ଉଡ଼ାଣ ପୂର୍ବରୁ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରୁ ଉଠିଲା ଧୂଆଁ, ଥିଲେ ୧୪୧ ଯାତ୍ରୀ

Published: Sep 14, 2022, 6:49 pm IST

ନୂଆଦିଲ୍ଲୀ: ମସ୍କାଟରୁ କୋଚି ଅଭିମୁଖେ ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ ଜରୁରୀକାଳୀନ ଅବତରଣ କରିଛି। ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ୍ ଆଇଏକ୍ସ-୪୪୨, ଭିଟି-ଏଏକ୍ସଜେଡ ରେ ୧୪୧ ଜଣ ଯାତ୍ରୀ ଥିଲେ। ଏଥି ସହିତ, ୬ ଜଣ କ୍ରୁ ସଦସ୍ୟ ଥିଲେ। ସମସ୍ତେ ସୁରକ୍ଷିତ ବୋଲି କୁହାଯାଉଛି। ଉଡ଼ାଣ ପୂର୍ବରୁ ବିମାନରୁ ଧୂଆଁ ବାହାରିବା ଦେଖାଯାଇଥିଲା। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ସ୍ଲାଇଡ୍ ବ୍ୟବହାର କରାଯାଉଥିବା ଅଧିକାରୀ କହିଛନ୍ତି। ଯାତ୍ରୀମାନେ ଜରୁରୀକାଳୀନ ସ୍ଲାଇଡ୍ ମାଧ୍ୟମରେ ବିମାନରୁ ବାହାରିଥିଲେ।

ବିମାନରେ ଧୂଆଁ ହେବାର କାରଣ ଅନୁସନ୍ଧାନ କରାଯାଉଛି। ଧୂଆଁ ବାହାରିବା କାରଣରୁ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯାତ୍ରୀମାନଙ୍କ ପାଇଁ ଆଉ ଏକ ବିମାନର ବ୍ୟବସ୍ଥା କରାଯାଉଛି। ଏହାପୂର୍ବରୁ ଅଗଷ୍ଟ ୨୫ ତାରିଖରେ ସିଡନୀରୁ ଦିଲ୍ଲୀ ଅଭିମୁଖେ ଏକ ଏୟାର ଇଣ୍ଡିଆ ବିମାନକୁ କୋଲକାତାରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା। ତେବେ ୫୦ ବର୍ଷ ବୟସ୍କା ଯାତ୍ରୀଙ୍କ ନିଶ୍ୱାସ ନେବାରେ ଅସୁବିଧା ହେତୁ ଏହି ଜରୁରୀକାଳୀନ ଅବତରଣ କରାଯାଇଥିଲା।

Related posts