Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ
ଆଜିର ଖବର

ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

September 25, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ ଆଜି ନୂଆଦିଲ୍ଲୀ ଠାରେ ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ରେଳ, ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାୱାର, ନୀତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଡକ୍ଟର ବିନୋଦ ପଲ, ଉତ୍ତରାଖଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ଧନ ସିଂ ରାୱତ ଏବଂ ଜାତୀୟ ସ୍ବସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ଆର. ଏସ ଶର୍ମା ଉପସ୍ଥିତ ଥିଲେ। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ-ଜୟ)କୁ ୪ ବର୍ଷ ପୂର୍ତ୍ତି ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ସ୍ବାସ୍ଥ୍ୟ ମିଶନର ୧ ବର୍ଷ ପୂର୍ତ୍ତି ଉପଲକ୍ଷେ ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ କହିଥିଲେ ଯେ ବିଶ୍ବର ସର୍ବବୃହତ ଜନ ସ୍ବାସ୍ଥ୍ୟ ବୀମା ଯୋଜନାରେ ପିଏମଜେଏୱାଇ ହିତାଧିକାରୀମାନେ ହେଉଛନ୍ତି ସବୁଠୁ ବଡ଼ ଅଂଶୀଦାର। ଦେଶର ୩୩ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ୧୯ କୋଟିରୁ ଅଧିକ ଆୟୁଷ୍ମାନ କାର୍ଡ ବିତରଣ କରାଯାଇଛି। ୨୪ କୋଟିରୁ ଅଧିକ ଏବିଏଚଏ ନମ୍ବର ସୃଷ୍ଟି କରାଯାଇଛି। ଦେଶରେ ସ୍ବାସ୍ଥ୍ୟ ରେକର୍ଡର ଡିଜିଟାଲକରଣରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ କହିଥିଲେ। ସେ ସୂଚନା ଦେଇଥିଲେ ଯେ ଏବେ ଦେଶରେ ଦୈନିକ ୪.୫ ଲକ୍ଷ କାର୍ଡ ବିତରଣ କରାଯାଉଛି। ନିକଟ ଭବିଷ୍ୟତରେ ଦୈନିକ କାର୍ଡ ବିତରଣ ସଂଖ୍ୟା ୧୦ ଲକ୍ଷକୁ ବୃଦ୍ଧି ପାଇବ।

ସ୍ବାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ମାଧ୍ୟମରେ ବିତରଣ ଶୃଙ୍ଖଳାର ଶେଷ ଧାଡ଼ିରେ ଛିଡ଼ା ହୋଇଥିବା ବ୍ୟକ୍ତିକୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ଉପରେ ସରକାର ଧ୍ୟାନ ଦେଉଛନ୍ତି। ଡକ୍ଟର ମାଣ୍ଡଭ୍ୟ କହିଥିଲେ ଯେ, ପିଏମ-ଜେଏୱାଇ ସ୍ବାସ୍ଥ୍ୟ ସେବା ଉପଲବ୍ଧତା କ୍ଷେତ୍ରରେ ଦେଶର ଧନୀ ଓ ଗରିବଙ୍କ ମଧ୍ୟରେ ରହିଥିବା ପାର୍ଥକ୍ୟ ଦୂର କରିଛି।

ସମାରୋହକୁ ସମ୍ବୋଧିତ କରି ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ ପ୍ରଯୁକ୍ତି ଏବଂ ସ୍ବାସ୍ଥ୍ୟ ସେବା ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ସମ୍ପର୍କ ରହିଛି। ଏ ଦୁଇଟିର ସମ୍ମିଶ୍ରଣ ମାଧ୍ୟମରେ ସମସ୍ତଙ୍କୁ ସୁଲଭ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ସାକାର ହୋଇପାରିବ। ସେ କହିଥିଲେ ଯେ ଦେଶର ସବୁ ଗାଁକୁ ହାଇସ୍ପିଡ୍ ଅପ୍ଟିକାଲ ଫାଇବର ସଂଯୋଗ ଆଗାମୀ କିଛି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ। ଏହା ସମସ୍ତଙ୍କ ପାଇଁ କନେକ୍ଟିଭିଟୀ ଏବଂ ନିରନ୍ତର ସ୍ବାସ୍ଥ୍ୟସେବା ସୁନିଶ୍ଚିତ କରିବ। ଶ୍ରୀ ବୈଷ୍ଣବ ମଧ୍ୟ କହିଥିଲେ ଯେ ହିତାଧିକାରୀଙ୍କ ସ୍ବାସ୍ଥ୍ୟ ତଥ୍ୟକୁ ସୁରକ୍ଷିତ ରଖିବା ଲାଗି ସରକାର ଯଥେଷ୍ଟ ଆଇନଗତ ଢାଞ୍ଚା ପ୍ରସ୍ତୁତ କରୁଛନ୍ତି।

