ଦେଶରେ ଆଜି ୭୨୧୯ ନୂତନ ମାମଲା ଚିହ୍ନଟ, ସୁସ୍ଥ ହେଲେ ୯୬୫୧ ରୋଗୀ

Published: Sep 3, 2022, 11:13 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭ ହଜାର ୨୧୯ ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ୯ ହଜାର ୬୫୧ ଜଣ ଲୋକ ଏହି ରୋଗରୁ ମୁକ୍ତି ପାଇଛନ୍ତି। ସମଗ୍ର ଦେଶରେ ସକ୍ରିୟ ମାମଲା ସଂଖ୍ୟା ୫୬ ହଜାର ୭୪୫ କୁ ବୃଦ୍ଧି ପାଇଛି।

ତେବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୪ ଲକ୍ଷ ୩୬ ହଜାର ୩୩୯ ଅତିକ୍ରମ କରିଛି। ଏଥି ସହିତ ଦେଶରେ କରୋନାଜନିତି ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୭ ହଜାର ୯୧୧ କୁ ବୃଦ୍ଧି ପାଇଛି।

Related posts