Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫିକିର ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ ଏବଂ ଡିଜିଟାଲ୍ ଓ ଶିକ୍ଷା ସମ୍ବନ୍ଧୀୟ ଆନ୍ତର୍ଜାତିକ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

ଫିକିର ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ ଏବଂ ଡିଜିଟାଲ୍ ଓ ଶିକ୍ଷା ସମ୍ବନ୍ଧୀୟ ଆନ୍ତର୍ଜାତିକ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ

September 27, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତରେ ଡ଼ିଜିଟାଲ ଲାଇଫଷ୍ଟାଇଲ ଏକ ନୂଆ ରୂପ ନେଉଛି। ୫ଜି, ଡିଜିଟାଲ ପେମେଣ୍ଟ, ଡିଜିଟାଲ ବିଶ୍ୱବିଦ୍ୟାଳୟ ସହ ଦେଶରେ ଡିଜିଟାଲାଇଜେସନ ନୂତନ ସୁଯୋଗ ସୃଷ୍ଟି କରୁଛି ଏବଂ ଆଗାମୀ ଦିନରେ ମଧ୍ୟ ଆହୁରି ଅଧିକ ସୁଯୋଗ ପ୍ରଦାନ କରିବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଦୁଇଟି ପୃଥକ ପୃଥକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

‘ଡିଜିଟାଲ୍ ରୂପାନ୍ତର ଏବଂ ଶିକ୍ଷାର ଅନ୍ତର୍ଜାତୀୟକରଣ’ ଶୀର୍ଷକ ଅନ୍ତର୍ଜାତୀୟ କନକ୍ଲେଭ ଓ ଫିକି ସ୍କିଲ ଡିଭିଜନ ପକ୍ଷରୁ ଆୟୋଜିତ ୧୩ତମ ବିଶ୍ୱ ଦକ୍ଷତା ସମ୍ମିଳନୀରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଦେଶରେ ଡ଼ିଜିଟାଲ କ୍ଷେତ୍ରର ରୂପରେଖ କ୍ରମାଗତ ଭାବେ ପରିବର୍ତ୍ତନ ହେଉଛି। ୨୦୨୩ ସୁଦ୍ଧା ସ୍ୱଦେଶୀ ଜ୍ଞାନକୌଶଳରେ ୫ଜିର କାର୍ଯ୍ୟକାରୀତା ସହ ଡିଜିଟାଲ ପେମେଣ୍ଟରେ ଭାରତ ବିଶ୍ୱରେ ଅଗ୍ରଣୀ ଦେଶ ଭାବେ ଉଭା ହେଉଛି । ସେହିପରି ଆଗାମୀ ଦିନରେ ଦେଶରେ ଡିଜିଟାଲ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ ଏବଂ ପ୍ରତ୍ୟେକ ଗାଁକୁ ହାଇସ୍ପିଡ୍ ଇଣ୍ଟରନେଟ ସହ ସଂଯୋଗ କରାଯିବ। ଏହା ଦ୍ୱାରା ଭାରତର ଡିଜିଟାଲାଇଜେସନ ବିଭିନ୍ନ ନୂଆ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସେହିପରି ଦକ୍ଷତା ବିକାଶ ମାଧ୍ୟମରେ ରୋଜଗାରକୁ ଗତି ଦେବା ସହ ଡ଼େମୋଗ୍ରାଫିକ ଡିଭିଡେଣ୍ଡର ଲାଭ ନେବା ଓ ଦକ୍ଷତା ପରିସଂସ୍ଥାନକୁ ଜୀବନ୍ତ କରିବା ଉପରେ ମତ ପ୍ରକାଶ କରିଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି, ଡେମୋଗ୍ରାଫିକ ଡିଭିଡେଣ୍ଡକୁ ଏକ ପରବର୍ତ୍ତନର ଶକ୍ତିକେନ୍ଦ୍ର ଭାବେ ପରିଣତ କରିବାରେ ଶିକ୍ଷା ଏବଂ ଦକ୍ଷତା ବିକାଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେଶ ଅର୍ଥନୀତିକୁ ଅଧିକ ମଜଭୂତ କରିବା ପାଇଁ ଆମ ମାନବ ସମ୍ବଳକୁ ଶିକ୍ଷିତ ଓ ଦକ୍ଷ କରିବାକୁ ହେବ। ଲେବର କୋଡ ଓ ଆପ୍ରେଣ୍ଟିସିପର ସରଳୀକରଣ ମାନବସମ୍ବଳକୁ ଅଧିକ ଜୀବନ୍ତ କରିଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦୀର୍ଘମିଆଦି ମୂଲ୍ୟବୋଧ ଭିତ୍ତିକ ସମ୍ପର୍କ ରହିଛି। ଉଭୟ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଭାଗିତାକୁ  ଅଧିକ ସୁଦୃଢ଼ କରାଯାଇଛି। ଭାରତ ଶିଳ୍ପ ବିପ୍ଳବ ୪.୦ର ନେତୃତ୍ୱ ନେବାର ଆଂକାକ୍ଷା ରହିଛି। ଏହି ଯାତ୍ରାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଥିବା ସମ୍ପର୍କ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୌଣସି ସଭ୍ୟତାର ମୂଳ ସ୍ତମ୍ଭ ହେଉଛି ଜ୍ଞାନ ଏବଂ ଭାରତର ସଭ୍ୟତା ଜ୍ଞାନ ଆଧାରିତ ଏବଂ ଜ୍ଞାନ ଦ୍ୱାରା ହିଁ ଆଗକୁ ବଢ଼ୁଛି। ଏହି ପରମ୍ପରାକୁ ଆଗକୁ ନେଇ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ର କ୍ରିୟାନ୍ୱୟନ କରାଯାଉଛି। ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେବା ପରେ ବିଶ୍ୱରେ ଥିବା ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଗୁଡ଼ିକ ଭାରତ ପ୍ରତି ଆକୃଷ୍ଟ ହୋଇଛନ୍ତି। ବିଶ୍ୱର ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଭାରତକୁ ଆଣିବା ପାଇଁ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା କରାଯାଇଛି। ୧୫ରୁ ୨୫ ବର୍ଷ ବୟସ ମଧ୍ୟରେ ଥିବା ଯୁବ ଗୋଷ୍ଠୀଙ୍କୁ ଉପଯୁକ୍ତ ଶିକ୍ଷା ସହ ସେମାନଙ୍କୁ ଦକ୍ଷ କରିବା ଆମ ପାଇଁ ଏକ ଆହ୍ୱାନ ଭାବରେ ଠିଆ ହୋଇଛି। ଜାତୀୟ ଶିକ୍ଷା ନୀତିରେ କୌଶଳ ଏବଂ ଶିକ୍ଷା ଗୋଟିଏ ବୋଲି କଳ୍ପନା କରାଯାଇଛି।

