Categories
ଆଜିର ଖବର ରାଜ୍ୟ ଖବର

ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦେଲା ଓଡିଶା ମୋ ପରିବାର

ଭୁବନେଶ୍ୱର: ଭିନ୍ନକ୍ଷମ ମାନେ ହେଉଛନ୍ତି ସମାଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହି ପ୍ରେରଣାଦାୟୀ ମନୁଷ୍ୟମାନଙ୍କୁ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଓଡ଼ିଶା-ମୋ ପରିବାର ପକ୍ଷରୁ ଯୋଗାଇ ଦିଆଯାଉଛି କୃତ୍ରିମ ଅଙ୍ଗ। ଏହି ଉଦ୍ଦେଶ୍ୟରେ ଆଜି ୩ ଜଣ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଗୋଡ଼ ଯୋଗାଇ ଦିଆଯାଇଛି।

ସୂଚନାନୁସାରେ, ଭୁବନେଶ୍ଵର ନୟାପଲ୍ଲୀ ଅଞ୍ଚଳର ୧୩ବର୍ଷିୟା ଝିଅ କିରଣ ବେହେରା ଜନ୍ମରୁ ଦିବ୍ୟାଙ୍ଗ, ତାଙ୍କ ବାମ ହାତର ପାପୁଲି ନାହିଁ। କିନ୍ତୁ ମନରେ ଚିତ୍ରାକୃତି, ନୃତ୍ୟ ଓ ଟାଇକୋଣ୍ଡୋ ପ୍ରତି ଉତ୍ସାହ ଭରି ରହିଛି। ସେ ଏହି ସବୁକୁ ଶିଖିବା ପାଇଁ ତାଲିମ ମଧ୍ୟ ନେଉଛନ୍ତି। ଦୁଇଥର ବିଭିନ୍ନ ଶିବିରରୁ କୃତ୍ରିମ ହାତ ଲଗାଇଥିଲେ ସୁଦ୍ଧା ସମୟକ୍ରମେ ସେଗୁଡ଼ିକ ନଷ୍ଟ ହୋଇଯାଇଥିଲା।

ତାଙ୍କ ଘର ପାଖରେ ଏକ ସଚେତନତା ଶିବିରରୁ ସେ ଓଡ଼ିଶା-ମୋ ପରିବାର ପକ୍ଷରୁ କୃତ୍ରିମ ଅଙ୍ଗ ଯୋଗାଣ ସମ୍ପର୍କରେ ଖବର ପାଇବା ପରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାରର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଏକ କୃତ୍ରିମ ହାତ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।

ଠିକ ସେହିପରି, କଟକ ଜିଲ୍ଲା ଟାଙ୍ଗୀ ଅଞ୍ଚଳର ୫୨ ବର୍ଷିୟ ଜଣେ ଦିନ ମଜୁରିଆ ଭରତ ଚନ୍ଦ୍ର ବାଇ ଯାହାଙ୍କ ଫାଇଲେରିଆରେ ଡାହାଣ ଗୋଡ଼ଟି ସଂକ୍ରମଣ ହୋଇଥିବାରୁ ଡାକ୍ତରଙ୍କର ପରାମର୍ଶରେ ତାଙ୍କ ଗୋଡ଼ଟିକୁ ଅପରେସନ କରି କଟା ଯାଇଥିଲା ଏବଂ ପରବର୍ତ୍ତି ସମୟରେ ସେ ତାଙ୍କପାଇଁ ଏକ କୃତ୍ରିମ ଗୋଡ଼ ପାଇଁ ସମାଜସେବୀ ଅର୍ସଦ୍ ଅଲ୍ଲିଙ୍କ ଜରିଆରେ ସ୍ଥାନୀୟ ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରାଙ୍କୁ ନିବେଦନ କରିଥିଲେ। ଶ୍ରୀ ବେହେରା ଓଡ଼ିଶା-ମୋ ପରିବାରକୁ ଏହି ବିଷୟରେ ଜଣାଇବା ପରେ ଓଡ଼ିଶା-ମୋ ପରିବାର ତରଫରୁ ଭରତଙ୍କୁ ଯୋଗାଯୋଗ କରାଯାଇଥିଲା।

ଅନ୍ୟଏକ ଘଟଣାରେ କୋରାପୁଟ ଜିଲ୍ଲା ଜୟପୁରର ୬୫ ବର୍ଷିୟ ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ ଯାହାଙ୍କ ବାମ ଗୋଡ଼ର ଆଣ୍ଠୁ ପାଖରେ ବାରମ୍ବାର ଟ୍ୟୁମର ହେଉଥିବାରୁ ଡାକ୍ତରଙ୍କ ପରାମର୍ଶରେ ତାଙ୍କ ଗୋଡ଼ର ଆଣ୍ଠୁ ଉପର ଭାଗଠାରୁ ଗୋଡ଼ଟି କଟାଯାଇଥିଲା।

ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଉପରୋକ୍ତ ତିନିଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ଓଡ଼ିଶା-ମୋ ପରିବାର ଆବାହକଙ୍କ ସମେତ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଓ ଓଡ଼ିଶା-ମୋ ପରିବାର ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ପ୍ରମୁଖଙ୍କ ଉପସ୍ଥିତିରେ କୃତ୍ରିମ ହାତ ଓ ଗୋଡ଼ ଯୋଗାଇ ଦିଆଯାଇଛି।

Categories
ଆଞ୍ଚଳିକ

ବାଣପୁର ବ୍ଲକରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର ଅନୁଷ୍ଠିତ

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକ କୃତିବାସ ଭବନରେ ବିଜୁ ଯୁବ ଛାତ୍ର ଜନତା ଦଳର ତତ୍ୱାବଧାନରେ ବିରାଟ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଅଛି। ଏହି ଶିବିରକୁ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପିନାଥ ମହାରଣା ପ୍ରଦିପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।

ଏହି ରକ୍ତଦାନ ଶିବିରରେ ମହିଳାଙ୍କ ସମେତ ପୁରୁଷମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ। ଏଥିରେ ୧୧୫ ରୁ ଊର୍ଦ୍ଧ୍ଵ ୟୁନିଟ ରକ୍ତ ସଂଗ୍ରହ କରିଯାଇଥିବା ଜଣାପଡିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ ଯୁବକ ମାନେ ତୁମେ ରକ୍ତଦାନ କର ଯେପରି ମୋ ଓଡ଼ିଶାର କେହି ରକ୍ତର ଅଭାବରେ ମୃତ୍ୟୁବରଣ କରିବେ ନାହିଁ ଓ ବାହାନଗା ରେଳ ଦୃଘଟଣାରେ ସ୍ଥାନିୟ ଯୁବକ ମାନଙ୍କ କାର୍ଯ୍ୟକଳାପ ଉପରେ ଉପାଧ୍ୟକ୍ଷ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ସାସଂଦ ପ୍ରତିନିଧି ମାନସ ପ୍ରଧାନ, କୁମାର ଜଗ୍ଗତ ବଲ୍ଲଭ ମହାରଥା, ମନୋଜ ପ୍ରଧାନ ବାଣପୁର ବ୍ଲକ ଯୁବ ସଭାପତି କୈଳାସ ମହାପାତ୍ର, ବେବିନା ତ୍ରିପାଠୀ, କବିତା ମହାପାତ୍ର, ଅଜୟ ରାଉଳ, ଚିତ୍ତରଂଜନ ସାମନ୍ତରାୟ ପ୍ରମୁଖ ଯୋଗଦେଇଥିଲେ।

ଏଥିରେ ସବଡ଼ିଭିଜିନାଲ ହସ୍ପିଟାଲର ରକ୍ତ ସଂଗ୍ରହ ଅଧିକାରୀ ଡକ୍ଟର ଗୋବିନ୍ଦଚନ୍ଦ୍ର ମହାପତ୍ରଙ୍କ ସହଯୋଗ କ୍ରମେ ଅନ୍ୟ ମେଡିକାଲ କର୍ମଚାରୀ ମାନେ ଅଂଶ କରିଥିଲେ। ଏହା ଦିବା ୧୦ ଘଣ୍ଟିକା ଠାରୁ ଆରମ୍ଭ ହୋଇ ଦିନ ଓ୨ ଘଣ୍ଟିକା ପର୍ଯ୍ୟନ୍ତ ରକ୍ତଦାନ ଚାଲୁ ରହିଥିଲା। ରକ୍ତଦାନ କରି ସମସ୍ତ ଦାତା ମାନେ ଖୁସି ବ୍ୟକ୍ତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଦିନେ ସେ ଅନ୍ୟର ଶବ ସତ୍କାର କରୁଥିଲେ, ଆଜି ତାଙ୍କର ସତ୍କାର କଲା ଓଡିଶା ମୋ ପରିବାର

ଭୁବନେଶ୍ବର: କୋଭିଡ଼ ମହାମାରୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବ ସତ୍କାରରେ ସାହାଯ୍ୟ ହେଉ ଅବା ଜୀବନବିନ୍ଦୁ ରକ୍ତଦାନ ଶିବିରରେ ରୋଗୀଙ୍କ ପାଇଁ ବାରମ୍ବାର ରକ୍ତଦାନ କରି ଦିନେ ସେ ସମାଜ ପାଇଁ ଉଦାହରଣ ସାଜିଥିଲେ, ଆଜି ସେହି ରିୟଲ୍ ହିରୋଙ୍କ ଶବକୁ ସସମ୍ମାନେ ସତ୍କାର କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କଲା ଓଡ଼ିଶା-ମୋ ପରିବାର।

