Categories
ଆଜିର ଖବର ରାଜ୍ୟ ଖବର

ଦିନେ ସେ ଅନ୍ୟର ଶବ ସତ୍କାର କରୁଥିଲେ, ଆଜି ତାଙ୍କର ସତ୍କାର କଲା ଓଡିଶା ମୋ ପରିବାର

ଭୁବନେଶ୍ବର: କୋଭିଡ଼ ମହାମାରୀରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ଶବ ସତ୍କାରରେ ସାହାଯ୍ୟ ହେଉ ଅବା ଜୀବନବିନ୍ଦୁ ରକ୍ତଦାନ ଶିବିରରେ ରୋଗୀଙ୍କ ପାଇଁ ବାରମ୍ବାର ରକ୍ତଦାନ କରି ଦିନେ ସେ ସମାଜ ପାଇଁ ଉଦାହରଣ ସାଜିଥିଲେ, ଆଜି ସେହି ରିୟଲ୍ ହିରୋଙ୍କ ଶବକୁ ସସମ୍ମାନେ ସତ୍କାର କରି ଏକ ଭିନ୍ନ ଉଦାହରଣ ସୃଷ୍ଟି କଲା ଓଡ଼ିଶା-ମୋ ପରିବାର।

ସୂଚନାନୁସାରେ, ଭୁବନେଶ୍ଵରସ୍ଥିତ ସତ୍ୟନଗର ଅଞ୍ଚଳର ସତ୍ୟକାଳୀ ବସ୍ତିରେ ରହୁଥିବା ୨୯ବର୍ଷିୟ ଯୁବକ ରଞ୍ଜନ ପ୍ରଧାନ ସାଧାରଣ ଶୌଚାଳୟରେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବରେ କାମ କରୁଥିଲେ। ସ୍ଵଭାବରେ ସେ ଅତ୍ୟନ୍ତ ପରୋପକାରୀ ଏବଂ ଅନ୍ୟ ପାଇଁ ବଞ୍ଚୁଥିବା ବ୍ୟକ୍ତିଟିଏ ଥିଲେ। କୋଭିଡ଼ ମହାମାରୀ ସମୟରେ, ଓଡ଼ିଶା-ମୋ ପରିବାର ପକ୍ଷରୁ ମୃତକଙ୍କ ଶବ ସତ୍କାର କରାଯାଉଥିବା ବେଳେ ସେ ସ୍ଵେଚ୍ଛାସେବୀ ଭାବରେ ନିଜକୁ ନିୟୋଜିତ କରିଥିଲେ। ବାପା, ମା’ଙ୍କୁ ହରାଇଥିବା ରଞ୍ଜନ ସମାଜ ପାଇଁ ନିଜକୁ ଉତ୍ସର୍ଗ କରି ଦେଇଥିଲେ ଏବଂ ସେହି ସମାଜ ତାଙ୍କୁ ଅନେକ ମହତ୍ ପରିଚୟ ଦେଇଥିଲା। କିନ୍ତୁ, ଦୁର୍ଭାଗ୍ୟବଶତଃ, ରଞ୍ଜନ କାଲି ବସିଥିବା ବେଳେ ହଠାତ୍ ହୃଦଘାତ ଯୋଗୁଁ ପ୍ରାଣ ତ୍ୟାଗ କଲେ। ଆଜି ତାଙ୍କ ବିୟୋଗରେ ସ୍ଥାନୀୟ ବାସିନ୍ଦା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରୁ ପ୍ରକାଶ ବୋଲି ଜଣେ ଯୁବକ ରଞ୍ଜନଙ୍କ ମୃତ୍ୟୁ ସମ୍ପର୍କରେ ବିଜୁ ଜନତା ଦଳ ତଥା ଓଡ଼ିଶା-ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ସୂଚନା ଦେବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ଜୟ ଓଡ଼ିଶାର “ଶେଷସାଥି” ଯାନ ସହାୟତାରେ ତାଙ୍କ ମୃତ ଶରୀରକୁ ସତ୍ୟନଗର ଶ୍ମଶାନକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ନିଜେ ଶ୍ରୀ ସାମନ୍ତରାୟ ଉପସ୍ଥିତ ରହି ଶ୍ମଶାନରେ ରଞ୍ଜନଙ୍କ ମୃତଶରୀରକୁ ସସମ୍ମାନେ ସତ୍କାର କରିଥିଲେ।

