ସମ୍ମମ୍‌ରେ ଓଡ଼ିଶାର ପ୍ରଥମ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍ ଉଦ୍‌ଘାଟିତ

Published: Sep 9, 2022, 6:33 pm IST

ଭୁବନେଶ୍ୱର: ଗୁରୁବାର ବିଶ୍ୱ ଫିଜିଓଥେରାପି ଦିବସ ଅବସରରେ ସମ୍ ଅଲ୍ଟିମେଟ ମେଡିକେୟାରରେ ଓଡ଼ିଶାର ପ୍ରଥମ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍ ଉଦ୍‌ଘାଟିତ ହୋଇଯାଇଛି।
ଏହି ଅତ୍ୟାଧୁନିକ ଅର୍ନ୍ତରୋଗୀ ପୁର୍ନବାସ ୟୁନିଟ୍‌ରେ ନ୍ୟୁରୋଲଜିକାଲ୍ ଏବଂ ଅର୍ଥୋପେଡିକ୍ ବିଭାଗର ରୋଗୀମାନଙ୍କ ସମେତ ଅସ୍ତ୍ରୋପଚାରର ପରବର୍ତୀ ଉତମମାନର ଚିକିତ୍ସା ଓ ଯତ୍ନ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।

ଏହି ୟୁନିଟ୍‌କୁ ସମ୍ମମ୍‌ର ଚିଫ୍ ଏଗ୍‌ଜିକ୍ୟୁଟିଭ୍ ଅଫିସର ଡକ୍ଟର ଶ୍ୱେତପଦ୍ମା ଦାଶ ଉଦ୍‌ଘାଟିତ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର, ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପି. ବାଲାକିଶୋର ଓ ତାଙ୍କ ଟିମ୍ ଏବଂ ଅନ୍ୟାନ୍ୟ ବିଭାଗର ମୁଖ୍ୟ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଗୁରୁତର ଶାରୀରିକ କ୍ଷତ, ଅସୁସ୍ଥତା ଥିବା ରୋଗୀଙ୍କୁ ଏହି ୟୁନିଟ୍‌ରେ ଚିକିତ୍ସା ପ୍ରଦାନ କରାଯିବା ସହ ଯେଉଁମାନଙ୍କୁ ଫିଜିଓଥେରାପି ଏବଂଶାରୀରିକ ସୁସ୍ଥତାର ଆବଶ୍ୟକତା ଥିବ ସେମାନଙ୍କୁ ମଧ୍ୟ ଏହି ୟୁନିଟରେ ଚିକିତ୍ସା ପ୍ରଦାନ କରାଯିବ।

Related posts