ସୂଚନାନୁସାରେ, ଭୁବନେଶ୍ଵରସ୍ଥିତ ସତ୍ୟନଗର ଅଞ୍ଚଳର ସତ୍ୟକାଳୀ ବସ୍ତିରେ ରହୁଥିବା ୨୯ବର୍ଷିୟ ଯୁବକ ରଞ୍ଜନ ପ୍ରଧାନ ସାଧାରଣ ଶୌଚାଳୟରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ କାମ କରୁଥିଲେ। ସ୍ଵଭାବରେ ସେ ଅତ୍ୟନ୍ତ ପରୋପକାରୀ ଏବଂ ଅନ୍ୟ ପାଇଁ ବଞ୍ଚୁଥିବା ବ୍ୟକ୍ତିଟିଏ ଥିଲେ। କୋଭିଡ଼ ମହାମାରୀ ସମୟରେ, ଓଡ଼ିଶା-ମୋ ପରିବାର ପକ୍ଷରୁ ମୃତକଙ୍କ ଶବ ସତ୍କାର କରାଯାଉଥିବା ବେଳେ ସେ ସ୍ଵେଚ୍ଛାସେବୀ ଭାବରେ ନିଜକୁ ନିୟୋଜିତ କରିଥିଲେ। ବାପା, ମା’ଙ୍କୁ ହରାଇଥିବା ରଞ୍ଜନ ସମାଜ ପାଇଁ ନିଜକୁ ଉତ୍ସର୍ଗ କରି ଦେଇଥିଲେ ଏବଂ ସେହି ସମାଜ ତାଙ୍କୁ ଅନେକ ମହତ୍ ପରିଚୟ ଦେଇଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ, ରଞ୍ଜନ କାଲି ବସିଥିବା ବେଳେ ହଠାତ୍ ହୃଦଘାତ ଯୋଗୁଁ ପ୍ରାଣ ତ୍ୟାଗ କଲେ। ଆଜି ତାଙ୍କ ବିୟୋଗରେ ସ୍ଥାନୀୟ ବାସିନ୍ଦା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରୁ ପ୍ରକାଶ ବୋଲି ଜଣେ ଯୁବକ ରଞ୍ଜନଙ୍କ ମୃତ୍ୟୁ ସମ୍ପର୍କରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ସୂଚନା ଦେବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ ତାଙ୍କ ମୃତ ଶରୀରକୁ ସତ୍ୟନଗର ଶ୍ମଶାନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ନିଜେ ଶ୍ରୀ ସାମନ୍ତରାୟ ଉପସ୍ଥିତ ରହି ଶ୍ମଶାନରେ ରଞ୍ଜନଙ୍କ ମୃତଶରୀରକୁ ସସମ୍ମାନେ ସତ୍କାର କରିଥିଲେ।

ଶେଷରେ, ଅଞ୍ଚଳବାସୀଙ୍କ ଉପସ୍ଥିତିରେ ରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଏବଂ ଏହି ସମୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ସମେତ ଓଡ଼ିଶା-ମୋ ପରିବାରର ସ୍ଵେଚ୍ଛାସେବୀମାନେ ମଧ୍ୟ ଉପସ୍ଥିତ ଥିଲେ। ପରୋପକାରୀ ରଞ୍ଜନ ସମାଜରୁ ମଉଳିଗଲେ ସତ କିନ୍ତୁ ତାଙ୍କ ସେବା ପାଇଥିବା ଲୋକମାନଙ୍କ ମନରେ ସେ ସର୍ବଦା ସଜ ଫୁଲ ପରି ଫୁଟିକି ରହିବେ। ଏହିପରି ବ୍ୟକ୍ତିତ୍ଵ ସମାଜରେ ବିରଳ ସତ କିନ୍ତୁ ସମସ୍ତେ ରଞ୍ଜନଙ୍କ ପରି ହେଲେ ସମାଜରେ ଅନେକ ମାତ୍ରାରେ ପରିବର୍ତ୍ତନ ଆସିପାରିବ ବୋଲି ଆମେ ଆଶା କରୁ।

Categories
ଆଜିର ଖବର ରାଜ୍ୟ ଖବର

ଆଫ୍ରିକାରୁ ଓଡ଼ିଶା ଫେରିଲା ମୃତଶରୀର, ସହାୟତା ଯୋଗାଇ ଦେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଖଲିକୋଟ ସହରର ବାସିନ୍ଦା ବଳରାମ ପ୍ରଧାନ ଗତ ୧ବର୍ଷ ପୂର୍ବରୁ ଆଫ୍ରିକାସ୍ଥିତ ଇଥିଓପିଆରେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟ ୪ତାରିଖରେ ସେ ଡ୍ୟୁଟିରେ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ନିଜ କୋଠରୀକୁ ଫେରିଗଲେ ଏବଂ ତାଙ୍କ ସହକର୍ମୀଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।

ଦୁର୍ଭାଗ୍ୟବଶତଃ, ସେ ହୃଦ୍‌ଘାତ ହେତୁ ପରଦିନ ଅର୍ଥାତ ଅଗଷ୍ଟ ୫ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହଠାତ୍, ବଳରାମଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡ଼ିଥିଲେ ଓ ଶେଷଥର ପାଇଁ ଦେଖିବାକୁ ବ୍ୟାକୁଳ ହେଉଥିଲେ। ଇଥିଓପିଆରୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ପାଇଁ କମ୍ପାନୀ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲା। କିନ୍ତୁ ଭୁବନେଶ୍ୱରରୁ ଖଲିକୋଟସ୍ଥିତ ନିଜ ଗ୍ରାମକୁ ମୃତଦେହ ସ୍ଥାନାନ୍ତର କରିବା ପାଇଁ ପରିବାରବର୍ଗ ସ୍ଥାନୀୟ ବିଧାୟକ ଶ୍ରୀମତି ସୂର୍ଯ୍ୟମଣି ବୈଦ୍ୟଙ୍କର ସହାୟତା ଲୋଡ଼ିଥିଲେ।

ଶ୍ରୀମତୀ ବୈଦ୍ୟ ଖବର ପାଇବା ପରେ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ମୃତଦେହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା- ମୋ ପରିବାର ପକ୍ଷରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇ ମୃତଦେହକୁ ନିଜ ବାସଭବନକୁ ସ୍ଥାନାନ୍ତର କରାଯାଇଥିଲା। ଏହି ସମୟରେ ବିଜୁ ଜନତା ଦଳର ସମ୍ପାଦକ(ଓଡ଼ିଶା-ମୋ ପରିବାର) ଶ୍ରୀ ଦୁର୍ଗା ସାମନ୍ତରାୟ, ଶ୍ରୀ ସୁବାସ ପାତ୍ର ଓ ମୀରା ପରିଡ଼ା ଏବଂ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମିଶନ ଶକ୍ତି ମହିଳାଙ୍କ ସ୍ବାସ୍ଥ୍ୟର ଯତ୍ନ ନେଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ କରିଛନ୍ତି ଏବଂ ଓଡ଼ିଆମାନଙ୍କର ଯତ୍ନ ନେବା ପାଇଁ ଓଡ଼ିଶା-ମୋ ପରିବାର ଗଠନ କରିଛନ୍ତି। ବିଭିନ୍ନ ଯୋଜନା ଗୁଡିକ ମଧ୍ୟରୁ ‘ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ‘ ଜନ ସ୍ବାସ୍ଥ୍ୟ କଲ୍ୟାଣ କ୍ଷେତ୍ରରେ ଏକ ସଞ୍ଜିବନୀ ପରି କାର୍ଯ୍ୟ କରୁଛି।

ଏହାର ଏକ ସ୍ବତନ୍ତ୍ର ଉଦାହରଣ ଦେଖିବାକୁ ମିଳିଛି ମିଶନ ଶକ୍ତିରେ ଗୋଷ୍ଠି ସହାୟିକା (ସି. ଆର.ପି) ଥିବା ଜନୈକ ମହିଳାଙ୍କ କ୍ଷେତ୍ରରେ। ହଠାତ୍, ଦୁର୍ଘଟଣାରେ ଆହତ ହୋଇ ମୃତ୍ୟୁ ସହ ଲଢେ଼ଇ କରୁଥିଲେ। କିନ୍ତୁ ଓଡ଼ିଶା-ମୋ ପରିବାରର ସହାୟତା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ତାଙ୍କୁ ନୂଆ ଜୀବନ ଦେଇଛି।

ଘଟଣା ଏହିଭଳି, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ମହିଳା ଦମୟନ୍ତୀ ସାମଲ(୪୭ବର୍ଷ) ନିଜେ ରୋଜଗାରକ୍ଷମ ହୋଇ ପରିବାର ଚଳାଇବା ପାଇଁ ମିଶନ ଶକ୍ତିରେ ଯୋଡ଼ି ହୋଇଥିଲେ।ସେ ତାଙ୍କ ସମିତିରେ ମିଶନ ଶକ୍ତି ସି. ଆର.ପି ଭାବରେ କାର୍ଯ୍ୟରତ ଥିଲେ। ତାଙ୍କ ଇଛାଶକ୍ତିକୁ ସମ୍ମାନ ଜଣାଇ ମିଶନ ଶକ୍ତି ପକ୍ଷରୁ ତାଙ୍କୁ ଏକ ଅଟୋରିକ୍ସା ମିଳିଥିଲା।

ଯାହା ମାଧ୍ୟମରେ ସେ ନିକଟସ୍ଥ ବିଦ୍ୟାଳୟର ଛୋଟ ଛୋଟ ପିଲାମାନଙ୍କୁ ସ୍କୁଲ ନେବା ଆଣିବା କରୁଥିଲେ। ହଠାତ୍, ଗତ ଏପ୍ରିଲ ୧୯ତାରିଖରେ ତାଙ୍କର ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଚଳନ୍ତା ଅଟୋରେ ପିଲାମାନେ କେହି ବସି ନଥିଲେ, କିନ୍ତୁ ସେ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ।

ପ୍ରାରମ୍ଭିକ ଚିକିତ୍ସା ପରେ, ଡାକ୍ତର ତାଙ୍କୁ ଭୁବନେଶ୍ଵରର କୌଣସି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ପରିବାରବର୍ଗ ସମ୍ପୂର୍ଣ୍ଣ ଅସହାୟ ଥିବାରୁ, ସ୍ଥାନୀୟ ବିଧାୟିକା ଶ୍ରୀମତୀ ସାବିତ୍ରୀ ଅଗ୍ରୱାଲାଙ୍କର ସାହାଯ୍ୟ ଲୋଡ଼ିଥିଲେ। ବିଧାୟିକାଙ୍କ ପ୍ରତିନିଧି, ଶ୍ରୀ ସଞ୍ଜୟ ଅଗ୍ରୱାଲା ଘଟଣା ସମ୍ପର୍କରେ ଓଡିଶା-ମୋ ପରିବାରକୁ ଜଣାଇବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ତାଙ୍କୁ ବିବେକାନନ୍ଦ ହସ୍ପିଟାଲ୍ କୁ ଅଣାଯାଇଥିଲା।

