Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋର୍ଦ୍ଧାରେ ନିଖିଳ ଉତ୍କଳ ୬୩ତମ ସ୍ବାୟତ୍ତ ଶାସନ ଦିବସ ସମାରୋହ ପାଳିତ
ଆଜିର ଖବର

ଖୋର୍ଦ୍ଧାରେ ନିଖିଳ ଉତ୍କଳ ୬୩ତମ ସ୍ବାୟତ୍ତ ଶାସନ ଦିବସ ସମାରୋହ ପାଳିତ

August 31, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ନିଖିଳ ଉତ୍କଳ ୬୩ତମ ସ୍ବାୟତ୍ତ ଶାସନ ଦିବସ ସମାରୋହ ଖୋର୍ଦ୍ଧା ସହରସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ ପ୍ରେକ୍ଷାଳୟରେ ପାଳିତ ହୋଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜନସାଧାରଣ ମାନଙ୍କୁ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ନିମନ୍ତେ ଥିବା ସଂକଳ୍ପକୁ ଆଜିର ଦିନଟି ମନେ ପକେଇ ଦେଇଥାଏ।

ସହରବାସୀଙ୍କୁ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି, ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ସହର ସୌଦର୍ଯ୍ୟକରଣ ଭଳି ସୁବିଧା ଯୋଗାଇ ଦେବା ନିମନ୍ତେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ କହିଥିଲେ। ୫-ଟି ମାଧ୍ୟମରେ ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସହରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଥିଲେ। ପାର୍କ, ପୋଖରୀ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସଂପର୍କରେ ଉଲ୍ଲେଖ କରିଥିଲେ। ଖୋର୍ଦ୍ଧା ଜିଲ୍ଲା ଭାରତ ଇତିହାସରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବାରୁ ଏହି ପବିତ୍ର ମାଟିର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।

ସେହିଭଳି ବେଗୁନିଆର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବରୁଣେଇ ପର୍ଯ୍ୟଟନ କ୍ଷେତ୍ରର ବିକାଶ, ପାର୍କ ଉନ୍ନତିକରଣ ଓ କ୍ୟାବିନ ବ୍ୟବସାୟୀ ମାନଙ୍କ ଥଇଥାନ ସଂପର୍କରେ କହିଥିଲେ। ଅନେକ ଉନ୍ନତିକରଣ କାର୍ଯ୍ୟକୁ ସଫଳତାର ସହ ତ୍ବରାନ୍ବିତ ହୋଇଥିବାରୁ ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଦେବା ସହ ଲୋକମାନଙ୍କ ସ୍ବାର୍ଥ ନିମନ୍ତେ କାର୍ଯ୍ୟ କରିବାକୁ ନବ ନିର୍ବାଚିତ କାଉନସିଲର ମାନଙ୍କୁ ସେ ପରାମର୍ଶ ଦେଇଥିଲେ।

ପୌର ପରିଷଦ ନିର୍ବାହୀ ଅଧିକାରୀ ତଥା ଉପ ଜିଲ୍ଲାପାଳ ଗୌରବ ଶିବାଜୀ ଇଶଲୱାର ବିବରଣୀ ପାଠ କରିବା ସହ ମୁକ୍ତା ଯୋଜନା, ଆବାସ ଓ ଯାଗା ମିଶନ ସଂପର୍କରେ ଉଲ୍ଲେଖ କରିଥିଲେ। ସେହିଭଳି ପୌରଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି ଓ ଉପାଧ୍ୟକ୍ଷ ସୌର୍ଯ୍ୟ ରଞ୍ଜନ ମହାନ୍ତି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଏହି ଅବସରରେ ବରିଷ୍ଠ ନାଗରିକ, ବୁଦ୍ଧିଜିବୀ, ସାମ୍ବାଦିକ,କାଉନସିଲର, ସ୍ବେଚ୍ଛାସେବୀ, ସରକାରୀ ଅଧିକାରୀ ଓ କର୍ମଚାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବୁଥ ସ୍ତରୀୟ ଅଧିକାରୀ, ଆଗ୍ନିକ ଓ ଟ୍ରାଫିକ କର୍ମଚାରୀ, ଛାତ୍ରଛାତ୍ରୀ, ଷ୍ଟାଫ ନର୍ସ, ପୋଷ୍ଟ ଅଫିସ କର୍ମଚାରୀ, ସ୍ବୟଂ ସହାୟକ ଗୋଷ୍ଠୀ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପୌର ପରିଷଦ ଉପାଧ୍ୟକ୍ଷ ଧନ୍ୟବାଦ ପ୍ରଦାନ କରିଥିଲେ।

ବରୁଣେଇ ସଂଗୀତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ପ୍ରାରମ୍ଭିକ ସଂଗୀତ ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଆଜି ପ୍ରାତଃ ସମୟରେ ପୌର କାର୍ଯ୍ୟାଳୟ ପ୍ରାଙ୍ଗଣରେ ପତାକା ଉତ୍ତୋଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଆଜି ପୂର୍ବାହ୍ନରେ ଖୋରଧା ବିଧାୟକଙ୍କ ଦ୍ବାରା ବିଭିନ୍ନ ୱାର୍ଡରେ ପ୍ରକଳ୍ପ ଗୁଡିକର ମଧ୍ୟ ଉଦଘାଟନ କରାଯାଇଥିଲା।

ଖୋର୍ଦ୍ଧା ସ୍ବାୟତ୍ତ ଶାସନ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ବାଂଲାଦେଶକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ ଏସିଆ କପ୍ ଜିତିଲା ଭାରତ

February 22, 2026
Latest News

ସତ୍ୟାନନ୍ଦ ଦାସ ମହାରାଜଙ୍କ ସ୍ବନକ୍ଷତ୍ରରେ “ଗୁରୁକୃପା ସମ୍ମାନ”ରେ ସମ୍ମାନିତ ହେଲେ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର

February 22, 2026

ନ୍ୟାୟ ରାଷ୍ଟ୍ର ପରିଚାଳନାରେ ଇଞ୍ଜିନ୍ ସଦୃଶ: ନ୍ୟାୟମୂର୍ତ୍ତି ଶଶିକାନ୍ତ ମିଶ୍ର

February 22, 2026

ଭାରତୀୟ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣୁଛି ଏଆଇ

February 22, 2026

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ତୃତୀୟ ଆତଙ୍କବାଦୀର ମୃତଦେହ ଉଦ୍ଧାର

February 22, 2026

ଦେଶର ପ୍ରଥମ ନମୋ ଭାରତ ରାପିଡ୍ ରେଳ ଏବଂ ଦିଲ୍ଲୀ-ମେରଠ ନମୋ ଭାରତ କରିଡର ଲୋକାର୍ପଣ

February 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.