ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୫୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୨ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୫ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୨
ବରଗଡ ଜିଲ୍ଲାରୁ- ୩
ଭଦ୍ରକ ଜିଲ୍ଲାରୁ- ୩
ବଲାଙ୍ଗୀରି ଜିଲ୍ଲାରୁ- ୧୧
କଟକ ଜିଲ୍ଲାରୁ- ୨୭
ଦେବଗଡ ଜିଲ୍ଲାରୁ- ୧
ଗଞ୍ଜାମ ଜିଲ୍ଲାରୁ- ୬
ଜଗତସିଂହପୁର ଜିଲ୍ଲାରୁ- ୫
ଯାଜପୁର ଜିଲ୍ଲାରୁ- ୫
ଝାରସୁଗୁଡା ଜିଲ୍ଲାରୁ- ୨
କଳାହାଣ୍ଡି ଜିଲ୍ଲାରୁ- ୧୧
କନ୍ଧମାଳ ଜିଲ୍ଲାରୁ- ୨
କେନ୍ଦ୍ରପଡା ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୫୫
କୋରାପୁଟ ଜିଲ୍ଲାରୁ- ୪
ମୟୂରଭଞ୍ଜ ଜିଲ୍ଲାରୁ- ୮
ନବରଙ୍ଗପୁର ଜିଲ୍ଲାରୁ- ୧୫
ନୟାଗଡ ଜିଲ୍ଲାରୁ- ୧୨
ନୂଆପଡା ଜିଲ୍ଲାରୁ- ୯
ପୁରୀ ଜିଲ୍ଲାରୁ- ୮
ସମ୍ବଲପୁର ଜିଲ୍ଲାରୁ- ୧୭
ସୋନପୁର ଜିଲ୍ଲାରୁ- ୨
ସୁନ୍ଦରଗଡ ଜିଲ୍ଲାରୁ- ୩୦
ଷ୍ଟେଟ ପୁଲରୁ- ୧୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୨୯ ହଜାର ୭୨୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୭୯୮ ଏବଂ ବର୍ତ୍ତମାନ ୧୬୯୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।