Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ସହିତ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

 ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ସହିତ ମିଳିତ ସହଯୋଗରେ ଆଜି ପୂର୍ବତଟ ରେଳପଥ ଦ୍ୱାରା ଆନ୍ତର୍ଜାତୀୟ ମହିଳା ଦିବସ 2024 ପାଳନ କରାଯାଇଛି।

ମହିଳା ରେଳ କର୍ମଚାରୀଙ୍କୁ ସମ୍ବୋଧିତ କରି ଇକୋରୋ ସଭାପତି ଦୁଃବ୍ୟ ଶର୍ମା କହିଛନ୍ତି ଯେ, ପ୍ରତ୍ୟେକ ମହିଳା ନିଜର ଲୁକ୍କାୟିତ ଶକ୍ତି ଜାଣିବା ଉଚିତ୍ ଏବଂ ନିଜର ଲକ୍ଷ୍ୟ ହାସଲ କରିବା ପାଇଁ ଏବଂ ନିଜର ଅନ୍ତର୍ନିହିତ ପ୍ରତିଭାକୁ ପ୍ରକାଶ କରିବା ପାଇଁ ଆଗକୁ ବଢିବା ସହ ସମସ୍ତ ବାଧାବିଘ୍ନର ମୁକାବିଲା କରିବା ଉଚିତ୍।

ଶ୍ରୀମତୀ ଶର୍ମା ମଧ୍ୟ ଏହି ଅବସରରେ ଉଲ୍ଲେଖନୀୟ ରେଳବାଇ ମହିଳା କର୍ମଚାରୀଙ୍କୁ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଏମ କେ ବେହେରା କହିଛନ୍ତି ଯେ ମହିଳା କର୍ମଚାରୀମାନେ ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ କ୍ଷେତ୍ରରେ ଯୋଦ୍ଧା ଅଟନ୍ତି ଏବଂ ଭାରତୀୟ ରେଳବାଇର ପରିବର୍ତ୍ତନ ପାଇଁ ସେମାନଙ୍କ ଉଦ୍ୟମ କ୍ରମାଗତ ଭାବେ ଉଲ୍ଲେଖନୀୟ ଅଟେ।

ଏହି ଅବସରରେ ମୋଟ 76 ମହିଳା ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। ବିଭିନ୍ନ କ୍ଷେତ୍ରର ପାରଦର୍ଶିତା ଓ ସେମାନଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ 14 ମହିଳା ରେଳ କର୍ମଚାରୀଙ୍କୁ ଇକୋରୋ ଦ୍ୱାରା ସମ୍ମାନିତ କରାଯାଇଥିଲା। 32 ମହିଳା ରେଳ କର୍ମଚାରୀଙ୍କୁ ବିଭିନ୍ନ ପ୍ରତିଯୋଗିତାରେ ପ୍ରଦର୍ଶନ ପାଇଁ ଇକୋରୋ ଦ୍ୱାରା ମଧ୍ୟ ପୁରସ୍କୃତ କରାଯାଇଥିଲା।  ଏହା ବ୍ୟତୀତ, ପୂର୍ବତଟ ରେଳପଥ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ 30 ମହିଳା ରେଳ କର୍ମଚାରୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା।

ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଉତ୍ସବ ଖୋର୍ଦ୍ଧା ରୋଡ, ୱାଲଟିୟର ଏବଂ ସମ୍ବଲପୁରର ରେଳ ମଣ୍ଡଳ ମୁଖ୍ୟାଳୟ ସହିତ ରେଳପଥର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରେ ମଧ୍ୟ ପାଳନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପରିଚାଳିତ ମଞ୍ଚେଶ୍ୱର ସ୍ଥିତ ଶିଶୁନିକେତନ ନବୀକରଣ

ଭୁବନେଶ୍ଵର: ସଵାରୀ ଗାଡି ମରାମତି କାରଖାନା ମଞ୍ଚେଶ୍ୱର ମହିଳା କଲ୍ୟାଣ ସଂଗଠନ ପରିଚାଳିତ ଶିଶୁ ନିକେତନର ନବୀକରଣକୁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ)ର ସଭାପତି ଦିବ୍ୟା ଶର୍ମା ସଂଗଠନର କାର୍ଯ୍ୟକାରିଣୀ ସଦସ୍ୟା ଡୋଲା ମୋୖଇତ୍ର ଏବଂ ମଞ୍ଚେଶ୍ୱର ମହିଳା କଲ୍ୟାଣ ସଂଗଠନର ସଭାପତି ନିବେଦିତା କରଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି।

