Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଦିବାସୀ ଜୁଆଙ୍ଗ ସମ୍ପ୍ରଦାୟର ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗ କଲା ‘ଓଡିଶା ମୋ ପରିବାର’
ଆଜିର ଖବର

ଆଦିବାସୀ ଜୁଆଙ୍ଗ ସମ୍ପ୍ରଦାୟର ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗ କଲା ‘ଓଡିଶା ମୋ ପରିବାର’

September 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଦିବାସୀ ଜୁଆଙ୍ଗ ସମ୍ପ୍ରଦାୟର ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗ କଲା ଓଡିଶା ମୋ ପରିବାର

ଭୁବନେଶ୍ବର: ଯେଉଁ ବୟସରେ ହସି,ଖେଳି ପାଠ ପଢିବାକୁ ଯିବା କଥା, ସେହି ବୟସରେ ମାନସୀ ଦିବ୍ୟାଙ୍ଗ ଭାବେ ଅଗଣାରେ ପଡ଼ି ଲୁହ ଝରାଉଥିଲେ। ଅଣ୍ଟା ହାଡ଼ ଖସି ଯାଇଥିବାରୁ ଦୈନନ୍ଦିନ କାମ କରିବାକୁ ଅସମର୍ଥ ହୋଇ ପଡ଼ିଥିଲେ ସେ, ଅନ୍ୟର ସାହାରାରେ ଚଳପ୍ରଚଳ କରୁଥିବାରୁ ମନେ ମନେ ଭାଙ୍ଗି ପଡୁଥିଲେ। ଚିକିତ୍ସାରେ ପ୍ରତିବନ୍ଧକ ସାଜିଥିଲା ଅର୍ଥ, ଆଉ ଏତିକିବେଳେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସଫଳ ହେଲା ଅସ୍ତ୍ରୋପଚାର।

ଘଟଣାଟି ହେଉଛି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖଜୁରିଆ ଗ୍ରାମର ଜୁଆଙ୍ଗ ସମ୍ପ୍ରଦାୟ ଆଦିବାସୀ ବାସିନ୍ଦା ଅର୍ଜୁନ ଜୁଆଙ୍ଗଙ୍କ ୧୯ ବର୍ଷିୟା ଦିବ୍ୟାଙ୍ଗ ଝିଅ ମାନସୀ ଜୁଆଙ୍ଗଙ୍କର। ଜନ୍ମରୁ ତାଙ୍କ ଅଣ୍ଟା ହାଡ଼ ଖସି ଯାଇଥିବାରୁ ସେ ତାଙ୍କର ଦୈନନ୍ଦିନ କାମ କରିବାକୁ ଅସମର୍ଥ ଥିଲେ। ପରିବାରର ସାହାରା ନେଇ ବଞ୍ଚୁଥିଲେ। ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ ପରିବାରବର୍ଗ ତାଙ୍କୁ ଘରୋଇ ହସ୍ପିଟାଲକୁ ନେଇ ପାରୁନଥିଲେ। ତାଙ୍କ ଘର ପାଖରେ ଥିବା କେନ୍ଦୁଝର ସରକାରୀ ହସ୍ପିଟାଲରେ ଝିଅକୁ ଦେଖାଉଥିଲେ। ଅସ୍ତ୍ରୋପଚାର ପାଇଁ ଡାକ୍ତର ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ।

ପରିବାର ବର୍ଗ ପୂର୍ବତନ ବିଧାୟକ ତଥା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଧନଞ୍ଜୟ ସିଦ୍ଧୁଙ୍କର ସହାୟତା ଲୋଡିଥିଲେ। ଶ୍ରୀ ସିଦ୍ଧୁ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ସ୍ୱାସ୍ଥ୍ୟ ଉପଦେଷ୍ଟା(ଓଡ଼ିଶା ମୋ ପରିବାର) ଡଃ ସତ୍ୟଜିତ ଦାଶ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ମାନସୀଙ୍କ ଅସ୍ତ୍ରୋପଚାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ କରାଇଥିଲେ।

ଅସ୍ତ୍ରୋପଚାର ସମୟରେ ୮ୟୁନିଟ୍ O+ve ରକ୍ତର ଜରୁରୀ ଆବଶ୍ୟକତା ଥିବାରୁ ମାନସୀଙ୍କ ପରିବାରବର୍ଗ ଓଡ଼ିଶା ମୋ ପରିବାରକୁ ରକ୍ତ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଓଡ଼ିଶା ମୋ ପରିବାର ୩ ୟୁନିଟ୍ ରକ୍ତ ଯୋଗାଡ଼ କରିବା ସହିତ ଓଡ଼ିଶା ପରିବହନ ମହାସଂଘ ସହାୟତାରେ ଆଉ ୫ ୟୁନିଟ୍ ରକ୍ତ ଯୋଗାଇ ଦେଇଥିଲା। ଶେଷରେ ଅସ୍ତ୍ରୋପଚାର ସଫଳ ହେଲା। ତାଙ୍କ ଅଣ୍ଟାରେ ଅତ୍ୟାଧୁନିକ ପ୍ଳେଟ ଖଞ୍ଜା ଯାଇଥିଲା।

ଏହି ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଦିଲ୍ଲୀପ ସେଠୀ ସଂଯୋଜନା କରିଥିଲେ। ବର୍ତ୍ତମାନ ମାନସୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଏଭଳି ସଙ୍କଟମୟ ପରିସ୍ଥିତିରେ ସାହାଯ୍ୟର ହାତ ବଢାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଓଡିଶା ମୋ ପରିବାର ତେଲକୋଇ
Share. Facebook Twitter LinkedIn Email WhatsApp Copy Link

Related Posts

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026
Latest News

ରବିନ୍ଦ୍ର ଜେନାଙ୍କୁ ନେଇ ବାଲେଶ୍ବର ରାଜନୀତି ତାତିଲା, ବିଜେପି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ

March 13, 2026

ଭାରତର ଦୀର୍ଘକାଳୀନ ଇନ୍ଧନ ରଣନୀତି: ସାମ୍ପ୍ରତିକ ସଂକଟ ମୁକାବିଲାରେ ହୋଇଛି ସହାୟକ

March 13, 2026

ଭୁବନେଶ୍ବରରେ ଆସୋଚାମ୍ ଇଣ୍ଡିଆ ମାଇନ୍ସ ଆଣ୍ଡ ମିନେରାଲ୍ସ କନକ୍ଲେଭ୍ ୨୦୨୬ ଆରମ୍ଭ

March 13, 2026

ପାକିସ୍ତାନୀ ସ୍ପିନରଙ୍କୁ ଦଳରେ ସାମିଲ କଲା ସନରାଇଜର୍ସ: କଡା ବିରୋଧ କଲେ ଅନିରୁଦ୍ଧାଚାର୍ଯ୍ୟ

March 13, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.