Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ନିରାଶ୍ରିତ ପିଲାମାନଙ୍କ ପାଇଁ ଦାନ
ଆଜିର ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ନିରାଶ୍ରିତ ପିଲାମାନଙ୍କ ପାଇଁ ଦାନ

September 16, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏକ ଜନହିତକର, ସ୍ବେଚ୍ଛାସେବୀ ତଥା ବଦାନ୍ୟ ସଂଗଠନ ଭାବେ ପରିଚିତ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଅନୁପମା ଶ୍ରୀବାସ୍ତବ ଆଜି ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ ଠାରେ ଥିବା ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ଆଦୃତ ଦ୍ୱାରା ଆଶ୍ରିତ ପିଲାମାନଙ୍କ ଉଦ୍ଧିଷ୍ଟ “ଶିଶୁ ଗୃହ” ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନ ସମୟରେ ଅନ୍ତେବାସୀଙ୍କ ଆବଶ୍ୟକତା ପାଇଁ ଇକୋରୋ ଏକ ଆରେଞ୍ଜର କି ବୋର୍ଡ ଦାନ କରିଛି। ଏହି କି-ବୋର୍ଡ ଅନ୍ତେବାସୀମାନଙ୍କୁ ସେମାନଙ୍କର ସଙ୍ଗୀତ ଅଭ୍ୟାସ ଏବଂ ପ୍ରଦର୍ଶନ ପାଇଁ ସାହାଯ୍ୟ କରିବ। ପ୍ରାୟ ୬୦ ଜଣ ଅନ୍ତେବାସୀ ଆଦୃତ ଶିଶୁ ଗୃହରେ ବାସ କରନ୍ତି ଯେଉଁଠାରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତେବାସୀଙ୍କ ସଂଗୀତ କ୍ଷେତ୍ରରେ ଅନ୍ତର୍ନିହିତ ଗୁଣ ରହିଛି। ରେଳପଥ ମହିଳା କଲ୍ୟାଣ ସଂଗଠନର ସମ୍ପାଦକ ମନମିତା ମଣ୍ଡଳ ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେଙ୍କ ସହିତ ସଂଗଠନର ଅନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ମଧ୍ୟ ଶ୍ରୀବାସ୍ତବଙ୍କ ସହିତ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ରେଳବାଇ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ କଲ୍ୟାଣ ବ୍ୟତୀତ ରେଳପଥ ମହିଳା କଲ୍ୟାଣ ସଂଗଠନ ଗରିବ ବୃଦ୍ଧ ପୁରୁଷ ଓ ମହିଳା, ଶାରୀରିକ ଭାବରେ ଅସୁବିଧାଜନକ ଶିଶୁ ଏବଂ ଅଭାବୀ ଯେଉଁମାନେ ସାଧାରଣ ଜୀବନ ବଜାୟ ରଖିବାରେ ସକ୍ଷମ ନୁହନ୍ତି; ସେମାନଙ୍କ ଜୀବନଶୈଳୀରେ ସାମାଜିକ-ସାଂସ୍କୃତିକ ମାନର ଉନ୍ନତି ଦିଗରେ କାର୍ଯ୍ୟ କରୁଛି।

ଇକୋରୋ ପୂର୍ବତଟ ରେଳପଥ ଭୁବନେଶ୍ୱର ମହିଳା କଲ୍ୟାଣ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.