Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୯ତମ ପ୍ରତିଷ୍ଠା ଦିବସ ପାଳନ
ଆଜିର ଖବର

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୯ତମ ପ୍ରତିଷ୍ଠା ଦିବସ ପାଳନ

September 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୯ତମ ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର: ପ୍ରଦୂଷଣ ପ୍ରତିରୋଧ ଓ ନିୟନ୍ତ୍ରଣ ଆଜି ବିଶ୍ୱର ଏକ ବଡ଼ ଆହ୍ୱାନ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସମ୍ବେଦନାର ସହିତ ଏହି ଆହ୍ୱାନକୁ ସାମ୍ନା କରିବା ପାଇଁ ବିସ୍ତୃତ ରଣନୀତି ପ୍ରସ୍ତୁତ କରିଛି। ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟର ୭ଟି ପ୍ରଦୂଷଣ ପ୍ରବଣ ଶିଳ୍ପାଞ୍ଚଳ ବା ସହର ଯଥା ଅନୁଗୁଳ, ତାଳଚେର, ବାଲେଶ୍ୱର, ଭୁବନେଶ୍ୱର, କଟକ, କଳିଙ୍ଗନଗର ଓ ରାଉରକେଲା
ଠାରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛି।

ଏହି ମିଶନର ଲକ୍ଷ୍ୟ ୨୦୧୭ମସିହା ଠାରୁ ବାୟୁରେ ଭାସମାନ ବର୍ଜ୍ୟବସ୍ତୁ ଅବଶିଷ୍ଟାଂଶ କଣିକା ସ୍ତରକୁ ୨୦ରୁ ୩୦ ପ୍ରତିଶତକୁ ହ୍ରାସ କରିବା। ଏହି କ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସିଏସଇ, ନୂଆଦିଲ୍ଲୀ ଦ୍ୱାରା ଭାରତର ସ୍ୱଚ୍ଛତା ସୂଚକାଙ୍କ ମୂଲ୍ୟାଙ୍କନରେ ଏକ ନମ୍ବର ସ୍ଥାନ ପାଇଛି। ଏହା ଆମ ପାଇଁ ଏକ ଗର୍ବର ବିଷୟ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ୩୯ତମ ପ୍ରତିଷ୍ଠା ଦିବସ ଉତ୍ସବରେ ଯୋଗ ଦେଇ ପ୍ରକାଶ କରିଛନ୍ତି।

ପୃଥିବୀକୁ ପ୍ରଦୂଷିତ କରିବା ମଣିଷର ସବୁଠାରୁ ବଡ ଭୁଲ୍। ଭବିଷ୍ୟତ ପିଢିଙ୍କ ପାଇଁ ଏକ ସୁନ୍ଦର ପୃଥିବୀ ଛାଡିଯିବା ହେଉଛି ଆମ ନୈତିକ ଦାୟିତ୍ୱ। ପରିବେଶ ପ୍ରଦୂଷଣକୁ ରୋକିବାକୁ ହେଲେ ସମସ୍ତଙ୍କର ମିଳିତ ସହଯୋଗ ଆବଶ୍ୟକ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଥିଲେ।

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୋଭିଡ୍-୧୯ ବର୍ଜ୍ୟବସ୍ତୁର ସୁପରିଚାଳନା ପାଇଁ ସମଗ୍ର ଦେଶରେ ଉଚ୍ଚ ପ୍ରଶଂସିତ ହୋଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ୧୯୮୩ ମସିହାଠାରୁ ଏହା ନିରନ୍ତର ଓଡ଼ିଶାବାସୀଙ୍କୁ ସେବା ଯୋଗାଇଆସିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି। ଏହି ଅବସରରେ ପାରଦ୍ୱୀପ, ଗହୀରମଥା, ଧାମରା ଉପକୂଳର ୨୦୨୦-୨୨ ବର୍ଷର ବିବରଣୀ ପୁସ୍ତିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଜଳ ଅଧିନିୟମ-୧୯୭୪, ବାୟୁ ଅଧିନିୟମ-୧୯୮୧ ଏବଂ ପରିବେଶ ସୁରକ୍ଷା ଅଧିନିୟମ-୧୯୮୬ ଅନୁଯାୟୀ କାର‌୍ୟ୍ୟ କରିବାକୁ ପଡ଼ିଥାଏ। ଆମେ ଏହି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ କାର‌୍ୟ୍ୟକାରୀ କରିବା ଦ୍ୱାରା ହିଁ ପ୍ରଦୂଷଣକୁ ରୋକିପାରିବା ବୋଲି ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ ନନ୍ଦ ଆଶା ପୋଷଣ କରିଥିଲେ। ବୋର୍ଡର ବିବିଧ କାର‌୍ୟ୍ୟାବଳୀ ବିବରଣୀ ସମ୍ବନ୍ଧରେ ବିଭାଗୀୟ ସଦସ୍ୟ ସଚିବ ଡ. କେ. ମୁରୁଗେସନ ଅବଧାରଣା ଦେଇଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ବୋର୍ଡର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଫେସର ଏମ.କେ.ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ପ୍ରଦୂଷଣ ନିୟନ୍ତ୍ରଣରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ଅଧିକାରୀ ଓ କ୍ଷେତ୍ର କର୍ମଚାରୀମାନଙ୍କୁ ଏହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟ ପରିବେଶ ଯନ୍ତ୍ରୀ ଡ. ଏନ.ଆର.ସାହୁ ସ୍ୱାଗତ ଭାଷଣ ଦେଇଥିଲା ବେଳେ ପ୍ରଶାସନିକ ଅଧିକାରୀ ଶ୍ରୀ ଦେବଦତ୍ତ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହି ଅବସସରରେ ଆୟୋଜିତ ଏମ.କେ.ରାଉତ ସ୍ମୃତି ସମ୍ଭାଷଣରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ପ୍ରଫେସର ଶ୍ରୀ ପ୍ରତାପ ମହାନ୍ତି ସାମୁଦ୍ରିକ ପ୍ରଦୂଷଣର କାରଣ ଓ ଏହାର ନିରାକରଣ ଉପରେ ବିଷଦ ଆଲୋକପାତ କରିଥିଲେ। ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତଙ୍କ ସମେତ ବିଭାଗର ବରିଷ୍ଠ ପଦାଧିକାରୀ, ନବନିଯୁକ୍ତ ୩୫ଜଣ ସହକାରୀ ପରିବେଶ ବୈଜ୍ଞାନିକ ଓ ଯନ୍ତ୍ରୀମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026
Latest News

କବି ଶରତ ଚନ୍ଦ୍ର ପରିଡ଼ାଙ୍କ ମହାକାବ୍ୟ ନାରକାସୁର ବଧକୁ ଲୋକାର୍ପିତ କଲେ ବାଚସ୍ପତି

April 16, 2026

ମାଆ-ପୁଅ ଗିରଫ

April 16, 2026

ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

April 16, 2026

ଓଡ଼ିଶା-ଝାରଖଣ୍ଡ ସୀମାରେ ହାଇ ଆଲର୍ଟ

April 16, 2026

୧୭-୧୮ ଏପ୍ରିଲରେ ଦେଶବ୍ୟାପୀ ‘ନାରୀ ଶକ୍ତି ବନ୍ଦନ ଦୌଡ଼’ ଆୟୋଜନ

April 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.