କଟକସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ହେବ ଏକ ଚାକିରୀ ମେଳା, ଯୋଗ୍ୟତା ଦ୍ବାଦଶ ପାସ୍

Published: Sep 7, 2022, 7:41 am IST

କଟକ : ଗୁରୁଦେବ ଶ୍ରୀ ଶ୍ରୀ ରବି ଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ କଟକ ଏକ ମହା ଚାକିରୀ ମେଳା ଆୟୋଜନ ର ପ୍ରସ୍ତାବ ରହିଛି। କଟକ ସ୍ଥିତ ଏହି ବିଶ୍ୱବିଦ୍ୟାଳୟ ର ଚାକିରୀ ମେଳା ରେ ୨୦ ରୁ ଅଧିକ କମ୍ପାନୀ ଯୋଗଦେବାର ଯୋଜନା ଅଛି। ଦ୍ୱାଦଶ ପାସ୍ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାଗଣା ପଞ୍ଜୀକରଣ ମଧ୍ୟ କରାଯାଉଛି।

ଏହି ମେଳା ରେ ୧୦୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗ ଦେବାର ବ୍ୟବସ୍ତା ରହିଛି। ଏହି ମେଳାରେ ଦ୍ୱାଦଶ ପାସ, ଡିପ୍ଲୋମା, ସ୍ନାତକ, ସ୍ନାତକୋତର ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇପାରିବେ। କଟକ, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରୁ ବହୁ ଛାତ୍ରଛାତ୍ରୀ ଯୋଗ ଦେବାର ବ୍ୟବସ୍ତା ରହିଛି। ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଓ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କୁ ଯୋଗାଯୋଗ କରି ଏଥିରେ ଭାଗ ନେଇପାରିବେ।

ବିଶ୍ୱବିଦ୍ୟାଳୟ ମୁଖପାତ୍ରଙ୍କ କହିବାନୁସାରେ, ପ୍ରତିଭା ପ୍ରଦର୍ଶନ ଏବଂ ଆଞ୍ଚଳିକ ଉଦ୍ୟୋଗୀ କ୍ଷେତ୍ରର ସମ୍ଭାବ୍ୟ ଅଭିବୃଦ୍ଧି ପ୍ରଦର୍ଶନ ପାଇଁ ବିଶ୍ୱବିଦ୍ୟାଳୟ ଏହି ଚାକିରୀ ମେଳା ମୁଖ୍ୟ ଉଦେଶ୍ୟ। ପରିଦର୍ଶକମାନଙ୍କ ପାଇଁ ବିଶ୍ୱବିଦ୍ୟାଳୟ କିଛି ସୂଚନାପୂର୍ଣ୍ଣ କାର୍ଯ୍ୟକ୍ରମ ମଧ୍ୟ ଯୋଜନା କରୁଛି। ଏହି ଚାକିରୀ ମେଳା ସକାଳ ୯ ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରୁତି ବ୍ଲକ କ୍ୟାମ୍ପସ ପରିସର ମଧ୍ୟରେ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ। ସ୍ଥାନୀୟ ଶିଳ୍ପ ଉଦ୍ୟୋଗୀ ପାଇଁ ଏକ ଉକୃଷ୍ଟ ସୁଯୋଗ ହେବ।

Related posts