ଅନ୍ତରାଷ୍ଟ୍ରୀୟ ଶିକ୍ଷାନୁଷ୍ଠାନ ଭାରତରେ କ୍ୟାମ୍ପସ ସ୍ଥାପନ କରିବା ଏବଂ ଭାରତର ଶିକ୍ଷାନୁଷ୍ଠାନ ମଧ୍ୟ ବିଶ୍ୱରେ ନିଜ କ୍ୟାମ୍ପସ ସ୍ଥାପନ କରିବା ପାଇଁ ନଲେଜ୍ ନେଟଓ୍ୱାକ୍ ସୃଷ୍ଟି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି। ଭାରତ ନିଜର ଜ୍ଞାନ ବଳରେ ସମାଜକୁ ସମୃଦ୍ଧମୟ କରୁଛି। ବିକାଶଶୀଳ ବିଶ୍ୱରେ ଭାରତୀୟ ନଲେଜ୍ ନେଟଓ୍ୱାର୍କ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରିବ। ଆଜିର କନକ୍ଲେଭରେ ଭାରତର ବିଦ୍ୟାର୍ଥୀ ଓ ଯୁବବର୍ଗଙ୍କୁ ରୋଜଗାରକ୍ଷମ ବନାଇବା, ବିଶ୍ୱସ୍ତରୀୟ କୌଶଳରେ ତାଙ୍କୁ ଦକ୍ଷ କରିବା ଉପରେ ଆଲୋଚନା ହୋଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଦିଗରେ କାର୍ଯ୍ୟ କରିବା ସହ ନୂତନ ପିଢି ଏବଂ ପ୍ରତିଭାସମ୍ପନ୍ନ ମାନବସମ୍ବଳକୁ ରୋଜଗାର ପ୍ରଦାନ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ଶିକ୍ଷାନୁଷ୍ଠାନ, ଶିଳ୍ପ ଏବଂ ନୀତି ନିର୍ଦ୍ଧାରକଙ୍କୁ କାମ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ଏହି ଅନ୍ତର୍ଜାତୀୟ କନକ୍ଲେଭରେ ଅଷ୍ଟ୍ରେଲିଆର ପ୍ରମୁଖ ଡ଼ିକିନ ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ଇଆନ ମାର୍ଟି ଓ ଭାରତର ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତି ଓ ଭାରତ ଏବଂ ଅଷ୍ଟ୍ରେଲିଆର ଖ୍ୟାତିସମ୍ପନ୍ନ ଶିକ୍ଷାବିତମାନେ ଅଂଶଗ୍ରହଣ କରିଥିଲେ।

ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ପାଟନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍-ଅଟୋ ଧକ୍କାରେ ୮ ମୃତ

August 23, 2025

ସେମିକନ୍‌ ଇଣ୍ଡିଆ ୨୦୨୫ର ଚତୁର୍ଥ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 23, 2025

ମେଗା ଧାରାବାହିକ,’ସାଥୀ ସାତ ଜନ୍ମର’ ରେ ସମ୍ପର୍କର ଦୋଛକିରେ ଅର୍ଚ୍ଚନା

August 23, 2025

ଡ୍ରିମ୧୧ ସହିତ ବିସିସିଆଇର କୋଟି କୋଟି ଟଙ୍କାର ଚୁକ୍ତି ବର୍ବାଦ?: ଚିନ୍ତା ବଢାଇଲା ନୂଆ ଆଇନ

August 23, 2025
Latest News

ପାଟନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ୍-ଅଟୋ ଧକ୍କାରେ ୮ ମୃତ

August 23, 2025

ସେମିକନ୍‌ ଇଣ୍ଡିଆ ୨୦୨୫ର ଚତୁର୍ଥ ସଂସ୍କରଣକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

August 23, 2025

ମେଗା ଧାରାବାହିକ,’ସାଥୀ ସାତ ଜନ୍ମର’ ରେ ସମ୍ପର୍କର ଦୋଛକିରେ ଅର୍ଚ୍ଚନା

August 23, 2025

ଡ୍ରିମ୧୧ ସହିତ ବିସିସିଆଇର କୋଟି କୋଟି ଟଙ୍କାର ଚୁକ୍ତି ବର୍ବାଦ?: ଚିନ୍ତା ବଢାଇଲା ନୂଆ ଆଇନ

August 23, 2025

ସମନ୍ୱିତ ବିଶ୍ୱ ଆର୍ଥିକ ପ୍ରଯୁକ୍ତିବିଦ୍ୟା ସାମର୍ଥ୍ୟ ହବ୍’- ଭାରତନେତ୍ରର ଶୁଭାରମ୍ଭ

August 23, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.