ସମ୍ ହସ୍ପିଟାଲରେ କାର୍ଯ୍ୟରତ ଥିବା ଓଡିଶା-ମୋ ପରିବାର ହେଲ୍ପଡେସ୍କ ସଂଯୋଜକ ଶ୍ରୀ ରଶ୍ମି ରଂଜନ ପ୍ରଧାନ ତୁରନ୍ତ ତାଙ୍କ ପାଖରେ ପହଞ୍ଚି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ଚିକିତ୍ସା ପାଇଁ ଆବଶ୍ୟକୀୟ କାଗଜ ପତ୍ର ପୂରଣ ପ୍ରକ୍ରିୟାରେ ତାଙ୍କୁ ସାହାଯ୍ୟ କରିଥିଲେ। ପରେ ତାଙ୍କର ଚିକିତ୍ସା ଚାଲିଥିଲା ଏବଂ ମୁଁହ, ହାଥ, ଗୋଡ଼ରେ ଅଧିକ ଆଘାତ ଲାଗିଥିବାରୁ ତାଙ୍କର ପ୍ଲାଷ୍ଟିକ ସର୍ଜରି ହୋଇଥିଲା।

ଅସ୍ତ୍ରୋପଚାର ସଫଳ ହେଲା ପରେ ଦମୟନ୍ତୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ତାଙ୍କ ଘରକୁ ନିରାପଦରେ ଫେରିବା ପାଇଁ ବିଧାୟିକା ସାବିତ୍ରୀ ଅଗ୍ରୱାଲାଙ୍କର ପ୍ରତିନିଧି, ଶ୍ରୀ ସଞ୍ଜୟ ଅଗ୍ରୱାଲା ଯାତାୟାତ ସହାୟତା ଯୋଗାଇ ଦେଇଥିଲେ।

ତାଙ୍କର ଏହି ସଙ୍କଟ ସମୟରେ ସାହାଯ୍ୟର ହାତ ବଢାଇ ଥିବାରୁ, ଦମୟନ୍ତୀଙ୍କ ସ୍ବାମୀ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ନିରୂପଙ୍କ ଜୀବନରେ ଘୋଟି ଆସିଥିବା ଅନ୍ଧକାରକୁ ଦୂର କଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ଅଞ୍ଚଳର ଜଣେ ୨୬ବର୍ଷିୟ ଯୁବକ ନୀରୂପ ସାହୁ ବୃତ୍ତିରେ ଜଣେ ଡ୍ରାଇଭର ଅଟନ୍ତି । ସେ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ, ଯିଏକି ପ୍ରତିଦିନ ଗାଡ଼ି ଚଳାଇ ପାଞ୍ଚପ୍ରାଣୀ କୁଟୁମ୍ବଙ୍କ ପେଟ ପୋଷନ୍ତି ।

ନୀରୂପ ଗତ ଏପ୍ରିଲ ୧୦ତାରିଖରେ ଗାଡ଼ି ଚଲାଇ ଯାଉଥିବା ବେଳେ ହଠାତ୍ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ତାଙ୍କୁ ସଙ୍ଗେସଙ୍ଗେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ରକ୍ତ ବୋହିବା ବନ୍ଦ ହେଉନଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ ।

ସେଠାରୁ ସେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର ହୋଇଥିଲେ କିନ୍ତୁ ତାଙ୍କୁ ଉନ୍ନତମାନର ପ୍ଲାଷ୍ଟିକସର୍ଜରି ଚିକିତ୍ସା ଆବଶ୍ୟକ ଥିବାରୁ କୌଣସି ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ହେବା ପାଇଁ ପରାମର୍ଶ ଦିଆଯାଇଥିଲା ।

ପରିବାରବର୍ଗ ଅସହାୟ ହୋଇ ଓଡ଼ିଶା-ମୋ ପରିବାର ଆବାହକଙ୍କ ସହାୟତା ଲୋଡ଼ିଥିଲେ । ଆବାହକଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସଂଯୋଜକ ରଶ୍ମୀ ରଞ୍ଜନ ପ୍ରଧାନ ପରିବାର ସହ ଯୋଗାଯୋଗ କରି ତାଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା କରାଇବା ପାଇଁ ଆବଶ୍ୟକୀୟ କାଗଜପତ୍ର ପୂରଣ ପ୍ରକ୍ରିୟାରେ ସାହାଯ୍ୟ କରିଥିଲେ ।

ନିରୂପଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କ ଗୋଡ଼ କାଟିଦେଇଥିଲେ । ଅସ୍ତ୍ରୋପଚାର ସମୟରେ, ତାଙ୍କର ହିମୋଗ୍ଲୋବିନର ମାତ୍ରା କମିଆସିବାରୁ ତାଙ୍କ ପାଇଁ B+ve ରକ୍ତର ଜରୁରୀ ଆବଶ୍ୟକତା ଥିଲା, ଯାହା ରଶ୍ମୀ ଯୋଗାଡ଼ କରି ଦେଇଥିଲେ । ଚିକିତ୍ସା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରଶ୍ମୀ, ରୋଗୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ ।

ତାଙ୍କ ଗୋଡ଼ କଟିଯାଇଥିବାରୁ, ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି । ତାଙ୍କୁ ଆଗାମୀ ଦିନରେ ଓଡ଼ିଶା-ମୋ ପରିବାର ପକ୍ଷରୁ ଏକ କୃତ୍ରିମ ଗୋଡ଼ ଯୋଗାଇ ଦିଆଯିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି । ସେ ଅତି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।  ନିରୂପଙ୍କୁ ତାଙ୍କ ଅସୁବିଧା ସମୟରେ ସହଯୋଗର ହାତ ବଢାଇ ଥିବାରୁ ପରିବାରବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଭୁବନେଶ୍ଵରରେ ଶୁଭାରମ୍ଭ ହେଲା ଭ୍ରାମ୍ୟମାଣ ଜଳଛତ୍ର: ୪ଟି ମାର୍ଗରେ ଯୋଗାଇବ ସେବା

ଭୁବନେଶ୍ଵର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଘରେ ରହୁଥିବା ଲୋକ ଅସହ୍ୟ ତାତିକୁ ସହ୍ୟ କରିପାରୁନଥିବା ବେଳେ ଜରୁରୀ କାମରେ ବାହାରକୁ ଯାଉଥିବା ପଥିକଟିର ଅବସ୍ଥା ଆହୁରି ଖରାପ ହେଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଘ “ଜୟ ଓଡ଼ିଶା” ଦ୍ଵାରା ଏକ ଭ୍ରାମ୍ୟମାଣ ଜଳଛତ୍ରର ପ୍ରଚଳନର ଶୁଭାରମ୍ଭ କରାଯାଇଛି। ଏହା ଆଜି ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟ ନିକଟରୁ ଆରମ୍ଭ ହୋଇଥିବା ବେଳେ, ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ ଓ ରମାଦେବୀ ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସସେଲର ଅପରାଜିତା ଚୌଧୁରୀ ଏହାର ଉନ୍ମୋଚନ କରିଛନ୍ତି।

ଅନ୍ୟାନ୍ୟ ଅତିଥି ଭାବେ ରମାଦେବୀର ପିଜି କାଉନସିଲ ଚେୟରମ୍ୟାନ ଚଣ୍ଡୀ ରଥ, ବିଜୁ ଛାତ୍ର ଜନତା ଦଳର ସେକ୍ରେଟାରୀ ଜେନେରାଲ ତଥା ‘ମୁକ୍ତା’ ଯୋଜନାର ଉପଦେଷ୍ଟା କୁମାରୀ ଇପ୍ସିତା ସାହୁ, ବିଜୁ ଯୁବ ଜନତା ଦଳର ସେକ୍ରେଟାରୀ ଅମରଜିତ୍ ଗୋଡ଼ ଓ ରମାଦେବୀର ପିଜି ଛାତ୍ରୀ ସୃଷ୍ଟି ମିଶ୍ର ଉପସ୍ଥିତ ଥିଲେ।

ଜନସାଧାରଣଙ୍କ ସେବା ନିମନ୍ତେ ଏହି ଯାନଟି ଭୁବନେଶ୍ୱରର ୪ଟି ରୁଟ ଯଥା ବାଣୀ ବିହାରରୁ ଶିଶୁଭବନ ଛକ, କଟକ ରୋଡ, ଆଚାର୍ଯ୍ୟ ବିହାରରୁ ଏୟାରପୋର୍ଟ ଛକ ଏବଂ ଜୟଦେବ ବିହାର ଛକରୁ ରାଜଭବନ ଛକ ଆଦିରେ ସକ୍ରିୟ ରହିବ। ସହରର ବିଭିନ୍ନ କଲେଜ ଛାତ୍ରଛାତ୍ରୀ, ସଡକରେ ନିରନ୍ତର କାର୍ଯ୍ୟରତ ଅନେକ ଟ୍ରାଫିକ ପୋଲିସ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ନିକଟରେ ପହଞ୍ଚି ଜଳସେବା ଯୋଗାଇବା ହେଉଛି ଏହି ଭ୍ରାମ୍ୟମାଣ ଜଳଛତ୍ରର ମୂଳଲକ୍ଷ୍ୟ।

ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ପ୍ରେରିତ ହୋଇ ତଥା ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ, ଜନସେବାରେ ନିଜକୁ ନିୟୋଜିତ କରି, ଲୋକଙ୍କୁ ପ୍ରଚଣ୍ଡ ଖରାରୁ ଟିକେ ମୁକ୍ତି ଦେବା ପାଇଁ ଏହା ହେଉଛି ଏକ ଛୋଟ ପ୍ରୟାସ। ଏହି ଯାନଟି ଜଳ ଆବଶ୍ୟକ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ବାକୁ ଚେଷ୍ଟା କରିବ ଓ ଲୋକଙ୍କୁ ଜଳ ଯୋଗାଇବାରେ ସହାୟକ ହେବ ବୋଲି ବିଜୁ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ତଥା ଜୟ ଓଡ଼ିଶାର ସଭାପତି ରୁଦ୍ର ନାରାୟଣ ସାମନ୍ତରାୟ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଅକାଳରେ ମୃତ୍ୟୁବରଣ କରିଥିବା ରଘୁଙ୍କ ଶବକୁ ସତ୍କାର କଲା ଶେଷ ସାଥୀ

ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ୨୦ବର୍ଷୀୟ ରଘୁ ସିଂ, ଯିଏ କି ଭୁବନେଶ୍ୱର ସ୍ଥିତ ଝାରପଡ଼ା ଅଞ୍ଚଳରେ ପ୍ରଥମେ ଏକ ଇଟା ଭାଟି ଓ ପରବର୍ତ୍ତୀ ସମୟରେ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରୁଥିଲେ। ପରିବାର କହିଲେ,ତାଙ୍କ ମା, ଭଉଣୀ ଓ ଦୁଇ ପିଲା।

ଦୁର୍ଭାଗ୍ୟବଶତଃ, ଆଜି ହଠାତ୍ ହୃଦଘାତ କାରଣରୁ ରଘୁଙ୍କର ଅକାଳ ବିୟୋଗ ଘଟିଥିଲା ବେଳେ ଶେଷକୃତ୍ୟ କାର୍ଯ୍ୟ ଏବଂ ତାଙ୍କ କୋକେଇରେ କାନ୍ଧ ଦେବା ପାଇଁ ପରିବାରରେ କେହି ପୁରୁଷ ସଦସ୍ୟ ନଥିଲେ। ଜଗା ଚାକର ସଂଘ ଠାରୁ ଏହି ସମ୍ବନ୍ଧରେ ପ୍ରଥମେ ଭାନୁପ୍ରିୟା ଦାସ(ସତ୍ୟନଗର ପୂର୍ବତନ କର୍ପୋରେଟର) ଖବର ପାଇ, ବିଜୁ ଜନତା ଦଳ(ଓଡ଼ିଶା ମୋ ପରିବାର) ର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ।

ପ୍ରଥମେ ରୁଦ୍ର ନାରାୟଣ ସାମନ୍ତରାୟ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସମସ୍ତ ପରିସ୍ଥିତି କୁ ସମୀକ୍ଷା କରିଥିଲେ।ଏହାପରେ ଜୟ ଓଡ଼ିଶାର “ଶେଷ ସାଥୀ” ଗାଡ଼ି ଦ୍ଵାରା, ରଘୁ ଙ୍କ ପାର୍ଥିବ ଶରୀର କୁ କ୍ୟାପିଟାଲ ହସ୍ପିଟାଲରୁ ସତ୍ୟନଗର ମଶାଣୀ ପର୍ଯ୍ୟନ୍ତ ନିଆଯାଇଥିଲା। ଓଡ଼ିଶା ମୋ ପରିବାରର ସଦସ୍ୟମାନଙ୍କ ସହିତ ଜଗା ଚାକର ସଂଘର ସଦସ୍ୟ ସତ୍ୟନଗର ମଶାଣୀ ଠାରେ ଉପସ୍ଥିତ ରହି ସମସ୍ତ ଶେଷକୃତ୍ୟ ସଂପନ୍ନ କାର୍ଯ୍ୟ ତଦାରଖ କରିଥିଲେ ଓ ତାଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଥିଲେ।

ପରିଶେଷରେ,ରଘୁ ଙ୍କ ର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରି ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଦୁର୍ଘଟଣାରେ ଗୁରୁତର ମାନସ ଙ୍କ ପାଇଁ ଦେବଦୂତ ସାଜିଲା ଓଡିଶା ମୋ ପରିବାର

ଭୁବନେଶ୍ବର: ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ସହାୟତା ଯୋଗାଇବାରେ ସହାୟ ହେଲା ଓଡ଼ିଶା-ମୋ ପରିବାର, ଅସମୟରେ ସାଥିରେ ଛିଡ଼ା ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୋଟି ପ୍ରଣାମ ଜଣାଇଛନ୍ତି ପରିବାରବର୍ଗ ।

ସୂଚନାନୁସାରେ, ଗତ ମାର୍ଚ୍ଚ ୧୫ ତାରିଖରେ ନିରାକାରପୁରର ୨୩ବର୍ଷିୟ ମାନସ ମାଝି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ତୁରନ୍ତ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ସେଠାରେ ଜରୁରୀକାଳିନ ଭିତ୍ତିରେ ଚିକିତ୍ସିତ ହୋଇ ସାରିବା ପରେ ପରବର୍ତ୍ତୀ ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ପରିବାରବର୍ଗ ହସ୍ପିଟାଲର ପ୍ରକ୍ରିୟା ବିଷୟରେ ଅଜ୍ଞ ଥିବାରୁ ସ୍ଵେଚ୍ଛାସେବୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ମୃତ୍ୟୁଞ୍ଜୟ,ଓଡ଼ିଶା-ମୋ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରେ, ଆବାହକଙ୍କ ନିର୍ଦ୍ଦେଶକ୍ରମେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ରୋଗୀ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଓଡିଶା-ମୋ ପରିବାର ଟିମ୍ ସେଠାରେ ପହଞ୍ଚି ରୋଗୀଙ୍କୁ ହସ୍ପିଟାଲରେ ଆଡମିଶନ ଏବଂ ଆବଶ୍ୟକୀୟ ଚିକିତ୍ସା ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଥିଲେ।

ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସହଯୋଗୀ ସୁଦର୍ଶନ ସାହୁ ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ନିୟମିତ ପଚାରି ବୁଝୁଥିଲେ ଏବଂ ଚିକିତ୍ସା ସମୟରେ ଆବଶ୍ୟକୀୟ ସହାୟତା ଯୋଗାଇ ଦେଇଥିଲେ । ମାନସ ସୁସ୍ଥ ହୋଇ ଡିସ୍ଚାର୍ଜ ହେବା ସମୟରେ ସୁଦର୍ଶନ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟାରେ ସାହାଯ୍ୟ କରିଥିଲେ ଏବଂ ତାଙ୍କୁ ନିଜ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଯାତାୟାତ ବ୍ୟବସ୍ଥା ମଧ୍ୟ କରିଥିଲେ।

ମାର୍ଚ୍ଚ ୩୦ତାରିଖରେ ଓଡ଼ିଶା-ମୋ ପରିବାର ଆବାହକଙ୍କର ନିରାକାରପୁର ସମ୍ମିଳନୀକାରୀ ଗସ୍ତ ସମୟରେ ସେ ମାନସଙ୍କ ସହ ସାକ୍ଷାତ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ଅସମୟରେ ଓଡ଼ିଶା-ମୋ ପରିବାର ମାନସଙ୍କ ପରିବାରବର୍ଗଙ୍କ ସହ ଛିଡ଼ା ହୋଇଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା-ମୋ ପରିବାର ଆବାହକଙ୍କୁ ଅଶେଷ କୃତଜ୍ଞତା ଜଣାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ନିରଞ୍ଜନଙ୍କୁ ସହାୟତାର ହାତ ବଢାଇଲା ଓଡିଶା ମୋ ପରିବାର

ଭୁବନେଶ୍ବର: ଅର୍ଥ ଅଭାବରୁ ନିଜର ଚିକିତ୍ସା ପାଇଁ ହସ୍ପିଟାଲକୁ ଯିବାକୁ ଭୟ କରୁଥିଲେ ନିରଞ୍ଜନ। ସହାୟତାର ହାତ ବଢାଇଲା ଓଡ଼ିଶା-ମୋ ପରିବାର, ଅସ୍ତ୍ରୋପଚାର ସଫଳ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଲେ ସେ।

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ, ଡ଼େରାବିଶ ବ୍ଲକର ୫୩ବର୍ଷିୟ ନିରଞ୍ଜନ ସାହୁ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରନ୍ତି। ପରିବାର କହିଲେ, ତାଙ୍କ ପତ୍ନୀ ଏବଂ ଗୋଟେ ଝିଅ। କିଛି ମାସ ପୂର୍ବରୁ ହଠାତ୍ ତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ ଚିକିତ୍ସା ନିମନ୍ତେ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ସେଠାରେ କିଛି ସ୍ୱାସ୍ଥ୍ୟ ପରୀକ୍ଷା କରିବାରେ ତାଙ୍କର ଅନେକ ପଇସା ଖର୍ଚ୍ଚ ହୋଇଯାଇଥିଲା। ନିରଞ୍ଜନ ପରିବାରରେ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ହୋଇଥିବାରୁ ତାଙ୍କ ପରବର୍ତ୍ତୀ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ପରିବାରସଦସ୍ୟ ଅସମର୍ଥ ଥିଲେ ଏବଂ ଅସହାୟ ହୋଇ ଓଡ଼ିଶା-ମୋ ପରିବାରକୁ ଯୋଗାଯୋଗ କରିଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ସମ୍ ହସ୍ପିଟାଲରେ ଥିବା ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ରଶ୍ମି ରଞ୍ଜନ ପ୍ରଧାନ ତାଙ୍କୁ ସମ୍ ହସ୍ପିଟାଲକୁ ଆସିବାରେ ସାହାଯ୍ୟ କରିଥିଲେ ଏବଂ ହସ୍ପିଟାଲରେ ଆବଶ୍ୟକୀୟ ଚିକିତ୍ସା ସହାୟତା ଯୋଗାଇ ଦେଇଥିଲେ । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଜଣା ପଡ଼ିଥିଲା ଯେ,ତାଙ୍କ ଖାଦ୍ୟନଳୀରେ ଏକ ମାଂସ ବଢିଥିଲା ଏବଂ ଡାକ୍ତର ତାଙ୍କୁ ଅସ୍ତ୍ରୋପଚାର କରିବା ପାଇଁ ପରାମର୍ଶ ଦେଇଥିଲେ।

