Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ୱର ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ବ
ଆଜିର ଖବର

ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ୱର ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ବ

September 29, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏହାର ପ୍ରଥମ ଦଶନ୍ଧିର ଚମତ୍କାର ଯାତ୍ରାର ସଫଳ କାହାଣୀରେ ଚଳିତ ମାସ ଏମ୍ସ ଭୁବନେଶ୍ବର ପାଇଁ ଜାତୀୟ ସ୍ତରରେ ଆଣି ଦେଇଛି କୃତିତ୍ବପୂର୍ଣ୍ଣ ଖବର। ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର ସଂପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଗୌରବ ଆଣିଛନ୍ତି।

ଏମ୍ସ ଭୁବନେଶ୍ୱର ପିଏମଆର (ଫିଜିକାଲ ମେଡିସିନ୍ ଏବଂ ପୁନର୍ବାସ) ବିଭାଗର ଜୁନିୟର୍ ରେସିଡେଣ୍ଟ୍ ଡ. ଦେବାଞ୍ଜନ ବରାଳ ଏବଂ ଡ. ସୌଭିକ୍ ଭଟ୍ଟାଚାର୍ଜୀଙ୍କୁ ନେଇ ଗଠିତ ଟିମ୍ ଏମ୍ସ ନାଗପୁରରେ ଅନୁଷ୍ଠିତ ଆଇଏପିଏମ୍ଆର (ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଫିଜିକାଲ୍ ମେଡିସିନ୍ ଏବଂ ପୁନର୍ବାସ)ର ମିଡ୍ଟର୍ମ ସିଏମ୍ଇରେ ଆୟୋଜିତ କୁଇଜ୍ (ଅଫଲାଇନ୍ ମୋଡ୍) ରେ ପ୍ରଥମ ସ୍ଥାନ ଅଧିକାର କରିଛି। ଜାତୀୟସ୍ତରୀୟ କୁଇଜ୍ରେ କ୍ରମାଗତଭାବେ ଦ୍ୱିତୀୟ ଥର ପାଇଁ ଏମ୍ସ ଭୁବନେଶ୍ବର ପିଆରଏମ୍ର ଟିମ୍ ଚାମ୍ପିଅନ୍ ହୋଇ ଇତିହାସ ସୃଷ୍ଟି କରିଛି। ଚଳିତ ବର୍ଷ ଆଇଏପିଏମ୍ଆର ଏହାର ୫୦ତମ ଗୌରବମୟ ବର୍ଷ ପାଳନ କରୁଛି।

ଉଲ୍ଲେଖଯୋଗ୍ୟଯେ ଚଳିତ ବର୍ଷ ମାର୍ଚ୍ଚରେ ଦିଲ୍ଲୀରେ ଅନୁଷ୍ଠିତ ଏହି ଜାତୀୟ କୁଇଜ୍ ପ୍ରତିଯୋଗିତା (ଅନ୍ଲାଇନ)ରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା ଏମ୍ସ ଭୁବନେଶ୍ବର।
ବର୍ଣ୍ଣ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡ. କୌଶିକ ମହାଦିକ ଏବଂ ଡ. ଏମ୍ ବିଷ୍ଣୁ ସ୍ବରୂପ ରେଡ୍ଡୀଙ୍କୁ ନେଇ ଗଠିତ ଟିମ୍ ପୁନେସ୍ଥିତ ପ୍ରତିଷ୍ଠିତ ବିଜେ ସରକାରୀ ମେଡିକାଲ୍ କଲେଜ୍ ଏବଂ ସାଶୁନ୍ ଜେନେରାଲ୍ ହସ୍ପିଟାଲ୍ ପକ୍ଷରୁ ଭାସ୍କୁଲାର ଆକ୍ସେସ୍ ଅନ୍ ହେମୋଡାୟଲିସିସ୍ – ୨୦୨୨ ସନ୍ଦର୍ଭରେ ଆୟୋଜିତ ତୃତୀୟ ଜାତୀୟ ସିଏମ୍ଇରେ ମଧ୍ୟ ପ୍ରଥମ ପୁରସ୍କାର ଲାଭ କରିଛନ୍ତି।