ଏହି ଅବସରରେ ଶିଶୁ ନିକେତନର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳପଥ ମଞ୍ଚେଶ୍ୱର ସ୍ଥିତ ମହିଳା କଲ୍ୟାଣ ସଂଗଠନର ସମ୍ପାଦିକା ଶ୍ରୀମତୀ ପ୍ରଜ୍ଞା ମହାପାତ୍ର ସଂଯୋଜନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ରେଳ ବିହାର ଠାରେ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡର ନବୀକରଣକୁ ଉଦ୍ଘାଟନ କଲେ ଇକୋରୋ ସଭାପତି

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ମନୋଜ ଶର୍ମାଙ୍କ ଉପସ୍ଥିତିରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଦିବ୍ୟା ଶର୍ମା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ଚିଲଡ୍ରେନ ପ୍ଲେ ଗ୍ରାଉଣ୍ଡର ନବୀକରଣକୁ ଉଦ୍ଘାଟନ କରୁଛନ୍ତି। ପାର୍କରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଇଛି ଯାହା ଦ୍ୱାରା ପିଲାମାନେ ମଜା ନେବା ସହିତ ଶାରୀରିକ ବ୍ୟାୟାମ ଉପଭୋଗ କରିବେ।

ଏହା ବ୍ୟତୀତ, ଶ୍ରୀମତୀ ଶର୍ମା ଇକୋରୋ ଦ୍ୱାରା ପରିଚାଳିତ ଫୁଲୱାରି ସ୍କୁଲ୍ ର ନବୀକରଣ ହୋଇଥିବା ଶ୍ରେଣୀଗୃହର ଉଦଘାଟନ କରିଥିଲେ। ଏହି ଅବସରରେ ରେଳପଥର ପ୍ରମୁଖ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ମହିଳା କଲ୍ୟାଣ ସଂଗଠନର ସଦସ୍ୟାମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର

ପୂର୍ବତଟ ରେଳପଥ ଦ୍ୱାରା ପିଲାମାନଙ୍କ ପାଇଁ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଉଦଯାପିତ

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଆନୁକୂଲ୍ୟରେ ରେଳବାଇ କର୍ମଚାରୀଙ୍କ ପିଲାମାନଙ୍କୁ ନେଇ ଆୟୋଜିତ ଗ୍ରୀଷ୍ମକାଳୀନ ଶିବିର ଆଜି ଉତ୍ସାହ ଉଦ୍ଦିପନା ଓ ପରସ୍ପର ଭାବ ବିନିମୟ ସହିତ ବହୁ ଆନନ୍ଦ ଉପଭୋଗର ମଜା ଉଠାଇ ଉଦଯାପିତ ହୋଇଯାଇଅଛି।

ଭୁବନେଶ୍ୱର ରେଳବାଇ ଅଡିଟୋରିୟମ ଠାରେ ଆୟୋଜିତ ଉଦଯାପନୀ ଉତ୍ସବରେ ଯୋଗଦେଇ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଉତ୍କର୍ଷତା ପ୍ରତିପାଦନ କରିଥିବା ପିଲାମାନଙ୍କୁ ପୁରସ୍କାର ବିତରଣ କରିବା ସହିତ ଏହି ଶିବିରରୁ ଅନୁଭବ ଉପଲବ୍ଧିକୁ ସେମାନଙ୍କର ଭବିଷ୍ୟତ ଜୀବନରେ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏହି ଗ୍ରୀଷ୍ମକାଳୀନ ଶିବିରରେ ରେଳବାଇ କର୍ମଚାରୀଙ୍କ ପିଲାମାନେ ଯୋଗଦାନ କରି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଯଥା ଯୋଗ, ସଂଗୀତ, ଚିତ୍ରାଙ୍କନ, ନୃତ୍ୟ, ସନ୍ତରଣ, ଅଭିନୟ, ହସ୍ତଶିଳ୍ପ ବୁଣାବୁଣି, ବାଲୁକା କଳା, ସାମରିକ କଳା ପ୍ରତିଭାକୁ ସେମାନେ ଯୋଗ୍ୟ ତାଲିମପ୍ରାପ୍ତ ପ୍ରସିକ୍ଷକଙ୍କ ତତ୍ୱାବଧାନରେ ପ୍ରଦର୍ଶନ କରିଥିଲେ।

