରିୟ ଭୋଗ ରହିଛି। ଆସନ୍ତୁ ସେ ସଂପର୍କରେ କିଛି ଜାଣିବା।

1-ମୋଦକ ଲଡୁ : ମୋଦକ ଲଡୁ ଗଣେଶଙ୍କ ପାଇଁ ଅତ୍ୟନ୍ତ ପ୍ରିୟ । ମୋଦକ ମଧ୍ୟ ଅନେକ ଭିନ୍ନ ଉପାୟରେ ତିଆରି ହୋଇଥାଏ । ମହାରାଷ୍ଟ୍ରରେ, ବିଶେଷକରି ଗଣେଶ ପୂଜା ଅବସରରେ, ଘରେ ବିଭିନ୍ନ ପ୍ରକାରର ମୋଦକ ତିଆରି କରାଯାଏ ।

2-ବୁନ୍ଦି ଲଡୁ : ମୋଦକ ପରେ ଗଣେଶ ମଧ୍ୟ ନୈବ୍ୟଦ ଆକାରରେ ବୁନ୍ଦି ଲଡୁ ପ୍ରଦାନ କରାଯାଇଥାଏ। ଏହା ମଧ୍ୟ ଗଣେଷଙ୍କ ବେଶ୍ ପ୍ରିୟ। ସେ ଶୁଦ୍ଧ ଘିଅରୁ ପ୍ରସ୍ତୁତ ଏହି ମଇଦା ଲଡୁକୁ ପସନ୍ଦ କରନ୍ତି ।

3-ନଡ଼ିଆ ଚାଉଳ: ଏହା ଦକ୍ଷିଣ ଭାରତରେ ତିଆରି ହୁଏ । ଚାଉଳକୁ ନଡ଼ିଆ କ୍ଷୀର କିମ୍ବା ପାଣିରେ ଭିଜାଇ କିମ୍ବା ଚାଉଳ ସହିତ ମିଶାଇ ରନ୍ଧାଯାଇଥାଏ। ଏହା କେବଳ ଗଣେଷ ପୂଜା ଦିନ ପ୍ରସ୍ତୁତ କରାଯାଇଥାଏ।

4-ଖୁଆ ପେଡା : ଏହା କ୍ଷୀରରେ ତିଆରି ଏକ ମହାରାଷ୍ଟ୍ରୀୟ ଖାଦ୍ୟ । ଏହାର ଆକାର ଗୋଲାକାର ।

5-ପଞ୍ଚାମୃତ : ପଞ୍ଚାମୃତ ମଧ୍ୟ ଗଣେଷଙ୍କର ପ୍ରିୟ ଅଟେ। ସାଧାରଣତଃ ବିଭିନ୍ନ ପୂଜାରେ ଖିର, ଦହି, ଘିଏ ମହୁ ଏବଂ ଗୁଡ ରେ ପ୍ରସ୍ତୁ ଏହା ଏକ ଭିନ୍ନ ଭୋଗ।

6-ରସାବଳି: ରସାବଳି ମଧ୍ୟ ଶ୍ରୀଗଣେଷଙ୍କ ଅତି ପ୍ରିୟ ଭୋଗ। ଏହା ମଧ୍ୟ ସମସ୍ତେ ଘରେଘରେ ପ୍ରସ୍ତୁତ କରିଥାନ୍ତି। କଦଳୀ ଖିର ଏବଂ ମିଠା ମିଶାଇ ତାହାକୁ ଚକଡି ଏହାକୁ ପ୍ରସ୍ତୁତ କରାଯାଇଥାଏ।

