Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ହେଉଛି ପବିତ୍ର ଅନନ୍ତ ବ୍ରତ, ଏହି ଦିନ ସମସ୍ତେ ଏହି କାର୍ଯ୍ୟ କରିବା ଉଚିତ, ମଙ୍ଗଳ ହେବ
ଆଜିର ଖବର

ଆଜି ହେଉଛି ପବିତ୍ର ଅନନ୍ତ ବ୍ରତ, ଏହି ଦିନ ସମସ୍ତେ ଏହି କାର୍ଯ୍ୟ କରିବା ଉଚିତ, ମଙ୍ଗଳ ହେବ

September 9, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ହେଉଛି ପବିତ୍ର ଅନନ୍ତ ବ୍ରତ, ଏହି ଦିନ ସମସ୍ତେ ଏହି କାର୍ଯ୍ୟ କରିବା ଉଚିତ, ମଙ୍ଗଳ ହେବ

ଭୁବନେଶ୍ବର: ଅନନ୍ତ ଚତୁଃର୍ଦ୍ଦଶୀ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ପଡିଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ଅନନ୍ତ ଚତୁଃର୍ଦଶୀ ଆଜି ଅନୁଷ୍ଠିତ ହେଉଛି। ଆସନ୍ତୁ ଜାଣିବା ଏହି ଦିନ କେଉଁ 5 ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବା ଉଚିତ।

ଗଣେଶ ମୂର୍ତ୍ତି ବିଷର୍ଜନ: ଗଣେଶ ପୂଜା ଭଦ୍ରବମାସ ଶୁକ୍ଲ ଚତୁର୍ଥୀ ତିଥିରୁ ଆରମ୍ଭ ହୁଏ ଏବଂ ମୂର୍ତ୍ତି ଅନନ୍ତ ଚତୁଃର୍ଦ୍ଦଶୀରେ ବିଷର୍ଜନ କରାଯାଇଥାଏ। ଯଦିଓ ମହାରାଷ୍ଟ୍ରରେ ତିନି ଦିନ ପରେ ବିଷର୍ଜନ ହୁଏ, କିନ୍ତୁ ଅନେକ ରାଜ୍ୟରେ ଅନନ୍ତ ଚତୁଃର୍ଦଶୀ ଦିନରେ ବିଷର୍ଜନ କରାଯାଇଥାଏ।

ବିଷ୍ଣୁଙ୍କ ଉପାସନା: ଅନନ୍ତ ଚତୁଃର୍ଦ୍ଦଶୀରେ ଭଗବାନ ଅନନ୍ତ ବା ବିଷ୍ଣୁଙ୍କୁ ପୂଜା କରିବାର ନିୟମ ଅଛି। ଭଗବାନ ବିଷ୍ଣୁଙ୍କ ଭକ୍ତ ଶେଷନାଗଙ୍କ ନାମ ଅନନ୍ତ ଅଟେ। ଅଗ୍ନି ପୁରାଣରେ ଅନନ୍ତ ଚତୁଃର୍ଦଶୀ ଉପବାସର ମହତ୍ତ୍ବ ବର୍ଣ୍ଣନା କରାଯାଇଛି।

ଉପବାସ ପାଳନ: ପାଣ୍ଡବମାନେ ପଶା ଖେଳରେ ନିଜର ରାଜପ୍ରାସାଦ ହରାଇବା ପରେ ପୁନର୍ବାର ରାଜପ୍ରାସାଦ ଫେରିପାଇବା ପାଇଁ ଶ୍ରୀକୃଷ୍ଣଙ୍କ ଉପଦେଶ ମାଗିଥିଲେ। ସେତେବେଳେ ଶ୍ରୀକୃଷ୍ଣ ତାଙ୍କୁ ଅନନ୍ତ ଚତୁଃର୍ଦଶୀ ଉପବାସ ବିଷୟରେ କହିଥିଲେ। ଭଗବାନ କୃଷ୍ଣ କହିଥିଲେ ଯେ ଭାଦ୍ରବ ମାସ ଶୁକ୍ଲ ପକ୍ଷ ଚତୁର୍ଦଶୀରେ ବିଷ୍ଣୁ ଶେଷନାଗଙ୍କ ଶଯ୍ୟାରେ ଅନନ୍ତ ନିଦ୍ରାରେ ରୁହନ୍ତି। ଅନନ୍ତ ଭଗବାନ ହିଁ ବାମନ ଅବତାରରେ ତିନୋଟି ଗୋଡରେ ତିନି ଜଗତକୁ ମାପ କରିଥିଲେ । ସେମାନେ ଆରମ୍ଭ କିମ୍ବା ଶେଷ ଜାଣନ୍ତି ନାହିଁ, ସେଥିପାଇଁ ତାଙ୍କୁ ଅନନ୍ତ କୁହାଯାଏ, ତେଣୁ ତୁମ ସପରିବାର ଏହି ଅନନ୍ତ ଚତୁଃର୍ଦଶୀ ବ୍ରତ ପାଳନ କଲେ ସମସ୍ତ ଅସୁବିଧା ଦୂରହେବ।

ଅନନ୍ତ ବ୍ରତ : ଏହି ଦିନ, ଅନନ୍ତ ବ୍ରତ ବାନ୍ଧିବାର ଏକ ବିଶେଷ ମହତ୍ବ ଅଛି। ଏହି ଦିନ ଉପବାସରେ ରହି ଭଗବାନ ବିଷ୍ଣୁଙ୍କର ଅନନ୍ତ ରୂପକୁ ପୂଜା କରାଯାଇଥାଏ। ପୂଜା ପରେ ବାହୁରେ ଏକ ଅନନ୍ତ ସୂତା ବନ୍ଧା ଯାଇଥାଏ। ଯାହାକୁ ବ୍ରତ ବୋଲି କୁହାଯାଏ। ଅର୍ଥାତ କଞ୍ଚା ସୂତାରେ ନିର୍ମିତ 14 ଗଣ୍ଠିର ଏକ ସୂତା ବାନ୍ଧି ଭଗବାନ ବିଷ୍ଣୁଙ୍କ ଅନନ୍ତ ଅନୁଗ୍ରହ ପ୍ରାପ୍ତ ହୁଏ। ଏହି ସୂତ୍ର ବାନ୍ଧିବାର ପଦ୍ଧତି ଏବଂ ନିୟମ ପୁରାଣରେ ଉଲ୍ଲେଖ କରାଯାଇଛି।

ବିଷ୍ଣୁ ସହସ୍ରନାମ ପାଠ: ବିଶ୍ବାସ କରାଯାଏ ଯେ ଏହି ଦିନ ଉପବାସ କରିବା ସହିତ ଯଦି ଜଣେ ଶ୍ରୀ ବିଷ୍ଣୁ ସହସ୍ରନାମ ସ୍ତୋତ୍ର ପାଠ କରନ୍ତି, ତେବେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହୁଏ। ଧନ, ସମୃଦ୍ଧତା ଏବଂ ପିଲାମାନଙ୍କର ଇଚ୍ଛା ପୁରଣ ପାଇଁ ଏହି ଉପବାସ ପାଳନ କରାଯାଏ।

ଅନନ୍ତ ଚତୁଃର୍ଦ୍ଦଶୀ ଅନନ୍ତ ବ୍ରତ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.