ଏହି ଅବସରରେ ମହିଳା କଲ୍ୟାଣ ସଂଗଠନର ସଭାପତି ଶ୍ରୀମତୀ ଦିବ୍ୟା ଶର୍ମା ଯୋଗଦାନ କରି ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ।  ଶିବିରର ପିଲାମାନେ କାଦୁଅ, ବାଲି, କାଗଜପତ୍ର ଏବଂ ଜୀବନ୍ତ ରଙ୍ଗ ସହିତ ଯୋଡ଼ିହେବା ପାଇଁ ଏକ ବିଶେଷ ସମୟ ପାଇଛନ୍ତି ଯାହା ସହିତ ସେମାନେ ସେମାନଙ୍କର ଭାବନାକୁ ପରିପ୍ରକାଶ କରିପାରିଛନ୍ତି। ଏହା ବ୍ୟତୀତ ପିଲାମାନେ ଅନ୍ୟ ଶିବିର ସାଥୀମାନଙ୍କୁ ଦେଖି ଅନେକ ଆମୋଦ ବିନୋଦନ କାର୍ଯ୍ୟ ଶିଖିପାରିଛନ୍ତି ଏବଂ ନିଜ ଭିତରେ ଲୁକ୍କାୟିତ ପ୍ରତିଭାଗୁଡ଼ିକୁ ବିକଶିତ କରିପାରିଛନ୍ତି।

ସଂଗଠନର ସମ୍ପାଦିକା ମନମିତା ମଣ୍ଡଳ, ସହ ସମ୍ପାଦିକା ସଞ୍ଚିତା ନସ୍କର ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେ ଏବଂ ଇକୋରୋର ଅନ୍ୟ ସଦସ୍ୟମାନେ ଏହି ସମାବର୍ତ୍ତନ ଉତ୍ସବକୁ ପରିଚାଳନା କରିଥିବାବେଳେ ଗ୍ରୀଷ୍ମ ଶିବିରରେ ପିଲାମାନଙ୍କ ପାଇଁ ଇଭେଣ୍ଟଗୁଡିକୁ ସକ୍ରିୟ ଭାବରେ ସମନ୍ୱୟ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ଶିଶୁମାନଙ୍କ ପାଇଁ ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ

ଭୁବନେଶ୍ଵର: ଗ୍ରୀଷ୍ମ ସମୟରେ ରେଳ କର୍ମଚାରୀଙ୍କ ପିଲାମାନଙ୍କୁ ବିଭିନ୍ନ ଅବକାଶ ମୂଳକ କାର୍ଯ୍ୟରେ ନିୟୋଜିତ କରିବା ଏବଂ ବିଭିନ୍ନ ପ୍ରକାରର ସୃଜନଶୀଳ କାର୍ଯ୍ୟକଳାପ ପ୍ରଦାନ କରିବା ପାଇଁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ଦ୍ୱାରା ରେଳ ବିହାର ଠାରେ ଶିଶୁମାନଙ୍କ ପାଇଁ ଏକ ଗ୍ରୀଷ୍ମ କାଳୀନ ଶିବିର ଆୟୋଜନ କରାଯାଇ ଅଛି।

ଇକୋରୋ ର ସଭାପତି ଦିବ୍ୟା ଶର୍ମା ସଂଗଠନର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହି ଶିବିରର ଉଦଘାଟନ କରିଥିଲେ ଏବଂ ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଗୁଣ ପ୍ରକାଶ କରିବାକୁ ଉତ୍ସାହିତ କରିଥିଲେ। ଶିବିରର ପିଲାମାନେ କାଦୁଅ, ବାଲି, କାଗଜପତ୍ର ଏବଂ ଜୀବନ୍ତ ରଙ୍ଗ ସହିତ ଖେଳିବା ପାଇଁ ଏକ ବିଶେଷ ସମୟ ପାଇବେ ଯାହା ସହିତ ସେମାନେ ସେମାନଙ୍କର ଭାବନାକୁ ପରିପ୍ରକାଶ କରିପାରିବେ। ଏହା ବ୍ୟତୀତ ପିଲାମାନେ ଅନ୍ୟ ଶିବିର ସାଥୀମାନଙ୍କୁ ଦେଖି ଶିଖିପାରିବେ ଏବଂ ନିଜ ଭିତରେ ଲୁକ୍କାୟିତ ପ୍ରତିଭାଗୁଡ଼ିକୁ ଅନୁସନ୍ଧାନ କରିବା ସହିତ ନିଜକୁ ବିକଶିତ କରିପାରିବେ।

