Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା ଉପରେ ଆୟୋଜିତ ମାନସ ମନ୍ଥନ ଅଧିବେଶନରେ ସାମିଲ୍ ହେଲେ କେନ୍ଦ୍ର ମନ୍ତ୍ରୀ
ଆଜିର ଖବର

ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା ଉପରେ ଆୟୋଜିତ ମାନସ ମନ୍ଥନ ଅଧିବେଶନରେ ସାମିଲ୍ ହେଲେ କେନ୍ଦ୍ର ମନ୍ତ୍ରୀ

September 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ (ଏମଏସଡିଇ) ଅନ୍ତର୍ଗତ ‘ରିଇମାଜିନେସନ ଅଫ୍ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ସ’ (ପ୍ରଶିକ୍ଷଣ ସଂସ୍ଥାର ପୁନଃକଳ୍ପନା) ଉପରେ ଆୟୋଜିତ ମାନସ ମନ୍ଥନ ଅଧିବେଶନରେ ସାମିଲ୍ ହୋଇଛନ୍ତି। ଏହି ଅବସରରେ ଏମଏସଡିଇର ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଏମଏସଡିଇର ସଚିବ ରାଜେଶ ଅଗ୍ରୱାଲ ତଥା କାପାସିଟି ବିଲ୍‌ଡିଂ କମିଶନ, ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ (ଡିଜିଟି), ରାଷ୍ଟ୍ରୀୟ କୌଶଳ ପ୍ରଶିକ୍ଷଣ ସଂସ୍ଥାନ (ଏନଏସଟିଆଇ), ରାଷ୍ଟ୍ରୀୟ ଉଦ୍ୟମିତା ଏବଂ ଲଘୁ ବ୍ୟବସାୟ ବିକାଶ ସଂସ୍ଥାନ (ଏନଆଇଇଏସବିୟୁଡି) ତଥା ଦକ୍ଷତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।

ଶ୍ରୀ ପ୍ରଧାନ ନିଜର ସମ୍ବୋଧନରେ କହିଲେ ଯେ ପ୍ରଯୁକ୍ତି ଦ୍ରୁତ ଗତିରେ ଆମର ଦୁନିଆଁକୁ ପରିବର୍ତ୍ତନ କରୁଛି। ଶିକ୍ଷା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ପର୍ଯ୍ୟନ୍ତ, କୃଷି ଠାରୁ ଅର୍ଥ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ପ୍ରଯୁକ୍ତି ଅଭୂତପୂର୍ବ ବିକାଶର ସାକ୍ଷୀ ହେଉଛି। ସେ କହିଛନ୍ତି ଯେ ଏହାଦ୍ବାରା ନୂଆ ଅବସର ଏବଂ ନୂଆ ଦକ୍ଷତା ସୁଯୋଗର ଆବଶ୍ୟକତା ସୃଷ୍ଟି ହେଉଛି।

ଶ୍ରୀ ପ୍ରଧାନ ଜୋର ଦେଇ କହିଛନ୍ତି ଯେ ୨୧ଶ ଶତାବ୍ଦୀରେ ଏକ ଉତ୍କୃଷ୍ଟ ଶ୍ରମଶକ୍ତିର ବିକାଶ ପାଇଁ ପ୍ରଶିକ୍ଷକମାନଙ୍କ କ୍ଷମତା ବୃଦ୍ଧି କରିବା ବହୁତ ମହତ୍ତ୍ବପୂର୍ଣ୍ଣ ଅଟେ। ସେ କହିଛନ୍ତି ଯେ ତାଲିମ୍ ସଂସ୍ଥାର ଦକ୍ଷତା ଇକୋ-ସିଷ୍ଟମକୁ ମଜବୁତ୍ କରିବା ପାଇଁ ବ୍ୟାପକ ଓ ଭବିଷ୍ୟତ ଉପଯୋଗୀ କୌଶଳ ପାଇଁ ଆମକୁ ଆହୁରି ଅଧିକ ଧ୍ୟାନ ଦେବାକୁ ହେବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମକୁ ଆଗାମୀ ତିନି ବର୍ଷରେ ୨୫ ଲକ୍ଷ ପ୍ରଶିକ୍ଷକଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ଦକ୍ଷ ପ୍ରଶିକ୍ଷକଙ୍କୁ ପ୍ରସ୍ତୁତ କରିବାର ଆମର ସମସ୍ତ ପ୍ରଚେଷ୍ଟା ଏମଏସଡିଇ ଅନ୍ତର୍ଗତ ପ୍ରଶିକ୍ଷଣ ସଂସ୍ଥାରେ କେନ୍ଦ୍ରିତ ହେବ। ସେ କହିଛନ୍ତି ଯେ ଏହି ପ୍ରଶିକ୍ଷକମାନେ ଆଗାମୀ ପୀଢ଼ିର ଶ୍ରମଶକ୍ତିର ବିକାଶରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ଦକ୍ଷତା କେନ୍ଦ୍ର ଭାବରେ ବିକଶିତ କରିବାର ପରିକଳ୍ପନା କରିଛନ୍ତି। ଶ୍ରୀ ପ୍ରଧାନ ଭାରତକୁ ବିଶ୍ବର କୌଶଳ ରାଜଧାନୀ କରିବା ପାଇଁ ତଥା ଆମର କୌଶଳ ଇକୋ-ସିଷ୍ଟମକୁ ଉନ୍ନତ କରିବା ଦିଗରେ ଅଧିକ ସଂସ୍କାର, ସଂସ୍ଥାଗତ ପରିବର୍ତ୍ତନ, ନୂତନ ଚିନ୍ତାଧାରା, ଆନ୍ତର୍ଜାତୀୟ ସହଯୋଗ ଏବଂ ପ୍ରଯୁକ୍ତିର ବ୍ୟବହାର କରିବା ପାଇଁ ଆହ୍ବାନ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026

ଘୋଷଣା ହେଲା ଟିମ୍ ଇଣ୍ଡିଆର ପରବର୍ତ୍ତୀ ସିରିଜ: ଜାଣନ୍ତୁ କେବେ?

March 20, 2026

ଯାହା ଆଶଙ୍କା ଥିଲା, ତାହା ହେଲା: ଶେଷରେ ବଢିଲା ପେଟ୍ରୋଲ ଦର

March 20, 2026
Latest News

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

March 20, 2026

ପେଟ୍ରୋଲ ପରେ ମହଙ୍ଗା ହେଲା ଶିଳ୍ପ ଡିଜେଲ: ପ୍ରତି ଲିଟର ପ୍ରାୟ ୨୨ ଟଙ୍କାକୁ ବୃଦ୍ଧି

March 20, 2026

ଘୋଷଣା ହେଲା ଟିମ୍ ଇଣ୍ଡିଆର ପରବର୍ତ୍ତୀ ସିରିଜ: ଜାଣନ୍ତୁ କେବେ?

March 20, 2026

ପଖାଳ ପ୍ରେମରେ ସାରା ପୃଥିବୀ, ଆମ ସଂସ୍କୃତି ବିଶ୍ୱର ପ୍ରତ୍ୟେକ କୋଣରେ ପହଁଚୁଛି: ମୁଖ୍ୟମନ୍ତ୍ରୀ

March 20, 2026

ଯାହା ଆଶଙ୍କା ଥିଲା, ତାହା ହେଲା: ଶେଷରେ ବଢିଲା ପେଟ୍ରୋଲ ଦର

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.