7-ପାଏସ ବା ଖିରୀ: ଏହି ଭୋଗ ମଧ୍ୟ ଗଣେଷଙ୍କର ପ୍ରିୟ। ଏହାକୁ ମଧ୍ୟ ସମସ୍ତେ ଘରେ ପ୍ରସ୍ତୁତ କରିଥାନ୍ତି। ହେଲେ ଏହା ଭୋଜି ଖିରୀ ପରି କରାଯିବ ନାହିଁ। ଏହାକୁ ମୁଗ ଖିରୀ ବୋଲି କୁହାଯାଏ। ଅର୍ଥାତ ଏହାକୁ ମୁଗ, ଖିରୀ ଚାଉଳ, ଖିର ଏବଂ ମିଠା ଦ୍ବାରା ପ୍ରସ୍ତୁତ ହୋଇଥାଏ।

8- ନଡିଆ : ଭଗବାନ ଗଣେଷଙ୍କ ପ୍ରିୟ ହେଉଛି ନଡିଆ। ସେଥିପାଇଁ ସ୍କୁଲରେ ଗଣେଷ ପୂଜା ବେଳେ ନଡିଆ ବାଡାଇବା ପରଂପରା ରହିଛି। ସେଥିପାଇଁ ଗଣେଷ ପୂଜାରେ ନଡିଆ ଭୋଗ ନିଶ୍ଚିତ କରାଯାଇଥାଏ।

Categories
ଧର୍ମ ବିଶେଷ ଖବର

ଆରମ୍ଭ ହେଲା ସେପ୍ଟେମ୍ବର, ଏହି ମାସରେ ଗଣେଷ ପୂଜା ସହିତ ରହିଛି ଆହୁରି ଅନେକ ପର୍ବ, ଜାଣନ୍ତୁ କଣ

ଭୁବନେଶ୍ବର, ଗୋଟିଏ ଦିନ ପରେ ଆରମ୍ଭ ହେବ ସେପ୍ଟେମ୍ବର ମାସ। ଏହି ମାସକୁ ପାର୍ବଣର ଅୟାରମ୍ଭ ମାସ ବୋଲି କୁହାଯାଏ। କାରଣ ଶ୍ରୀଗଣେଷଙ୍କ ପୂଜା ଏହି ମାସରେ ପଡିଥାଏ। ଏଥିସହିତ ବିଭିନ୍ନ ପର୍ବପର୍ବାଣୀ ଏହି ମାସରେ ରହିଛି ଆସନ୍ତୁ ଜାଣିବା ସେପ୍ଟେମ୍ବର ମାସର ବିଭିନ୍ନ ପର୍ବପର୍ବାଣୀ ସହ ଦିବସ ପାଳନ।