ଶେଷରେ, ଅଞ୍ଚଳବାସୀଙ୍କ ଉପସ୍ଥିତିରେ ରଞ୍ଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ଏବଂ ଏହି ସମୟରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନାଙ୍କ ସମେତ ଓଡ଼ିଶା-ମୋ ପରିବାରର ସ୍ଵେଚ୍ଛାସେବୀମାନେ ମଧ୍ୟ ଉପସ୍ଥିତ ଥିଲେ। ପରୋପକାରୀ ରଞ୍ଜନ ସମାଜରୁ ମଉଳିଗଲେ ସତ କିନ୍ତୁ ତାଙ୍କ ସେବା ପାଇଥିବା ଲୋକମାନଙ୍କ ମନରେ ସେ ସର୍ବଦା ସଜ ଫୁଲ ପରି ଫୁଟିକି ରହିବେ। ଏହିପରି ବ୍ୟକ୍ତିତ୍ଵ ସମାଜରେ ବିରଳ ସତ କିନ୍ତୁ ସମସ୍ତେ ରଞ୍ଜନଙ୍କ ପରି ହେଲେ ସମାଜରେ ଅନେକ ମାତ୍ରାରେ ପରିବର୍ତ୍ତନ ଆସିପାରିବ ବୋଲି ଆମେ ଆଶା କରୁ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରୁଥିବା କର୍ମଚାରୀଙ୍କୁ ମିଳିଲା ସାହାଯ୍ୟ

ଭୁବନେଶ୍ବର: କେବଳ ଶାରୀରିକ ସୁସ୍ଥତା ଜଣଙ୍କୁ ରୋଜଗାରକ୍ଷମ କରିପାରିବ, ତାହା ଭୁଲ ବୋଲି ପ୍ରମାଣିତ କରିଛନ୍ତି ବି ଏମ୍ ସି ରେ କାର୍ଯ୍ୟରତ ଥିବା ଜଣେ ଦିବ୍ୟାଙ୍ଗ। ଗୋଟିଏ ହାତରେ ପାର୍କିଂ ଫି ଆଦାୟ କରି ନିଜ ପରିବାର ପୋଷଣ କରୁଥିବା ଖବର ସାମାଜିକ ଗଣମାଧ୍ୟମରେ ଘୁରି ବୁଲିବା ପରେ ସହାୟତାର ହାତ ବଢାଇଛି ଓଡ଼ିଶା ମୋ ପରିବାର। ସୁରତଙ୍କୁ ଯୋଗାଇ ଦେଇଛି କୃତ୍ରିମ ହାତ।

ନାଁ, ତାଙ୍କର ସୁରତ ବେହେରା, ବୟସ ୨୬, ଘର, ଭୁବନେଶ୍ଵର ଅନ୍ତର୍ଗତ ଭରତପୁର ଅଞ୍ଚଳରେ। ସୁରତ ଜନ୍ମରୁ ଦିବ୍ୟାଙ୍ଗ ନଥିଲେ । ମାତ୍ର, ୮ ବର୍ଷ ବୟସରେ ଦୋଳି ଖେଳିବା ସମୟରେ ସେ ପଡ଼ିଯାଇଥିଲେ,ଫଳରେ ତାଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ୨୦୦୬ ମସିହାରେ ହାତଟି ସଂକ୍ରମଣ ହୋଇଯିବାରୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହାତ କଟା ହୋଇଯାଇଥିଲା, କିନ୍ତୁ ଏହି ଘଟଣା ତାଙ୍କୁ ଆଗକୁ ବଢିବାରେ ଅଟକାଇ ପାରିନି। ଦୃଢ ମନୋବଳ ଫଳରେ ସେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ରୋଜଗାରକ୍ଷମ ହୋଇ ନିଜ ପରିବାର ମଧ୍ୟ ପୋଷୁଛନ୍ତି।