ଅସ୍ତ୍ରୋପଚାର ସମୟରେ ତାଙ୍କ ହିମୋଗ୍ଲୋବିନ୍ ସ୍ତର ହ୍ରାସ ପାଇବାରୁ ଜରୁରୀ ରକ୍ତର ଆବଶ୍ୟକତା ଥିଲା। ଓଡ଼ିଶା-ମୋ ପରିବାର ପକ୍ଷରୁ ତାଙ୍କୁ ୩ୟୁନିଟ୍ ରକ୍ତ ମଧ୍ୟ ଯୋଗାଇ ଦିଆଯାଇଥିଲା। ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ବହନ କରାଇବା ପାଇଁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସଂଯୋଜନା କରିଥିଲେ। ଶେଷରେ ଅସ୍ତ୍ରୋପଚାର ସଫଳ ହୋଇଥିଲା।

ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍ଚାର୍ଜ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ପରିବାରବର୍ଗ ଆର୍ଥିକ ଚାପରେ ଥିବାରୁ ଘରକୁ ଫେରିବା ପାଇଁ ଅସମର୍ଥ ଥିଲେ। ଏ ସମ୍ପର୍କରେ ସ୍ଥାନୀୟ ବିଧାୟିକା ଶ୍ରୀମତି ସାବିତ୍ରୀ ଅଗ୍ରୱାଲା ଖବର ପାଇବା ପରେ ସେ ନିରଞ୍ଜନ ଏବଂ ତାଙ୍କ ପରିବାର ସଦସ୍ୟ ଘରକୁ ଫେରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ । ଏ ସମସ୍ତ ପ୍ରକ୍ରିୟାକୁ ଉଭୟ ଓଡ଼ିଶା-ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ, ରଶ୍ମି ରଞ୍ଜନ ପ୍ରଧାନ ଓ ଆଲୋକ ସାହୁ ସଂଯୋଜନା କରିଥିଲେ।

ସେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ସମୟରେ ବିଧାୟିକାଙ୍କ ପ୍ରତିନିଧି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସଞ୍ଜୟ ଅଗ୍ରୱାଲାଙ୍କ ସମେତ ବିଜୁ ଯୁବ ଜନତା ଦଳର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ଦୀପକ ମହାପାତ୍ର ଏବଂ ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରୁଥିବା କର୍ମଚାରୀଙ୍କୁ ମିଳିଲା ସାହାଯ୍ୟ

ଭୁବନେଶ୍ବର: କେବଳ ଶାରୀରିକ ସୁସ୍ଥତା ଜଣଙ୍କୁ ରୋଜଗାରକ୍ଷମ କରିପାରିବ, ତାହା ଭୁଲ ବୋଲି ପ୍ରମାଣିତ କରିଛନ୍ତି ବି ଏମ୍ ସି ରେ କାର୍ଯ୍ୟରତ ଥିବା ଜଣେ ଦିବ୍ୟାଙ୍ଗ। ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରି ନିଜ ପରିବାର ପୋଷଣ କରୁଥିବା ଖବର ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ସହାୟତାର ହାତ ବଢାଇଛି ଓଡ଼ିଶା ମୋ ପରିବାର। ସୁରତଙ୍କୁ ଯୋଗାଇ ଦେଇଛି କୃତ୍ରିମ ହାତ।

ନାଁ, ତାଙ୍କର ସୁରତ ବେହେରା, ବୟସ ୨୬, ଘର, ଭୁବନେଶ୍ଵର ଅନ୍ତର୍ଗତ ଭରତପୁର ଅଞ୍ଚଳରେ। ସୁରତ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ମାତ୍ର, ୮ ବର୍ଷ ବୟସରେ ଦୋଳି ଖେଳିବା ସମୟରେ ସେ ପଡ଼ିଯାଇଥିଲେ,ଫଳରେ ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ୨୦୦୬ ମସିହାରେ ହାତଟି ସଂକ୍ରମଣ ହୋଇଯିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାତ କଟା ହୋଇଯାଇଥିଲା, କିନ୍ତୁ ଏହି ଘଟଣା ତାଙ୍କୁ ଆଗକୁ ବଢିବାରେ ଅଟକାଇ ପାରିନି। ଦୃଢ ମନୋବଳ ଫଳରେ ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ରୋଜଗାରକ୍ଷମ ହୋଇ ନିଜ ପରିବାର ମଧ୍ୟ ପୋଷୁଛନ୍ତି।

ତାଙ୍କର ଏ ସଂଘର୍ଷମୟ କାହାଣୀ ସମ୍ପର୍କରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ ଆବାହକଙ୍କ ସହ ଆଲୋଚନା କରିଥିଲେ। ଏହାପରେ, ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ସୁରତଙ୍କୁ ଆଜି କୃତ୍ରିମ ହାତ ଯୋଗାଇ ଦିଆଯାଇଛି।

ହାତ ଲାଗିବା ସମୟରେ ଓଡ଼ିଶା ମୋ ପରିବାର ଆବାହକଙ୍କ ସମେତ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ଏବଂ ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ହାତ ଲାଗିବା ପରେ ସୁରତଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା । ସେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ମୋ ପରିବାର ସହାୟତାରେ ହସ୍ପିଟାଲ ରୁ ଘରକୁ ଆସିଲା ମୃତଦେହ

ଭୁବନେଶ୍ବର: ଅର୍ଥ ଅଭାବରୁ, ଶେଷକୃତ୍ୟ ନିମନ୍ତେ ଘରକୁ ଫେରିପାରୁନଥିଲା ମୃତଦେହ, ଠିକ୍ ଏହି ସମୟରେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର । ଘରକୁ ଫେରିବା ପାଇଁ ଯୋଗାଇଦେଲା ଆମ୍ବୁଲାନ୍ସ ।

ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ମଙ୍ଗରାଜପୁର ଅଞ୍ଚଳର ୬୫ବର୍ଷିୟ ଶେଷଦେବ ମହାରଣାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ନିମନ୍ତେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଦୁର୍ଭାଗ୍ୟବଶତଃ, ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ । ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ଶେଷକୃତ୍ୟ ନିମନ୍ତେ ମୃତଦେହ ଘରକୁ ଫେରାଇ ନେବା ପାଇଁ ଅସମର୍ଥ ଥିଲେ ଏବଂ ଅସହାୟ ହୋଇ ସେମାନେ ସ୍ଥାନୀୟ ବିଧାୟିକା ଶ୍ରୀମତି ସାବିତ୍ରୀ ଅଗ୍ରୱାଲାଙ୍କର ସାହାଯ୍ୟ ଲୋଡିଥିଲେ ।

ଶ୍ରୀମତି ଅଗ୍ରୱାଲା ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ଅବଗତ କରାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ସନ୍ତୋଷ ଦାସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କଟକ ବଡ଼ ମେଡ଼ିକାଲରୁ କେନ୍ଦ୍ରାପଡ଼ାସ୍ଥିତ ତାଙ୍କ ଗ୍ରାମକୁ ସ୍ଥାନାନ୍ତର ପାଇଁ ଯାତାୟାତ ବ୍ୟବସ୍ଥା କରିଥିଲେ।

ଉପଯୁକ୍ତ ସମୟରେ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଥିବାରୁ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୃତିମ ଅଂଗ ପ୍ରତିରୋପଣ ପାଇଁ ଓଡିଶା ମୋ ପରିବାର ଆରମ୍ଭ ହଲା ସଚେତନତା

ଭୁବନେଶ୍ଵର: ରାଜଧାନୀରେ ଚାଲିଥିବା ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ତରଫରୁ ଏକ ଷ୍ଟଲ୍ ସ୍ଥାପନା କରାଯାଇଛି । ଏହି ଷ୍ଟଲ୍ ମାଧ୍ୟମରେ ଓଡ଼ିଶା-ମୋ ପରିବାର ସାମାଜିକ ପ୍ରତିବଦ୍ଧତାର ବିଭିନ୍ନ କାର‌୍ୟ୍ୟକ୍ରମ ତଥା ରକ୍ତଦାନ ଏବଂ ଅଙ୍ଗଦାନ ଦ୍ୱାରା କିପରି ଲୋକମାନଙ୍କ ଜୀବନ ବଞ୍ଚାଇ ହେଉଛି ସେହି ବିଷୟରେ ସଚେତନ କରାଉଛି ।

ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ. ଆର.ସି ସହଯୋଗିତାରେ ଭିନ୍ନକ୍ଷମ ମାନଙ୍କୁ କିପରି କୃତ୍ରିମ ଅଙ୍ଗ ପ୍ରଦାନ କରାଯାଉଛି ଏବଂ ଏହା ଆଗକୁ କିପରି ପ୍ରତ୍ୟେକ ଦିବ୍ୟାଙ୍ଗଙ୍କୁ ଲାଭପ୍ରଦ କରାଇବା ସେ ବିଷୟରେ ସଚେତନତାର ବାର୍ତ୍ତା ଦିଆଯିବା ସହିତ ଏସ.ବି.ଟି.ସି ସହଯୋଗିତାରେ ରକ୍ତଦାନର ମହତ୍ତ୍ଵକୁ ଲୋକମାନଙ୍କ ପାଖରେ ପହଞ୍ଚାଊଛି । କର୍କଟ ରୋଗୀ କିପରି ଚିକିତ୍ସାର ସଠିକ୍ ମାର୍ଗଦର୍ଶନ ପାଇପାରିବେ, ସେଥିପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ସହଯୋଗିତାରେ ସଚେତନ କରାଯାଉଛି ।

ତନ୍ମଧ୍ୟରୁ ଓଡ଼ିଶା ମୋ ପରିବାର ପକ୍ଷରୁ ସ୍ଵତନ୍ତ୍ର କାର‌୍ୟ୍ୟକ୍ରମ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ଏବଂ ଦିବ୍ୟାଙ୍ଗମାନେ କିପରି ସୁବିଧାରେ ବାଲିଯାତ୍ରାର ଭରପୁର ମଜା ନେବେ, ସେମାନଙ୍କ ପାଇଁ ହ୍ଵିଲଚେୟାର ର ବ୍ୟବସ୍ଥା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବାଲିଯାତ୍ରା ପରିଦର୍ଶନ କରିବାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତି ପଞ୍ଜୀକରଣ କରିପାରିବେ ।