  1. ବିଶ୍ୱ ନଡ଼ିଆ ଦିବସ: ପ୍ରତି ବର୍ଷ ସେପ୍ଟେମ୍ବର 02 ତାରିଖରେ ସାରା ବିଶ୍ୱରେ ନଡ଼ିଆ ଦିବସ ପାଳନ କରାଯାଏ ।
  2. ଏକାଦଶୀ: ଭାଦ୍ରବ ମାସ କୃଷ୍ଣ ପକ୍ଷ ଏକାଦଶୀଙ୍କୁ ଅଜା ଏକାଦଶୀ ବା କାଳୀୟ ଦଳନ ଏକାଦଶୀ କୁହାଯାଏ ।
  1. ଶିକ୍ଷକ ଦିବସ: ଭାରତର ପ୍ରଥମ ଉପରାଷ୍ଟ୍ରପତି ଡକ୍ଟର ସର୍ଭେପାଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନରେ 5 ସେପ୍ଟେମ୍ବର ଦିନ ସମଗ୍ର ଭାରତରେ ଶିକ୍ଷକ ଦିବସ ପାଳନ କରାଯାଉଥିବାବେଳେ ଆନ୍ତର୍ଜାତୀୟ ଶିକ୍ଷକ ଦିବସ 5 ଅକ୍ଟୋବରରେ ପାଳନ କରାଯାଏ।
  1. ମଦର ଟେରେସା ମୃତ୍ୟୁ ବାର୍ଷିକୀ: 5 ସେପ୍ଟେମ୍ବରରେ, ଏହି ଦିନ ହେଉଛି ଖ୍ରୀଷ୍ଟିଆନ ଧର୍ମର ମହାନ ସାମାଜିକ କର୍ମୀ ମଦର ଟେରେସାଙ୍କ ମୃତ୍ୟୁ ବାର୍ଷିକୀ ।
  1. ଗଣେଷ ପୂଜା : ପ୍ରତିବର୍ଷ ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଥୀରେ ଗଣେଶ ପୂଜା କରାଯାଏ। ଏଥର 10 ଦିନିଆ ଗଣେଶ ମହୋତ୍ସବ ଶୁକ୍ରବାର, ସେପ୍ଟେମ୍ବର 10 ରୁ ଆରମ୍ଭ ହେବ ଏବଂ ଏହି ପ୍ରତିମା 19 ସେପ୍ଟେମ୍ବର 2021 ରବିବାର ଦିନ ବିଷର୍ଯ୍ୟନ ହେବ।
  2. ନୂଆଖାଇ: ପଶ୍ଚିମ ଓଡିଶାର ଏକ ଗଣପର୍ବ ହେଉଛି ନୂଆଖାଇ। ଏହି ପର୍ବ ସେପ୍ଟେମ୍ବର 11 ତାରିଖରେ ପଡୁଛି।
  3. ଷଷ୍ଠୀ ଓଷା: ଓଡିଶାରେ ଏକ ଘରେ ଘରେ ପାଳିତ ପୂଜା ହେଉଛି ଷଷ୍ଠୀ ଓଷା। ଏହି ବ୍ରତ ସେପ୍ଟେମ୍ବର 12 ତାରିଖରେ ପଡୁଛି।
  1. ସଂକ୍ରାନ୍ତି ଓ ବିଶ୍ବକର୍ମା ପୂଜା : ଭାଦ୍ରବ ଶୁକ୍ଳ ପକ୍ଷ ସେପ୍ଟେମ୍ବର 17 ଶୁକ୍ରବାର ଦିନ ସୂର୍ଯ୍ୟ ଗ୍ରହ କନ୍ୟା ରାଶିକୁ ଗତି କରିବେ । ଏହି ଦିନ ସୂର୍ଯ୍ୟ କନ୍ୟା ସଂକ୍ରାନ୍ତି ପାଳନ କରାଯିବ। ଏହି  ଦିନ ବିଶ୍ବକର୍ମା ପୂଜା ମଧ୍ୟ ପାଳନ କରାଯିବ
  1. ଶ୍ରାଦ୍ଧ ପକ୍ଷ ଆରମ୍ଭ: ଭାଦ୍ରବ ପୂର୍ଣ୍ଣିମା ଦିନରୁ ଶ୍ରାଦ୍ଧ ପକ୍ଷ ଆରମ୍ଭ ହୋଇଥାଏ। ପୂର୍ଣ୍ଣିମା20 ସେପ୍ଟେମ୍ବରରେ ଏବଂ ପ୍ରତିପଦା 21 ସେପ୍ଟେମ୍ବରରେ ଅନୁଷ୍ଠିତ ହେବ।
  1. ବିଶ୍ୱ ଶାନ୍ତି ଦିବସ: ପ୍ରତିବର୍ଷ 21 ସେପ୍ଟେମ୍ବର ସାରା ବିଶ୍ୱରେ ଆନ୍ତର୍ଜାତୀୟ ଶାନ୍ତି ଦିବସ ବା ବିଶ୍ୱ ଶାନ୍ତି ଦିବସ ଭାବରେ ପାଳନ କରାଯାଏ ।
  1. ପଣ୍ଡିତ ଦିନ ଦୟାଲ ଜୟନ୍ତୀ: ସେପ୍ଟେମ୍ବର 25 ମହାନ ସାମାଜିକ କର୍ମୀ ତଥା ରାଜନେତା ପଣ୍ଡିତ ଦିନ ଦୟାୟଲଙ୍କ ଜନ୍ମଦିନ ହେବ। ସେହି ଦିନ ସାମାଜିକ ନ୍ୟାୟ ଦିବସ ଏବଂ ଆଚାର୍ଯ୍ୟ ଶ୍ରୀ ରାମ ଶର୍ମା ଜୟନ୍ତୀ ମଧ୍ୟ ପାଳନ କରାଯିବ।
  2. ବିଶ୍ୱ ପର୍ଯ୍ୟଟନ ଦିବସ: ପ୍ରତିବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସ 27 ସେପ୍ଟେମ୍ବରରେ ବିଶ୍ବର ବିଭିନ୍ନ ଦେଶରେ ପାଳନ କରାଯାଏ । 27 ସେପ୍ଟେମ୍ବରରେ ଜୈନ ଧର୍ମରେ ରୋହିନୀ ଉପବାସ ମଧ୍ୟ ପାଳନ କରାଯିବ ।
Categories
ଆଜିର ଖବର