ଏହି ଶିବିରରେ ପିଲାମାନେ ପୃଥକ ଭାବରେ ଯୋଗ ଏବଂ ଧ୍ୟାନ, ଏରୋବିକ୍ସ ଏବଂ ଅନ୍ୟାନ୍ୟ ସୃଜନଶୀଳ କାର୍ଯ୍ୟ ଯେପରିକି ଚିତ୍ର, କଳା ଏବଂ ହସ୍ତଶିଳ୍ପ ଇତ୍ୟାଦି, ସଙ୍ଗୀତ, ନୃତ୍ୟ ମଧ୍ୟ ପିଲାମାନଙ୍କୁ ଏହି ପ୍ରଶସ୍ତ ପ୍ଲାଟଫର୍ମରେ ସେମାନଙ୍କର ଅନ୍ତର୍ନିହିତ ଗୁଣଗୁଡିକ ପ୍ରକାଶ କରିବାକୁ ଶିକ୍ଷା ଦିଆଯିବ। ଉପରୋକ୍ତ ବ୍ୟତୀତ ପିଲାମାନେ ଦିନକୁ ଦିନ ନିଜ ଜୀବନକୁ ବଜାୟ ରଖିବା ପାଇଁ ସେଲଫ୍ ଡିଫେନ୍ସ ଏବଂ ଫାୟାରଲେସ୍ ରନ୍ଧନ ଶିଖିବେ।

ଏହି ଗ୍ରୀଷ୍ମ ଶିବିରରେ ରେଳ କର୍ମଚାରୀଙ୍କ ପ୍ରାୟ ୫୨ ପିଲା ଅଂଶଗ୍ରହଣ କରୁଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ପ୍ରଶିକ୍ଷକମାନେ ପିଲାମାନଙ୍କୁ ତାଲିମ ପ୍ରଦାନ କରୁଛନ୍ତି। ସଂଗଠନର ସମ୍ପାଦିକା ମନମିତା ମଣ୍ଡଳ, ସହ ସମ୍ପାଦିକା ସଞ୍ଚିତା ନସ୍କର ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେ ଏବଂ ଇକୋରୋର ଅନ୍ୟ ସଦସ୍ୟମାନେ ଗ୍ରୀଷ୍ମ ଶିବିରରେ ପିଲାମାନଙ୍କ ପାଇଁ ଇଭେଣ୍ଟଗୁଡିକୁ ସକ୍ରିୟ ଭାବରେ ସମନ୍ୱୟ କରୁଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଳପଥର ପ୍ରେରଣାପ୍ରଦ ମହିଳାଙ୍କୁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ଵର: ଆଜି ରେଳ ଅଡିଟୋରିୟମ ଠାରେ ପୂର୍ବତଟ ରେଳପଥ ଏବଂ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ମିଳିତ ସହଯୋଗରେ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ କରାଯାଇଥିଲା।

