Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»୨୧୯ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା, ୫୬ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ
ବିଶେଷ ଖବର

୨୧୯ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା, ୫୬ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

April 13, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା
LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

ନୂଆଦିଲ୍ଲୀ: ପଶ୍ଚିମ ଏସିଆର ବଦଳୁଥିବା ପରିସ୍ଥିତି ଉପରେ ଭାରତ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପରିବର୍ତ୍ତିତ ପରିସ୍ଥିତି ଅନୁସାରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକରେ ପ୍ରସ୍ତୁତିକୁ ନିଶ୍ଚିତ କରିବା ପାଇଁ ସମନ୍ୱିତ ପଦକ୍ଷେପ ଗ୍ରହଣ କରୁଛନ୍ତି। ନିରବଚ୍ଛିନ୍ନ ଶକ୍ତି ଯୋଗାଣ, ସାମୁଦ୍ରିକ ଜାହାଜ ଚଳାଚଳ ଏବଂ ପ୍ରଭାବିତ ଅଞ୍ଚଳରେ ଥିବା ଭାରତୀୟ ନାଗରିକଙ୍କୁ ସହାୟତା ପ୍ରଦାନ କରିବା ଏହି ପଦକ୍ଷେପଗୁଡ଼ିକ ଭିତରେ ସାମିଲ ରହିଛି।

ଶକ୍ତି ଯୋଗାଣ ଏବଂ ଇନ୍ଧନର ଉପଲବ୍ଧତା

ଦେଶରେ ଶକ୍ତି ଯୋଗାଣ ଏବଂ ଇନ୍ଧନର ଉପଲବ୍ଧିକୁ ସୁନିଶ୍ଚିତ କରିବା ପାଇଁ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ବର୍ତ୍ତମାନର ଇନ୍ଧନ ଯୋଗାଣ ସ୍ଥିତି ବିଷୟରେ ସୂଚନା ଦେଇଛନ୍ତି। ‘ହର୍ମୁଜ ପ୍ରଣାଳୀ’ ପ୍ରଭାବିତ ହେଉଥିବାରୁ ପେଟ୍ରୋଲିୟମ ଉତ୍ପାଦ ଏବଂ ଏଲ୍‍ପିଜିର ଅବିରତ ଉପଲବ୍ଧତା ନିଶ୍ଚିତ କରିବା ପାଇଁ ତତ୍ପର ହୋଇଛନ୍ତି।

ଏ କ୍ଷେତ୍ରରେ ନାଗରିକମାନଙ୍କୁ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ଆତଙ୍କିତ କ୍ରୟ ନକରିବାକୁ ପରାମର୍ଶ ଦିଆଯାଇଛି। ଏହା ସହ କେବଳ ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ଉପରେ ବିଶ୍ୱାସ କରିବାକୁ  କୁହାଯାଇଛି। ଏଲ୍‍ପିଜି ଗ୍ରାହକମାନଙ୍କୁ ଡିଜିଟାଲ ବୁକିଂ ପ୍ଲାଟଫର୍ମ ବ୍ୟବହାର କରିବାକୁ ଏବଂ ବିତରକଙ୍କ ନିକଟକୁ ନଯିବାକୁ ଅନୁରୋଧ କରାଯାଇଛି। ନାଗରିକମାନଙ୍କୁ ପିଏନ୍‍ଜି ଏବଂ ଇଲେକ୍ଟ୍ରିକ୍ କିମ୍ବା ଇଣ୍ଡକସନ୍ କୁକଟପ୍ ଭଳି ବିକଳ୍ପ ଇନ୍ଧନ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ସମସ୍ତ ନାଗରିକଙ୍କୁ ବର୍ତ୍ତମାନର ପରିସ୍ଥିତିରେ ଦୈନନ୍ଦିନ ବ୍ୟବହାରରେ ଶକ୍ତି ସଂରକ୍ଷଣ କରିବାକୁ ଅନୁରୋଧ କରାଯାଇଛି।