ତାଙ୍କର ଏ ସଂଘର୍ଷମୟ କାହାଣୀ ସମ୍ପର୍କରେ ଓଡ଼ିଶା ମୋ ପରିବାର ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ ଆବାହକଙ୍କ ସହ ଆଲୋଚନା କରିଥିଲେ। ଏହାପରେ, ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ.ଆର.ସି ସହିତ ସମନ୍ଵୟ ରକ୍ଷା କରି ସୁରତଙ୍କୁ ଆଜି କୃତ୍ରିମ ହାତ ଯୋଗାଇ ଦିଆଯାଇଛି।

ହାତ ଲାଗିବା ସମୟରେ ଓଡ଼ିଶା ମୋ ପରିବାର ଆବାହକଙ୍କ ସମେତ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ଏବଂ ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ହାତ ଲାଗିବା ପରେ ସୁରତଙ୍କ ମୁହଁରେ ଖୁସିର ଲହରୀ ଖେଳି ଯାଇଥିଲା । ସେ ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

କୃତିମ ଅଂଗ ପ୍ରତିରୋପଣ ପାଇଁ ଓଡିଶା ମୋ ପରିବାର ଆରମ୍ଭ ହଲା ସଚେତନତା

ଭୁବନେଶ୍ଵର: ରାଜଧାନୀରେ ଚାଲିଥିବା ବାଲିଯାତ୍ରାରେ ଓଡ଼ିଶା-ମୋ ପରିବାର ତରଫରୁ ଏକ ଷ୍ଟଲ୍ ସ୍ଥାପନା କରାଯାଇଛି । ଏହି ଷ୍ଟଲ୍ ମାଧ୍ୟମରେ ଓଡ଼ିଶା-ମୋ ପରିବାର ସାମାଜିକ ପ୍ରତିବଦ୍ଧତାର ବିଭିନ୍ନ କାର‌୍ୟ୍ୟକ୍ରମ ତଥା ରକ୍ତଦାନ ଏବଂ ଅଙ୍ଗଦାନ ଦ୍ୱାରା କିପରି ଲୋକମାନଙ୍କ ଜୀବନ ବଞ୍ଚାଇ ହେଉଛି ସେହି ବିଷୟରେ ସଚେତନ କରାଉଛି ।

ଏହି ଅବସରରେ କ୍ୟାପିଟାଲ ହସ୍ପିଟାଲ ପରିସରଭୁକ୍ତ ଏ. ଆର.ସି ସହଯୋଗିତାରେ ଭିନ୍ନକ୍ଷମ ମାନଙ୍କୁ କିପରି କୃତ୍ରିମ ଅଙ୍ଗ ପ୍ରଦାନ କରାଯାଉଛି ଏବଂ ଏହା ଆଗକୁ କିପରି ପ୍ରତ୍ୟେକ ଦିବ୍ୟାଙ୍ଗଙ୍କୁ ଲାଭପ୍ରଦ କରାଇବା ସେ ବିଷୟରେ ସଚେତନତାର ବାର୍ତ୍ତା ଦିଆଯିବା ସହିତ ଏସ.ବି.ଟି.ସି ସହଯୋଗିତାରେ ରକ୍ତଦାନର ମହତ୍ତ୍ଵକୁ ଲୋକମାନଙ୍କ ପାଖରେ ପହଞ୍ଚାଊଛି । କର୍କଟ ରୋଗୀ କିପରି ଚିକିତ୍ସାର ସଠିକ୍ ମାର୍ଗଦର୍ଶନ ପାଇପାରିବେ, ସେଥିପାଇଁ କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ ସହଯୋଗିତାରେ ସଚେତନ କରାଯାଉଛି ।