ଓଡ଼ିଶା-ମୋ ପରିବାର ଷ୍ଟଲ୍ ପରିଦର୍ଶନ ସମୟରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୂପ ପଟନାୟକଙ୍କ ସମେତ ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ଏବଂ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏହି ବାଲିଯାତ୍ରା ଷ୍ଟଲ୍ ର ପରିଚାଳନାକୁ ସଂଯୋଜନା କରିଥିଲେ।

ଭୁବନେଶ୍ବର ବାଲିଯାତ୍ରା ରେ ଷ୍ଟଲ ସ୍ଥାପନ କରିବାରେ ସହାୟତା ପାଇଁ ଭୁବନେଶ୍ବର ବାଲିଯାତ୍ରା କମିଟିର ସଭାପତି, ସ୍ଥାନୀୟ ବିଧାୟକ ତଥା ଓଡ଼ିଶା-ମୋ ପରିବାରର ସଦସ୍ୟ ଶ୍ରୀ ସୁଶାନ୍ତ ରାଉତ, ସମ୍ପାଦକ ଶ୍ରୀ ତପନ ବଳିୟାରସିଂହ, କାର‌୍ୟ୍ୟକାରୀ ସଭାପତି ତଥା ସମ୍ପାଦକ(ଓଡ଼ିଶା-ମୋ ପରିବାର) ଶ୍ରୀ ସୁବାଶ ପାତ୍ର ଏବଂ ଆବାହକ ଶ୍ରୀ ଯଶୋବନ୍ତ ଓଝା ଙ୍କୁ ଓଡ଼ିଶା-ମୋ ପରିବାର ର ଆନ୍ତରିକ କୃତଜ୍ଞତା ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ମୋ ପରିବାର ସହାୟତାରେ ଅଯୋଧ୍ୟାରୁ ଓଡ଼ିଶା ଫେରିଲେ ଆହତ ଯାତ୍ରୀ

ଭୁବନେଶ୍ବର: ଅଯୋଧ୍ୟାକୁ ତୀର୍ଥ କରିବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଓଡିଆ ଯାତ୍ରୀ, କିଛି ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ କିଛି ଯାତ୍ରୀ ଓଡ଼ିଶା ଫେରିଆସିଥିଲେ। ଆହତ ହୋଇଥିବା ଯାତ୍ରୀମାନଙ୍କ ପାଇଁ ସୁସ୍ଥ ହେବା ପରେ ଓଡ଼ିଶା ଫେରିବା କାଠି କର ପାଠ ଥିଲା। ଅର୍ଥ ଅଭାବରୁ ଘରକୁ ଫେରିପାରୁନଥିଲେ ସେମାନେ, ଖବର ପାଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ନିଜ ନିଜ ଘରକୁ ଫେରିଲେ ଯାତ୍ରୀଗଣ।

ସୂଚନାନୁସାରେ,ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ପ୍ରାୟ ୪୦ ରୁ ୪୫ ଭକ୍ତ ତୀର୍ଥ କରିବା ପାଇଁ ଗତ ଅକ୍ଟୋବର ୧୯ ତାରିଖରେ ଏକ ବସ୍ ଯୋଗେ ଅଯୋଧ୍ୟା ବାହାରିଥିଲେ। ଦୁର୍ଭାଗ୍ୟବଶତଃ, ବସ୍ ଟି ଗତ ଅକ୍ଟୋବର ୨୧ତାରିଖରେ ଅଯୋଧ୍ୟା ବାଇ-ପାସ୍ ରୋଡ଼ରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ସହିତ ୩ ଜଣ ପରିବାର ସଦସ୍ୟ ତାଙ୍କର ଦେଖାଶୁଣା କରିବାକୁ ଥିଲେ ଏବଂ ଅନ୍ୟ ଯାତ୍ରୀମାନେ ନିରାପଦରେ ସେହି ବସ ଯୋଗେ ଘରକୁ ଫେରିଆସିଥିଲେ।

ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିବାରୁ ଆହତ ବ୍ୟକ୍ତିମାନଙ୍କୁ ଓଡ଼ିଶା ଫେରାଇ ନେବା ପାଇଁ ସେମାନଙ୍କ ପରିବାର ବର୍ଗ ସ୍ୱେଚ୍ଛାସେବୀ ବୁଢା ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକ ଏହି ଖବର ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଟ୍ରେନ ଯୋଗେ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି।

ପରିଶେଷରେ,ତୀର୍ଥ କରିବାକୁ ଯାଇଥିବା ଯାତ୍ରୀମାନଙ୍କୁ ଘରକୁ ଫେରାଇ ଆଣିଥିବାରୁ ସେମାନଙ୍କ ପରିବାର ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

କେରଳ ରେ ମୃତ ଦୁଇ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟିକୁ ଆଣିଲା ଓଡିଶା ମୋ ପରିବାର

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ବଡଗଡ଼ ଗ୍ରାମର ବାସିନ୍ଦା ୩୭ ବର୍ଷିୟ ସୁଶାନ୍ତ ନାୟକ ଏବଂ ୨୪ ବର୍ଷିୟ ଶଙ୍କର ନାୟକ କେରଳରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲେ ।

ଗତ ଅକ୍ଟୋବର ୨୭ ତାରିଖରେ କାର୍ଯ୍ୟରତ ଥିବା ସମୟରେ ନିର୍ମାଣାଧୀନ ଛାତ ତାଙ୍କ ଉପରେ ପଡିଯିବାରୁ କର୍ମସ୍ଥଳରେ ହିଁ ଉଭୟେ ମୃତ୍ୟୁବରଣ କରିଥିଲେ । ସମ୍ପୃକ୍ତ କମ୍ପାନୀ ସେମାନଙ୍କ ମୃତଦେହ କେରଳରୁ ଓଡ଼ିଶା ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଦେଇଥିଲା କିନ୍ତୁ ପରିବାର ବର୍ଗ ଆର୍ଥିକ ଚାପରେ ଥିବାରୁ ମୃତଦେହ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ଘରକୁ ଫେରାଇ ନେବା ପାଇଁ ନିକଟସ୍ଥ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କୁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ ।

ଶ୍ରୀ ସ୍ଵାଇଁ ଏ ସମ୍ପର୍କରେ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲା ଜୀବନବିନ୍ଦୁ ସଂଯୋଜକ ଶ୍ରୀ ସୁବାଷ ମହାରଣାଙ୍କୁ ଜଣାଇଥିଲେ ।
ଶ୍ରୀ ମହାରଣା, ଖବର ପାଇବା ପରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଭୁବନେଶ୍ଵର ବିମାନବନ୍ଦରରୁ ଗଞ୍ଜାମସ୍ଥିତ ତାଙ୍କ ଗ୍ରାମକୁ ପଠାଇବା ପାଇଁ ଦୁଇଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯାଇଥିଲା । ଏହି ସମୟରେ ଓଡ଼ିଶା ମୋ ପରିବାର ସମ୍ପାଦକ ଶ୍ରୀ ଦୁର୍ଗା ସାମନ୍ତରାୟଙ୍କ ସମେତ ସମ୍ପାଦିକା ମୀରା ପରିଡ଼ା ଏବଂ ଓଡ଼ିଶା ମୋ ପରିବାର ଟିମ୍ ଉପସ୍ଥିତ ରହି ପରିବାର ସଦସ୍ୟମାନଙ୍କୁ ଆଶ୍ଵାସନା ଦେବା ସହିତ ମୃତଦେହ ସ୍ଥାନାନ୍ତର ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲେ ।
ମୃତଦେହ ଗଞ୍ଜାମରେ ପହଞ୍ଚିବା ପରେ ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଏବଂ ଶ୍ରୀ ସୁବାଷ ମହାରଣା ଉପସ୍ଥିତ ରହି ସେମାନଙ୍କ ଶେଷକୃତ୍ୟ ସମୟରେ ପରିବାର ସଦସ୍ୟଙ୍କ କାନ୍ଧରେ କାନ୍ଧ ମିଳାଇ ଛିଡା ହୋଇଥିଲେ ।
ଏଭଳି ଅଭାବନୀୟ ପରିସ୍ଥିତିରେ ସହାୟତାର ହାତ ବଢାଇ ଥିବାରୁ ପରିବାର ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ନବୀନ ପଟ୍ଟନାୟକଙ୍କ ଜନ୍ମଦିବସରେ ବିଜେଡିର ମୋ ପରିବାର କଣ କରିବ, ବୈଠକରେ ହେଲା ନିଷ୍ପତି

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଓଡ଼ିଶା ମୋ ପରିବାରର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ଦିନରେ ଓଡ଼ିଶା-ମୋ ପରିବାର ଦ୍ୱାରା ସଂପାଦନା ହୋଇଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଏବଂ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟାବଳୀ ଉପରେ ଆଲୋଚନା କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟର ରକ୍ତଭଣ୍ଡାର ଗୁଡ଼ିକରେ ରକ୍କ ଯୋଗାଉଥିବା ପ୍ରମୁଖ ସାମାଜିକ କାର୍ଯ୍ୟକ୍ରମ ଜୀବନବିନ୍ଦୁ ଓଡ଼ିଶା-ମୋ ପରିବାର ପରିସର ଭୁକ୍ତ ହେବାଠାରୁ ମାତ୍ର ୨୦ ମାସରେ ୨ ଲକ୍ଷରୁ ଊର୍ଦ୍ଧ୍ୱ ରକ୍ତ ସଂଗ୍ରହ କରି ସାରିଛି। ତେବେ ରକ୍ତ ଚାହିଦା ଓ ଯୋଗାଣକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏଥିପାଇଁ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକମାନଙ୍କ ବ୍ୟତିତ ପ୍ରତ୍ୟକ ବ୍ଲକ ସ୍ତରରେ ସଂଯୋଜକମାନଙ୍କୁ ନିଯୁକ୍ତ କରାଯିବା ପାଇଁ ପ୍ରସ୍ତାବ ଉପସ୍ଥାପନା ହୋଇଥିଲା।

