ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଲେ ଗୋଆ କଂଗ୍ରେସର ୮ ବିଧାୟକ

Published: Sep 14, 2022, 2:59 pm IST

ପାଣାଜୀ: ଗୋଆରେ କଂଗ୍ରେସ ଦଳକୁ ବଡ ଝଟକା ଲାଗିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଥିବା ବେଳେ ଗୋଆ କଂଗ୍ରେସରେ ବଡ ଧରଣର ଅଘଟଣ ଘଟିଛି। କିଛି ସମୟ ପୂର୍ବରୁ ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି। ଏହି କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଗୋଆ ବିଧାନସଭାରେ କଂଗ୍ରେସର ମୋଟ ୧୧ ଜଣ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗମ୍ବର କାମତ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ମାଇକେଲ ବୋବୋଙ୍କ ସମେତ ରାଜେଶ ଫଲଦେସାଇ, କେଦାର ନାୟକ, ସଂକଲ୍ପ ଅମନୋକର, ଆଲେକ୍ସସିଓ ସେକିରା, ରୁଡାଲ୍ଫ ଫର୍ଣ୍ଣାଣ୍ଡିସ୍ ବିଜେପିରେ ଯୋଗ ଦେଇଛନ୍ତି।

Related posts