
ଜୟପୁର: ରାଜସ୍ଥାନ ମନ୍ତ୍ରୀ ତଥା ଅଶୋକ ଗେହଲୋଟ୍ ଙ୍କ ବିଶ୍ୱସ୍ତ ପ୍ରତାପ କଚରିଆୱାସ କହିଛନ୍ତି ଯେ ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କରିବା ଅର୍ଥ ବିଜେପିକୁ ରାଜ୍ୟ ହସ୍ତାନ୍ତର କରିବା ଭଳି ହେବ। କଚରିଆୱାସ ଗଣମାଧ୍ୟମକୁ କହିଛନ୍ତି, “ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର ବିଭାଗ, ସିବିଆଇ ଅଧିକାରୀମାନେ ରାଜସ୍ଥାନରେ ବସିଛନ୍ତି। ବିଜେପିର ଖେଳ ଆରମ୍ଭ ହୋଇଛି। ରାଜସ୍ଥାନ ସରକାରକୁ ହଟାଇବା ପାଇଁ ପୁଣିଥରେ ବିଜେପି ଷଡଯନ୍ତ୍ର କରୁଛି।”
ଏଥି ସହିତ, ସୂତ୍ରରୁ ପ୍ରକାଶ ଯେ ଗାନ୍ଧୀ ପରିବାର ତାଙ୍କ ବିଶ୍ୱସ୍ତଙ୍କ ବିଦ୍ରୋହକୁ ନେଇ ଗେହଲୋଟଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୋଇଛନ୍ତି। କଂଗ୍ରେସ ବିଧାୟକ ଦଳର ବୈଠକକୁ ବହିଷ୍କାର କରିବା ପ୍ରସଙ୍ଗରେ ଗେହଲୋଟ୍ ଗୋଷ୍ଠୀରର ତିନି ଜଣ ବିଧାୟକଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହାଇକମାଣ୍ଡ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। କଂଗ୍ରେସ ଅନୁଶାସନ କମିଟି ମଙ୍ଗଳବାର ରାତିରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରୀୱାଲ, ସଚେତକ ମହେଶ ଯୋଶୀ ଏବଂ ଆରଟିଡିସି ଅଧ୍ୟକ୍ଷ ଧର୍ମେନ୍ଦ୍ର ସିଂ ରାଠୋଡଙ୍କୁ ନୋଟିସ ଜାରି କରିଛନ୍ତି। ତିନିଜଣଙ୍କୁ ୧୦ ଦିନରେ ଉତ୍ତର ଦେବାକୁ କୁହାଯାଇଛି।