ଭୂ-ରାଜନୈତିକ ସ୍ଥିତି ସତ୍ତ୍ୱେ ସରକାର ଘରୋଇ ଏଲପିଜି ଏବଂ ପିଏନ୍‍ଜି ଯୋଗାଣକୁ ପ୍ରାଥମିକତା ଦେଇଛନ୍ତି। ଏହା ସହିତ ଡାକ୍ତରଖାନା ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଉଚ୍ଚ ପ୍ରାଥମିକତା ଦିଆଯାଇଛି। ସରକାର ଯୋଗାଣ ଏବଂ ଚାହିଦା ଉଭୟ କ୍ଷେତ୍ରରେ କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି, ଯେପରିକି ରିଫାଇନାରୀ ଉତ୍ପାଦନ ବୃଦ୍ଧି କରିବା ଏବଂ ସହରାଞ୍ଚଳରେ ବୁକିଂ ବ୍ୟବଧାନକୁ ୨୧ ରୁ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରିବା।

ଏଲପିଜି ଚାହିଦା ଉପରେ ଚାପ ହ୍ରାସ କରିବା ପାଇଁ କିରୋସିନ ଏବଂ କୋଇଲା ଭଳି ବିକଳ୍ପ ଇନ୍ଧନ ଉପଲବ୍ଧ କରାଯାଇଛି। କୋଇଲା ମନ୍ତ୍ରଣାଳୟ ପକ୍ଷରୁ କୋଲ୍ ଇଣ୍ଡିଆ ଏବଂ ସିଙ୍ଗାରେନି କଲିଅରିଜ୍‌କୁ କ୍ଷୁଦ୍ର ଓ ମଧ୍ୟମ ଉପଭୋକ୍ତାଙ୍କୁ ଅତିରିକ୍ତ କୋଇଲା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଘରୋଇ ଏବଂ ବାଣିଜ୍ୟିକ ଉପଭୋକ୍ତାଙ୍କ ପାଇଁ ନୂତନ ପିଲନ୍‍ଜି ସଂଯୋଗ ସୁବିଧା ଯୋଗାଇବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି।

ପେଟ୍ରୋଲିୟମ ଉତ୍ପାଦର ମହଜୁଦ ଏବଂ କଳାବଜାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରମାନଙ୍କୁ କ୍ଷମତା ଦିଆଯାଇଛି। ନିୟମିତ ସମୀକ୍ଷା ବୈଠକ ଅନୁଷ୍ଠିତ ହେଉଛି। ମିଥ୍ୟା ଖବର ରୋକିବା ଏବଂ ସାମାଜିକ ଗଣମାଧ୍ୟମରେ ସଠିକ୍ ସୂଚନା ପ୍ରଦାନ କରିବାକୁ ଗୁରୁତ୍ୱ ଦିଆଯାଉଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ କଣ୍ଟ୍ରୋଲ ରୁମ୍ ଏବଂ ଜିଲ୍ଲା ସ୍ତରୀୟ ମନିଟରିଂ କମିଟି ଗଠନ କରିଛନ୍ତି।

ସେହିପରି କଳା କାରବାର ଏବଂ ବ୍ୟାପକ ହୋର୍ଡିଂକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଓ ତଦାରଖ ବ୍ୟବସ୍ଥା ଆପଣା ଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଅନୁସାରେ ୧୧.୦୪.୨୦୨୬ ରେ ଦେଶବ୍ୟାପୀ ୨୭୦୦ ରୁ ଅଧିକ ଚଢ଼ାଉ କରାଯାଇଛି। ତୈଳ ବିପଣନ କମ୍ପାନୀଗୁଡ଼ିକ ୨୧୯ ଏଲ୍‍ପିଜି  ବିତରକଙ୍କ ଉପରେ ଜରିମାନା କରିବା ସହ ୫୬ ବିତରକଙ୍କ ଲାଇସେନ୍ସ ନିଲମ୍ବିତ କରିଛନ୍ତି।