ଏହି ଅବସରରେ ଯୋଗଦାନ କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ରେଳବାଇ ମହିଳାମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠା ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରବନ୍ଧକ ଏହି ଅବସରରେ ଦକ୍ଷ ମହିଳା କର୍ମଚାରୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ଗୌରବ ଆଣିପାରିଛନ୍ତି। ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, ଆମର ମୂଲ୍ୟବାନ ଯାତ୍ରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ କଠିନ ପରିଶ୍ରମ କରୁଥିବା ଆମର ମହିଳା ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋ ପାଇଲଟ, ଗାର୍ଡ, ଟ୍ରାକମ୍ୟାନ୍ ଙ୍କ ସହିତ ସାଙ୍କେତିକ ଓ ଦୂରସଂଚାର ମହିଳା କର୍ମଚାରୀ, ସ୍ୱାସ୍ଥ୍ୟ କ୍ଷେତ୍ରରେ କର୍ତବ୍ୟରତ ମହିଳ କର୍ମଚାରୀ ଓ ରେଳବାଇ ସୁରକ୍ଷା ବଳ ମହିଳା କର୍ମଚାରୀମାନେ ମଧ୍ୟ ଏହି ରେଳବାଇକୁ ସର୍ବୋଚ୍ଚ ସ୍ତରକୁ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ଅବସରରେ ଉପସ୍ଥିତ ରେଳବାଇ ମହିଳା କର୍ମଚାରୀ ଓ ସେମାନଙ୍କର ପରିବାର ବର୍ଗଙ୍କୁ ସମ୍ବୋଧିତ କରି ଇକୋରୋ ସଭାପତି ଦିବ୍ୟା ଶର୍ମା କହିଛନ୍ତି ଯେ ମହିଳାମାନେ ପ୍ରଗତିର ପ୍ରତୀକ ! ମହିଳା ସଶକ୍ତିକରଣ ରାଷ୍ଟ୍ର ବିକାଶକୁ ସହାୟତା କରିବା ସହିତ ସଭ୍ୟତାକୁ ଅଗ୍ରଗତି କରିବାକୁ ଆଗେଇ ନେଇଥାଏ। ଶ୍ରୀମତୀ ଶର୍ମା ମଧ୍ୟ ପ୍ରତ୍ୟେକ ମହିଳା ଏବଂ ନାରୀତ୍ୱର ଅଦମ୍ୟ ଆତ୍ମାକୁ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ବରିଷ୍ଠ ପରାମର୍ଶଦାତା ଡଃ ଶ୍ରୀମତୀ ଅରୁନ୍ଧତୀ ସେନାପତି କହିଛନ୍ତି ଯେ ବିତ୍ପାତ ଓ ମହାମାରୀ ସମୟରେ ରେଳପଥ ମହିଳା କର୍ମଚାରୀମାନଙ୍କ ଉଲ୍ଲେଖନୀୟ ଓ ଉତ୍ସର୍ଗୀକୃତ ସେବା ଅତି ପ୍ରଶଂସନୀୟ। ସେ ମଧ୍ୟ ମହିଳା ମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ବିଶେଷ ଭାବରେ ରୋଗ ଚିହ୍ନଟ ଏବଂ ଏହାର ନିରାକରଣ ବିଷୟରେ ଆଲୋକପାତ କରିଥିଲେ।

ମହାପ୍ରବନ୍ଧକ ଶ୍ରୀ ଶର୍ମା ଏବଂ ଇକୋରୋ ସଭାପତି ଦିବ୍ୟା ଶର୍ମା ମଧ୍ୟ ଏହି ଅବସରରେ ୫୦ ଜଣ ରେଳବାଇ ମହିଳାଙ୍କୁ ସେମାନଙ୍କର କର୍ତ୍ତବ୍ୟ ପାଳନ କରିବା ସମୟରେ ଆନ୍ତରିକତା ଏବଂ ନିଷ୍ଠାପର ସେବା ସହିତ ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ପାଇଁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କୃତ କରାଯାଇଥିଲା। ରେଳବାଇର ମହିଳା କର୍ମଚାରୀ ମାନଙ୍କ ଦ୍ୱାରା ମହିଳା ସଶକ୍ତିକରଣ ସମ୍ବନ୍ଧରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ପୂର୍ବତଟ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କ ସହିତ ବରିଷ୍ଠ ରେଳବାଇ ଅଧିକାରୀମାନେ ମଧ୍ୟ ଏହି ଅବସରରେ ଯୋଗଦାନ କରିଥିଲେ। ପୂର୍ବ ତଟ ରେଳପଥର ପ୍ରମୁଖ କାର୍ମିକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଉପମୁଖ୍ୟ କାର୍ମିକ ଅଧିକାରୀ ପ୍ରଖର ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।  ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୩ ପାଳନ ମଧ୍ୟ ପୂର୍ବତଟ ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁର ଠାରେ ପାଳନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସ୍ପଟ୍ ଚିତ୍ରାଙ୍କନ, ପେଣ୍ଟିଂ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ପୁରସ୍କାର ବିତରଣ ସମାରୋହ