ଡକ୍ଟର ଭାରତୀ ପ୍ରବୀଣ ପାୱାର କହିଥିଲେ ଯେ ଭାରତ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରଯୁକ୍ତିକୁ ଉପଯୋଗ କରିବା କ୍ଷେତ୍ରରେ କେବଳ ଅଗ୍ରଣୀ ହୋଇନାହିଁ ବରଂ ଏହାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି। ପିଏମଜେଏୱାଇ, ଏବିଡିଏମ ଭଳି ଯୋଜନା ଦେଶରେ ଡିଜିଟାଲ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବହୁଗୁଣିତ କରିଛି ବୋଲି ସେ କହିଥିଲେ।

ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହେଲଥ୍‌ କ୍ଲେମ୍ସ ଏକ୍ସଚେଞ୍ଜ (ଏଚସିଏକ୍ସ), ନେସନାଲ ଇ-ରୂପି ପୋର୍ଟାଲ ଏବଂ ଡିଜିଟାଲକରଣ ପାଇଁ ରୋଡମ୍ୟାପ ସମେତ ବିଭିନ୍ନ ନୂଆ ଯୋଜନାର ଆରମ୍ଭ କରିଥିଲେ। ଏହି ଅବସରରେ ଏନଏଚଏର ବାର୍ଷିକ ରିପୋର୍ଟ, ଏକ ସୂଚନା ପୁସ୍ତିକା ଏବଂ ଶ୍ରେଷ୍ଠ ପଦ୍ଧତିକୁ ନେଇ ଏକ ପତ୍ରିକା ଉନ୍ମୋଚନ କରାଯାଇଥିଲା। ଏସବୁ ପ୍ରକାଶନୀ pmjay.gov.in. ରେ ଉପଲବ୍ଧ ରହିଛି।

ଡକ୍ଟର ମାଣ୍ଡଭ୍ୟ କାର୍ଯ୍ୟକ୍ରମ ପରିସରରେ ‘‘ଡିଜିଟାଲ ସ୍ବାସ୍ଥ୍ୟ ପ୍ରଦର୍ଶନୀ’’କୁ ଉଦଘାଟନ କରିଥିଲେ। ଏଥିରେ ଏନଆଇସି, ସି-ଡ୍ୟାକ, ସମେତ ବିଭିନ୍ନ ଘରୋଇ ସଂସ୍ଥାର ନବୋନ୍ମେଷକାରୀମାନେ ଅଂଶଗ୍ରହଣ କରିଥିଲେ। ଆରୋଗ୍ୟ ମନ୍ଥନ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସୂଚନାପ୍ରଦ ଅଧିବେଶନ ଆୟୋଜନ କରାଯାଇଥିଲା। ଡିଜିଟାଲ ସ୍ବାସ୍ଥ୍ୟ ସେବା ସଂକ୍ରାନ୍ତରେ ଫଳପ୍ରଦ ଆଲୋଚନା ହୋଇଥିଲା।

ଆୟୁଷ୍ମାନ ଭାରତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026
Latest News

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ପୁରୀ ଷ୍ଟେସନରେ ଭିତ୍ତିଭୂମି ଉନ୍ନତିକରଣ ପାଇଁ ଟ୍ରେନ୍ ଚଳାଚଳରେ ପରିବର୍ତ୍ତନ

March 16, 2026

ଚର୍ଲାପାଲ୍ଲିରୁ କାମାକ୍ଷା ଓ ଶାଲିମାରକୁ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ ସେବା

March 16, 2026

Common PG Entrance Test ଆବେଦନ ପାଇଁ ବଢିଲା ସମୟ ସୀମା 

March 16, 2026

ରାଜ୍ୟସଭା ଜିତିବା ପରେ ମନମୋହନ, ସୁଜିତ କୁମାର ଏବଂ ଦିଲ୍ଲୀପ ରାୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 16, 2026

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.