ପେଟ୍ରୋଲିୟମ ଏବଂ ଗ୍ୟାସ ମନ୍ତ୍ରଣାଳୟର ସୂଚନା ଅନୁସାରେ ପ୍ରାୟ ୯୮% ଏଲ୍‍ପିଜି ବୁକିଂ ଅନଲାଇନ୍ ମାଧ୍ୟମରେ ହେଉଛି। ସିଲିଣ୍ଡର ଚୋରି ରୋକିବା ପାଇଁ ଡେଲିଭରୀ ପ୍ରମାଣନ କୋଡ୍‍ (ଡିଏସି) ଆଧାରିତ ବିତରଣ ୯୩% କୁ ବୃଦ୍ଧି ପାଇଛି। ୧୧.୦୪.୨୦୨୬ ରେ ୫୨.୩ ଲକ୍ଷରୁ ଅଧିକ ଘରୋଇ ସିଲିଣ୍ଡର ବିତରଣ କରାଯାଇଛି। ପ୍ରବାସୀ ଶ୍ରମିକମାନଙ୍କ ପାଇଁ ୫ କେଜି ଏଫ୍‍ଟିଏଲ୍‍ ସିଲିଣ୍ଡରର ଯୋଗାଣ ଦ୍ୱିଗୁଣିତ କରାଯାଇଛି।

ପ୍ରାକୃତିକ ଗ୍ୟାସ ଯୋଗାଣ ଏବଂ ପିଏନଜି ସମ୍ପ୍ରସାରଣକୁ ସ୍ୱଭାବିକ ଭାବେ ନିରନ୍ତର ରଖିବା ଲାଗି ଘରୋଇ ପିଏନ୍‍ଜି ଏବଂ ସିଏନ୍‍ଜି ପରିବହନ ପାଇଁ ୧୦୦% ଯୋଗାଣକୁ ପ୍ରାଥମିକତା ଦିଆଯାଇଛି। ସାର କାରଖାନାଗୁଡ଼ିକୁ ଗ୍ୟାସ ଯୋଗାଣ ୫% ବୃଦ୍ଧି କରାଯାଇ ୯୫% କୁ ଅଣାଯାଇଛି। ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକୁ ବାଣିଜ୍ୟିକ ଏଲ୍‍ପିଜି ବଦଳରେ ପିଏନ୍‍ଜି ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି। ମାର୍ଚ୍ଚ ୨୦୨୬ ରୁ ୪.୨୪ ଲକ୍ଷରୁ ଅଧିକ ନୂତନ ପିଏନ୍‍ଜି ସଂଯୋଗ ଦିଆଯାଇଛି।

ଅଣୋଧିତ ତୈଳ ଏବହ ରିଫାଇନାରୀ କାର୍ଯ୍ୟ ଜାରି ରଖିବା ଲାଗି ଦେଶର  ସମସ୍ତ ରିଫାଇନାରୀ ଉଚ୍ଚ କ୍ଷମତାରେ କାର୍ଯ୍ୟ କରୁଛନ୍ତି ଏବଂ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଓ ଡିଜେଲ ମହଜୁଦ ରହିଛି। ଭାରତ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୦ ଟଙ୍କା ହ୍ରାସ କରିଛନ୍ତି। ଖୁଚୁରା ବଜାରରେ ତୈଳ ଦର ଅପରିବର୍ତ୍ତିତ ରହିଛି।

ସାମୁଦ୍ରିକ ସୁରକ୍ଷା ଏବଂ ପରିବହନ ବାବଦରେ ସୂଚନା ଦେଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସେହି ଅଞ୍ଚଳରେ ଥିବା ସମସ୍ତ ଭାରତୀୟ ନାବିକ ସୁରକ୍ଷିତ ଅଛନ୍ତି। ୨୪ ଘଣ୍ଟିଆ ଶିପିଂ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି। ବର୍ତ୍ତମାନ ସୁଦ୍ଧା ୨,୦୮୪ରୁ ଅଧିକ ଭାରତୀୟ ନାବିକଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଅଣାଯାଇଛି।

ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ରହୁଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ଲାଗି ଭାରତୀୟ ମିଶନଗୁଡ଼ିକ ଭାରତୀୟ ସମୁଦାୟ ସହ ନିରନ୍ତର ଯୋଗାଯୋଗରେ ଥିବା  ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ଜାରି କରାଯାଇଛି। ଯେଉଁ ଦେଶଗୁଡ଼ିକର ଆକାଶମାର୍ଗ ଖୋଲା ଅଛି, ସେଠାରୁ ବିମାନ ଚଳାଚଳ ଜାରି ରହିଛି। ୟୁଏଇରୁ ସୀମିତ ବାଣିଜ୍ୟିକ ବିମାନ ଚଳାଚଳ କରୁଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।  ସେହିପରି କତାର ଏୟାରୱେଜ୍ ଭାରତକୁ ବିମାନ ଚଳାଚଳ କରୁଛି। କୁଏତ ଏବଂ ବାହାରିନ: ଆକାଶମାର୍ଗ ବନ୍ଦ ଥିବା ବେଳେ ସୌଦି ଆରବ ଦେଇ ଯାତ୍ରା ସୁବିଧା କରାଯାଉଛି। ଇରାନ, ଇସ୍ରାଏଲ ଏବଂ ଇରାକ ପ୍ରଭୃତି ରାଷ୍ଟ୍ରର ଯେଉଁଠାରେ ଆକାଶମାର୍ଗ ବନ୍ଦ ଅଛି, ସେଠାରେ ପଡ଼ୋଶୀ ଦେଶ (ଜର୍ଡାନ, ଆର୍ମେନିଆ, ଇଜିପ୍ଟ) ମାଧ୍ୟମରେ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସୁବିଧା କରାଯାଉଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

'ହର୍ମୁଜ ପ୍ରଣାଳୀ' ଘରୋଇ ସିଲିଣ୍ଡର ପିଏନ୍‍ଜି ସଂଯୋଗ ଭାରତୀୟଙ୍କ ସୁରକ୍ଷା ମଧ୍ୟପ୍ରାଚ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଜରାଙ୍ଗେଙ୍କ ପ୍ରତିବାଦ ରୋକିବା ପାଇଁ ଆବେଦନ: ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

September 11, 2026

ଶରୀର ପୁରୁଷର, ହେଲେ ଭିତରେ ଗର୍ଭାଶୟ; ସାମ୍ନାକୁ ଆସିଲା ବିରଳ ମାମଲା

September 11, 2026

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026
Latest News

ଜରାଙ୍ଗେଙ୍କ ପ୍ରତିବାଦ ରୋକିବା ପାଇଁ ଆବେଦନ: ଗୁରୁତ୍ୱପୂର୍ଣ୍ଣ ରାୟ ଦେଲେ ହାଇକୋର୍ଟ

September 11, 2026

ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

September 11, 2026

ସ୍ୱିଜରଲ୍ୟାଣ୍ଡରେ ମର୍ମନ୍ତୁଦ ପର୍ଯ୍ୟଟକ ବସ୍ ଦୁର୍ଘଟଣା: ୫ ମୃତ

September 11, 2026

ଓଡ଼ିଶାରେ ସରକାରୀ ବ୍ୟାଙ୍କ ସେବା ବ୍ୟାହତ: ଦେଶବ୍ୟାପୀ ଆନ୍ଦୋଳନରେ ସାମିଲ ହେଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ

September 11, 2026

ଆଉ ଏକ ‘ବିଶ୍ୱ ରେକର୍ଡ’ ସ୍ଥାପନ କଲେ ଜୋ ରୁଟ୍: ଟେଷ୍ଟ କ୍ରିକେଟରେ ରଚିଲେ ଇତିହାସ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.