ଭୁବନେଶ୍ବର: ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆଜି ସ୍ପଟ୍ ଚିତ୍ରାଙ୍କନ, ପେଣ୍ଟିଂ ଏବଂ ପ୍ରବନ୍ଧ ପ୍ରତିଯୋଗିତାରେ ଜୋନାଲ ସ୍ତରର ବିଜେତାମାନଙ୍କ ପାଇଁ ପୁରସ୍କାର ବିତରଣ ସମାରୋହ ଆୟୋଜନ କରିଛି। ରେଳ କର୍ମଚାରୀଙ୍କ ପିଲାମାନଙ୍କ ଏହି ପ୍ରତିଯୋଗିତା ଆୟୋଜିତ କରାଯାଇଥିଲା।

ଏହି ଅବସରରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷ୍ୟା ରାଧା ସୁନକର, ପ୍ରତିଯୋଗିତାର ବିଜେତାମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ଏବଂ ପୁରସ୍କାର ପ୍ରଦାନ କରିଥିଲେ। ଅନୁପମା ଶ୍ରୀବାସ୍ତବ, ଉପଧକ୍ଷା, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ଏବଂ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ପୂର୍ବତଟ ରେଳପଥ ପରିଚାଳିତ ଫୁଲୱାରୀ ସ୍କୁଲରେ ଶିଶୁ ଦିବସ ପାଳନ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ପରିଚାଳିତ ଫୁଲୱାରୀ ବିଦ୍ୟାଳୟ ଠାରେ ଆଜି ଶିଶୁ ଦିବସ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଇକୋରୋର ସଭାପତି ରାଧା ସୁନକର ସଂଗଠନର ଅନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ପିଲାମାନଙ୍କୁ ଉପହାର ବଣ୍ଟନ କରିଥିଲେ। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ନିରାଶ୍ରିତ ପିଲାମାନଙ୍କ ପାଇଁ ଦାନ

ଭୁବନେଶ୍ୱର: ଏକ ଜନହିତକର, ସ୍ବେଚ୍ଛାସେବୀ ତଥା ବଦାନ୍ୟ ସଂଗଠନ ଭାବେ ପରିଚିତ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଅନୁପମା ଶ୍ରୀବାସ୍ତବ ଆଜି ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ ଠାରେ ଥିବା ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ଆଦୃତ ଦ୍ୱାରା ଆଶ୍ରିତ ପିଲାମାନଙ୍କ ଉଦ୍ଧିଷ୍ଟ “ଶିଶୁ ଗୃହ” ପରିଦର୍ଶନ କରିଥିଲେ।

ଏହି ପରିଦର୍ଶନ ସମୟରେ ଅନ୍ତେବାସୀଙ୍କ ଆବଶ୍ୟକତା ପାଇଁ ଇକୋରୋ ଏକ ଆରେଞ୍ଜର କି ବୋର୍ଡ ଦାନ କରିଛି। ଏହି କି-ବୋର୍ଡ ଅନ୍ତେବାସୀମାନଙ୍କୁ ସେମାନଙ୍କର ସଙ୍ଗୀତ ଅଭ୍ୟାସ ଏବଂ ପ୍ରଦର୍ଶନ ପାଇଁ ସାହାଯ୍ୟ କରିବ। ପ୍ରାୟ ୬୦ ଜଣ ଅନ୍ତେବାସୀ ଆଦୃତ ଶିଶୁ ଗୃହରେ ବାସ କରନ୍ତି ଯେଉଁଠାରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତେବାସୀଙ୍କ ସଂଗୀତ କ୍ଷେତ୍ରରେ ଅନ୍ତର୍ନିହିତ ଗୁଣ ରହିଛି। ରେଳପଥ ମହିଳା କଲ୍ୟାଣ ସଂଗଠନର ସମ୍ପାଦକ ମନମିତା ମଣ୍ଡଳ ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେଙ୍କ ସହିତ ସଂଗଠନର ଅନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ମଧ୍ୟ ଶ୍ରୀବାସ୍ତବଙ୍କ ସହିତ ଉପସ୍ଥିତ ଥିଲେ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ବିଭିନ୍ନ କାର୍ଯ୍ୟକଳାପ ମାଧ୍ୟମରେ ରେଳବାଇ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ କଲ୍ୟାଣ ବ୍ୟତୀତ ରେଳପଥ ମହିଳା କଲ୍ୟାଣ ସଂଗଠନ ଗରିବ ବୃଦ୍ଧ ପୁରୁଷ ଓ ମହିଳା, ଶାରୀରିକ ଭାବରେ ଅସୁବିଧାଜନକ ଶିଶୁ ଏବଂ ଅଭାବୀ ଯେଉଁମାନେ ସାଧାରଣ ଜୀବନ ବଜାୟ ରଖିବାରେ ସକ୍ଷମ ନୁହନ୍ତି; ସେମାନଙ୍କ ଜୀବନଶୈଳୀରେ ସାମାଜିକ-ସାଂସ୍କୃତିକ ମାନର ଉନ୍ନତି ଦିଗରେ କାର୍ଯ୍ୟ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଉତ୍ସର୍ଗୀକୃତ ମହିଳା କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କଲା ପୂର୍ବତଟ ରେଳପଥ

