ଓଡ଼ିଶା ଯାତ୍ରାର ଚତୁର୍ଥ ଦିନ: ଚିଲିକା ହ୍ରଦ, ଗୋପାଳପୁର ସମୂଦ୍ରକୂଳ ପରିଦର୍ଶନ କଲେ ମହାରାଷ୍ଟ୍ର ଛାତ୍ରଛାତ୍ରୀ

Published: Sep 22, 2022, 7:41 pm IST

ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅନ୍ତର୍ଗତ ଭ୍ରମଣରେ ଆସିଥିବା ମହାରାଷ୍ଟ୍ରର ଛାତ୍ରଛାତ୍ରୀ ଯାତ୍ରାର ଚତୁର୍ଥ ଦିନରେ ଗୁରୁବାର ଦିନ ଲୋକପ୍ରିୟ ଚିଲିକା ହ୍ରଦ, ବ୍ରହ୍ମପୁରର ଗୋପାଳପୁର ସମୂଦ୍ର କୂଳ ପରିଦର୍ଶନ କରିଛନ୍ତି।

ଚିଲିକା ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଛାତ୍ରମାନେ ଉପଭୋଗ କରିଥିଲେ। ଏହା ସହିତ ସେମାନେ ଗୋପାଳପୁର ସମୁଦ୍ରକୂଳ ଦେଖି ଆନନ୍ଦରେ ଅଭିଭୂତ ହୋଇଥିଲେ। ଛାତ୍ରମାନେ ମଧ୍ୟ ଛତ୍ରପୁର ଠାରେ ଥିବା ଇଣ୍ଡିଆନ୍ ରେୟାର ଆର୍ଥ ଲିମିଟେଡ୍‌ (ଆଇଆରଇଏଲ୍‌) ପରିଦର୍ଶନ କରିଥିଲେ।

ଆଇଆରଇଏଲ୍‌ ରେ ଛାତ୍ରମାନେ ଅନୁଷ୍ଠାନ ଦ୍ବାରା କରାଯାଉଥିବା ରେୟାର ଆର୍ଥ ଗବେଷଣା ବିଷୟରେ ଜାଣିବାକୁ ପାଇଲେ। ଏଠାରେ ଧ୍ୟାନ ପ୍ରଦାନ କରିବା ଆବଶ୍ୟକ ଯେ ମହାରାଷ୍ଟ୍ରର ଏସି ପାଟିଲ୍ କଲେଜ୍ ଅଫ୍ ଇଞ୍ଜିନିୟରିଂ, ନଭି ମୁମ୍ବାଇ ଓ ଅନ୍ୟ ବିଭିନ୍ନ ସ୍କୁଲର 50 ଜଣ ଛାତ୍ରଛାତ୍ରୀମାନେ ଓଡ଼ିଶାକୁ 5 ଦିନିଆ ଭ୍ରମଣରେ ଆସିଛନ୍ତି।

ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଫର ଟେକ୍‌ନୋଲୋଜି (ଜିଆଇଏଫଟି) ଭୁବନେଶ୍ବର ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅନ୍ତର୍ଗତ ରାଜ୍ୟର ବିଭିନ୍ନ ସ୍ଥାନକୁ ସେମାନଙ୍କର ଯାତ୍ରାର ବ୍ୟବସ୍ଥା କରିଛନ୍ତି।  ଏହା ସହିତ ଅନୁଷ୍ଠାନ ପରିଦର୍ଶନରେ ଆସିଥିବା ମହାରାଷ୍ଟ୍ର ଛାତ୍ରମାନଙ୍କ ପାଇଁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛି।

Related posts