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ବିଭିନ୍ନ ରଂଗର ଗଣେଷଙ୍କୁ ପୂଜା କଲେ ଭିନ୍ନ ଭିନ୍ନ ଫଳ ମିଳିଥାଏ

ଭୁବନେଶ୍ବର: ପ୍ରତ୍ୟେକ ପୂଜାରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ। ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ ହେଉ ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ। କିଛି ଜାଗାରେ ସବୁଜ ରଙ୍ଗର ଗଣପତିଙ୍କ ମୂର୍ତ୍ତି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ପୂଜା କରିବା ଦ୍ବାରା କ’ଣ ମିଳିଥାଏ।

ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ମନୁଷ୍ୟ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସିନ୍ଦୂର ଦେଇ ପୂଜା କରିଥା’ନ୍ତି। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ଦେଖାଯାଇଥାଏ।

ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ 32 ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ 15 ଗଣପତି ହେଉଛନ୍ତି – ବାଲ ଗଣପତି, ତରୁଣ ଗଣପତି, ବୀର ଗଣପତି, କ୍ଷିପ୍ର ଗଣପତି, ମହା ଗଣପତି, ବିଜୟ ଗଣପତି, ଏକାକ୍ଷର ଗଣପତି, ବର ଗଣପତି, କ୍ଷିପ୍ରପ୍ରସାଦ ଗଣପତି, ସୃଷ୍ଟି ଗଣପତି, ଉଦ୍ଦଣ୍ଡ ଗଣପତି, ଢୁଣ୍ଡି ଗଣପତି, ତ୍ରିମୁଖ ଗଣପତି, ଯୋଗ ଗଣପତି ଓ ସଂକଟ ହର ଗଣପତି ଲାଲ୍‌ ରଙ୍ଗର।

ତେବେ ଯେଉଁମାନେ ଧନ ଲାଭର ଇଚ୍ଛା ରଖିଥାନ୍ତି ସେମାନେ ସର୍ବଦା ସବୁଜ ରଙ୍ଗର ଗଣେଶ ମୂର୍ତ୍ତିଙ୍କର ପୂଜା କରିବା ଆବଶ୍ୟକ। ଦକ୍ଷିଣ ଭାରତରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ଥିବା ମନ୍ଦିର ଦେଖାଯାଇଥାଏ। ଯେଉଁଠି ହରିଦ୍ରା ବର୍ଣ୍ଣର ଗଣପତି ବିରାଜମାନ କରିଥାନ୍ତି।

