
ଭୁବନେଶ୍ବର: କାର୍ତ୍ତିକ ମାସରେ ବିଧବା ମହିଳାମାନେ ହବିଷ୍ୟ କରିଥାନ୍ତି। ସେଥିପାଇଁ ଏହି ମାସ ସାରା ପୁରୀରେ ଭିଡ ରହିଥାଏ। ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସେହି ଅନୁସାରେ ସେମାନଙ୍କ ପାଇଁ ପୁରୀରେ ମାଗଣା ରହିବା ଏବଂ ଅଭଡା ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି। ରାଈଦାମୋଦର ବ୍ରତ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି।
ତେବେ ଏହି ସୁବିଧା ଯେଉଁମାନେ ନେବେ ସେମାନେ ପ୍ରଥମେ ବୁକିଂ କରିବାକୁ ପଡିବ। ସେଥିପାଇଁ ହ୍ବାଟସଆପ କିମ୍ବା ଫୋନ କରି ଏହି ବୁକିଂ କରାଯାଇପାରିବ। ଏ ନେଇ ପୁରୀ ପ୍ରଶାସନ ତରଫରୁ ନମ୍ବର ଜାରୀ କରାଯାଇଛି। ହ୍ବାଟସଆପ ନମ୍ବର ହେଲା ୯୪୩୭୩୩୩୮୨୩ ସେହିପରି ଜିଲ୍ଲା କାର୍ୟ୍ୟାଳୟ ନମ୍ବର ୦୬୭୫୨-୨୨୨୬୬୪ ରେ କଲ କରି ବିସ୍ତୁତ ତଥ୍ୟ ଜାଣିପାରିବେ। ତେବେ ଏହି ବୁକିଂ ଚଳିତ ସେପ୍ଟେମ୍ବର ୧୩ ତାରିଖରୁ ୨୯ ତାରିଖ ମଧ୍ୟରେ କରିବାକୁ ପଡିବ।