ସ୍ଥଳଭାଗ ଆଡକୁ ମୁହାଁବାରେ ଲାଗିଛି ଲଘୁଚାପ କ୍ଷେତ୍ର, ବିଭିନ୍ନ ଜିଲ୍ଲାରେ ବର୍ଷା

Published: Sep 21, 2022, 9:25 am IST
ଭୁବନେଶ୍ବର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସ୍ଥଳଭାଗ ଆଡକୁ ମୁହାଁଇବାରେ ଲାଗିଛି। ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଉତ୍ତର-ଓଡ଼ିଶା ପାର୍ଶ୍ୱବର୍ତ୍ତି ପଶ୍ଚିମ ଉପକୂଳ ମୁହାଁ ହେବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଏହାର ପ୍ରଭାବରେ ଆଜି ପଶ୍ଚିମ ଓଡିଶା ସମେତ କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସକ୍ରିୟ ରହିବା ସହ ୨୨.୭ ମିମି ବର୍ଷା ରେକର୍ଡ, ଯାହା ସ୍ୱାଭାବିକ ବର୍ଷା ୬.୯ ମିମି ତୁଳନାରେ ୨୨୮% ଅଧିକ ବର୍ଷା ରେକର୍ଡ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ସର୍ବାଧିକ ୫୮.୭ ମିମି ବର୍ଷା ରେକର୍ଡ ସହ ସ୍ୱାଭାବିକ ବର୍ଷା ୬.୮ ମିମି ତୁଳନାରେ ୭୬୩% ଅଧିକ ରହିଛି।

Related posts