ତନ୍ମଧ୍ୟରୁ ଓଡ଼ିଶା ମୋ ପରିବାର ପକ୍ଷରୁ ସ୍ଵତନ୍ତ୍ର କାର‌୍ୟ୍ୟକ୍ରମ ତଥା ବୟୋଜ୍ୟେଷ୍ଠ ବ୍ୟକ୍ତିବିଶେଷ ଏବଂ ଦିବ୍ୟାଙ୍ଗମାନେ କିପରି ସୁବିଧାରେ ବାଲିଯାତ୍ରାର ଭରପୁର ମଜା ନେବେ, ସେମାନଙ୍କ ପାଇଁ ହ୍ଵିଲଚେୟାର ର ବ୍ୟବସ୍ଥା ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି । ବାଲିଯାତ୍ରା ପରିଦର୍ଶନ କରିବାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ଅଙ୍ଗଦାନ ପାଇଁ ଇଚ୍ଛୁକ ବ୍ୟକ୍ତି ପଞ୍ଜୀକରଣ କରିପାରିବେ ।

ଓଡ଼ିଶା-ମୋ ପରିବାର ଷ୍ଟଲ୍ ପରିଦର୍ଶନ ସମୟରେ ଓଡ଼ିଶା-ମୋ ପରିବାର ଆବାହକ ଶ୍ରୀ ଅରୂପ ପଟନାୟକଙ୍କ ସମେତ ରାଜ୍ୟ ସଂଯୋଜକ ଶ୍ରୀ ମିହିର ରାୟ ଏବଂ ସ୍ୱାସ୍ଥ୍ୟ ଉପଦେଷ୍ଟା ଡ଼ଃ ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ ଏହି ବାଲିଯାତ୍ରା ଷ୍ଟଲ୍ ର ପରିଚାଳନାକୁ ସଂଯୋଜନା କରିଥିଲେ।

ଭୁବନେଶ୍ବର ବାଲିଯାତ୍ରା ରେ ଷ୍ଟଲ ସ୍ଥାପନ କରିବାରେ ସହାୟତା ପାଇଁ ଭୁବନେଶ୍ବର ବାଲିଯାତ୍ରା କମିଟିର ସଭାପତି, ସ୍ଥାନୀୟ ବିଧାୟକ ତଥା ଓଡ଼ିଶା-ମୋ ପରିବାରର ସଦସ୍ୟ ଶ୍ରୀ ସୁଶାନ୍ତ ରାଉତ, ସମ୍ପାଦକ ଶ୍ରୀ ତପନ ବଳିୟାରସିଂହ, କାର‌୍ୟ୍ୟକାରୀ ସଭାପତି ତଥା ସମ୍ପାଦକ(ଓଡ଼ିଶା-ମୋ ପରିବାର) ଶ୍ରୀ ସୁବାଶ ପାତ୍ର ଏବଂ ଆବାହକ ଶ୍ରୀ ଯଶୋବନ୍ତ ଓଝା ଙ୍କୁ ଓଡ଼ିଶା-ମୋ ପରିବାର ର ଆନ୍ତରିକ କୃତଜ୍ଞତା ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ମୋ ପରିବାର ସହାୟତାରେ ଅଯୋଧ୍ୟାରୁ ଓଡ଼ିଶା ଫେରିଲେ ଆହତ ଯାତ୍ରୀ

ଭୁବନେଶ୍ବର: ଅଯୋଧ୍ୟାକୁ ତୀର୍ଥ କରିବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଓଡିଆ ଯାତ୍ରୀ, କିଛି ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ କିଛି ଯାତ୍ରୀ ଓଡ଼ିଶା ଫେରିଆସିଥିଲେ। ଆହତ ହୋଇଥିବା ଯାତ୍ରୀମାନଙ୍କ ପାଇଁ ସୁସ୍ଥ ହେବା ପରେ ଓଡ଼ିଶା ଫେରିବା କାଠି କର ପାଠ ଥିଲା। ଅର୍ଥ ଅଭାବରୁ ଘରକୁ ଫେରିପାରୁନଥିଲେ ସେମାନେ, ଖବର ପାଇ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ନିଜ ନିଜ ଘରକୁ ଫେରିଲେ ଯାତ୍ରୀଗଣ।

