Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସ୍‌ଏଚ୍‌ଏମ୍‌ରେ ପୁ୍‌ଷ୍ପସଜ୍ଜାକୁ ନେଇ କର୍ମଶାଳା
ଆଜିର ଖବର

ଏସ୍‌ଏଚ୍‌ଏମ୍‌ରେ ପୁ୍‌ଷ୍ପସଜ୍ଜାକୁ ନେଇ କର୍ମଶାଳା

September 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଅତି ସୁନ୍ଦର ଭାବେ ସଜ୍ଜିତ ପୁଷ୍ପ ଦର୍ଶକଙ୍କ ଆଖିକୁ ବେଶ ବିମୋହିତ କରିଥାଏ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପରିସରରେ ଶନିବାର ପୁଷ୍ପସଜ୍ଜା କଳାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ସୁନ୍ଦର ଫୁଲଗୁଡ଼ିକ ଏବଂ ଏହାର ସାଜସଜ୍ଜାକୁ ଦେଖି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ବେଶ ଉଲ୍ଲସିତ ହୋଇ ଉଠିଥିଲେ।

ସୁନ୍ଦର ଓ ସୁଗନ୍ଧିତ ପୁଷ୍ପର ଉପସ୍ଥିତି ଆନନ୍ଦମୟ ପରିବେଶ ସୃଷ୍ଟି କରିଥାଏ ଏବଂ ମନ ମଧ୍ୟ ପ୍ରଫୁଲିତ ହୋଇଥାଏ। ଫୁଲ ଗୁଡ଼ିକ ମଣିଷର ଜୀବନରେ ଖୁସି ଆଣିବା ସହ ଆମ ପାରିପାଶ୍ୱର୍କୁ ମଧ୍ୟ ସୁନ୍ଦରମୟ କରିଥାଏ ବୋଲି ଏହି କର୍ମଶାଳାରେ ମତ ରଖିଥିଲେ ଏସଏଚ୍‌ଏମ୍‌ର ଡିନ୍ ଇନ୍‌ଚାର୍ଜ ଡକ୍ଟର ସପନ କୁମାର ସାଢ଼ୁଆଳ।

ଭାରତୀୟ ସଂସ୍କୃତିରେ ଫୁଲର ମହତ୍ୱ ଉପରେ ଗୁରୁତ୍ୱ ଦେଇ ଡକ୍ଟର ସାଢ଼ୁଆଳ କହିଥିଲେ ଯେ ଆମ ଦେଶରେ ଫୁଲଗୁଡ଼ିକ ହିଁ ବିଭିଧତା ମଧ୍ୟରେ ଏକତାକୁ ଦର୍ଶାଇଥାଏ।

ଏହି କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌ର ରୁମ୍‌ସ ଡିଭିଜନ୍‌ର ମୁଖ୍ୟ ପ୍ରଫେସର ସ୍ମିତା ସୁଚରିତା ମହାପାତ୍ର କହିଥିଲେ ଯେ ହୋଟେଲ୍ ରୁମ୍ କିମ୍ବା ଲବିରେ ପୁଷ୍ପସଜ୍ଜା ଏକ ଆତ୍ମିୟତାର ପରିବେଶ ସୃଷ୍ଟି କରିଥାଏ। ହୋଟେଲ୍‌କୁ ଆସୁଥିବା ଅତିଥିମାନେ ଫୁଲର ସତେଜତାକୁ ଦେଖି ପରିବେଶକୁ ପସନ୍ଦ କରିଥାନ୍ତି ବୋଲି ସେ କହିଛନ୍ତି। ଫୁଲ ସହିତ ପତ୍ର, ଫଳ, ପନିପରିବା ମଧ୍ୟ ସାଜସଜ୍ଜାରେ ବ୍ୟବହାର କରାଯାଏ।

