Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ
ଆଜିର ଖବର

ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

September 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଡାକଟିକଟ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ

ଭୁବନେଶ୍ବର: ଐତିହାସିକ ଅଳକା ଆଶ୍ରମ ଉପରେ ଆଧାରିତ ଏକ ‘ମୋ ଡାକ ଟିକେଟ’ ଗତକାଲି ମହାମହିମ ରାଜ୍ୟପାଳଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି। ରାଜଭବନ ପରିସରରେ ଅଳକା ଆଶ୍ରମ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର, ଆବାହକ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ନାଥ ରାଉତ, ସଂଯୋଜକ ନଗେନ୍ଦ୍ର ନାଥ ସ୍ବାଇଁ, ସୋମନାଥ ପରିଡା, ଡାକ ଟିକଟର ଶିଳ୍ପୀ ଲାଲ ସଂଗ୍ରାମ କେଶରୀ ରାୟ ଏହି ଅବସରରେ ଉପସ୍ଥିତ ଥିଲେ।

ଅସହଯୋଗ ଆନ୍ଦୋଳନର ପୃଷ୍ଠଭୂମିରେ ନିର୍ମିତ ଓ ଆଇନି ଅମାନ୍ୟ ଆନ୍ଦୋଳନରେ ସାରା ଓଡ଼ିଶାରେ ପ୍ରମୁଖ ଭୂମିକା ଗ୍ରହଣ କରି ଭାରତ ଛାଡ ଆନ୍ଦୋଳନ ସମୟରେ ଇଂରେଜ ସରକାରଙ୍କ ଦ୍ବାରା ବେଆଇନି ଘୋଷିତ ହୋଇଥିବା ଅଳକା ଆଶ୍ରମର ବର୍ଷବ୍ୟାପୀ ଶତାବ୍ଦୀ ସମାରୋହ ଚଳିତ ବର୍ଷ ପାଳନ କରାଯାଉଛି। ଏହି ଡାକ ଟିକେଟର ଉନ୍ମୋଚିତ ପୂର୍ବରୁ ଜୟଦେବ ଭବନ ପରିସରରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି।

ଶ୍ରୀ ରାଉତଙ୍କ ଆବାହକତ୍ଵରେ ଓ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଏହି ଶତବାର୍ଷିକୀ ସମାରୋହକୁ ଅତ୍ୟନ୍ତ ସ୍ମରଣୀୟ ଭାବରେ କରିବା ପାଇଁ ତାଙ୍କର ମତ ରଖିଥିଲେ। ସେମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଶ୍ରୀ ଜ୍ୟୋତିଷ ଚନ୍ଦ୍ର ଦାସ, ପ୍ରଶାସକ ସୂର‌୍ୟ୍ୟ ରଞ୍ଜନ ମହାନ୍ତି, ଗବେଷକ ମହେନ୍ଦ୍ର କୁମାର ଆଚାର‌୍ୟ୍ୟ, ରବି ନାରାୟଣ ଷଡଙ୍ଗୀ, ଆଲୋକ ରଞ୍ଜନ ଦାସ, ପ୍ରଶାନ୍ତ ଦାସ, ପ୍ରବୋଧ ପଟ୍ଟନାୟକ, ହେମନ୍ତ ରଥ, ଚୌଧୁରୀ ବରଦା ପ୍ରସନ୍ନ ଦାସ, ପ୍ରଣବ କୁମାର ଦେ, ସୁବୋଧ ଚନ୍ଦ୍ର ନାୟକ, ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ, ହେମନ୍ତ କୁମାର ନାୟକ, ଡଃ ଲଲିତ କୁମାର ଲେଙ୍କା, ଡଃ ସୁଶୀଲ କୁମାର ପଟ୍ଟନାୟକ ପ୍ରମୁଖ ତାଙ୍କର ମତାମତ ରଖିଥିଲେ।

ଶ୍ରୀପଞ୍ଚମୀ ୨୦୨୨ ରୁ ଆରମ୍ଭ ହୋଇଥିବା ଏହି ସମାରୋହ ୨୦୨୩ ମସିହା ଶ୍ରୀପଞ୍ଚମୀ ଅବସରରେ ଉଦଯାପିତ ହେବ। ଏହାର ସମାବର୍ତ୍ତନ ଉତ୍ସବ ଦେଶର ତଥା ରାଜ୍ୟର ଅନେକ ବିଶିଷ୍ଟ ବ୍ୟକ୍ତିତ୍ବଙ୍କ ସମେତ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ଗାନ୍ଧୀ ଅନୁଗାମୀଙ୍କ ଭବ୍ୟ ଉପସ୍ଥିତିରେ ଅନୁଷ୍ଠିତ ହେବ ବୋଲି ଆବାହକ ଶ୍ରୀ ରାଉତ ପ୍ରକାଶ କରିଛନ୍ତି।

ଅଳକା ଆଶ୍ରମ ସଂଗ୍ରାମ କେଶରୀ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026
Latest News

ପାକିସ୍ତାନ ଏବଂ ବାଂଲାଦେଶକୁ ସମାଲୋଚନା କଲେ ଜୟ ଶାହ: ଟିମ୍ ଇଣ୍ଡିଆକୁ ଦେଲେ ଏହି ବାର୍ତ୍ତା

March 15, 2026

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: PNG ସଂଯୋଗ ଥିଲେ ମିଳିବ ନାହିଁ LPG, ପଢନ୍ତୁ ଅପଡେଟ୍

March 15, 2026

ଆଜି ଘୋଷଣା ହେବ ବଙ୍ଗଳା ଏବଂ ଆସାମ ସମେତ ପାଞ୍ଚଟି ରାଜ୍ୟର ନିର୍ବାଚନ ତାରିଖ!: ଜାଣନ୍ତୁ ସମୟ

March 15, 2026

ରାଜ୍ୟସଭା ନିର୍ବାଚନ: ଦତ୍ତେଶ୍ୱର ହୋତାଙ୍କ ପକ୍ଷରେ ମତଦାନ କରିବାକୁ ସି.ପି.ଆଇ.(ଏମ୍) ର ଆହ୍ୱାନ

March 15, 2026

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.