ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୭୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୭୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୦ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୦୫ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୭୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ଅନୁଗୁଳ ଜିଲ୍ଲାରୁ- ୧
ବାଲେଶ୍ଵର ଜିଲ୍ଲାରୁ- ୪
ବରଗଡ ଜିଲ୍ଲାରୁ- ୪
ଭଦ୍ରକ ଜିଲ୍ଲାରୁ- ୧
ବଲାଙ୍ଗୀରି ଜିଲ୍ଲାରୁ- ୨
ବୌଦ୍ଧ ଜିଲ୍ଲାରୁ- ୧
କଟକ ଜିଲ୍ଲାରୁ- ୮
ଦେବଗଡ ଜିଲ୍ଲାରୁ- ୩
ଢେଙ୍କାନାଳ ଜିଲ୍ଲାରୁ- ୧
ଗଜପତି ଜିଲ୍ଲାରୁ- ୨
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୪
ଯାଜପୁର ଜିଲ୍ଲାରୁ- ୬
ଝାରସୁଗୁଡା ଜିଲ୍ଲାରୁ- ୪
କଳାହାଣ୍ଡି ଜିଲ୍ଲାରୁ- ୧
କନ୍ଧମାଳ ଜିଲ୍ଲାରୁ- ୪
କେନ୍ଦୁଝର ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୩୬
କୋରାପୁଟ ଜିଲ୍ଲାରୁ- ୧
ମୟୂରଭଞ୍ଜ ଜିଲ୍ଲାରୁ- ୬
ନବରଙ୍ଗପୁର ଜିଲ୍ଲାରୁ- ୧୮
ନୟାଗଡ ଜିଲ୍ଲାରୁ- ୧୪
ନୂଆପଡା ଜିଲ୍ଲାରୁ- ୩
ପୁରୀ ଜିଲ୍ଲାରୁ- ୬
ରାୟଗଡା ଜିଲ୍ଲାରୁ- ୩
ସମ୍ବଲପୁର ଜିଲ୍ଲାରୁ- ୪
ସୋନପୁର ଜିଲ୍ଲାରୁ- ୫
ସୁନ୍ଦରଗଡ ଜିଲ୍ଲାରୁ- ୨୭
ଷ୍ଟେଟ ପୁଲରୁ- ୮
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୮ ହଜାର ୬୪୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୭ ହଜାର ୬୮୭ ଏବଂ ବର୍ତ୍ତମାନ ୧୭୨୩ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।