ସେହିପରି ରାଜ୍ୟର ପ୍ରମୁଖ ୯ଟା ଡାକ୍ତରଖାନାରେ ଓଡ଼ିଶା-ମୋ ପରିବାର ଦ୍ୱାରା ହେଲ୍ପଡେସ୍କ ସ୍ଥାପନ କରାଯାଇ ରୋଗୀମାନଙ୍କୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ଏହାର ଚାହିଦାକୁ ଦୃଷ୍ଟିରେ ରଖି ଅନ୍ୟ ଡାକ୍ତରଖାନା ଗୁଡ଼ିକରେ ମଧ୍ୟ ଖୁବ୍ ଶୀଘ୍ର ହେଲ୍ପଡେସ୍କ ସ୍ଥାପନା କରାଯିବ ବୋଲି ଆଲୋଚନା କରାଯାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରେ ବିପନ୍ନ ପ୍ରବାସୀ ଓଡ଼ିଆ ମାନଙ୍କୁ ସହାୟତା କ୍ଷେତ୍ରରେ ଉପୁଜୁଥିବା ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଉପୁଜୁଥିବା ଅସୁବିଧାକୁ ସୂଚାର ରୂପେ ସମାଧାନ କରିବାପାଇଁ ଓଡ଼ିଶା-ମୋ ପରିବାର ଆଗାମୀ ଦିନରେ ଗ୍ରହଣ କରିବାକୁ ଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଶେଷରେ ଚଳିତ ମାସ ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସରେ ଓଡ଼ିଶା-ମୋ ପରିବାର ଦ୍ୱାରା ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ବୈଠକରେ ଉପସ୍ଥିତ ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ପ୍ରକାଶ କରିଥିଲେ।

ଆବାହକ ଶ୍ରୀ ଅରୁପ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୁରୀ ସାଂସଦ ଶ୍ରୀ ପିନାକି ମିଶ୍ର, ବଡ଼ମ୍ବା ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ଓଡ଼ିଶା ମୋ ପରିବାର ସଦସ୍ୟା ଶ୍ରୀମତି ଭାରତୀ ସିଂହ, ଓଡ଼ିଶା-ମୋ ପରିବାର ସହ ଆବାହକ ଶ୍ରୀ ନଳିନୀକାନ୍ତ ପ୍ରଧାନ, ସଂପାଦକ ଶ୍ରୀ ଦୁର୍ଗା ସାମନ୍ତରାୟ ଓ ସୁବାଷ ପାତ୍ର ଯୋଗଦେଇଥିଲେ।

ସେହିପରି ଯୁଗ୍ମ ସଂପାଦକ ଶ୍ରୀ ରୁଦ୍ର ସାମନ୍ତରାୟ ଓ ଶ୍ରୀ ରଞ୍ଜିତ ରାୟ, ଆଇନ ଉପଦେଷ୍ଟା ଶ୍ରୀ ଅବନୀ ସାହୁ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ. ସତ୍ୟଜିତ ଦାଶ, ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ ଲାଇନ୍ ମାଧ୍ୟମରେ ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ମାନେ ଯୋଡ଼ି ହୋଇ ଏହି ସମୀକ୍ଷା ବୈଠକରେ ନିଜ ନିଜର ମନ୍ତବ୍ୟ ରଖିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ମୋ ପରିବାରର ସହାୟତା: ଘରକୁ ଫେରିଲା ଦୁଇ ବର୍ଷ ଶିଶୁର ମୃତ ଶରୀର

ଭୁବନେଶ୍ବର: ଅର୍ଥ ଅଭାବରୁ ନିଜ ଘରକୁ ଫେରି ପାରୁନଥିଲା ଦୁଇ ବର୍ଷ ଶିଶୁର ମୃତ ଶରୀର। ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାସିନ୍ଦା ଗୋପାଳ ଭୁଏଙ୍କର ଦୁଇ ବର୍ଷର ପୁଅ ରୋଷନ ଭୁଏ ଲିଭର ଟ୍ୟୁମର୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା ଚାଲିଥିଲା।

ଦୁର୍ଭାଗ୍ୟବଶତଃ, ଗତ ସେପ୍ଟେମ୍ବର ୧୯ତାରିଖରେ ରୋଷନ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ବାପା ଓ ମା’ ଦୁହେଁ ପୁଅକୁ ହରାଇ ମାନସିକ ସ୍ତରରେ ପୁରା ଭାଙ୍ଗି ପଡ଼ିଥିଲେ ଏବଂ ଆର୍ଥିକ ଚାପରେ ଥିବାରୁ ପୁଅର ମୃତ ଶରୀର ନିଜ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ। ଶେଷରେ ଅସହାୟ ହୋଇ ସେମାନେ ଓଡ଼ିଶା ମୋ ପରିବାର, ଜୀବନବିନ୍ଦୁ କଟକ ସିଟି ସଂଯୋଜକ ଡଃ ରଞ୍ଜନ ବିଶ୍ଵାଳଙ୍କୁ ଯାତାୟାତ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ଡଃ ବିଶ୍ଵାଳ ଘଟଣା ସମ୍ପର୍କରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଜଣାଇଥିଲେ।

ଏ ବିଷୟରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ସଙ୍ଗେସଙ୍ଗେ ଶ୍ରୀ ସାମନ୍ତରାୟ, ଓଡ଼ିଶା ମୋ ପରିବାର ଟିମ୍ ସହିତ ସମ୍ ହସ୍ପିଟାଲରେ ପହଞ୍ଚି କୁନିପୁଅର ମୃତଶରୀର ବଲାଙ୍ଗିରସ୍ଥିତ ତାଙ୍କ ଗ୍ରାମକୁ ସ୍ଥାନାନ୍ତର କରିବା ପାଇଁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରିଥିଲେ। ଏହି ସମସ୍ତ ପ୍ରକ୍ରିୟାକୁ ସମ୍ ହସ୍ପିଟାଲରେ ଥିବା ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଶ୍ରୀ ରଶ୍ମୀରଞ୍ଜନ ପ୍ରଧାନ ଓ ଶ୍ରୀ ସାଗର ପାଇକରାୟ ସଂଯୋଜନା କରାଇଥିଲେ।

ମୃତଦେହ ପାଟଣାଗଡ଼ ସ୍ଥାନାନ୍ତର ହେବା ପରେ ବଲାଙ୍ଗିର ଜିଲ୍ଲା ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ଶ୍ରୀ ସାଗର ସଙ୍ଗମ ଶତପଥି ଏବଂ ବିଜୁ ଯୁବ ଜନତା ଦଳର ୧୪ନଂ ଜୋନ୍ ସଭାପତି ଶ୍ରୀ ଅରକ୍ଷିତ ଦଣ୍ଡସେନା ପରିବାର ସଦସ୍ୟଙ୍କ ସହିତ ଉପସ୍ଥିତ ରହି ଶେଷକୃତ୍ୟ ସମ୍ପନ୍ନରେ ସାହାଯ୍ୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଆଦିବାସୀ ଜୁଆଙ୍ଗ ସମ୍ପ୍ରଦାୟର ଦିବ୍ୟାଙ୍ଗ ଯୁବତୀଙ୍କୁ ସହଯୋଗ କଲା ‘ଓଡିଶା ମୋ ପରିବାର’

ଭୁବନେଶ୍ବର: ଯେଉଁ ବୟସରେ ହସି,ଖେଳି ପାଠ ପଢିବାକୁ ଯିବା କଥା, ସେହି ବୟସରେ ମାନସୀ ଦିବ୍ୟାଙ୍ଗ ଭାବେ ଅଗଣାରେ ପଡ଼ି ଲୁହ ଝରାଉଥିଲେ। ଅଣ୍ଟା ହାଡ଼ ଖସି ଯାଇଥିବାରୁ ଦୈନନ୍ଦିନ କାମ କରିବାକୁ ଅସମର୍ଥ ହୋଇ ପଡ଼ିଥିଲେ ସେ, ଅନ୍ୟର ସାହାରାରେ ଚଳପ୍ରଚଳ କରୁଥିବାରୁ ମନେ ମନେ ଭାଙ୍ଗି ପଡୁଥିଲେ। ଚିକିତ୍ସାରେ ପ୍ରତିବନ୍ଧକ ସାଜିଥିଲା ଅର୍ଥ, ଆଉ ଏତିକିବେଳେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସଫଳ ହେଲା ଅସ୍ତ୍ରୋପଚାର।

ଘଟଣାଟି ହେଉଛି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖଜୁରିଆ ଗ୍ରାମର ଜୁଆଙ୍ଗ ସମ୍ପ୍ରଦାୟ ଆଦିବାସୀ ବାସିନ୍ଦା ଅର୍ଜୁନ ଜୁଆଙ୍ଗଙ୍କ ୧୯ ବର୍ଷିୟା ଦିବ୍ୟାଙ୍ଗ ଝିଅ ମାନସୀ ଜୁଆଙ୍ଗଙ୍କର। ଜନ୍ମରୁ ତାଙ୍କ ଅଣ୍ଟା ହାଡ଼ ଖସି ଯାଇଥିବାରୁ ସେ ତାଙ୍କର ଦୈନନ୍ଦିନ କାମ କରିବାକୁ ଅସମର୍ଥ ଥିଲେ। ପରିବାରର ସାହାରା ନେଇ ବଞ୍ଚୁଥିଲେ। ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ ପରିବାରବର୍ଗ ତାଙ୍କୁ ଘରୋଇ ହସ୍ପିଟାଲକୁ ନେଇ ପାରୁନଥିଲେ। ତାଙ୍କ ଘର ପାଖରେ ଥିବା କେନ୍ଦୁଝର ସରକାରୀ ହସ୍ପିଟାଲରେ ଝିଅକୁ ଦେଖାଉଥିଲେ। ଅସ୍ତ୍ରୋପଚାର ପାଇଁ ଡାକ୍ତର ତାଙ୍କୁ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ।

