Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ପର୍ଶ ମାଧ୍ୟମରେ ପ୍ରତିରକ୍ଷା ପେନସନଧାରୀଙ୍କୁ ରେକର୍ଡ ପେନସନ ବିତରଣ
ଆଜିର ଖବର

ସ୍ପର୍ଶ ମାଧ୍ୟମରେ ପ୍ରତିରକ୍ଷା ପେନସନଧାରୀଙ୍କୁ ରେକର୍ଡ ପେନସନ ବିତରଣ

September 2, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଡିଜିଟାଲ ଇଣ୍ଡିଆ ଉପକ୍ରମକୁ ଆଗେଇ ନେଇ ପେନସନ ପ୍ରଶାସନ ପ୍ରଣାଳୀ- ରକ୍ଷା ବା ସ୍ପର୍ଶ ଦ୍ୱାରା ଅଗଷ୍ଟ, ୨୦୨୨ ମାସରେ ପ୍ରତିରକ୍ଷା ପେନସନଭୋଗୀଙ୍କୁ ଡିଜିଟାଲ ମାଧ୍ୟମରେ ୩୦୯୦ କୋଟି ଟଙ୍କାରୁ ଅଧିକ ବିତରଣ କରାଯାଇଛି। ୫,୬୨,୯୪୬ ପ୍ରତିରକ୍ଷା ପେନସନଧାରୀ ସଫଳତାର ସହ ସ୍ପର୍ଶ ଡିଜିଟାଲ ପ୍ଲାଟଫର୍ମକୁ ଚାଲି ଆସିବା ଦ୍ୱାରା ଆଉ ଏକ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ସ୍ପର୍ଶ ପ୍ରଣାଳୀରେ ପେନସନଭୋଗୀଙ୍କ ସମୁଦାୟ ସଂଖ୍ୟା ୧୧ ଲକ୍ଷ ଲାଭାର୍ଥୀଙ୍କ ସହ ଏକ ମିଲିୟନ ଅତିକ୍ରମ କରିଛି। ଏହା ଭାରତର ସମୁଦାୟ ପ୍ରତିରକ୍ଷା ପେନସନଭୋଗୀଙ୍କ ପ୍ରାୟ ୩୩ ପ୍ରତିଶତ।

ଏହି ରୂପାନ୍ତରମୂଳକ ପରିବର୍ତ୍ତନ କାର୍ମିକ ନବାଚାର ମାଧ୍ୟମରେ ସମ୍ଭବ ହୋଇପାରିଛି। ୱେବ ଆଧାରିତ ପ୍ରଣାଳୀ ସ୍ପର୍ଶ ମାଧ୍ୟମରେ ପେନସନ ଦାବି ପ୍ରୋସେସିଂ ହୁଏ ଓ କୌଣସି ବାହ୍ୟ ହସ୍ତକ୍ଷେପ ବିନା ପ୍ରତିରକ୍ଷା ପେନସନଧାରୀଙ୍କ ବ୍ୟାଙ୍କ ଏକାଉଣ୍ଟରେ ପେନସନ ସିଧାସଳଖ ଜମା ହୋଇଥାଏ । ଏହାର ବିକାଶ ତ୍ୱରିତ ହୋଇଛି। ଆର୍ଥିକ ବର୍ଷ ୨୦୨୧-୨୨ରେ ଏହି ପ୍ରଣାଳୀ ମାଧ୍ୟମରେ ୧୧,୬୦୦ କୋଟି ଟଙ୍କାରୁ ଅଧିକ ବିତରଣ ହୋଇପାରିଛି।

୨୦୨୦-୨୧ରେ ଏହି ପ୍ରଣାଳୀରେ ପ୍ରାୟ ୫୭ କୋଟି ଟଙ୍କା ବିତରଣ ହୋଇଥିଲା।
ସ୍ପର୍ଶ ପ୍ରକଳ୍ପ ଲାଗୁ କରିବାର ନୋଡାଲ ଏଜେନ୍ସି ପ୍ରତିରକ୍ଷା ଏକାଉଣ୍ଟସ ବିଭାଗ ୩ ହଜାରରୁ ଅଧିକ ପ୍ରାରମ୍ଭିକ ପେନସନ ଉପକ୍ରମ, ମଞ୍ଜୁରୀ ଓ ବିତରଣ ଏଜେନ୍ସିଗୁଡିକୁ ଏକାଠି କରିଥାଏ। ଏହାଦ୍ୱାରା ପେନସନ ସେବା -ପେନସନଭୋଗୀ ସତ୍ୟାପନ ଠାରୁ ଆରମ୍ଭ କରି ଅଭିଯୋଗ ନିବାରଣର ପ୍ରକୃତ ସମୟ ନୀରିକ୍ଷଣ ପର୍ଯ୍ୟନ୍ତ- ପୂର୍ବତନ ସୈନିକମାନଙ୍କ ପାଖରେ ପହଞ୍ଚି ପାରିଛି।

ଡିଜିଟାଲ ଇଣ୍ଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026
Latest News

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.