ଓଡିଶା ମୋ ପରିବାର ର ସଫଳତା, ମହାମାରୀ ବେଳେ ସଂଗ୍ରହ ହେଲା ୧ ଲକ୍ଷ ୟୁନିଟ୍ ରକ୍ତ

Published: Jun 6, 2021, 9:21 pm IST

ଭୁବନେଶ୍ୱର, କୋଭିଡ୍ ମହାମାରୀ ସମୟରେ ରକ୍ତଦାନ କ୍ଷେତ୍ରରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁକୁ ଉଲ୍ଲେଖନୀୟକ ସଫଳତା ମିଳିଛି । ୧୦ ମାସରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଓଡ଼ିଶା ମୋ ପରିବାର ମାଇଲଖୁଣ୍ଟ ସ୍ଥାପନ କରିଛି।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ଏହି ମହତ କାର୍ଯ୍ୟକୁ ସଫଳ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ୱେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା-ମୋ ପରିବାର ରାଜ୍ୟ କାର୍ଯ୍ୟାଳୟରେ ଏକ କୃତଜ୍ଞତା ଜ୍ଞାପନ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ନିୟମିତ ରକ୍ତଦାନ କରିଥିବା 5 ଜଣ ଯୁବକଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ପ୍ରତିକାତ୍ମକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସର୍ବଶ୍ରୀ ରଂଜିତ କୁମାର ଦାସ, ଅନିଲ କୁମାର ମହାନ୍ତି, ସଚିନ କୁମାର ଦାସ, ରାଜେଶ ପାଣି, ସୁମିତ କୁମାର ରାଣା ।

Related posts