Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ଆଜିର ଖବର

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ
ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

ଭୁବନେଶ୍ୱର: ପୂର୍ବ ତଟ ରେଳପଥ, ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ECoRWWO) ସହିତ ମିଳିତ ସହଯୋଗରେ ଭୁବନେଶ୍ୱର ସ୍ଥିତ ରେଳ ଅଡିଟୋରିୟମ୍‌ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୬ ପାଳନ କରିଛି। ଏହି ଅବସରରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କର ଅବଦାନକୁ ସମ୍ମାନିତ କରାଯାଇଛି।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇକୋର ମହିଳା କଲ୍ୟାଣ ସଂଗଠନ ସଭାପତି, କବିତା ଫୁଙ୍କୱାଲ୍ ମହିଳା ରେଳ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ସେମାନଙ୍କର ଅନ୍ତର୍ନିହିତ ଶକ୍ତି ଓ କ୍ଷମତାକୁ ଚିହ୍ନଟ କରିବା ସହିତ , ଆତ୍ମବିଶ୍ୱାସ ଓ ଦୃଢ ସଂକଳ୍ପ ସହିତ କାମ କରିବାକୁ ଏବଂ ସମର୍ପଣ ଭାବ ଓ ସଫଳତା ମାଧ୍ୟମରେ ଅନ୍ୟମାନଙ୍କୁ ପ୍ରେରଣା ଦେଇ ସଂଗଠନର ବିକାଶ ଓ ପ୍ରଗତିରେ ଯୋଗଦାନ ଜାରି ରଖିବାକୁ ଉତ୍ସାହିତ କରିଥିଲେ।

ମୁଖ୍ୟ ବ୍ୟକ୍ତା ଭାବେ ଶ୍ରୀମତୀ କାନ୍ତା ମହାନ୍ତି, ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନ ଖୋର୍ଦ୍ଧା ଜିଲ୍ଲା ଶିଶୁ କଳ୍ୟାଣ ସମିତିର ଅଧ୍ୟକ୍ଷା ଏବଂ POSH ପ୍ରଶିକ୍ଷିକା ଯୋଗଦେଇଥିଲେ।

ଏହି ଅବସରରେ , ମୋଟ ୩୧ ଜଣ ମହିଳା ରେଳ କର୍ମଚାରୀଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା।

* ବିଭିନ୍ନ କ୍ଷେତ୍ରରେ ଅସାଧାରଣ ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ୧୫ ଜଣ ମହିଳା ରେଳ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା।

* ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସଫଳତା ହାସଲ କରିଥିବା ୧୬ ଜଣ ମହିଳା କର୍ମଚାରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଜୋନର ସମସ୍ତ ମଣ୍ଡଳ ମୁଖ୍ୟାଳୟରେ ମଧ୍ୟ ଏହି ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା।

ପୂର୍ବତଟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ(ଔଦ୍ୟୋଗିକ ସମ୍ପର୍କ) ଅଞ୍ଜନ ରାୟ ଆୟୋଜିତ କାର୍ଯ୍ୟକ୍ରମର ସଂଯୋଜନା କରି ରେଳପଥରେ ମହିଳା କର୍ମଚାରୀମାନଙ୍କ ବହୁମୂଲ୍ୟ ଅବଦାନ ପାଇଁ ଅଭିନନ୍ଦନ ଜଣାଇଥିଲେ।

ମହିଳା ରେଳ କର୍ମଚାରୀଙ୍କ ଦ୍ୱାରା ଉପସ୍ଥାପିତ ଏକ ସ୍ପନ୍ଦନଶୀଳ ସାଂସ୍କୃତିକ ପ୍ରଦର୍ଶନ ସହିତ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା, ଯାହା ରେଳବାଇରେ ମହିଳାମାନଙ୍କ ଉତ୍ସାହ, ଶକ୍ତି ଏବଂ ସଫଳତାର ଏହି ଉତ୍ସବକୁ ଏକ ଉତ୍ସବମୁଖୀ ଏବଂ ପ୍ରେରଣାଦାୟକ ସ୍ପର୍ଶ ଦେଇଥିଲା।

ECoRWWO ଆନ୍ତର୍ଜାତୀୟ ମହିଳା ଦିବସ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 5, 2026

ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ

September 5, 2026

ଆଜିଠାରୁ ‘ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍’ ଆଥଲେଟ୍: ଉଦଘାଟନ କଲେ ଗୃହମନ୍ତ୍ରୀ

September 5, 2026

ରେଢ଼ାଖୋଲରେ ନାବାଳିକାକୁ ଦୁଷ୍କର୍ମ: ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ

September 5, 2026
Latest News

ଛୋଟ ଉଚ୍ଚତା ଆଉ ହେବନି ବାଧା, ଏହି କାର୍‌ରେ ଡ୍ରାଇଭିଂ ହେବ ଆରାମଦାୟକ

September 5, 2026

QRରୁ KYC ଯାଏଁ: ଛୋଟ ଦୋକାନୀଙ୍କୁ ନେଇ RBIର କଡ଼ା ନିୟମ

September 5, 2026

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା, ୮ ଇଞ୍ଜିନିୟରିଂ ଛାତ୍ର ମୃତ

September 5, 2026

ଆଜି ଶ୍ରୀ ରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ

September 5, 2026

ନେପାଳ ପ୍ରଳୟଙ୍କରୀ ବନ୍ୟା: ଏବେବି ନିଖୋଜ ୨୭୫ ଭାରତୀୟ

September 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.