ଯଦି ଆପଣ ମୋକ୍ଷ ପାଇବାକୁ ଚାହୁଁଥାନ୍ତି ବା ସଂସାରରୁ ମୁକ୍ତି ପାଇବାକୁ ଇଚ୍ଛା ରଖୁଥାନ୍ତି ତେବେ ଶ୍ବେତ ବର୍ଣ୍ଣ ଅର୍ଥାତ୍‌ ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ଅବା ଫଟୋର ପୂଜା କରନ୍ତୁ। ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି କିମ୍ବା ଫଟୋକୁ ତିନି ସମୟ ଆରଧନା କରିବା ଦ୍ବାରା ମୋକ୍ଷ ମିଳିଥାଏ।

ତେବେ କିଛି କିଛି ଜାଗାରେ ଗଣେଶଜୀଙ୍କ କଳା, ହଳଦିଆ, ସୁନେଲୀ ଆଦି ରଙ୍ଗର ମୂର୍ତ୍ତି ମିଳିଥାଏ। ଏହି ସମସ୍ତ ରଙ୍ଗର ଗଣପତିଙ୍କୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ପୂଜା କରାଯାଇଥାଏ।

Categories
ଆଜିର ଖବର ଧର୍ମ

ଆପଣ ଘରେ ପ୍ରଭୃ ଗଣେଷଙ୍କୁ ପୂଜା କରୁଛନ୍ତି କି ? ତେବେ ଜାଣନ୍ତୁ ଏହି କେତୋଟି କଥା

ଭୁବନେଶ୍ବର: ପ୍ରତ୍ୟେକ ପୂଜାରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ। ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ ହେଉ ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ। କିଛି ଜାଗାରେ ସବୁଜ ରଙ୍ଗର ଗଣପତିଙ୍କ ମୂର୍ତ୍ତି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ପୂଜା କରିବା ଦ୍ବାରା କ’ଣ ମିଳିଥାଏ।

ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ମନୁଷ୍ୟ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସିନ୍ଦୂର ଦେଇ ପୂଜା କରିଥା’ନ୍ତି। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ଦେଖାଯାଇଥାଏ।

ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ 32 ଗଣପତିଙ୍କ ନାମ ଓ ରୂପର ବର୍ଣ୍ଣନ ରହିଛି। ଏଥିରେ 15 ଗଣପତି ହେଉଛନ୍ତି – ବାଲ ଗଣପତି, ତରୁଣ ଗଣପତି, ବୀର ଗଣପତି, କ୍ଷିପ୍ର ଗଣପତି, ମହା ଗଣପତି, ବିଜୟ ଗଣପତି, ଏକାକ୍ଷର ଗଣପତି, ବର ଗଣପତି, କ୍ଷିପ୍ରପ୍ରସାଦ ଗଣପତି, ସୃଷ୍ଟି ଗଣପତି, ଉଦ୍ଦଣ୍ଡ ଗଣପତି, ଢୁଣ୍ଡି ଗଣପତି, ତ୍ରିମୁଖ ଗଣପତି, ଯୋଗ ଗଣପତି ଓ ସଂକଟ ହର ଗଣପତି ଲାଲ୍‌ ରଙ୍ଗର।

ତେବେ ଯେଉଁମାନେ ଧନ ଲାଭର ଇଚ୍ଛା ରଖିଥାନ୍ତି ସେମାନେ ସର୍ବଦା ସବୁଜ ରଙ୍ଗର ଗଣେଶ ମୂର୍ତ୍ତିଙ୍କର ପୂଜା କରିବା ଆବଶ୍ୟକ। ଦକ୍ଷିଣ ଭାରତରେ ସବୁଜ ରଙ୍ଗର ଗଣେଶଙ୍କ ମୂର୍ତ୍ତି ଥିବା ମନ୍ଦିର ଦେଖାଯାଇଥାଏ। ଯେଉଁଠି ହରିଦ୍ରା ବର୍ଣ୍ଣର ଗଣପତି ବିରାଜମାନ କରିଥାନ୍ତି। ଯଦି ଆପଣ ମୋକ୍ଷ ପାଇବାକୁ ଚାହୁଁଥାନ୍ତି ବା ସଂସାରରୁ ମୁକ୍ତି ପାଇବାକୁ ଇଚ୍ଛା ରଖୁଥାନ୍ତି ତେବେ ଶ୍ବେତ ବର୍ଣ୍ଣ ଅର୍ଥାତ୍‌ ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ଅବା ଫଟୋର ପୂଜା କରନ୍ତୁ। ଧଳା ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି କିମ୍ବା ଫଟୋକୁ ତିନି ସମୟ ଆରଧନା କରିବା ଦ୍ବାରା ମୋକ୍ଷ ମିଳିଥାଏ।