ସେହିଭଳି, ଏମ୍ସର ଫୁସ୍ଫୁସ୍ ଓ ଯକ୍ଷ୍ମା ବିଭାଗର ଆବାସିକ ଡାକ୍ତରୀ ଛାତ୍ର ଡ. ଦେବୋପମ୍ ଚାଟ୍ଟାର୍ଜୀ ଏବଂ ଡ. ରୋହିତ ଶିରଗାଓଁକାର ପଲ୍ମୋକନ୍-୨୦୨୨ ଜାତୀୟ କୁଇଜ୍ରେ ପ୍ରଥମେ ସ୍ଥାନ ଅଧିକାର କରି କୃତିତ୍ବ ହାସଲ କରିଛନ୍ତି। କୋଲକାତାସ୍ଥିତ ସିଆଇଆଇ ସୁରେଶ ନେଟିଆ ସେଣ୍ଟରରେ ଇନଷ୍ଟିଚ୍ୟୁଟ୍ ଅଫ୍ ପଲ୍ମୋକେୟାର ଏବଂ ରିସର୍ଚ୍ଚ ଦ୍ୱାରା ଆୟୋଜିତ ୨୦ତମ “ପଲ୍ମୋନାରୀ ମେଡିସିନ୍ର ବାର୍ଷିକ” କାର୍ଯ୍ୟକ୍ରମ ଅବସରରେ ଏହା ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ ସମସ୍ତ କୃତି ଛାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆଜି ନିଜ କାର୍ଯ୍ୟାଳୟରେ ବିଭାଗୀୟ ମୁଖ୍ୟଙ୍କ ସହିତ ସେମାନଙ୍କୁ ସମ୍ବର୍ନ୍ଧିତ କରିଥିଲେ। ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ବରର ଗୌରବ ବୃଦ୍ଧି ନିମନ୍ତେ ଛାତ୍ରଛାତ୍ରୀମାନେ ଏହିପରି ନିଷ୍ଠାପର ଉଦ୍ୟମ ଜାରି ରଖିବାକୁ ଆହ୍ବାନ କରିଥିଲେ ଡ. ବିଶ୍ବାସ। ଉଲ୍ଲେଖଯୋଗ୍ୟଯେ ଉପରୋକ୍ତ ତିନି ଜାତୀୟ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଦେଶର ସଂଖ୍ୟାଧିକ ସରକାରୀ ଏବଂ ଘରୋଇ ମେଡିକାଲ୍ କଲେଜ୍ ଏବଂ ଏମ୍ସ ଭଳି ଅନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
ଏହି ଅବସରରେ ଡିନ୍ (ଏକାଡେମିକ୍) ଡ. ପି ଆର ମହାପାତ୍ର, କୁଳସଚିବ ବି ବି ମିଶ୍ର, ବର୍ଣ୍ଣସ୍ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ମୁଖ୍ୟ ଡ. ସଞ୍ଜୟ ଗିରି, ପିଏମ୍ଆର ବିଭାଗୀୟ ମୁଖ୍ୟ ଡ. ଜଗନ୍ନାଥ ସାହୁ ଏବଂ ଭାରପ୍ରାପ୍ତ ଡିଡିଏ ରଶ୍ମୀ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ସଫଳ ପ୍ରତିଭାଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏମ୍‌ସ ଭୁବନେଶ୍ୱର ଜାତୀୟ ସ୍ତର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସ୍ବାଗତ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ସାଂସଦ ସମ୍ବିତ ପାତ୍ର

January 7, 2026

କାଶ୍ମୀର: ସାଇବର ଠକେଇ ସହିତ ଜଡିତ ୨୨ ଟି ସ୍ଥାନରେ CIK ର ବଡ଼ ଧରଣର ଚଢାଉ

January 7, 2026

ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତର ପିଭି ସିନ୍ଧୁ

January 7, 2026

ପୁରୁଣା ଦିଲ୍ଲୀରେ ବେଆଇନ ନିର୍ମାଣ ଭଙ୍ଗା ଅଭିଯାନରେ ପଥର ଫିଙ୍ଗା ମାମଲା: ପାଞ୍ଚ ଅଟକ

January 7, 2026
Latest News

ବାଣପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ସ୍ବାଗତ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଓ ସାଂସଦ ସମ୍ବିତ ପାତ୍ର

January 7, 2026

କାଶ୍ମୀର: ସାଇବର ଠକେଇ ସହିତ ଜଡିତ ୨୨ ଟି ସ୍ଥାନରେ CIK ର ବଡ଼ ଧରଣର ଚଢାଉ

January 7, 2026

ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତର ପିଭି ସିନ୍ଧୁ

January 7, 2026

ପୁରୁଣା ଦିଲ୍ଲୀରେ ବେଆଇନ ନିର୍ମାଣ ଭଙ୍ଗା ଅଭିଯାନରେ ପଥର ଫିଙ୍ଗା ମାମଲା: ପାଞ୍ଚ ଅଟକ

January 7, 2026

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ସହିତ ମେଣ୍ଟ ଘୋଷଣା କଲା ପିଏମକେ

January 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.