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରା) ପକ୍ଷରୁ ଆଜି 2019-20 ଏବଂ 2020-21 ବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ରେଳବାଇ କର୍ମଚାରୀମାନଙ୍କ ପିଲାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଅଛି। ସେହିଭଳି, ପୂର୍ବତଟ ରେଳପଥର ଉତ୍ସର୍ଗୀକୃତ ମହିଳା କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କର ଉତ୍ସର୍ଗୀକୃତ ଓ ନିଷ୍ଠାପର ସେବା ପାଇଁ ସମ୍ମାନିତ କରାଯାଇଥିଲା।

ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରି ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ତଥା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷ୍ୟା ସୁଶ୍ରୀ ଅର୍ଚନା ଯୋଶୀ କୃତି ଛାତ୍ରଛାତ୍ରୀ ଏବଂ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତଟ ରେଳପଥ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ବର: ପୂର୍ବ ତଟ ରେଳପଥ ସହିତ ଏହାର ମହିଳା କଲ୍ୟାଣ ସଂଗଠନର ମିଳିତ ଆନୁକୂଲ୍ୟରେ ରେଳବାଇ ଅଡିଟୋରିୟମ ଠାରେ ଆଜି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି।

ଆନ୍ତର୍ଜାତୀୟ ମହିଳା ଦିବସ ପାଳନକୁ ସ୍ମରଣୀୟ କରିବାପାଇଁ ଆୟୋଜିତ ଆଲୋଚନାଚକ୍ର “ଆଜିର ଲିଙ୍ଗଗତ ସମାନତା ଆସନ୍ତା କାଲି ପାଇଁ ଦାୟିତ୍ୱଭାର ସମ୍ଭାଳିବା” ବିଷୟବସ୍ତୁ ସମ୍ବନ୍ଧରେ ଆଲୋଚିତ ହୋଇଥିଲା ଯେଉଁଥିରେ ବିଶିଷ୍ଟ ବ୍ୟକ୍ତିମାନେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥର ପ୍ରମୁଖ ଟେଲିକମ ଓ ସାଙ୍କେତିକ ଯନ୍ତ୍ରୀ ଏସ୍ ମାଙ୍ଗା ଭି ରେଳପଥର ମହିଳା ରେଳ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଶଂସା କରିଥିଲେ, ଯେଉଁମାନେ କେବଳ ରେଳବାଇ ନୁହେଁ ଦେଶ ପାଇଁ ମଧ୍ୟ ସୁନାମଧନ୍ୟ ଆଣିପାରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଆମର ମୂଲ୍ୟବାନ ଯାତ୍ରୀଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସିଗନାଲ୍ ଆଣ୍ଡ ଟେଲିକମ୍ ଏବଂ ରେଳ ସୁରକ୍ଷା ବଳ (ଆରପିଏଫ୍) ର ମହିଳା କର୍ମଚାରୀଙ୍କ ସମେତ ଆମର ମହିଳା ଲୋକୋ ପାଇଲଟ୍, ସହାୟକ ଲୋକୋ ପାଇଲଟ୍, ଗାର୍ଡ, ଟ୍ରାକମ୍ୟାନ୍ ମାନଙ୍କ ଅବଦାନ ମଧ୍ୟ ଅତୁଳନୀୟ। ଏହା ବ୍ୟତୀତ ରେଳପଥର ଅନ୍ୟ ସ୍ଥାନ ମାନଙ୍କରେ କାର୍ଯ୍ୟରତ ମହିଳା କର୍ମଚାରୀମାନେ ମଧ୍ୟ ଏହି ରେଳବାଇକୁ ସର୍ବୋଚ୍ଚ ସ୍ତରରେ ଆଣିବା ପାଇଁ କଠିନ ପରିଶ୍ରମ କରୁଛନ୍ତି।