ତେବେ କିଛି କିଛି ଜାଗାରେ ଗଣେଶଜୀଙ୍କ କଳା, ହଳଦିଆ, ସୁନେଲୀ ଆଦି ରଙ୍ଗର ମୂର୍ତ୍ତି ମିଳିଥାଏ। ଏହି ସମସ୍ତ ରଙ୍ଗର ଗଣପତିଙ୍କୁ ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ପୂଜା କରାଯାଇଥାଏ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର ସଂସ୍କୃତି

ଗଣେଷ ପୂଜା ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ଭିନ୍ନ ଧରଣର ବାଲୁକା କଳା, କରୋନାରୁ ମୁକ୍ତି ପାଇଁ ପ୍ରାର୍ଥନା

ପୁରୀ, ଆଜି ଗଣେଷ ପୂଜା। ହେଲେ କରୋନା ଯୋଗୁଁ ଯେପରି ଧୂମଧାମରେ ଏହି ପୂଜା ହେବା କଥା ତାହା ହୋଇପାରୁ ନାହିଁ। ତେବେ ଏପରି ପରିସ୍ଥିତରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ଏକ ଭିନ୍ନ ବାର୍ତ୍ତା ଦେଉଛି। ଗଣେଷ ପୂଜା ଅବସରରେ ସୁଦର୍ଶନ ପୁରୀ ବେଳାଭୂମିରେ କରିଛନ୍ତି ଏକ ଗଣେଷ ବାଲୁକା କଳା।

ସୁଦର୍ଶନ ଏହି ବିରାଟକାୟ ଗଣେଷ ସ୍ଥାପତ୍ୟ କରିବା ସହିତ କରୋନା ସଚେତନତାର ବାର୍ତ୍ତା ମଧ୍ୟ ଦେଇଛନ୍ତି। ସେ ପ୍ରଭୃ ଗଜାନନଙ୍କୁ ସାରା ବିଶ୍ବକୁ କରୋନାରୁ ମୁକ୍ତି ଦେବା ପାଇଁ ପ୍ରାର୍ଥନା କରିଛନ୍ତି। ଗଣେଷ ପ୍ରତିମୂର୍ତ୍ତିର ଶୁଣ୍ଢ ପାଖରେ ସୁଦର୍ଶନ ଏକ ଗୋଲାକାର ସ୍ଥାପତ୍ୟ କରି ସେଥିରେ ଏହି ବାର୍ତ୍ତା ଲେଖିଛନ୍ତି। ଇଂରାଜୀରେ ଲେଖିଥିବା ଏହି ବାର୍ତ୍ତାର ଓଡିଆରେ କୁହାଯାଇପାରେ ଯେ, କୋରନା ସହିତ ଯୁଦ୍ଧ କରିବା ପାଇଁ ପ୍ରଭୃ ଗଣେଷ ଆମକୁ ଶକ୍ତି ପ୍ରଦାନ କରନ୍ତୁ।

ତେବେ ଏହି ବାଲୁକାକଳାକୁ ଅନୁଧ୍ୟାନ କଲେ ପ୍ରଭୃ ଗଣେଷଙ୍କ ବାହନ ମୂଷା ବେଶ୍ ଆକର୍ଷଣୀୟ ହୋଇପାରିଛି।