ଜନସନ ଆଣ୍ଡ ଜନସନ ବିରୋଧରେ ମହାରାଷ୍ଟ୍ର ଏଫଡିଏ ର କାର୍ଯ୍ୟାନୁଷ୍ଠାନ: ଜାରି କଲା କାରଣ ଦର୍ଶାଅ ନୋଟିସ

Published: Sep 17, 2022, 12:42 pm IST

ମୁମ୍ବାଇ: ମହାରାଷ୍ଟ୍ର ଖାଦ୍ୟ ଏବଂ ଔଷଧ ପ୍ରଶାସନ ଜନସନ ଆଣ୍ଡ ଜନସନ ବେବି ପାଉଡର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମହାରାଷ୍ଟ୍ର ଏଫଡିଏ ଅନୁଯାୟୀ ଶିଶୁମାନଙ୍କ ପାଇଁ ଜନସନ ଆଣ୍ଡ ଜନସନ ପାଉଡରର ପିଏଚ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବୋଲି ଜଣାପଡିଛି। କମ୍ପାନୀକୁ ମହାରାଷ୍ଟ୍ର ଏଫଡିଏ କାରଣ ଦର୍ଶାଅ ନୋଟିସ ଜାରି କରି ଲାଇସେନ୍ସ କାହିଁକି ବାତିଲ କରାଯିବା ଉଚିତ ନୁହେଁ ବୋଲି ପ୍ରଶ୍ନ କରିଛି।

ପୁଣେ ଏବଂ ନାଶିକରୁ ଏଫଡିଏ ଜନସନ ଆଣ୍ଡ ଜନସନ ବେବି ପାଉଡରର ୨ ଟି ନମୁନା ସଂଗ୍ରହ କରିଥିଲା। ନମୁନାର ପରୀକ୍ଷା ଫଳାଫଳରେ, ପାଉଡରର ପିଏଚ ନିର୍ଦ୍ଧାରିତ ସୀମାଠାରୁ ଅଧିକ ବୋଲି ଜଣାପଡିଛି। ଏହା ପରେ କମ୍ପାନୀକୁ ଏକ କାରଣ ନୋଟିସ ଜାରି କରାଯାଇଥିଲା।

ବଜାରରୁ ତ୍ରୁଟିପୂର୍ଣ୍ଣ ବ୍ୟାଚ୍ ଉତ୍ପାଦ ପ୍ରତ୍ୟାହାର କରିବାକୁ FDA ଜନସନ ଆଣ୍ଡ ଜନସନକୁ ମଧ୍ୟ କହିଛି।

Related posts