ଦେଶରେ ଆଜି ୬ ହଜାରରୁ ଊର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ: ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦,୩୪୨ କୁ ହ୍ରାସ

Published: Sep 8, 2022, 11:22 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୬ ହଜାର ୩୯୫ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଯାହା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୪,୭୮,୬୩୬ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୫୦,୩୪୨ କୁ ହ୍ରାସ ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ଆଜି ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ହେତୁ ଆଉ ୩୩ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୦ କୁ ବୃଦ୍ଧି ପାଇଛି।

Related posts