ଏହି କାର୍ଯ୍ୟକ୍ରମରେ ଫର୍ଣ୍ଣସ ଆଣ୍ଡ ପେଟାଲ୍‌ସ ପକ୍ଷରୁ ଫ୍ଲୋରିଷ୍ଟ ଶ୍ରୀ ତରୁଣ ଗୌଡ଼ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପସଜ୍ଜାର ବିଭିନ୍ନ ପ୍ରକ୍ରିୟା ସମ୍ବନ୍ଧରେ ବିସ୍ତୃତ ଭାବେ ବୁଝାଇବା ସହ ତ୍ରିକୋଣୀୟ ପୁ୍‌ଷ୍ପସଜ୍ଜା, ବାସ୍କେଟ ପୁଷ୍ପସଜ୍ଜା, ଭେସ୍ ପୁଷ୍ପସଜ୍ଜା, ବଡ୍ ପୁଷ୍ପସଜ୍ଜା, କ୍ରେସେଂଟ ସଜ୍ଜା ଏବଂ କ୍ୟାସ୍‌କେଡ୍ ସଜ୍ଜା ଭଳି ୧୦ ରୁ ଅଧିକ ପୁଷ୍ପସଜ୍ଜା ବିଷୟରେ ବୁଝାଇଥିଲେ।
ଏହି କର୍ମଶାଳାରେ ଏସ୍‌ଏଚ୍‌ଏମ୍‌ର ଛାତ୍ରଛାତ୍ରୀଙ୍କ ବ୍ୟତୀତ ବିଆଇଟିଟିଏମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଛାତ୍ରଛାତ୍ରୀ ମଧ୍ୟ ଯୋଗ ଦେଇଥିଲେ। ବିବେକାନନ୍ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟର ଅଧ୍ୟକ୍ଷ ପିତାମ୍ବର ବିଶ୍ୱାଳ ଏବଂ ଆଇଏଚ୍‌ଏମ୍‌ର ଫ୍ୟାକଲ୍ଟି ମେମ୍ବର୍ସ ଏହି ଅବସରରେ ଉପସ୍ଥିତ ଥିଲେ।

ସେହିପରି ଏସ୍‌ଏଚ୍‌ଏମ୍ ପକ୍ଷରୁ ହାଉସ୍‌କିପିଙ୍ଗ ଫ୍ୟାକଲ୍ଟି ଶ୍ରୀମତି ରଶ୍ମିତା ପ୍ରଧାନ ଏବଂ ଏଫ୍ ଆଣ୍ଡ ବି ର ଫ୍ୟାକଲ୍ଟି ସଂଘମିତ୍ରା ଦାସ ଓ ରିସର୍ଚ୍ଚ ସ୍କଲାର ଆକାଂକ୍ଷା ତ୍ରିପାଠୀ ସମେତ ଏସ୍‌ଏଚ୍‌ଏମ୍‌ର ସମସ୍ତ ଫ୍ୟାକଲ୍ଟି ଉପସ୍ଥିତ ଥିଲେ। ଏସ୍‌ଏଚ୍‌ଏମ୍‌ର ପ୍ରଫେସର ଡକ୍ଟର ସୁଶାନ୍ତ ରଞ୍ଜନ ଚଇନି ଧନ୍ୟବାଦ ଅର୍ପଣ କରିଥିଲେ।

ଏସ୍‌ଏଚ୍‌ଏମ୍‌ ଶିକ୍ଷା ଓ ଅନୁସନ୍ଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Latest News

ଏହି ରାଜ୍ୟର ବିଧାନସଭା ନିର୍ବାଚନରେ ​​ଅବୈଧ ମତଦାନ!: ୧୦ ବିଦେଶୀ ନାଗରିକ ଗିରଫ

May 17, 2026

ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ରାଜ୍ୟ ନେତାଗଣ ବେଶ ଚଳଚଞ୍ଚଳ

May 17, 2026

ସିନ୍ଧୁ ଜଳ ଚୁକ୍ତିନାମା ଉପରେ ଅନ୍ତର୍ଜାତୀୟ ନ୍ୟାୟାଳୟର ନିଷ୍ପତ୍ତିକୁ ଭାରତର ପ୍ରତ୍ୟାଖ୍ୟାନ: ପାକିସ୍ତାନକୁ ଚେତାବନୀ

May 17, 2026

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା: ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ ଜବତ

May 17, 2026

ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର: ଦୁଇ ଅଟକ 

May 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.