ସୂଚନାନୁସାରେ,ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ପ୍ରାୟ ୪୦ ରୁ ୪୫ ଭକ୍ତ ତୀର୍ଥ କରିବା ପାଇଁ ଗତ ଅକ୍ଟୋବର ୧୯ ତାରିଖରେ ଏକ ବସ୍ ଯୋଗେ ଅଯୋଧ୍ୟା ବାହାରିଥିଲେ। ଦୁର୍ଭାଗ୍ୟବଶତଃ, ବସ୍ ଟି ଗତ ଅକ୍ଟୋବର ୨୧ତାରିଖରେ ଅଯୋଧ୍ୟା ବାଇ-ପାସ୍ ରୋଡ଼ରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା। ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩ ଜଣ ଗୁରୁତର ଆହତ ହୋଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନଙ୍କ ସହିତ ୩ ଜଣ ପରିବାର ସଦସ୍ୟ ତାଙ୍କର ଦେଖାଶୁଣା କରିବାକୁ ଥିଲେ ଏବଂ ଅନ୍ୟ ଯାତ୍ରୀମାନେ ନିରାପଦରେ ସେହି ବସ ଯୋଗେ ଘରକୁ ଫେରିଆସିଥିଲେ।

ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିବାରୁ ଆହତ ବ୍ୟକ୍ତିମାନଙ୍କୁ ଓଡ଼ିଶା ଫେରାଇ ନେବା ପାଇଁ ସେମାନଙ୍କ ପରିବାର ବର୍ଗ ସ୍ୱେଚ୍ଛାସେବୀ ବୁଢା ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ପଟ୍ଟନାୟକ ଏହି ଖବର ଓଡ଼ିଶା ମୋ ପରିବାରକୁ ଜଣାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଟ୍ରେନ ଯୋଗେ ତାଙ୍କୁ ଓଡ଼ିଶା ଫେରାଇ ଅଣାଯାଇଛି।

ପରିଶେଷରେ,ତୀର୍ଥ କରିବାକୁ ଯାଇଥିବା ଯାତ୍ରୀମାନଙ୍କୁ ଘରକୁ ଫେରାଇ ଆଣିଥିବାରୁ ସେମାନଙ୍କ ପରିବାର ବର୍ଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ମୋ ପରିବାରକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ମୋ ପରିବାର ର ସଫଳତା, ମହାମାରୀ ବେଳେ ସଂଗ୍ରହ ହେଲା ୧ ଲକ୍ଷ ୟୁନିଟ୍ ରକ୍ତ

ଭୁବନେଶ୍ୱର, କୋଭିଡ୍ ମହାମାରୀ ସମୟରେ ରକ୍ତଦାନ କ୍ଷେତ୍ରରେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁକୁ ଉଲ୍ଲେଖନୀୟକ ସଫଳତା ମିଳିଛି । ୧୦ ମାସରେ ୧ ଲକ୍ଷରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରି ଓଡ଼ିଶା ମୋ ପରିବାର ମାଇଲଖୁଣ୍ଟ ସ୍ଥାପନ କରିଛି।

ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ଏହି ମହତ କାର୍ଯ୍ୟକୁ ସଫଳ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିବା ସମସ୍ତ ସଦସ୍ୟ, ରକ୍ତଦାତା, ସ୍ୱେଚ୍ଛାସେବୀ ଏବଂ ବ୍ଲଡ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହି ଅବସରରେ ଭୁବନେଶ୍ୱରସ୍ଥିତ ଓଡ଼ିଶା-ମୋ ପରିବାର ରାଜ୍ୟ କାର୍ଯ୍ୟାଳୟରେ ଏକ କୃତଜ୍ଞତା ଜ୍ଞାପନ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ନିୟମିତ ରକ୍ତଦାନ କରିଥିବା 5 ଜଣ ଯୁବକଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ପ୍ରତିକାତ୍ମକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ସେମାନେ ହେଲେ ସର୍ବଶ୍ରୀ ରଂଜିତ କୁମାର ଦାସ, ଅନିଲ କୁମାର ମହାନ୍ତି, ସଚିନ କୁମାର ଦାସ, ରାଜେଶ ପାଣି, ସୁମିତ କୁମାର ରାଣା ।