ଉତ୍ସର୍ଗୀକୃତ ମହିଳା କର୍ମଚାରୀ ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା କଲା ପୂର୍ବତଟ ରେଳପଥ

Published: Mar 29, 2022, 9:50 pm IST

ଭୁବନେଶ୍ଵର: ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରା) ପକ୍ଷରୁ ଆଜି 2019-20 ଏବଂ 2020-21 ବର୍ଷ ପାଇଁ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିଥିବା ରେଳବାଇ କର୍ମଚାରୀମାନଙ୍କ ପିଲାମାନଙ୍କୁ ସମ୍ବର୍ଦ୍ଧନା କରାଯାଇଅଛି। ସେହିଭଳି, ପୂର୍ବତଟ ରେଳପଥର ଉତ୍ସର୍ଗୀକୃତ ମହିଳା କର୍ମଚାରୀମାନଙ୍କୁ ମଧ୍ୟ ସେମାନଙ୍କର ଉତ୍ସର୍ଗୀକୃତ ଓ ନିଷ୍ଠାପର ସେବା ପାଇଁ ସମ୍ମାନିତ କରାଯାଇଥିଲା।

ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରି ପୂର୍ବତଟ ଓ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ତଥା ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷ୍ୟା ସୁଶ୍ରୀ ଅର୍ଚନା ଯୋଶୀ କୃତି ଛାତ୍ରଛାତ୍ରୀ ଏବଂ ମହିଳା କର୍ମଚାରୀ ମାନଙ୍କୁ ସମ୍ମାନିତ କରିବା ସହିତ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ମହିଳା କଲ୍ୟାଣ ସଂଗଠନର ସଦସ୍ୟା ମାନେ ମଧ୍ୟ ଉପସ୍ଥିତ ରହି ସମ୍ବର୍ଦ୍ଧନା ସଭାକୁ ପରିଚାଳନା କରିଥିଲେ।

Related posts