ପରିବାର ବର୍ଗ ପୂର୍ବତନ ବିଧାୟକ ତଥା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଧନଞ୍ଜୟ ସିଦ୍ଧୁଙ୍କର ସହାୟତା ଲୋଡିଥିଲେ। ଶ୍ରୀ ସିଦ୍ଧୁ ଏ ସମ୍ପର୍କରେ ଓଡ଼ିଶା ମୋ ପରିବାରକୁ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ସ୍ୱାସ୍ଥ୍ୟ ଉପଦେଷ୍ଟା(ଓଡ଼ିଶା ମୋ ପରିବାର) ଡଃ ସତ୍ୟଜିତ ଦାଶ ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରି ମାନସୀଙ୍କ ଅସ୍ତ୍ରୋପଚାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ କରାଇଥିଲେ।

ଅସ୍ତ୍ରୋପଚାର ସମୟରେ ୮ୟୁନିଟ୍ O+ve ରକ୍ତର ଜରୁରୀ ଆବଶ୍ୟକତା ଥିବାରୁ ମାନସୀଙ୍କ ପରିବାରବର୍ଗ ଓଡ଼ିଶା ମୋ ପରିବାରକୁ ରକ୍ତ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଓଡ଼ିଶା ମୋ ପରିବାର ୩ ୟୁନିଟ୍ ରକ୍ତ ଯୋଗାଡ଼ କରିବା ସହିତ ଓଡ଼ିଶା ପରିବହନ ମହାସଂଘ ସହାୟତାରେ ଆଉ ୫ ୟୁନିଟ୍ ରକ୍ତ ଯୋଗାଇ ଦେଇଥିଲା। ଶେଷରେ ଅସ୍ତ୍ରୋପଚାର ସଫଳ ହେଲା। ତାଙ୍କ ଅଣ୍ଟାରେ ଅତ୍ୟାଧୁନିକ ପ୍ଳେଟ ଖଞ୍ଜା ଯାଇଥିଲା।

ଏହି ସମସ୍ତ ପ୍ରକ୍ରିୟାକୁ ଓଡ଼ିଶା ମୋ ପରିବାର ହେଲ୍ପଡ଼େସ୍କ ସହଯୋଗୀ ଦିଲ୍ଲୀପ ସେଠୀ ସଂଯୋଜନା କରିଥିଲେ। ବର୍ତ୍ତମାନ ମାନସୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କୁ ଏଭଳି ସଙ୍କଟମୟ ପରିସ୍ଥିତିରେ ସାହାଯ୍ୟର ହାତ ବଢାଇଥିବାରୁ ସେ ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

“ଓଡ଼ିଶା ମୋ ପରିବାର”ର ରାଜ୍ୟ ସଂଯୋଜକ ହେଲେ ମିହିର ରାୟ

ଭୁବନେଶ୍ଵର : ନିକଟରେ ବିଜୁ ଜନତା ଦଳରେ ଯୋଗ ଦେଇଥିବା ଯୁବ ସମାଜସେବୀ ମିହିର ରାୟଙ୍କୁ “ଓଡ଼ିଶା ମୋ ପରିବାର”ର ନୂତନ ରାଜ୍ୟ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ “ଓଡ଼ିଶା ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକ ଶ୍ରୀ ରାୟଙ୍କୁ ଏହି ଦାୟିତ୍ଵ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ରାୟ ପ୍ରାୟ ୨୫ ବର୍ଷ ଧରି ଟାଇମ୍ସ ଅଫ୍ ଇଣ୍ଡିଆ ଓ ଏସିଆନ ଏଜ୍‌ ଭଳି ପ୍ରମୁଖ ଇଂରାଜୀ ସମ୍ବାଦପତ୍ରର ପଶ୍ଚିମ ଓଡିଶା ପ୍ରତିନିଧି ଭାବେ କାର୍ଯ୍ୟ କରିବା ସହ ରାଉରକେଲାର ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ କ୍ରୀଡ଼ା ସଂଗଠନ ସହ ସଂଯୁକ୍ତ ରହି ନିଜକୁ ସକ୍ରିୟ ଭାବେ ସମାଜସେବାରେ ନିୟୋଜିତ କରିଥିଲେ।

ଏବେ “ଓଡ଼ିଶା ମୋ ପରିବାର” ଭଳି ରାଜ୍ୟର ସର୍ବବୃହତ ସ୍ୱେଚ୍ଛାସେବୀ ସଙ୍ଗଠନରେ ତାଙ୍କୁ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ଶ୍ରୀ ରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ “ଓଡ଼ିଶା ମୋ ପରିବାର”ର ଆବାହକ ଅରୂପ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Categories
ଆଞ୍ଚଳିକ

କ୍ୟାନସର ପୀଡ଼ିତା ମହିଳାଙ୍କୁ ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର

ଭୁବନେଶ୍ୱର : ସ୍ତନ କର୍କଟ ରୋଗରେ ପୀଡ଼ିତ ଜଣେ ମହିଳାଙ୍କୁ କ୍ୟାନସର ଚିକିତ୍ସାରେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିଛି ଓଡ଼ିଶା-ମୋ ପରିବାର । କଟକ ଜିଲ୍ଲା ଆଠଗଡ଼ର ସୁଲୋଚନା ପଟ୍ଟନାୟକ ନାମକ ୪୦ ବର୍ଷିୟା ଜନୈକ ମହିଳା ଗତ କିଛି ଦିନ ହେବ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ବ୍ୟୟବହୁଳ କର୍କଟ ରୋଗର ଚିକିତ୍ସା ପାଇଁ ତାଙ୍କ ପାଖରେ ସମ୍ବଳ ନଥିଲା ।

କୌଣସି ସୂତ୍ରରୁ ଖବର ପାଇଁ ତାଙ୍କ ପରିବାର ଲୋକେ ବିଜେଡ଼ି ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ସମୀର ପ୍ରଧାନଙ୍କୁ ସହାୟତା ପାଇଁ ନିବେଦନ କରିଥିଲେ। ଏହାପରେ ଓଡ଼ିଶା-ମୋ ପରିବାର ତାଙ୍କର ଚିକିତ୍ସା ନିମନ୍ତେ ତାଙ୍କପାଇଁ ଯାତାୟତର ବନ୍ଦୋବସ୍ତ କରାଇ ତାଙ୍କୁ ଆଠଗଡ଼ରୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲା । କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ସେଠାରେ ଓଡ଼ିଶା-ମୋ ପରିବାର ହେଲ୍ପଡେସ୍କ ସଂଚାଳକ ବିକାଶ ବେହେରା ତାଙ୍କର ଚିକିତ୍ସାରେ ସମସ୍ତ ପ୍ରକାର ସାହାଯ୍ୟ କରିଥିଲେ ।

ପରେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ବିକାଶ ଏକ ଘରୋଇ ହସ୍ପିଟାଲରେ ପରାମର୍ଶ କରାଇ ତାଙ୍କର ଚିକିତ୍ସା ଆରମ୍ଭ କରାଇଦେଇଥିଲେ । ସେଠାରେ ତାଙ୍କୁ ମାଗଣାରେ ୧୦ଟି ରାଡ଼ିଏସନ୍ ଥେରାପି ଦିଆଯାଇଥିଲା । ଏଥିପାଇଁ ହେଲ୍ପ ଡେସ୍କ ସଂଚାଳକ ଶିବ ରାଉତ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଚିକିତ୍ସାଧୀନ ସମୟରେ ଓଡ଼ିଶା-ମୋ ପରିବାର ଦ୍ୱାରା ତାଙ୍କ ରହିବା ପାଇଁ ଏକ ଗେଷ୍ଟହାଉସର ବନ୍ଦୋବସ୍ତ କରାଯିବା ସହିତ ଆବଶ୍ୟକୀୟ ଔଷଧ ମଧ୍ୟ ପ୍ରଦାନ କରାଯାଇଥିଲା ।

ରାଡ଼ିଏସନ୍ ଥେରାପି ନେବା କାରଣରୁ ତାଙ୍କର କେଶ ଉପୁଡ଼ି ଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟରେ ସୁଧାର ଆସିବା ପରେ ଆଜି ତାଙ୍କୁ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟରେ ଆବାହକଙ୍କ ଦ୍ୱାରା କୋଣାର୍କ କ୍ୟାନସର ଫାଉଣ୍ଡେସନ ସମନ୍ୱୟରେ ଏକ କୃତ୍ରିମ କେଶ ପ୍ରଦାନ କରାଯାଇଥିଲା । ଓଡ଼ିଶା-ମୋ ପରିବାର ମାର୍ଗଦର୍ଶନ ଦ୍ୱାରା ଏହି ବ୍ୟୟବହୁଳ ଚିକିତ୍ସା ପାଇପାରିଥିବାରୁ ସୁଲୋଚନା ଓଡ଼ିଶା-ମୋ ପରିବାରକୁ ଅଶେଷ କୃତଜ୍ଞତା ଜଣାଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ମୋ ପରିବାର ର ସଫଳତା, ମହାମାରୀ ବେଳେ ସଂଗ୍ରହ ହେଲା ୧ ଲକ୍ଷ ୟୁନିଟ୍ ରକ୍ତ

ଭୁବନେଶ୍ୱର, କୋଭିଡ୍ ମହାମାରୀ ସମୟରେ ରକ୍ତଦାନ କ୍ଷେତ୍ରରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁକୁ ଉଲ୍ଲେଖନୀୟକ ସଫଳତା ମିଳିଛି । ୧୦ ମାସରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଓଡ଼ିଶା ମୋ ପରିବାର ମାଇଲଖୁଣ୍ଟ ସ୍ଥାପନ କରିଛି।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ଏହି ମହତ କାର୍ଯ୍ୟକୁ ସଫଳ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ୱେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା-ମୋ ପରିବାର ରାଜ୍ୟ କାର୍ଯ୍ୟାଳୟରେ ଏକ କୃତଜ୍ଞତା ଜ୍ଞାପନ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ନିୟମିତ ରକ୍ତଦାନ କରିଥିବା 5 ଜଣ ଯୁବକଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ପ୍ରତିକାତ୍ମକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସର୍ବଶ୍ରୀ ରଂଜିତ କୁମାର ଦାସ, ଅନିଲ କୁମାର ମହାନ୍ତି, ସଚିନ କୁମାର ଦାସ, ରାଜେଶ ପାଣି, ସୁମିତ କୁମାର ରାଣା ।