ମୁଖ୍ୟ ବକ୍ତା ଭାବରେ ଯୋଗଦାନ କରି ସ୍ବେଛାସେବୀ ସଂସ୍ଥା ଅସ୍ତିତ୍ବର ଆବାହିକା ମମତା ଦାଶ ପୂର୍ବ ତଟ ରେଳବାଇର ମହିଳା କର୍ମଚାରୀ ମାନଙ୍କୁ ସମ୍ବୋଧିତ କରି କରିଛନ୍ତି ଯେ, ମହିଳାମାନେ ପ୍ରଗତିର ଗତି! ମହିଳା ସଶକ୍ତିକରଣ ରାଷ୍ଟ୍ରଗୁଡିକର ଦକ୍ଷତା ବୃଦ୍ଧି ପାଇଁ ନେତୃତ୍ୱ ନେବା ସହିତ ସଭ୍ୟତାକୁ ଅଗ୍ରଗତି କରିବାକୁ ଆଗେଇ ନେଇଥାଏ। ସେ ପ୍ରତ୍ୟେକ ମହିଳା ଏବଂ ନାରୀତ୍ୱର ଅଦମ୍ୟ ଜୀବନ ଶକ୍ତିକୁ ମଧ୍ୟ ପ୍ରଶଂସା କରିଥିଲେ।

ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୂର୍ବତଟ ରେଳପଥ କେନ୍ଦ୍ରୀୟ ଚିକିତ୍ସାଳୟର ବରିଷ୍ଠ ପରାମର୍ଶଦାତା ଡ। ଅରୁନ୍ଧତୀ ସେନାପତି କହିଛନ୍ତି ଯେ କୋଭିଡ଼୧୯ ମହାମାରୀ ସମୟରେ ରେଳପଥ ମହିଳା କର୍ମଚାରୀମାନଙ୍କ ଉଲ୍ଲେଖନୀୟ ସେବା ଅତି ପ୍ରଶଂସନୀୟ ଏଥିପାଇଁ ମହିଳା ରେଳ କର୍ମଚାରୀ ଏବଂ ମହିଳାମାନଙ୍କ ଉତ୍ସର୍ଗୀକୃତ ସେବା ପ୍ରଶଂସନୀୟ।

ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟ ପ୍ରତି ଉତ୍ସର୍ଗୀକୃତ ଏବଂ ସମ୍ମାନଜନକ ସେବା ସହିତ କୋଭିଡ19 ମହାମାରୀ ଲକଡାଉନ୍ ସମୟରେ କଠିନ ପରିଶ୍ରମ କରିଥିବା ୨୩ ଜଣ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମଜାଳିଆ ଇଭେଣ୍ଟ ଏବଂ କୁଇଜ୍ ମଧ୍ୟ ଆୟୋଜିତ କରାଯାଇଥିବାବେଳେ ମହିଳା ସଶକ୍ତିକରଣ ଉପରେ ରେଳବାଇର ମହିଳା କର୍ମଚାରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା।

ପୂର୍ବ ତଟ ରେଳପଥର ପ୍ରମୁଖ କାର୍ମୀକ ଅଧିକାରୀ ତୁଷାର କାନ୍ତୀ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆନ୍ତର୍ଜାତୀୟ ମହିଳା ଦିବସ ମଧ୍ୟ ରେଳପଥର ସମସ୍ତ ତିନିଟି ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍, ୱାଲଟିୟର ଏବଂ ସମ୍ବଲପୁରର ଠାରେ ମଧ୍ୟ ଆୟୋଜିତ କରାଯାଇଥିଲା।